ଚାକିରୀ କରାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।
ଭୁବନେଶ୍ବର ତା. ୨୩/୦୫(ବ୍ୟୁରୋ ରିପୋର୍ଟ) :- ବିଦେଶରେ ଉଚ୍ଚ ଦରମାରେ ଚାକିରୀ କରାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ୨୦୧୮ ମସିହାରୁ ଲୋକଙ୍କ ନିକଟରୁ ଟଙ୍କା ଠକିନେଇ ଫେରାର ଥିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଅଭିଯୁକ୍ତ ବିଷ୍ଣୁ ପ୍ରସାଦ ପଟ୍ଟନାୟକକୁ ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କ୍ରାଇମବ୍ରାଞ୍ଚ ଶ୍ରୀ ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି। ଡିଜିପିଙ୍କ ସୂଚନା ମୁତାବକ, ଅଭିଯୁକ୍ତ ବିଷ୍ଣୁ ଗୁଣୁପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବିଦେଶରେ ଉଚ୍ଚ ଦରମାରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଠକି ନେଇଥିଲେ। ବ୍ରିଟିଶ ଏୟାରୱେଜ୍ ଏବଂ ଲୁଫସ୍ଥାନ୍ସା ଏୟାରୱେଜ୍ ଭଳି କମ୍ପାନୀରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ୯୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଏହା ସହ ସେ ତାଙ୍କୁ ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ନିଯୁକ୍ତି ପତ୍ରଟି ସମ୍ପୂର୍ଣ୍ଣ ଜାଲ ବୋଲି ବ୍ୟକ୍ତି ଜଣକ ଜାଣିବା ପରେ ଗୁଣୁପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ସେହିପରି ଅନ୍ୟ ଏକ ମାମଲାରେ ଅଭିଯୁକ୍ତ ବିଷ୍ଣୁ ଅନ୍ୟଜଣେ ବ୍ୟକ୍ତିଙ୍କ ପୁଅକୁ ବିଦେଶରେ ଏକ ଲାଭଜନକ ଚାକିରି ଯୋଗାଇ ଦେବା ବ...