Posts

ଆଞ୍ଚଳିକ ଖବର

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂରଣ ଅବସରରେମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) ତା ୧୦/୦୬ :- ବନ୍ଧୁଗଣ, ଆଜିର ଏହି କାର୍ଯ୍ୟକ୍ରମକୁ ମୁଁ ଆପଣ ମାନଙ୍କୁ ସ୍ୱାଗତ କରୁଛି।  ଜୁନ ୯, ୨୦୨୪ ସ୍ଵାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ଏହି ଦିନ, ଦେଶର ସବୁଠାରୁ ଲୋକପ୍ରିୟ ଜନନାୟକ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏବଂ ଗତକାଲି ମୋଦୀ ଜୀଙ୍କ ଦ୍ଵାରା ନେତୃତ୍ଵାଧୀନ ସରକାର ସଫଳତାର ସହିତ ୧୧ ବର୍ଷ ପୁରା କରିବା ସହିତ ତୃତୀୟ ପାଳିର ପ୍ରଥମ ବାର୍ଷିକୀ ପୂରଣ କରିଥିଲା। ତାରିଖ ୨୬, ମେ’ ୨୦୧୪ରେ ପ୍ରଥମ ଥର ପାଇଁ ଶପଥ ନେଇଥିବା ମୋଦୀ ସରକାରଙ୍କ ସଫଳତା ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ରଚିତ ହୋଇରହିବ। ଏକ ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ସାରା ଦେଶରେ ଖେଳିଯାଇଥିବା ନକରାତ୍ମକ ଭାବନା ବଦଳରେ ଆଶାର ଆଲୋକ ଖେଳିଯାଇଥିଲା।  ଲୋକଙ୍କ ଆଶା ଭରସାକୁ ମୋଦୀ ସରକାର ଅତୁଟ ରଖିବାରେ ସମର୍ଥ ହୋଇଥିଲା, ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ମାନନୀୟ ମୋଦୀ ଜୀ ସମର୍ଥ ହୋଇଥିଲେ।  ଏହି ୧୧ ବର୍ଷର ସଫଳତାର ତାଲିକା ଅନେକ। କିନ୍ତୁ, ସଂକ୍ଷେପରେ କହିଲେ ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାରେ ଅଭୁତପୂର୍ବ ପରିବର୍ତ୍ତନ ଆସିଥିଲା, ଦେଶ ପାଇଁ ତଥା ବ୍ୟକ୍ତିଗତ ସ୍ତରରେ। ଆମ ପାଇଁ ଦେଶ ହେଉଛି ସର୍ବୋପରି। ତେଣୁ, ଦେଶ କ...

ରାଜ୍ୟ ପୋଲିସ ମୁଖ୍ୟାଳୟ ରେ ସମ୍ବର୍ଦ୍ଧିତ ହେଲେ ଅନୁପମା ସ୍ଵାଇଁ l

Image
ଭୁବନେଶ୍ବର ତା୦୯/୦୬(ବ୍ୟୁରୋ ରିପୋର୍ଟ) :- ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନବମ ଜିୟୁ ଜିଟସୁ ଏସିୟାନ ଚମ୍ପିୟନସିପରେ ଅଂଶଗ୍ରହଣ କରି ଉଚ୍ଚକୋଟିର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିଥିବା ଅନୁପମା ସ୍ଵାଇଁଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଡିଜିପି ଶ୍ରୀ ଖୁରାନିଆ ଅନୁପମାଙ୍କ କ୍ରୀଡା ନୈପୁଣ୍ୟତାକୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଏହା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ମଧ୍ୟ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି, ଡିଆଇଜି (କାର୍ମିକ) ଶ୍ରୀ ଯୁଗଳ କିଶୋର ବନୋଥ, ଏଆଇଜି (ମୁଖ୍ୟାଳୟ) ଶ୍ରୀ ସୁରେଶ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।  ଉଲ୍ଲେଖଯୋଗ୍ୟ ଯେ, ଗତ ମେ ମାସ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଜୋର୍ଡାନର ଅମାନ ସହରଠାରେ ଏସିଆନ ଚମ୍ପିୟାନସିପ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଅନୁପମା ଦେଶକୁ ପ୍ରତିନିଧିତ୍ଵ କରି କଣ୍ଟାକ୍ଟ (୫୨ କେଜିରୁ କମ ) ବର୍ଗରେ ରୌପ୍ୟ ପଦକ ଏବଂ ଫାଇଟିଙ୍ଗ ସିଷ୍ଟମ (୫୨ କେଜିରୁ କମ) ବର୍ଗରେ କାଂସ୍ୟ ପଦକ ଲାଭ କରି ଓଡିଶା ପୋଲିସକୁ ଗୌରବାନ୍ଵିତ କରିଛନ୍ତି। ବର୍ତ୍ତମାନ ଅନୁପମା ଭ...

ଜନପ୍ରତିନିଧିଙ୍କ ସମସ୍ତ ଦାବିକୁ ଜନସ୍ୱାର୍ଥ ଦୃଷ୍ଟିରେ ରଖି କାର୍ଯ୍ୟ କରାଯିବ- ମୁଖ୍ୟମନ୍ତ୍ରୀ

Image
କେନ୍ଦ୍ରାପଡା ତା ୦୯/୦୬(ବ୍ୟୁରୋ ରିପୋର୍ଟ) :- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରିଛନ୍ତି ଓ ଘୋଷଣା କରିଛନ୍ତିଯେ ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷର ଆରମ୍ଭ କେନ୍ଦ୍ରାପଡ଼ା ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ଆରମ୍ଭରୁ ହିଁ ହେବ। ସମୀକ୍ଷାରୁ ଜଣା ଯାଇଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଜଳ ସମ୍ପଦର ବିକାଶ ହେବା ପାଇଁ ଏବଂ ଏହି ଜିଲାରେ ଶିଳ୍ପର ବିକାଶ ପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ। କେନ୍ଦ୍ରାପଡ଼ା ଅଂଚଳରେ ଥିବା ହେନ୍ତାଳ ଜଙ୍ଗଲକୁ ଆହୁରି ବ୍ୟାପକ କରିବା ପାଇଁ ଏବଂ ଭିତରକନିକା ଓ ଗହୀରମଥା ଅଂଚଳରେ ଇକୋ ଟୁରିଜିମକୁ ଆହୁରି ତ୍ୱରାନ୍ୱିତ କରାଯିବ। ଖୁବ୍ ଶୀଘ୍ର ବିଭିନ୍ନ ନୂତନ ପ୍ରକଳ୍ପ ଗୁଡ଼ିକ ଏହି ଜିଲ୍ଲାରେ ଉଦ୍‍ଘାଟନ ହେବା ପାଇଁ ଯାଉଛି ଏବଂ କେନ୍ଦ୍ରାପଡ଼ା ଠାରେ ମେଡିକାଲ କଲେଜ ସ୍ଥାପନ ଓ ମହାପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ବିଷୟରେ ବିଧାୟକଗଣ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ବୋଲି ବୈଠକରୁ ଜଣାଯାଇଛି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବିଭାଗୀୟ କାର୍ଯ୍ୟ ଗୁଡିକ ସମ୍ବନ୍ଧରେ ଜିଲ୍ଲାପାଳ ଓ ସମ୍ପୃକ୍ତ ଅଧିକାରୀଙ୍କ ଠ...