ସମୟର ଚକ୍ରବ୍ୟୁହରେ ସ୍ଵର୍ଣ୍ଣଗର୍ଭା ସୁକିନ୍ଦା - ବିଶେଷ ଆଲେଖ୍ୟ, ହଳଧର ଧୀର ବରିଷ୍ଠ ସାମ୍ବାଦିକ l
ଓଡ଼ିଶାର ରାଜନୈତିକ, ସାଂସ୍କୃତିକ, ଅର୍ଥନୈତିକ, ସାମାଜିକ ମାନଚିତ୍ରରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ପ୍ରମୁଖ ସ୍ଥାନ ଅଧିକାର କରିଛି । ଓଡ଼ିଶାର ଏହି ଗୌରବମୟ ନିର୍ବାଚନ ମଣ୍ଡଳୀର ନେତୃତ୍ବ ରାଜ୍ୟ ନେତୃତ୍ବ କ୍ଷେତ୍ରରେ ମଧ୍ୟ ପ୍ରାଧାନ୍ୟ ଲାଭ କରିଆସିଛି । ସ୍ୱାଧ୍ଵନତା ଆନ୍ଦୋଳନଠାରୁ ଆରମ୍ଭ କରି ସ୍ୱାଧନତା ପରବର୍ତ୍ତୀ ଅଶୀଦଶକରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ନା କିଛି ରାଜନୈତିକ ହଟଚମଟ ଭିତରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ନେତୃତ୍ୱଗତୀ କରିଆସିଛି ।
ଅଣ କଂଗ୍ରେସ ଅମଳର ଯୋଜନା କଂଗ୍ରେସ ଅମଳରେ କାର୍ଯ୍ୟକାରୀ ହେବା ଦ୍ଵାରା ଯେପରି କଂଗ୍ରେସ ନେତୃତ୍ଵ ବାହାବାହା ନିଅନ୍ତି । ଠିକ୍ ସେହିପରି କିଛି ଜନତାଦଳ ଅମଳର ନେତୃତ୍ବ ସମୟରେ କାର୍ଯ୍ୟକାରୀ ହୋଇଥିବା ଅଧା ଅଧୁରୀ
ଯୋଜନାର ପୂର୍ଣାଙ୍ଗ ରୂପରେଖର ସ୍ଵରୁପକୁ ନେଇ ବର୍ତ୍ତମାନର ନେତୃତ୍ବ ବାହାବାହା ନେବା ସ୍ଵାଭାବିକ ଘଟଣା । ସାଂପ୍ରତିକ ସ୍ଥିତିରେ ରାଜନୈତିକ ସାମ୍ରାଜ୍ୟରେ ଏହା ଘଟିବା ସ୍ଵଭାବିକ ଘଟଣା । କେବଳ ଏଇ ଗୋଟିଏ ନିର୍ବାଚନ ମଣ୍ଡଳୀ ନୁହେଁ ଆମ
ଦେଶରେ ଏହି ବ୍ୟବସ୍ଥା ମାଧ୍ୟମରେ ସମଗ୍ର ଜନଜୀବନ ଛନ୍ଦି ହୋଇ ପଡ଼ିଛି । କିନ୍ତୁ ଏହି ନିର୍ବାଚନ ମଣ୍ଡଳୀ କଥା ଟିକିଏ ନିଆରା ଅଶିଦଶରୁ ଦୁଇ ହଜାର ଚବିଶ ପର୍ଯ୍ୟନ୍ତ ନେତୃତ୍ବ ନେତୃତ୍ବ ମଧ୍ଯରେ ଥୁଲିଥିବା ରାଜନୈତିକ ପଶାପାଲିର ଖେଳରେ ନାରିହଜନତା ବିଚରା ଗୋଟି ହୋଇ ଜୀବନ ବିତାଇବା ଛଡ଼ା ଆଉବା କଣ କରି ପାରିଥାନ୍ତେ ।
ପଶାପାଲିର କାଠି ହୋଇ ଗୋଟି ଚାଳନା କରୁଥିବା ଶିଳ୍ପ ସାମ୍ରାଜ୍ୟର ଅଧୂପତିମାନେ ରାଜନୈତିକ ଇଚ୍ଛାଶକ୍ତିକୁ ନିଜର ନିୟନ୍ତ୍ରଣରେ ରଖ୍ କାର୍ଯ୍ୟ କରୁଥିବାର ଗତାନୁଗତିକ ଧାରାରୁ ଜଣେ ରାଜନୈତିକ ବ୍ୟକ୍ତି ବା ନେତୃବୃନ୍ଦ କିପରି ବିଦ୍ୟୁତ
ହୋଇପାରିବେ । ବିକାଶର ଧୁଆଁବାଣରେ ବିନାଶର କରାଳ ରୂପକୁ ସମ୍ମୁଖରେ ଦେଖୁଥିବା ଓ ଅନୁଭବ ଥିବା ମଣିଷ କିପରି ବା ହଠାତ ଗ୍ରହଣ କରି ପାରନ୍ତା ବିକାଶର ଧାରାକୁ । ଆଉ ବିଶ୍ଵାସ କରି ପାରନ୍ତା ବିକାଶ ରୁପକ ଶବ୍ଦକୁ ? ଏହା ହିଁ ଘଟୁଛି ସ୍ଵର୍ଣ୍ଣଗର୍ତୀ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଜନଜୀବନ କ୍ଷେତ୍ରରେ । ଏହି ନିର୍ବାଚନ ମଣ୍ଡଳୀରେ ପ୍ରାକୃତିକ ସମ୍ପଦ ଅଛି । ଶିକ୍ଷା ଅଛି, ବଳିଷ୍ଠ ନେତୃତ୍ଵ ଅଛି, କ୍ଷମତା ବି ଅଛି, ବିକାଶର ପିରାମିଡ଼ କି ତୋଳା ଚାଲିଛି । କିନ୍ତୁ କାହିଁକି ଏ ସବୁ ସତ୍ତ୍ଵେ ସବୁକିଛି ସାଧାରଣ ମଣିଷ ନିକଟରେ ସାତସପନ ହୋଇ ପଡ଼ୁଛି । ସାଧାରଣ ମଣିଷଟି ଭାବୁଛି ଯେପରି ସେ ଅକ୍ଟୋପାସର ଆହାରା ହୋଇଛି । ତେବେ ଏପରି ଭାବନା ସାଧାରଣ ମଣିଷ ଭିତରେ ଆସୁଛି କାହିଁକି ? କଥାରେ ଅଛି ହାତୀବନସ୍ତରେ ବୁଲିବି ରାଜାର । ସେହି ନ୍ୟାୟରେ ଦେଖିବାକୁ ଗଲେ ନେତୃତ୍ବ ଲାଭ କରିଥିବା କ୍ଷମତାରେ ଥିବା ବ୍ୟକ୍ତିମାନଙ୍କର ମହାନୁଭବତା ନିକଟରେ ସମସ୍ତ ଜନଗଣ ହିଁ ତାଙ୍କର ଏବଂ ନୀରପେକ୍ଷ ଭାବେ ବିକାଶର ଧାରାକୁ ତ୍ବରାନ୍ବିତ କରିବା ତାଙ୍କର ପରମ କର୍ଭବ୍ୟ । କିନ୍ତୁ ଏହି ବିଚାର ଧାରା ଦେଶର ସବୁ ନିର୍ବାଚନ ମଣ୍ଡଳୀ ପରି, ଏହି ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହୋଇ ପାରିବ ଓ ଜନଗଣଙ୍କର ସ୍ଵପ୍ନ ନିଶ୍ଚୟ ସାକାର ହୋଇପାରିବ ବୋଲି ବର୍ତ୍ତମାନର ନେତୃତ୍ବ ଉପରେ ଜନଗଣ ଆଶା ରଖୁଛନ୍ତି । ଅତୀତର ସମସ୍ତ ଜ୍ଞାନ ଓ ଅନୁଭୂତିକୁ ପାଥେୟ କରି ମହାଭାରତରେ ଶହେ ହସ୍ତୀର ପରକ୍ରମା ଥାଇବି ଦ୍ଵିତୀୟ ପାଣ୍ଡବ ଭିମସେନ ପ୍ରଥମ ସମ୍ମୁଖ ସମରରେ ପରାଜୟର ସ୍ବାଦ ଚାଖୁଥିଲେ ବି ଦ୍ଵିତୀୟ ଥର ବିଜୟୀ ହେବା ପରି ପ୍ରକ୍ରିୟାରେ ଏହି ମାଟିର ପରାଜିତ ନେତୃତ୍ବ ଆଳିବି ବିଜୟୀ ଭବ । ରାଜନୈତିକ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଜନଜୀବନର ମାନଚିତ୍ରରେ ତାଙ୍କ ଜୀବନର ଚଲାପଥ ଏକ ସ୍ଵତନ୍ତ୍ର ସ୍ଥାନ ଅଧୂକାର କରି ପାରିଛି ବୋଲି ଅନୁଭବିମାନେ ମତ ଦେଉଛନ୍ତି । ଏହା ସତ୍ୟଯେ ରାଜ୍ୟର ବଳିଷ୍ଠ ନେତୃତ୍ୱ ଓ ଦୃଢ଼ ଇଚ୍ଛା ଶକ୍ତିର ପ୍ରେରଣା ବଳରେ ବର୍ତ୍ତମାନର ନେତୃତ୍ଵ ସମୟରେ ବିକାଶର ଧାରା ତ୍ଵରାନ୍ବିତ ହୋଇପାରିଛି । କିନ୍ତୁ ତାର
ସଫଳତାର ମାପକାଠି ସାଧାରଣ ମଣିଷର ମନକୁ ଛୁଇଁ ପାରିଛି କି ନାହିଁ । ଏନେଇ ବର୍ତ୍ତମାନର ନେତୃତ୍ବ ତର୍ଜମା କରିବା ଉଚିତ। ତାଙ୍କ ନୀରପେକ୍ଷତାର ସୁଫଳ କାର୍ଯ୍ୟଧାରା ଜନଜୀବନର ମାନସପଟରେ ଯାଚୁଲ୍ୟମାନ କି ବୋଲି ଅନୁଭବ କରିବା ଉଚିତ। ସେ ନିଜର ମହାନୁଭବତା ମାନବିକତାର ଦର୍ପଣରେ ନିଜକୁ ଦେଖୁ ନେବା ଉଚିତ । ଏହି ନିର୍ବାଚନ ମଣ୍ଡଳୀ ବର୍ତ୍ତମାନର ନେତୃତ୍ୱ ସମୟରେ ଖଣି, ଶିଳ୍ପ, ଲଘୁଶିଳ୍ପ ଓ ତାପଜ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ପ୍ରଭୃତି ବିକାଶ ଘଟୁଥିବା ବେଳେ କୃଷିକ୍ଷେତ୍ରଦୃତ ଶିଳ୍ପାୟନ ପରଠାରୁ ଅବହେଳିତ ହୋଇପଡ଼ିଛି । ଆଉ ମଧ୍ଯ ଗ୍ରାମ୍ୟ ସଂସ୍କୃତି ଧ୍ୱସାଂଭିମୂଖ୍ୟ । ଭାରୀ ଶିଳ୍ପର ପ୍ରଭାବରେ ଗାଁର ପରିବେଶ ଦିନକୁ ଦିନ ନଷ୍ଟ ହୋଇ ଯାଉଛି । ଗାଁ ଗୁଡ଼ିକ ତାର ମୌଳିକ ଆମ୍ବ ସତ୍ତା ହରାଇବାକୁ ବସିଲାଣି । ଚାଷବାସ ପ୍ରାୟ ସମ୍ପୂର୍ଣ ବନ୍ଦ ହୋଇ ଗଲାଣି । ମଧବିରରପରିବାର ଗୁଡ଼ିକ ଆର୍ଥିକ ଦୁର୍ଗତିର ଦ୍ବାର ଦେଶରେ । ଶିକ୍ଷିତ ଯୁବକ ଓ ଅର୍ବଶିକ୍ଷିତ ବେକାର ଯୁବକ ମାନଙ୍କର ଭବିଷ୍ୟତକୁ ନେଇ ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ରାଜ୍ୟ ଏବଂ ଦେଶର ଉନ୍ନତି ଓ ସ୍ୱାର୍ଥ ରକ୍ଷା କରିବା ସହ ନିଜ ନିର୍ବାଚନମଣ୍ଡଳୀର ବାସ୍ତବ ଚିତ୍ର ଓ ବାସ୍ତବତାକୁ ମଧ୍ୟ ଅବଲୋକନ କରିବା ଓ ଅନୁଭବିବା ଉଚିତ । କେନ୍ଦ୍ର ଓ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ପାଇଁ ଶିଳ୍ପର ବିକାଶ କ୍ଷେତ୍ରରେ ସ୍ଵର୍ଣ୍ଣଗର୍ଭା ସୁକିନ୍ଦା ଓ ନିର୍ବାଚନ ମଣ୍ଡଳୀର କଳିଙ୍ଗନଗର ଶିଳ୍ପ ଇସ୍ପାତ ନଗରୀ ବିଶ୍ଵ ଶିଳ୍ପ ମାନଚିତ୍ରରେ ଓଡ଼ିଶାର ତଥା ଦେଶର ଶିଳ୍ପ ରାଜଧାନୀ ଭାବେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଆଉ ସୁକିନ୍ଦାର ଗୌରବ ବୃଦ୍ଧି କରିପାରିଛି । ଶିଳ୍ପ ବିକାଶ ଦିଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣା ଓ ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍ଦର୍ଶନ, ଦୃଢ଼ ସଂକଳ୍ପ ଏବଂ ସ୍ଥାନୀୟ ନେତୃତ୍ଵ
ପକ୍ଷରୁ ଯେପରି ବିକାଶର ଧାରା ତ୍ବରାନ୍ବିତ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଉଛି ତାହା ସ୍ଵାଗତ ଯୋଗ୍ୟ । କିନ୍ତୁ ଶିଳ୍ପ ବିକାଶର ଧାରା ତ୍ୱରାନ୍ଵିତ ହୋଇ ପାରୁଥିବା ବେଳେ କୃଷି ବିକାଶର ଧାରା ସହ ଅନ୍ୟ ବିକାଶ ଧାରାର ଗତିପଥ ମନ୍ଥର ହେବା ମଧ୍ଯ ଉଚିତ ନୁହେଁ । ଜନଜୀବନ ବି ବିପର୍ଯ୍ୟସ୍ତ ହେବା ଉଚିତ ନୁହେଁ । ଏ ଦିଗରେ ବର୍ତ୍ତମାନର ନେତୃତ୍ୱ ଗଭୀର ଭାବେ ଚିନ୍ତା କରିବା ଉଚିତ। ସମସ୍ତେ ଏଇ ମାଟିର ମଣିଷ, ସେଇ ନ୍ୟାୟରେ ବର୍ତ୍ତମାନର ନେତୃତ୍ୱ ମଧ୍ଯ ଏଇ ମାଟିର ମଣିଷ । ଆମ ଗାଁର ମଣିଷ । ହଁ ଏହା ବାସ୍ତବ ସତ୍ୟ ଯେ ମଣିଷ ଭିତରେ ଥିବା ମଣିଷ ପଣିଆ ଆଉ ଦେବତୁ ଚିନ୍ତା ଧାରା ହିଁ ସେଇ ସତ୍ୟପୁରୁଷମାନଙ୍କୁ ପ୍ରତିଟି ମଣିଷର ହଦୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଦେଇଥାଏ। ସେହି ମହାନବ୍ୟକ୍ତି ମାନଙ୍କ ମନ ଓ ହୃଦୟକୁ ପର ଆପଣାର ଭେଦଭାବ କେବେ ବି ସ୍ପର୍ଶକରି ପାରେ ନାହିଁ । ଏହି ଭାବଧାରାକୁ ବର୍ତ୍ତମାନର ନେତୃତ୍ଵ ସହ ପ୍ରତିଟି ମଣିଷ ଅନୁଭବିବା ଉଚିତ । ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବର୍ତ୍ତମାନର ନେତୃତ୍ବ ଅପ୍ରତିଦ୍ବନ୍ଦୀ ନେତୃତ୍ୱ ବୋଲି ସାଧାରଣ ମଣିଷ ଭିତରେ ଥିବା ତାର ଆତ୍ମ ବିଶ୍ବାସ ପ୍ରତି ସମ୍ମାନ ଜଣାଇ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ବାରଣ କରାଯାଇ ବିକାଶର ଧାରାକୁ ତ୍ବରାନ୍ବିତ କରାଗଲେ ସୁନାର ସୁକିନ୍ଦା ହସି ଉଠିବ ।
ବରିଷ୍ଠ ସାମ୍ବାଦିକ
ଭୁବନ୍ବେଶର
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.