ବିଶ୍ୱର ବିକାଶ ଓ ମଙ୍ଗଳ, କଲ୍ୟାଣ ପାଇଁ ବିଶ୍ୱ ଶାନ୍ତି ମହାଯଜ୍ଞ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

ଅନୁଗୁଳ (ବ୍ୟୁରୋ ରିପୋର୍ଟ) ତା ୨୮,୪,୨୦- ପୂଜାର୍ଚ୍ଚନା ଓ ଆଧ୍ୟାତ୍ମିକ ବିଶ୍ବାସ ସାଧାରଣ ଲୋକଙ୍କ ଜୀବନ ସହିତ ଜଡ଼ିତ ରହିଥାଏ, ଯେଉଁ ଧର୍ମର ଲୋକ ହୁଅନ୍ତୁ ବା କାହିକିଁ ଜୀବନରେ ବଞ୍ଚିବା ପାଇଁ କର୍ମ ସହିତ ଆଧ୍ୟାତ୍ମିକତା ଆବଶ୍ୟକତା ରହିଛି l ଏହିଭଳି ସାରା ବିଶ୍ୱ କୋରୋନା ସଂକ୍ରମଣ ରେ ଯେମିତି ବେହାଲ ହୋଇ ଯାଇଛି ତାହାକୁ ଦୃଷ୍ଟି ରେ ରଖି ଅନୁଗୁଳ କୁମୁରସିଙ୍ଗl କାବୁଲିପାଳସ୍ଥିତ ଆଶୁତୋଷ ଆଶ୍ରମ ରେ ସ୍ୱାମୀ ଶ୍ରୀ ଅଖଣ୍ଡାନନ୍ଦ ପୁରୀ ଜି ମହାରାଜ ଜୀ ଙ୍କ ଉପସ୍ଥିତିରେ  ଆଜି ଏକ ବିଶ୍ୱ ଶାନ୍ତି ରୁଦ୍ରମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି l ସରକାର ଙ୍କ ଲକ ଡାଉନ ନିୟମ କୁ ପାଳନ କରି ସାମାଜିକ ଦୂରତା ନିୟମ କୁ ପାଳନ କରାଯାଇଛି ଓ ୧୦୮ ଗାୟତ୍ରୀ ମନ୍ତ୍ର ଜପ ଏବଂ ୧୦୮ ମହାମୃତୁଞ୍ଜୟ ମନ୍ତ୍ର ମଧ୍ୟ ପାଠ କରାଯାଇଥିଲା ଆଜିର ଏହି ଧାର୍ମିକ ବ୍ଯବସ୍ଥା କୁ ସମାଜ ର ମଙ୍ଗଳ କାମନା ରେ ଉତ୍ସର୍ଗୀକୃତ କରାଯାଇଥିଲା I 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।