Posts

ନାଗେଶ ଟ୍ରଫି ହରିୟାଣାକୁ ୪୭ ରନ୍ ରେ ହରାଇଲା ଓଡ଼ିଶା।ଓଡ଼ିଶାର ବିଜୟ ଧାରା ଜାରି।

Image
ବ୍ୟୁରୋ ରିପୋର୍ଟ :- ବେଙ୍ଗାଲୁରୁଠାରେ ଖେଳାଯାଉଥିବା ନାଗେଶ ଟ୍ରଫି ଜାତୀୟ ଟି୨୦ ଦୃଷ୍ଟି ବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୃତୀୟ ସଂସ୍କରଣରେ ଆଜି ଓଡ଼ିଶା ହରିୟାଣା କୁ ଭେଟିଥିଲେ l ଏହି ଜାତୀୟ ପ୍ରତିଯୋଗିତାରେ ସାରା ଦେଶରୁ ୨୪ ଗୋଟି ଦଳ ଭାଗ ନେଇଛନ୍ତି, ଦଲଗୁଡ଼ିକୁ୪ ଗ୍ରୁପ୍ ରେ ବିଭକ୍ତ କରାଯାଇଛି l ଓଡ଼ିଶା ଏ ଗ୍ରୁପ୍ ରେ ସ୍ଥାନ ପାଇଥିଲା ଲ ଓଡ଼ିଶା ଟିମ୍ ଲିଗ୍ ପର୍ଯ୍ୟାୟ ର ଅନ୍ତିମ ମ୍ୟାଚ୍ ହରିୟାଣା ବିପକ୍ଷରେ ୪୭ ରନ୍ ରେ ଜିତିିଛି I ଗ୍ରୁପ୍ ର ୨ୟ ସ୍ଥାନରେ ରହିଥିବା ଓଡ଼ିଶା ଦଳ ପୂର୍ବରୁ କ୍ୱାଟର୍ ଫାଇନାଲରେ ନିଜର ସ୍ଥାନ ପକ୍କା କରିସାରିଛି l ଶୁକ୍ରବାର ବେଙ୍ଗାରୁଲୁ ସ୍ଥିତ ସଚୀନ୍ ତେନ୍ଦୁଲକର ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍ ରେ ଓଡ଼ିଶା ଦଳର ଅଧିନାୟକ ମହମଦ୍ ଜାଫର ଇକବାଲ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ l ଓଡ଼ିଶା ଦଳ ନିର୍ଧାରିତ ୨୦ ଓଭରରେ ୧୯୨/୧୦ ରନ୍ କରିଥିବା ବେଳେ, ସୁଖରାମ ମାଝି-୬୮/୪୬, ଲାଲ୍ ପ୍ରସାଦ ସୋରେନ ୫୧/୩୧ ଓ  ଜାଫର ଇକବାଲ୍ ୨୬/୩୪ ରନ୍ କରିଥିଲେ। ସେହିପରି ହରିୟାଣା ର ଦୀପକ ମଲ୍ଲିକ ୪ଟି, ରାମବିର ଶିଙ୍ଗ, ବିନୀତ କୁମାର ଏବଂ ପ୍ରବୀଣ କୁମାର ଗୋଟିଏ ଲେଖାଏଁ ୱିକେଟ୍  ନେଇଥିଲେ। ଜବାବରେ ହରିୟାଣା ୧୪୫/୯ ରନ୍ କରିପାରିଥିଲା l ଫଳ ସ୍ୱରୂପ ଓଡ଼ିଶା ଦଳ ଏହି ମ୍ୟାଚ୍ କୁ ୪୭ ରନ୍ ରେ ଜିତିଥିଲେ। ଓଡ଼ି

ନାଗେଶ ଟ୍ରଫି-ଦିଲ୍ଲୀକୁ ହରାଇ ଓଡ଼ିଶା କ୍ୱାଟର୍ ଫାଇନାଲ୍ ରେ।

Image
ବ୍ୟୁରୋ ରିପୋର୍ଟ - ବାଙ୍ଗାଲୋରରେ ଚାଲୁଥିବା ଜାତୀୟ ଦୃଷ୍ଟିହୀନ ଟି20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଆଜି ଓଡ଼ିଶା ଦିଲ୍ଲୀକୁ ୧୦ ୱିକେଟ ରେ ହରାଇ କ୍ୱାଟର୍ ଫାଇନାଲ୍ କୁ ଯାଇଛି । ଗତ କାଲି ଆନ୍ଧ୍ରପ୍ରଦେଶ ବିପକ୍ଷରେ କଡ଼ା ଟକ୍କର ଦେଇ ପରାଜୟ ସ୍ୱୀକାର କରିଥିବା ଓଡ଼ିଶା ଦଳ, ଆଜି କିନ୍ତୁ ଉଭୟ ବ୍ୟାଟିଂ ଓ ବୋଲିଂ ରେ ଖୁବ୍ ଭଲ ପଦର୍ଶନ କରିଥିଲା।  ବାଙ୍ଗାଲୋର ଠାରେ ଥିବା ନିର୍ମାଣ-ୱାନ କ୍ରିକେଟ ଷ୍ଟାଡିୟମ ରେ ଓଡ଼ିଶା ଆଜି ତାର ୪ର୍ଥ ଲିଗ୍ ମ୍ୟାଚ୍ ରେ ଦିଲ୍ଲୀକୁ ଭେଟିଥିବା ବେଳେ , ଦିଲ୍ଲୀ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା l ଦିଲ୍ଲୀ ନିର୍ଧାରିତ ୨୦ ଓଭରରେ ୧୩୬/୭ କରିବାକୁ ସକ୍ଷମ ହୋଇଥିଲା।   ଦିଲ୍ଲୀ ପକ୍ଷରୁ ମନୀଷ କୁମାର ୪୦ବଲ ରେ ୩୬ ରନ୍ ଓ ଅକ୍ଷୟ ବର୍ମା ୨୫ବଲ ରେ ୨୬ ରନ୍ କରିଥିଲେ। ବୋଲିଙ୍ଗରେ: ଓଡ଼ିଶାର ବ1 ବର୍ଗର ଖେଳାଳି ତପନ କୁମାର ଗୋଉଡ଼ ୪ ଓଭର ବୋଲିଂ କରି ମାତ୍ର ୨୬ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିଲେ, ସୁଖରାମ ମାଝି ୩ ଓଭର ୧୨ ରନ୍ ୧ ୱିକେଟ , ନକୁଳ ବଡନାୟକ ୪ ଓଭର ୩୦ ରନ୍ ୧ ୱିକେଟ  ଏବଂ ପଙ୍କଜ ଭୁଏ ୪ ଓଭର ୨୬ ରନ୍ ୧ ୱିକେଟ ସଂଗ୍ରହ କରିଥିଲେ।ଅପରପକ୍ଷରେ ଓଡ଼ିଶା ୧୧.୪ ଓଭରରେ ୧୩୭/୦ ରନ୍ କରି ଏହି ମ୍ୟାଚ୍ କୁ ୧୦ ୱିକେଟ ରେ ଜିତି ନେଇଥିଲା।  ଓଡ଼ିଶା ପକ୍ଷରୁ ସୁଖରାମ ମାଝି ୭୧/୩୯ ବଲ୍ ରେ ୧୧ ଚୌକା ଓ ନକୁଳ ବଡନାୟକ ୫୪/୩୬ ବଲ

ମଠ ମନ୍ଦିର ଜମି ଏବେ ଜମି ମାଫିଆଙ୍କ ହାତରେ I

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ସାରାରାଜ୍ଯରେ ଜମି ମାଫିଆଙ୍କ କଳାକାରନାମା ବଢ଼ି ଚାଲିଛି l ଏହା ଭିତରେ ଯାଜପୁର ଜିଲ୍ଲାର ବ୍ୟାସନଗର ଠାରେ ମାତିଛନ୍ତି ଜମି ମାଫିଆ l ବହୁ ପୁରୁଣା କାଳର ଦେବତ୍ତୋର ସମ୍ପତ୍ତି କୁ ଶାଗ ମାଛ ଦରରେ ବିକ୍ରି କରି ଚାଲିଛନ୍ତି l ବ୍ୟାସନଗର ତହସିଲ୍ ଅଧୀନରେ ଥିବା କୋପଣ୍ଡ ମୌଜା ର ମୁଣ୍ଡମାଳ ନିକଟସ୍ଥ ମଠ ନାମରେ ଥିବା ୧୫ ଏକର ରୁ ଅଧିକ ଜମିର ମାଲିକାନା ସ୍ଵର୍ଗତ ନାଲୁ ଦାସ, ଗୁରୁ ରାମ ସ୍ଵରୁପ ଦାସ ଙ୍କ ନାମରେ ରେକର୍ଡ ଭୁକ୍ତ l ତାଙ୍କର ଦେହାନ୍ତ ପରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଓ ଜମି ମାଫିଆ ସେ ଜମିକୁ ବିନା କୌଣସି କାଗଜପତ୍ର ରେ ବିକି ଚାଲିଛନ୍ତି l ଯାହା ଏବେ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନେ ବିରୋଧ କରିବା ସହିତ ଲିଖିତ ଆକାରରେ ସ୍ଥାନୀୟ ତହସିଲଦାର ଓ ଜିଲ୍ଲାପାଳ ଙ୍କୁ ଅବଗତ କରାଇଛନ୍ତି l ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ I ଯେହେତୁ ମଠ ସମ୍ପତ୍ତି ର ମାଲିକାନା ମହନ୍ତ ଙ୍କ ଦେହାନ୍ତ ହୋଇଛି ତେଣୁ ତାହା ସରକାରଙ୍କ ମାଲିକାନା କୁ ଯିବା କଥା ଏହା ସମ୍ପୁର୍ଣ୍ଣ ସରକାରୀ ଜମି କିନ୍ତୁ ସରକାରଙ୍କ ଦୃଷ୍ଟିକୁ ଆସିଛି, ପଦକ୍ଷେପ ଶୂନ୍ l ଏବେ ସେହି ଜମିରେ ଅଟ୍ଟାଳିକା ନିର୍ମାଣ ହୋଇଛି, ହେଉଛି ମଧ୍ୟ I କୋପଣ୍ଡ ମୌଜା ର ଖାତା ନମ୍ବର ୨୪୪ ରେ ଏହି ମଠ ଜମି I ସ୍ଥାନୀୟ ତହସିଲ ଓ ଜିଲ୍ଲା ପ୍ର

ଯାଜପୁର ଜିଲ୍ଲା ଗ୍ରସ୍ତରେ ରାଜ୍ଯ ଛାତ୍ର କଂଗ୍ରେସ ସଭାପତି l

Image
ଯାଜପୁର(ବ୍ୟୁରୋ ରିପୋର୍ଟ) :-ଆଜି ଯାଜପୁର ଜିଲ୍ଲା ଗ୍ରସ୍ତରେ ଆସିଥିଲେ ରାଜ୍ୟଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ରାଜ୍ୟଛାତ୍ର କଂଗ୍ରେସ ପ୍ରଭାରୀ ରୋଶନଲାଲ ବିଟୁ, ଯୁବନେତା ନିହାର ବେହେରା, ସ୍ବାଗତଂକର (ଖୋର୍ଦ୍ଧାଜିଲା ଛାତ୍ର ସଭାପତି)I ଯାଜପୁର ରାମମନ୍ଦିର ପାଖରୁ ବିଶାଳ ବାଇକ ରାଲି ଯୋଗେ ଛାତ୍ର ଏବଂ ଯୁବକଂଗ୍ରେସ ର ସମସ୍ତ କର୍ମକର୍ତ୍ତା ରାଜ୍ଯ ସଭାପତି ଙ୍କୁ ପାଚୋଡ଼ି ଆଣିଥିଲେ l ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେଇଥିଲା କମ୍ପନ ସମାବେଶ l ଏହି ସମାବେଶ ରେ ଯାଜପୁର ଜିଲ୍ଲାସଭାପତି ମନୋଜ ରାଉତ୍ , କାର୍ଯ୍ୟକାରି ସଭାପତି ବିଷ୍ଣୁରାଉତ, ବଳଭଦ୍ର ଦାସ, ରାଜ୍ୟ ମହିଳା କାର୍ଯ୍ୟକାରି ସଭାପତି ବନ୍ଦିତା ପରିଡା, ଯାଜପୁର ନେତା ସନ୍ତୋଷ ନନ୍ଦ, ବରୀ ଯୁବନେତା ଉମେଶ ଜେନା , ରାହାସବିହାରୀୀ ଦାସ , ପଦ୍ମାକର ଗୁରୁ, ପୂର୍ବଛାତ୍ରସଭାପତି ଚନ୍ଦ୍ରଶେଖର ସାହୁ, ଦଶରଥପୁର ଛାତ୍ରନେତା ଧନଞ୍ଜୟ ଦୀକ୍ଷିତ, ଯାଜପୁର ବ୍ଲକ ଛାତ୍ରନେତା ଚିନ୍ମୟ ଘଡେଇ, ରାଜୁୁ ଦାସ ଏବଂ ଜିଲ୍ଲା ର କୋଣ ଅନୁକୋଣ ଆସିଥିବା ଛାତ୍ର ଏବଂ ଯୁବକ I ମହିଳା କଂଗ୍ରେସ ଛାତ୍ରସମାଜର ସ୍ୱାର୍ଥ, ସ୍ୱାଭିମାନ ଏବଂ ଅଧିକାର ପାଇଁ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ଙ୍କୁ ଦେଇଥିଲେ l  State Student Congress president in Jajpur district.  Jajpur (Beuro Report): -Jajpur district pre

ଥାର୍ଡ଼ ରିଜର୍ଭ ବାଟାଲିୟନ ପକ୍ଷରୁ ରକ୍ତଦାନ ଶିବିର l

Image
ଯାଜପୁର (ସୁକିନ୍ଦା): - ଓଡିଶା ମୋ ପରିବାର ଆନୁକୂଲ୍ୟରେ ରଙ୍ଗିଟାଙ୍ଗରସ୍ଥିତ ଥାର୍ଡ଼ ଇଣ୍ଡିଆ ରିଜର୍ଭ ବାଟାଲିୟନ, କଳିଙ୍ଗନଗର ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଥିଲା l ବାଟାଲିୟନ କମାଣ୍ଡାଣ୍ଟ କାହୁ ଚରଣ ହାଁସଦା ଏହାକୁ ଉଦଘାଟନ କରି ରକ୍ତଦାନ ଏକ ମହତ କାର୍ଯ୍ୟ ବୋଲି କହିଥିଲେ l ଜୀଵନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ବିମଳ ଦାସ ଏଥିରେ ଉପସ୍ଥିତ ଥିଲେ l ବାଟାଲିୟନର ଅଧିକାରୀ ଓ ଯବାନମାନେ ୬୦ ୟୁନିଟ ରକ୍ତ ଦାନ କରିଥିଲେ l ଡେପୁଟି କମାଣ୍ଡାଣ୍ଟ ବସନ୍ତ କୁମାର ରାୟ ଓ ମନୋଜ କୁମାର ଦାସ, ସହକାରୀ କମାଣ୍ଡାଣ୍ଟ ବିଭୁତି ଭୂଷଣ ପରିଡା ଓ ଜନ ଏକ୍କା, ସୁବେଦାର ଜ୍ଞାନ ରଞ୍ଜନ ରାଉତ ଓ ନବର କେରକେଟା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ ) Blood donation camp on behalf of the Third Reserve Battalion. Jajpur (Sukinda): A voluntary blood donation camp was organized on Wednesday on behalf of the Third India Reserve Battalion, Kalinganagar in Rangitang in favor of Odisha My Family. Battalion Commandant Kanhu Charan Hasda,District Coordinator Bimal Das was present. Battalion of

ଅସହାୟ ଦିବ୍ୟାଙ୍ଗ କୁ ବେଟ୍ରି ଚାଳିତ ଗାଡି ପ୍ରଦାନ କଲା ନେତାଜୀ ସୁଭାଷ ସେନା l

Image
  ବ୍ୟୁରୋ ରିପୋର୍ଟ :- କଟକ ନୂଆବଜାର ସ୍ଥିତ ନେତାଜୀ ସୁଭାଷ ସେନା ସବୁବେଳେ ଦିବ୍ୟାଙ୍ଗ ମାନଙ୍କ ପାଇଁ ମହନୀୟତା କାର୍ଯ୍ୟ କରି ଆସିଛି। ଏକ ଦୃଘଟଣା ରେ ସ୍ନାୟବିକ ଅସୁବିଧା ଯୋଗୁ ଠିକ ରେ ଚାଲି ପାରୁନଥିବା ଏକ ଦିବ୍ୟାଙ୍ଗ ଙ୍କୁ ବେଟ୍ରି ଚାଳିତ ଗାଡି ପ୍ରଦାନ କରିଛି ନେତାଜୀ ସୁଭାଷ ସେନା। ଅକ୍ଷୟ ସାସମଲ ନାମକ ଏହି ଦିବ୍ୟାଙ୍ଗ ଜଣକ କଟକ ଫୁଲନଖରା ରେ ପାନ ଦୋକାନ ଟେ କରି ପରିବାର ପୋଷଣ କରନ୍ତି,ଆର୍ଥିକ ଅନାଟନ ଭିତରେ ସେ ନିଜ  ପାଇଁ ତିନିଚକିଆ ସାଇକେଲ ଖଣ୍ଡେ କିଣିପାରି ନଥିଲେ,ସ୍ନାୟବିକ ଅସୁବିଧା କାରଣରୁ ଛୋଟେଇ ଛୋଟେଇ ଚାଲି ଦୈନଦିନ କାର୍ଯ୍ୟ କରିବାରେ ବହୁ ଅସୁବିଧା ସମ୍ମୁଖୀନ ହଉଥିଲେ,ଅକ୍ଷୟ ଙ୍କ ଏପରି ଅବସ୍ଥା ଦେଖି ସୁଭାଷ ସେନା ତରଫ ରୁ ତାଙ୍କୁ ମାଗଣାରେ ବେଟ୍ରି ଚାଳିତ ଗାଡି ପ୍ରଦାନ କରାଯାଇଛି, ଏହି ମହାନ କର୍ଯ୍ୟ ସେନା ର ସଭାପତି ଅଜିତ ଦାସ ଙ୍କ ସମେତ ପାର୍ବତୀ ବାରିକ, ନୀଳାଦ୍ରି ବେହେରା ପ୍ରମୁଖ ଭୂମିକା ଲିଭାଇଥିଲେ। Netaji Subhash Sena provided batteries to the helpless Dibyang.  Beuro report: - Netaji Subhas Sena in Cuttack New Bazaar has always done great deeds for the disabled. Netaji Subhas Sena has provided a battery-powered vehicle to a paralyzed man who was unable to walk properly due to a nervous breakdown

ଓଡି଼ଶା ଦୃଷ୍ଟିହୀନ କ୍ରିକେଟ ଦଳ ଖେଳିବ ବାଙ୍ଗାଲୋର ରେ l

Image
    ବ୍ୟୁରୋ ରିପୋର୍ଟ :- ଆନ୍ତର୍ଜାତୀୟ ଖେଳାଳି ମହମଦ ଜଫର ଇକଵାଲଙ୍କ ନେତୃତ୍ୱରେ ଏକ ୨୦ ଜଣିଆ ଓଡିଶା ଦୃଷ୍ଟିହୀନ କ୍ରିକେଟ ଦଳ ଫେବ୍ରୁୟାରୀ ୬ ତାରିଖ ଶନିବାର ଦିନ ଓଡ଼ିଶା ଛାଡିଛନ୍ତି l ଫେବ୍ରୁୟାରୀ ୮ ରୁ ୧୬ ତାରିଖ ବାଙ୍ଗଲୋର ଠାରେ ହେବାକୁ ଥିବା ନାଗେଶ ଟ୍ରଫି ତୃତୀୟ ସଂସ୍କରଣରେ ଭାଗନେବା ପାଇଁ ଓଡିଶା ଛାଡିଲା ଓଡିଶା ଦୃଷ୍ଟିହୀନ କ୍ରିକେଟ ଦଳ|ପ୍ରଥମ ସଂସ୍କରଣରେ ଆନ୍ଧ୍ରଠାରୁ ଜିତି ବିଜୟ ର ସ୍ୱାଦ ଚାଖି ଥିବାବେଳେ ଦ୍ଵିତୀୟ ଥର ପରାଜୟ ସ୍ୱୀକାର କରିଥିଲା| ତେବେ ସେହିପରି ତୃତୀୟ ସଂସ୍କରଣ ରେ ଓଡିଶା ଦୃଷ୍ଟିହୀନ କ୍ରିକେଟ ଦଳ ବିଜୟ ହେବାନେଇ ଦୃଢ ଉକ୍ତି ପ୍ରକାଶ କରିବା ସହ ଯଦି ସରକାର ଉପଯୁକ୍ତ ଭିତ୍ତିଭୂମି ଯୋଗାଇ ଦିଅନ୍ତେ ତେବେ ଅନେକ ଦୃଷ୍ଟି ବାଧିତ ଖେଳାଳି ମାନେ ଉପକୃତ ହୋଇ ପାରିବେ| ସେପଟେ ଓଡିଶା ଦୃଷ୍ଟିହୀନ କ୍ରିକେଟ ସଂଘ ସମାନ କଥା ଦୋହରାଇ କହିଛି ଯେ ଖେଳାଳି ମାନଙ୍କ ପାଇଁ ସ୍ୱତନ୍ତ୍ର ଭିତ୍ତିଭୂମି ଯଥା ଖେଳନୀ ମାନଙ୍କ ପାଇଁ ଖେଳ ପଡିଆ,କାର୍ଯ୍ୟାଳୟ ପାଇଁ ଗୃହ,ଏହି ଦଶ ବର୍ଷର ସଂସ୍ଥା କୁ ସରକାର ନିଜେ ହାତକୁ ନେବା ସହ ବାର୍ଷିକ ସ୍ୱତନ୍ତ୍ର ଅର୍ଥ ମଂଜୁର କରିବା ପାଇଁ ସଙ୍ଘ ଦାବି କରିଛି| କାରଣ ଏବେ ଓଡିଶା ରେ ଛଅ ଜଣ ଅନ୍ତର୍ଜାତୀୟ ଖେଳାନୀ ଥିବା ବେଳେ ସରକାରଙ୍କର ଏହି ସୁବିଧା ଦ୍ୱାରା ଓଡିଶା ରୁ ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ଖେଳଳୀ ସୃଷ୍ଟି ହେବାନେଇ ସଂଘ