କୁଏତ ରେ ଭାରତୀୟ ପ୍ରବାସୀ ପରିଷଦ ଦ୍ବାରା (ବିପିପି) ସ୍ବାସ୍ଥ୍ୟ ଶିବିର ଆୟୋଜନ l
କୁଏତ, ତା ୨୭/୦୫(ବ୍ୟୁରୋ ରିପୋର୍ଟ) :- ଗତ ଶୁକ୍ରବାର - ୨୩- ମଇ ତାରିଖରେ, ଭାରତୀୟ ପ୍ରବାସୀ ପରିଷଦ, ଫାହିଲ୍ କ୍ଷେତ୍ର କମିଟି ଏମ୍ବ ଖୈତାନର ସିଟି କ୍ଲିନିକ୍ ର ସହିତ ମିଳିତ ସହଯୋଗରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ ହୋଇ ଯାଇଛି। ଉଦ୍ଘାଠନୀ ସମାରୋହରେ ବିପିପି ଉପାଧ୍ୟକ୍ଷ ଶ୍ରୀ ସମ୍ପଥ କୁମାର ଅଧ୍ୟକ୍ଷତା କରିଥିଲେ। ଫାହାହିଲ୍ କ୍ଷେତ୍ର ସଭାପତି ଶ୍ରୀ ରାଜେଶ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସୁଲେବିୟା ଶିବିର ସଂଯୋଜକ ଶ୍ରୀ ପ୍ରସନ୍ନନ ଧନ୍ୟବାଦ ଅର୍ପଣ କରିଥିଲେ। ଫାହାହିଲ୍ କ୍ଷେତ୍ର ମହାସଚିବ ଶ୍ରୀ ରାଜେଶ ଥିରୁଭୋନମ୍ ସିଟି କ୍ଲିନିକ୍ ର ଉପ-ମହାପ୍ରବନ୍ଧକ ଶ୍ରୀ ସତୀଶଙ୍କୁ ଏକ ସ୍ମାରକୀ ପ୍ରଦାନ କରିଥିଲେ। ବିପିପିର ସାଧାରଣ ସମ୍ପାଦକ ଶ୍ରୀ ହରି ବଳରାମପୁରମ, ସଦସ୍ୟତା ସଚିବ ଶ୍ରୀମତୀ ରେଶମୀ ନବୀନ, କଲ୍ୟାଣ ସଚିବ ଶ୍ରୀ ଆର. ଜେ. ରାଜେଶ, ଭାରତୀୟ ପ୍ରବାସୀ ପରିଷଦ ଓଡିଶା ୱିଂଙ୍ଗି ର ସଭାପତି ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ସାହୁ, ଏବଂ କ୍ଷେତ୍ର ଉପାଧ୍ୟକ୍ଷ ଶ୍ରୀ ବାଲାମୁରୁଗନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ବିଷୟରେ ବକ୍ତବ୍ୟ ପ୍ରଦାନ ରଖିଥିଲେ। ପ୍ରବାସୀ ଭାରତୀୟ ଓଡ଼ିଶା ୱିଁଙ୍ଗ୍ ର ସଭାପତି ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ - ନିଜର ବକ୍ତବ୍ୟ ପ୍ରଦାନ କରି ଥିଲେ - ପ୍ରବାସୀ ଭାରତୀୟ ଙ୍କ ସ୍ବାସ୍ଥ୍ୟ କ୍ଷେତ୍ର ରେ କିପରି ସୁରକ୍ଷିତ ରେ ରହିବେ...