Posts

Showing posts from May 27, 2025

କୁଏତ ରେ ଭାରତୀୟ ପ୍ରବାସୀ ପରିଷଦ ଦ୍ବାରା (ବିପିପି) ସ୍ବାସ୍ଥ୍ୟ ଶିବିର ଆୟୋଜନ l

Image
କୁଏତ, ତା ୨୭/୦୫(ବ୍ୟୁରୋ ରିପୋର୍ଟ) :- ଗତ ଶୁକ୍ରବାର - ୨୩- ମଇ ତାରିଖରେ, ଭାରତୀୟ ପ୍ରବାସୀ ପରିଷଦ, ଫାହିଲ୍ କ୍ଷେତ୍ର କମିଟି ଏମ୍ବ ଖୈତାନର ସିଟି କ୍ଲିନିକ୍ ର ସହିତ ମିଳିତ ସହଯୋଗରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ ହୋଇ ଯାଇଛି।  ଉଦ୍ଘାଠନୀ ସମାରୋହରେ ବିପିପି ଉପାଧ୍ୟକ୍ଷ ଶ୍ରୀ ସମ୍ପଥ କୁମାର ଅଧ୍ୟକ୍ଷତା କରିଥିଲେ। ଫାହାହିଲ୍ କ୍ଷେତ୍ର ସଭାପତି ଶ୍ରୀ ରାଜେଶ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସୁଲେବିୟା ଶିବିର ସଂଯୋଜକ ଶ୍ରୀ ପ୍ରସନ୍ନନ ଧନ୍ୟବାଦ ଅର୍ପଣ କରିଥିଲେ। ଫାହାହିଲ୍ କ୍ଷେତ୍ର ମହାସଚିବ ଶ୍ରୀ ରାଜେଶ ଥିରୁଭୋନମ୍ ସିଟି କ୍ଲିନିକ୍ ର ଉପ-ମହାପ୍ରବନ୍ଧକ ଶ୍ରୀ ସତୀଶଙ୍କୁ ଏକ ସ୍ମାରକୀ ପ୍ରଦାନ କରିଥିଲେ।  ବିପିପିର ସାଧାରଣ ସମ୍ପାଦକ ଶ୍ରୀ ହରି ବଳରାମପୁରମ, ସଦସ୍ୟତା ସଚିବ ଶ୍ରୀମତୀ ରେଶମୀ ନବୀନ, କଲ୍ୟାଣ ସଚିବ ଶ୍ରୀ ଆର. ଜେ. ରାଜେଶ, ଭାରତୀୟ ପ୍ରବାସୀ ପରିଷଦ ଓଡିଶା ୱିଂଙ୍ଗି ର ସଭାପତି ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ସାହୁ, ଏବଂ କ୍ଷେତ୍ର ଉପାଧ୍ୟକ୍ଷ ଶ୍ରୀ ବାଲାମୁରୁଗନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ବିଷୟରେ ବକ୍ତବ୍ୟ ପ୍ରଦାନ ରଖିଥିଲେ। ପ୍ରବାସୀ ଭାରତୀୟ ଓଡ଼ିଶା ୱିଁଙ୍ଗ୍ ର ସଭାପତି ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ - ନିଜର ବକ୍ତବ୍ୟ ପ୍ରଦାନ କରି ଥିଲେ - ପ୍ରବାସୀ ଭାରତୀୟ ଙ୍କ ସ୍ବାସ୍ଥ୍ୟ କ୍ଷେତ୍ର ରେ କିପରି ସୁରକ୍ଷିତ ରେ ରହିବେ...

" ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା" ସମ୍ପର୍କିତ ଏକ କର୍ମଶାଳା ଉଦଘାଟିତ ହୋଇଯାଇଛି।

Image
ଭୁବନେଶ୍ୱର ତା ୨୬/୦୫ (ବ୍ୟୁରୋ ରିପୋର୍ଟ) :- ଭୁବନେଶ୍ୱରସ୍ଥିତ ସାଇବର କମ୍ପ୍ଲେକ୍ସ ଠାରେ ରାଜ୍ୟ କ୍ରାଇମବ୍ରାଞ୍ଚ ଆନୁକୂଲ୍ୟରେ " ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା" ସମ୍ପର୍କିତ ଏକ କର୍ମଶାଳା ଉଦଘାଟିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କର୍ମଶାଳାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆଗାମୀ ଦିନରେ ସାଇବର ଅପରାଧକୁ ରୋକିବାକୁ ରାଜ୍ୟର ସମସ୍ତ ରେଞ୍ଜ ଏବଂ ଜିଲ୍ଲା ସ୍ତରରେ "ସାଇବର ଅପରାଧ ତଦନ୍ତ" ସମ୍ପର୍କିତ କର୍ମଶାଳାର ଆୟୋଜନ କରାଯିବ ଏବଂ ଏଥିରେ କନଷ୍ଟେବଳ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ଅଧିକାରୀମାନେ ଅଂଶଗ୍ରହଣ କରିବେ। ଅଳ୍ପ ସମୟ ମଧ୍ୟରେ ଅଧିକାରୀଙ୍କୁ ସାଇବର ଅପରାଧର ସଠିକ ତଦନ୍ତ ଏବଂ ନିଜର ଦକ୍ଷତା ପ୍ରତିପାଦିନ କରିବାରେ ଏହି କର୍ମଶାଳା ସେମାନଙ୍କୁ ବିଶେଷ ସହାୟକ ହେବ ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି।   ଭିତ୍ତିଭୂମି ଏବଂ ପ୍ରଯୁକ୍ତିବିଦ୍ୟା ର ପ୍ରୟୋଗ ଦ୍ଵାରା ଅଦୃଶ୍ୟ ଅପରାଧୀଙ୍କୁ ମୁକାବିଲା କରିବାକୁ ହେଲେ ପୋଲିସ କୁ ନିଜର ଦକ୍ଷତା ବିକାଶ ଏବଂ ନିରନ୍ତର ତାଲିମ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ କର୍ମଶାଳା ଆୟୋଜନ କରାଯିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି।  ପ...