Posts

ରାଜ୍ଯ ସାମ୍ବାଦିକ ସଂଘ ଓଡିଶା ଆଉ ପାଦେ ଆଗରେ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ..

Image
ଭୁବନେଶ୍ବର (ବ୍ୟୁରୋ) - ସାମ୍ବାଦିକ ଙ୍କ କଲ୍ୟାଣ ପାଇଁ ଅଣ୍ଟା ଭିଡିଲା ଷ୍ଟେଟ ୟୁନିୟନ୍ ଅଫ୍ ଜୋର୍ନାଲିଷ୍ଟ୍ ଓଡିଶା l ଏହି ଅବସରରେ ଏହି ସଙ୍ଗଠନର ସଭାପତି ଶ୍ରୀଯୁକ୍ତ ଅଜୟ ସାହୁ,ସାଧାରଣ ସମ୍ପାଦକ କୈଳାସ ନାୟକ, welfare ବୋର୍ଡ଼ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗଗନ ସାହୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାରେ କାର୍ଯ୍ୟରତ ଥିବା ସାମ୍ବାଦିକଙ୍କ ସ୍ୱାର୍ଥ ପାଇଁ ୧୧ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟସରକାରଙ୍କ ମିଡିଆ ପରାମର୍ଶଦାତା ଶ୍ରୀଯୁକ୍ତ ମାନସ ମଙ୍ଗରାଜ ଙ୍କ କାର୍ଯ୍ୟାଳୟ ରେ ପ୍ରଦାନ କରିଥିଲେ l ଶ୍ରୀଯୁକ୍ତ ମଙ୍ଗରାଜ ସାମ୍ବାଦିକ ଙ୍କ ସବୁ ଦାବି କୁ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇ ଯେତେ ସମ୍ଭବ ଏହାକୁ କାଯ୍ୟକାରୀ ନିମନ୍ତେ ଚେଷ୍ଟା କରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ l RITA vision News

ମାଗଣା ଆଖି ପରୀକ୍ଷା ଶିବିର ଅନୁଷ୍ଠିତ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

Image
ଯାଜପୁର - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଧୂଳି ଗଡ଼ ଗ୍ରାମପଞ୍ଚାୟତର ମାନଗୋବିନ୍ଦ ପୁର (ନୀଳପଦା ସାହି କମୁନିଟି ସେଣ୍ଟର) ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର l ଏହି ଶିବିର ଚଣ୍ଡିଖୋଲ ସ୍ଥିତ ସାଇ ନେତ୍ର ମନ୍ଦିର ଚକ୍ଷୁ ହସ୍ପିଟାଲ ଓ Rita vision News ପକ୍ଷରୁ ଆୟୋଜନ କରାଯାଇଥିଲା l ଯାଜପୁର ଜିଲ୍ଲା ହିନ୍ଦୁ ସୁରକ୍ଷା ସେନା ର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପାତ୍ର ଓ ନଗର ସଭାପତି ଅଶିତ ଦାସ୍ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମାନଗୋବିନ୍ଦ ପୁର, ଧୂଳିଗଡ଼, ତ୍ରିଜଙ୍ଗା, ଧପଙ୍କି, ଦାନଗଦି ରୁ ଶତାଧିକ ଲୋକେ ନିଜର ଆଖିର ସମସ୍ୟାକୁ କୁ ନେଇ ଡାକ୍ତର ଙ୍କୁ ପରାମର୍ଶ ନେଇଥିଲେ l ଏମାନଙ୍କ ମଧ୍ୟରୁ ୧୫ ଜଣ ମହିଳା ଓ ପୁରୁଷ ଲୋକଙ୍କ ଆଖି ର ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚଣ୍ଡିଖୋଲ ସ୍ଥିତ ସାଇ ନେତ୍ର ମନ୍ଦିର କୁ ନିଆଯାଇଛି l ଏହି ଆଖି ରୋଗୀ ମାନଙ୍କ ଅସ୍ତ୍ରୋପଚାର ଓ ରହିବା, ଖାଇବା ଓ ଯିବାଆସିବା, ଔଷଧ ପ୍ରସ୍ତୁତ ମାଗଣାରେ ଯୋଗାଇ ଦିଆଯିବା ର ବ୍ୟବସ୍ଥା କରାଯାଇଛି l ଡାକ୍ତରଖାନା ତରଫରୁ ଡଃ. ଶ୍ରୀମନ୍ତ କୁମାର ସାହୁ, ଟେକ୍ନିସିଆନ୍ ଜସ୍ମିନ ସାହୁ, ଉପାସନା ଜେନା, ମୁନା ରାଉତ ପ୍ରମୂଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଜନସାଧାରଣଙ୍କ ହିତ

ଖୁବ୍ ଶୀଘ୍ର ରାସ୍ତା ନିର୍ମାଣ ଶେଷ କରିବା ପାଇଁ ବିଧାୟକ ଅଣ୍ଟା ଭିଡିଛନ୍ତି l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳ ଦେଇ ଦୀର୍ଘ ରାସ୍ତା ର ଦୁରାବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ବିଧାୟକ ଇ. ପ୍ରୀତିରଞ୍ଜନ ଘଡାଇ l ଏ ନେଇ ସେ ସମ୍ପୃକ୍ତ ଜିଲ୍ଲାର କତୃପକ୍ଷ ଆର୍ ଏଣ୍ଡ୍ ବି ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ l ଡୁବୁରୀ - ଚୋରଦା ୫୩ ନଂ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ କରି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି ଅବସରରେ କଲରଙ୍ଗୀ ଅତା ର ପ୍ରସ୍ତାବିତ ଷ୍ଟାଡିୟମ୍ ଓ ଡୁବୁରୀ ଠାରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ l ଶ୍ରମିକଙ୍କ ସ୍ୱାର୍ଥରେ ଆସୁଥିବା ESI ହସ୍ପିଟାଲ ପାଇଁ ଶୀଘ୍ର ଜମି ଦିଅ:#ସୁକିନ୍ଦାବିଧାୟକ କଳିଙ୍ଗ ନଗରରେ ପ୍ରସ୍ତାବିତ ଇଏସଆଇ ହସ୍ପିଟାଲ ଲାଗି ଆବଶ୍ୟକ ଜମି ପ୍ରଦାନ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। 100 ବେଡର ହସ୍ପିଟାଲ ପ୍ରତିଷ୍ଠା ହେଲେ,କଳିଙ୍ଗ ନଗରର ବିଭିନ୍ନ ଶିଳ୍ପାନୁଷ୍ଠାନରେ କାମ କରୁଥିବା ପ୍ରାୟ 50ହଜାର ଶ୍ରମିକ-କର୍ମଚାରୀ ଏବଂ ସେମାନଙ୍କ ପରିବାର ଉପକୃତ ହେବେ। 2011ରେ ଘୋଷାଣା ହୋଇଥିବା ଇଏସଆଇ ହସ୍ପିଟାଲର ସମସ୍ୟା ଦୂର କରିବାକୁ ବିଧାୟକ ଘଡ଼ାଇ, ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ହସ୍ତକ୍ଷେପ ଲୋଡିଛନ୍ତି।

କୁକୁଡା ପାଳନ କରି ଉପକୃତ ହେବେ ନଗଡା ବାସୀ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
ଯାଜପୁର /ସୁକିନ୍ଦା - ଯାଜପୁର ଜିଲ୍ଲା ର ପ୍ରାଣିଚିକିତ୍ସା ବିଭାଗ ପକ୍ଷରୁ ପ୍ରାଣୀ ଚିକତ୍ସା ଅଧିକାରୀ ଡାକ୍ତର. ଶୁଭେନ୍ଦୁ ସାହୁ, ଭ୍ରାମ୍ୟ ୟୁନିଟ ପ୍ରାଣୀ ଚିକିତ୍ସକ ଡାକ୍ତର. ଶୁଭଶ୍ରୀ ନାୟକ ଉପସ୍ଥିତ ରେ ଗତ ଡିସେମ୍ବର ୨୯ ତାରିଖ ଦିନ ୬୦ଟି ପରିବାରକୁ ୧୦ଟି କରି ଭଲ ପ୍ରଜାତିର କୁକୁଡ଼ା ଚିଆଁ ପ୍ରଦାନ କରାଯାଇଥିଲା । ତା ସହିତ କୁକୁଡ଼ା ଚିଆଁ ମାନଙ୍କ ପାଇଁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଆଜି ନଗଡା ଠାରେ କୁକୁଡ଼ା ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରଖିଛନ୍ତି ସ୍ଥାନୀୟ ପଶୁ ଡାକ୍ତର. ଶୁଭଶ୍ରୀ ନାୟକ । ତାଙ୍କ ସୂଚନା ମୁତାବକ ସମସ୍ତ କୁକୁଡ଼ା ଚିଆଁ ଙ୍କ ସ୍ୱାସ୍ଥ୍ୟ ଠିକ ଅଛି । ନଗଡା ରେ ଉନ୍ନତ ପ୍ରଜାତି କୁକୁଡା ପାଳନ କରି ସ୍ଥାନୀୟ ଅଞ୍ଚଳର ଆର୍ଥିକ ଉନ୍ନତି ଆଣିବା ପାଇଁ ସରକାରୀ ସ୍ତରରେ ପଶୁ ସମ୍ପଦ ବିଭାଗର ପ୍ରୟାସ କେତେଦୂର ଫଳପ୍ରଦ ହେବ ଆଗକୁ ଆମେ ଆପଣଙ୍କୁ ଜଣାଇବୁ l Rita vision News 

ଗଣେଶ ସ୍ପୋଟିଙ୍ଗ କ୍ଲବ ପକ୍ଷରୁ ୧୨ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ l...

Image
ଯାଜପୁର /ସୁକିନ୍ଦା - ଆଜି ସୁକିନ୍ଦା ବ୍ଲକ୍ ଅନ୍ତର୍ଗତ ପିମ୍ପୁଡିଆ ଗ୍ରାମପଞ୍ଚାୟତ ର ନୂଆଡିହ ଠାରେ ୧୨ତମ ଗଣେଶ ସ୍ପୋଟିଂ କ୍ରିକେଟ୍ କପ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଅଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୮ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚ୍ ରେ ଗଣେଶ ସ୍ପୋଟିଂ ନୂଆଡିହ ଓ ସ୍ପୋର୍ଡସ୍ କ୍ଲବ ଦାମୋଦରପୁର ମଧ୍ୟରେ ଖେଳିଯାଇଥିଲା। ପ୍ରଥମେ ଟସ୍ ଜିତି ଦାମୋଦର ପୁର ବ୍ୟାଟିଙ୍ଗ୍ କରିଥିଲା। ୧୫ଓଭର ବିଶିଷ୍ଟ ମ୍ୟାଚ୍ ରେ ୭ ୱିକେଟ ହରେଇ ୧୬୫ ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ ନେଇ ନୂଆଡିହ ୮ ଓଭରରେ ଅଲ୍ ଆଉଟ୍ ହୋଇ ୪୯ ରନ୍ କରି ପରାଜୟ ହୋଇଥିଲା। ମୁଖ୍ୟ ଅତିଥି ଭାବେ ପିମ୍ପୁଡିଆ ଗ୍ରାମପଞ୍ଚାୟତ ର ସରପଞ୍ଚ ମନୋରମା ନାୟକ ଓ ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ କୈଳାସ ଚନ୍ଦ୍ର ନାୟକ, ଚନ୍ଦ୍ରମଣି ବାରିକ ଅତିଥି ଭାବରେ ଯୋଗଦେଇ ଉଭୟ ଦୁଇ ଦଳକୁ ପୁରସ୍କୃତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟକୁ ବିଶ୍ବନାଥ ନାୟକ, କୁଳମଣି ନାୟକ, ପବିତ୍ର ବେହେରା, ପ୍ରଶନ୍ନ ନାୟକ, ସଞ୍ଜୟ ନାୟକ, ରାଜିବ ନାୟକ, ପପୁନି ଦାସ୍, ସାନ୍ତନୁ ନାୟକ ପ୍ରମୁଖ ଆୟୋଜନ କରିଥିଲେ।

ଆଧୁନିକତା ଚଳଣିକୁ ନେଇ କେମିତି ଚାଲିଛନ୍ତି ଯୁବପିଢ଼ି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
ହଜି ଯାଉଛି ଓଡିଶା ର ଲୋକକଳା ଓ ପରମ୍ପରା l ପଶ୍ଚାତ୍ ସଭ୍ୟତା କୁ ଅନୁସରଣ କରୁଛନ୍ତି ଆଜିର ଯୁବ ପଡ଼ି l ଆଉ ଗାଁ ରେ ଶୁଭୁନାହିଁ ଖୋଳ କୀର୍ତ୍ତନ, ଭାଗବତ, ଭଜନ, ଶଗଡିଆ ର ବୋଲି କି କେନ୍ଦରା ର ଶବ୍ଦ ଓ ବିଲୁଆ ର ହୋ କେ ହୋ l ଆଧୁନିକ ସମାଜରେ ପରିବର୍ତ୍ତନ ଆସିଛି ସେଥିପାଇଁ ଛୋଟ ପିଲାଙ୍କୁ ରୁଚି ହେଉନାହିଁ ପୋଡ଼ପିଠା, ଛତୁଆ, ମୁଢ଼ି଼, ଚୁଡ଼ା ଏବେ ସେମାନେ ଚାହୁଁଛନ୍ତି ଚ୍ୟାଉମିନି, ପିଜା ଏମିତି ଅନେକ ବିଦେଶୀ ଖାଦ୍ୟ ଯେଉଁଥିରେ ପାଟି କୁ ସ୍ୱାଦ ହେଲେ ଶରୀର ପ୍ରତି କ୍ଷତି l ଟଙ୍କା ଖର୍ଚ୍ଚ କରି ଆଜିର ଅଭିଭାବକ ମାନେ ରୋଗ କିଣୁଥିବା ପରିଲକ୍ଷିତ ହେଉଛି l ଏହି ବିଦେଶୀ ସଭ୍ୟତା ଆମକୁ ଏକ ସଂକ୍ରାମକ ରୋଗ ସଦୃଶ ଏମିତି ବ୍ୟାପି ଯାଇଛି ଯାହାଦ୍ବାରା ଶିକ୍ଷା, ସ୍ୟାସ୍ଥ୍ୟ, ପରିବେଶ, ଜଳ, ବାୟୁ, ଖାଦ୍ୟପେୟ ସବୁଥିରେ ବିଦେଶୀ ବାସନା l ଆଜି ଯୁଗରେ ଜନସାଧାରଣ ଭାବନାର ବିକାଶ ବଦଳରେ ବିନାଶ କାୟା ବିସ୍ତାର କରିବାରେ ଲାଗିଛି l ଯେପରି କି ପ୍ୟାକେଟ୍ ଖାଦ୍ୟ (junk food) ଆମେ ବ୍ୟବହାର କରିବା ଦ୍ୱାରା ରୋଗ ନିଶ୍ଚୟ ହେବ ବୋଲି ଆମେ ଜାଣି ମଧ୍ଯ ବହୁତ ମାତ୍ରାରେ ବ୍ୟବହାର କରିଛନ୍ତି l ଏମିତି ଜାଣିଶୁଣି ଆମେ ଆମର ସଭ୍ୟତା କୁ ଆଡ଼େଇ ଦେଇ ଆଧୁନିକ ସଭ୍ୟତା କୁ ଅନୁସରଣ କରୁଛନ୍ତି ଓ ନିଜର ଜୀବନକୁ ଧ୍ବଂସ ମୁଖକୁ ଆମନ୍ତ୍ରଣ କରୁଛନ୍ତି l ଏହି ଅବସରରେ ଆମେ ଜନସାଧାରଣ ବିଶେଷ କରି ଯୁବପିଢି ଙ୍କୁ ଏ ସମ୍ପର୍କରେ କିଛି ସୂଚନା ଦେଉଅଛୁ

ଅନାଥ ଚାରି ଶିଶୁ ଙ୍କୁ ସହାୟକ ହେଲେ ବିଧାୟକ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
ଯାଜପୁର (ବ୍ୟୁରୋ) - ଭାଗବାନ ଯେତେବେଳେ ଦୁଃଖ ଦେବେ ସେତେବେଳେ ସେ ବଡ଼ ସାନ ର ବିଚାରକୁ ନିଅନ୍ତି ନାହିଁ l ବାପା ମା ଙ୍କୁ ଏକା ଦିନେ ହରାଇ ଦୁନିଆ କୁ ଭଲକରି ଜାଣିନଥିବା ନିଷ୍ପାପ ଶିଶୁ ମାନଙ୍କର ଭବିଷ୍ୟତ ପାଇଁ ପ୍ରଥମ ବ୍ଳକ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ୟବସ୍ଥା କରାଯାଇଛି, କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ l ଏହି ଖବର ଜଣାପଡ଼ିବା ପରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ନିଜେ ଦାନଗଦି ବ୍ଲକ  ଶାଳୀ ଜଙ୍ଗା ଗ୍ରାମପଞ୍ଚାୟତ ର ଢିଙ୍କିଶାଳ ଗ୍ରାମର ଦୁଃଖୀରାମ ମାରାଣ୍ଡି ଓ ସ୍ତ୍ରୀ ଗତ ଡିସେମ୍ବର ମାସ ୩୦ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ l ସେମାନଙ୍କ ଚାରୋଟି ଶିଶୁ ଙ୍କ ଥଇଥାନ କରିବା ଲାଗି ବିଧାୟକ ସହୋଯାଗ କରିଛନ୍ତି l Rita vision News