Posts

Showing posts with the label ମୁଖ୍ୟ ଖବର

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂରଣ ଅବସରରେମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରେସ ବିବୃତ୍ତି l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) ତା ୧୦/୦୬ :- ବନ୍ଧୁଗଣ, ଆଜିର ଏହି କାର୍ଯ୍ୟକ୍ରମକୁ ମୁଁ ଆପଣ ମାନଙ୍କୁ ସ୍ୱାଗତ କରୁଛି।  ଜୁନ ୯, ୨୦୨୪ ସ୍ଵାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ଏହି ଦିନ, ଦେଶର ସବୁଠାରୁ ଲୋକପ୍ରିୟ ଜନନାୟକ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏବଂ ଗତକାଲି ମୋଦୀ ଜୀଙ୍କ ଦ୍ଵାରା ନେତୃତ୍ଵାଧୀନ ସରକାର ସଫଳତାର ସହିତ ୧୧ ବର୍ଷ ପୁରା କରିବା ସହିତ ତୃତୀୟ ପାଳିର ପ୍ରଥମ ବାର୍ଷିକୀ ପୂରଣ କରିଥିଲା। ତାରିଖ ୨୬, ମେ’ ୨୦୧୪ରେ ପ୍ରଥମ ଥର ପାଇଁ ଶପଥ ନେଇଥିବା ମୋଦୀ ସରକାରଙ୍କ ସଫଳତା ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ରଚିତ ହୋଇରହିବ। ଏକ ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ସାରା ଦେଶରେ ଖେଳିଯାଇଥିବା ନକରାତ୍ମକ ଭାବନା ବଦଳରେ ଆଶାର ଆଲୋକ ଖେଳିଯାଇଥିଲା।  ଲୋକଙ୍କ ଆଶା ଭରସାକୁ ମୋଦୀ ସରକାର ଅତୁଟ ରଖିବାରେ ସମର୍ଥ ହୋଇଥିଲା, ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ମାନନୀୟ ମୋଦୀ ଜୀ ସମର୍ଥ ହୋଇଥିଲେ।  ଏହି ୧୧ ବର୍ଷର ସଫଳତାର ତାଲିକା ଅନେକ। କିନ୍ତୁ, ସଂକ୍ଷେପରେ କହିଲେ ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାରେ ଅଭୁତପୂର୍ବ ପରିବର୍ତ୍ତନ ଆସିଥିଲା, ଦେଶ ପାଇଁ ତଥା ବ୍ୟକ୍ତିଗତ ସ୍ତରରେ। ଆମ ପାଇଁ ଦେଶ ହେଉଛି ସର୍ବୋପରି। ତେଣୁ, ଦେଶ କ...

ରାଜ୍ୟ ପୋଲିସ ମୁଖ୍ୟାଳୟ ରେ ସମ୍ବର୍ଦ୍ଧିତ ହେଲେ ଅନୁପମା ସ୍ଵାଇଁ l

Image
ଭୁବନେଶ୍ବର ତା୦୯/୦୬(ବ୍ୟୁରୋ ରିପୋର୍ଟ) :- ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନବମ ଜିୟୁ ଜିଟସୁ ଏସିୟାନ ଚମ୍ପିୟନସିପରେ ଅଂଶଗ୍ରହଣ କରି ଉଚ୍ଚକୋଟିର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିଥିବା ଅନୁପମା ସ୍ଵାଇଁଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଡିଜିପି ଶ୍ରୀ ଖୁରାନିଆ ଅନୁପମାଙ୍କ କ୍ରୀଡା ନୈପୁଣ୍ୟତାକୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଏହା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ମଧ୍ୟ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତି, ଡିଆଇଜି (କାର୍ମିକ) ଶ୍ରୀ ଯୁଗଳ କିଶୋର ବନୋଥ, ଏଆଇଜି (ମୁଖ୍ୟାଳୟ) ଶ୍ରୀ ସୁରେଶ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।  ଉଲ୍ଲେଖଯୋଗ୍ୟ ଯେ, ଗତ ମେ ମାସ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଜୋର୍ଡାନର ଅମାନ ସହରଠାରେ ଏସିଆନ ଚମ୍ପିୟାନସିପ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଅନୁପମା ଦେଶକୁ ପ୍ରତିନିଧିତ୍ଵ କରି କଣ୍ଟାକ୍ଟ (୫୨ କେଜିରୁ କମ ) ବର୍ଗରେ ରୌପ୍ୟ ପଦକ ଏବଂ ଫାଇଟିଙ୍ଗ ସିଷ୍ଟମ (୫୨ କେଜିରୁ କମ) ବର୍ଗରେ କାଂସ୍ୟ ପଦକ ଲାଭ କରି ଓଡିଶା ପୋଲିସକୁ ଗୌରବାନ୍ଵିତ କରିଛନ୍ତି। ବର୍ତ୍ତମାନ ଅନୁପମା ଭ...

ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ କନ୍ଧମାଳବାସୀଙ୍କ ବହୁଦିନର ଆଶା ପୂରଣ ହୋଇଛି l

Image
ଫୁଲବାଣୀ ତା୦୭/୦୬(ବ୍ୟୁରୋ ରିପୋର୍ଟ) :- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଠାରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଶୁଭ ଉଦ୍‍ଘାଟନ କରିବା ସହିତ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।  କନ୍ଧମାଳବାସୀଙ୍କ ବହୁଦିନର ଆଶା ପୂରଣ କରିଛି ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ସେମାନଙ୍କର ଦୀର୍ଘ ଦିନର ସ୍ଵପ୍ନ ସାକାର ହୋଇଛି । କନ୍ଧମାଳର ଏହି ମେଡିକାଲ୍ କଲେଜ୍ କେବଳ ଚିକିତ୍ସା ଶିକ୍ଷା ପ୍ରଦାନ କରିବ ନୁହେଁ, ବରଂ ଏହା ଏଠାରେ ଏକ ସୁନିଶ୍ଚିତ ଓ ଗୁଣବତ୍ତାପୂର୍ଣ୍ଣ ସ୍ଵାସ୍ଥ୍ୟ ସେବା ପ୍ରଦାନ କରିବ ଏବଂ ଆଖପାଖ ଅଞ୍ଚଳର ଲୋକଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ହେବ । ଏହି ୬୫୦ ଶଯ୍ୟା ବିଶିଷ୍ଟ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଦ୍ଵାରା କେବଳ କନ୍ଧମାଳ ଜିଲ୍ଲା ନୁହେଁ ବରଂ ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ଆସିବା ମାତ୍ରେ ଓଡିଶା ଲୋକଙ୍କ ବହୁ ଆକାଙ୍ଖିତ ‘ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ...

ସମୟର ଚକ୍ରବ୍ୟୁହରେ ସ୍ଵର୍ଣ୍ଣଗର୍ଭା ସୁକିନ୍ଦା - ବିଶେଷ ଆଲେଖ୍ୟ, ହଳଧର ଧୀର ବରିଷ୍ଠ ସାମ୍ବାଦିକ l

Image
ଓଡ଼ିଶାର ରାଜନୈତିକ, ସାଂସ୍କୃତିକ, ଅର୍ଥନୈତିକ, ସାମାଜିକ ମାନଚିତ୍ରରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପ୍ରମୁଖ ସ୍ଥାନ ଅଧିକାର କରିଛି । ଓଡ଼ିଶାର ଏହି ଗୌରବମୟ ନିର୍ବାଚନ ମଣ୍ଡଳୀର ନେତୃତ୍ବ ରାଜ୍ୟ ନେତୃତ୍ବ କ୍ଷେତ୍ରରେ ମଧ୍ୟ ପ୍ରାଧାନ୍ୟ ଲାଭ  କରିଆସିଛି । ସ୍ୱାଧ୍ଵନତା ଆନ୍ଦୋଳନଠାରୁ ଆରମ୍ଭ କରି ସ୍ୱାଧନତା ପରବର୍ତ୍ତୀ ଅଶୀଦଶକରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ନା କିଛି  ରାଜନୈତିକ ହଟଚମଟ ଭିତରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ନେତୃତ୍ୱଗତୀ କରିଆସିଛି । ଅଣ କଂଗ୍ରେସ ଅମଳର ଯୋଜନା କଂଗ୍ରେସ ଅମଳରେ କାର୍ଯ୍ୟକାରୀ ହେବା ଦ୍ଵାରା ଯେପରି କଂଗ୍ରେସ ନେତୃତ୍ଵ ବାହାବାହା ନିଅନ୍ତି । ଠିକ୍ ସେହିପରି କିଛି ଜନତାଦଳ ଅମଳର ନେତୃତ୍ବ ସମୟରେ କାର୍ଯ୍ୟକାରୀ ହୋଇଥିବା ଅଧା ଅଧୁରୀ ଯୋଜନାର ପୂର୍ଣାଙ୍ଗ ରୂପରେଖର ସ୍ଵରୁପକୁ ନେଇ ବର୍ତ୍ତମାନର ନେତୃତ୍ବ ବାହାବାହା ନେବା ସ୍ଵାଭାବିକ ଘଟଣା । ସାଂପ୍ରତିକ ସ୍ଥିତିରେ ରାଜନୈତିକ ସାମ୍ରାଜ୍ୟରେ ଏହା ଘଟିବା ସ୍ଵଭାବିକ ଘଟଣା । କେବଳ ଏଇ ଗୋଟିଏ ନିର୍ବାଚନ ମଣ୍ଡଳୀ ନୁହେଁ ଆମ ଦେଶରେ ଏହି ବ୍ୟବସ୍ଥା ମାଧ୍ୟମରେ ସମଗ୍ର ଜନଜୀବନ ଛନ୍ଦି ହୋଇ ପଡ଼ିଛି । କିନ୍ତୁ ଏହି ନିର୍ବାଚନ ମଣ୍ଡଳୀ କଥା ଟିକିଏ ନିଆରା ଅଶିଦଶରୁ ଦୁଇ ହଜାର ଚବିଶ ପର୍ଯ୍ୟନ୍ତ ନେତୃତ୍ବ ନେତୃତ୍ବ ମଧ୍ଯରେ ଥୁଲିଥିବା ରାଜନୈତିକ ପଶାପାଲିର ଖେଳରେ ନାରିହଜନତା ବିଚରା ଗୋଟି ହୋଇ ଜୀବନ ବିତାଇବା ଛଡ଼ା ଆ...

ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉଦ୍‌ଯାପନ ସମାରୋହ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ)୦୫/୦୧ :- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ବରମୁଣ୍ଡା ଖେଳ ପଡିଆ ଠାରେ ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦ୍‌ଯାପନ ଅବସରରେ ପାଣି ପଞ୍ଚାୟତ ଗୁଡିକର ନିୟମ ଅନୁଯାୟୀ ନିର୍ବାଚନ ଓ କାଗଜ ପତ୍ର ଅଡିଟ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପାଣି ପଞ୍ଚାୟତ ଗୁଡିକୁ ସଶକ୍ତ କରି ଏଗୁଡିକୁ କୃଷି ବିପଣନ କେନ୍ଦ୍ର ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳସେଚନ ଏବଂ କୃଷି ବୈଜ୍ଞାନିକଙ୍କ ଗବେଷଣା ସହିତ ଚାଷୀ ଭାଇମାନଙ୍କ ପରିଶ୍ରମ ଯୋଗୁ ଆଜି ଆମେ ୧୪୦ କୋଟି ଲୋକଙ୍କୁ ଖାଦ୍ୟ ଯୋଗାଇ ପାରୁଛୁ ଏବଂ ବିଦେଶକୁ ମଧ୍ୟ ରପ୍ତାନୀ କରିପାରୁଛୁ । ଏଥିପାଇଁ ଚାଷୀର ଜମିକୁ ଜଳଯୋଗାଣ ଅତ୍ୟନ୍ତ ଆବଶ୍ୟକ । ତେଣୁ, ଜଳସେଚନର ସମସ୍ତ ପ୍ରକଳ୍ପ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଜ୍ୟର କୃଷକମାନଙ୍କ ଜମିକୁ ପାଣି ଯୋଗାଇଦେବା ପାଇଁ ନୂଆ ଫିଲ୍ଡ ଚ୍ୟାନେଲ ନିର୍ମାଣ ସହିତ ପୁରୁଣା ଚ୍ୟାନେଲ ଗୁଡିକୁ କଂକ୍ରିଟ୍ ଚ୍ୟାନେଲରେ ପରିଣତ କରିବା ପାଇଁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ୮୦ ହଜାର ହେକ୍ଟର ଜଳସେଚିତ ଅଞ୍ଚଳରେ ୨୪୦୦ କିଲୋମିଟର ନୂତନ କଂକ୍ରିଟ୍ କରନାଳୀ ନିର୍ମାଣ କରାଯିବ । ଏହା ସହିତ ୬୨ହ...