Posts

ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଙ୍କ ପରିଦର୍ଶନ l

Image
ଯାଜପୁର /ସୁକିନ୍ଦା - ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ତଦାରଖ ରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟସଙ୍କର ମିଶ୍ର ଆଜି ସୁକିନ୍ଦା ଥାନା ରେ ପହଞ୍ଚି ଜନସାଧାରଣ ଙ୍କ ସମସ୍ୟା ବୁଝି ଥିଲେ l ସରକାରଙ୍କ 5T କୁ ନେଇ ଏହି ଆଗମନରେ ମନ୍ତ୍ରୀ କ୍ୟାପଟେନ ମିଶ୍ର ଙ୍କ ସହିତ ସୁକିନ୍ଦା ବିଧାୟକ ଇ. ପ୍ରୀତିରଞ୍ଜନ ଘଡାଇ ମଧ୍ୟ ସାମିଲ ଥିଲେ l ସୁକିନ୍ଦା ଥାନା ର ସମସ୍ଯା ସମ୍ପର୍କରେ ଆଲୋଚନା କରିଥିଲେ ମନ୍ତ୍ରୀ କ୍ୟାପଟେନ୍ ମିଶ୍ର l ଦେଖାଯାଉ ଆଗାମୀ ଦିନରେ କିପରି ଥାନାର ଉନ୍ନତି ଆଣିବା ପାଇଁ ସରକାରୀ ସ୍ତରରେ କି ପଦକ୍ଷେପ ନିଆଯାଇଛି l Rita vision News 

କଳିଙ୍ଗନଗର ମହୋତ୍ସବ ର ଚତୁର୍ଥ ଦିନରେ, ଆଦିବାସୀଙ୍କ ବଳିଦାନ ରେ କଳିଙ୍ଗନଗର ବିଶ୍ଵରେ ପରିଚିତ - ମନ୍ତ୍ରୀ ଶ୍ରୀ ମାରାଣ୍ଡି l

Image
ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ମହୋତ୍ସବ ର ଚତୁର୍ଥ ଦିନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ମାନ୍ୟବର ମନ୍ତ୍ରୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଓଡିଶା ଏବଂ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ l ଏହି ଅବସରରେ ଦିବ୍ୟାଙ୍ଗ ଜଗନ୍ନାଥ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ଏହି ମହୋତ୍ସବ କୁ ଚତୁର୍ଥ ସନ୍ଧ୍ୟାରେ ଓଡିଶାର ଲୋକସଙ୍ଗୀତ ଓ ନୃତ୍ୟର ଚିତ୍ତାକର୍ଷକ ପ୍ରଦର୍ଶନରେ ଦର୍ଶକମାନେ ଉପଭୋଗ କରିଥିଲେ l ଏହି କର୍ଯ୍ୟକ୍ରମ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡିଶା ଡ୍ୟାସ୍ ଏକାଡେମୀ ର କଳାକାର ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା l ବିଶେଷ କରି ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଙ୍କ ସଙ୍ଗୀତରେ ଦର୍ଶକ ବିଭୋର ହୋଇଥିଲେ l ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l ଶେଷ ଓ ଉଦଯାପନୀ ଉତ୍ସବରେ ଆହୁରି ଅନେକ ସଫଳତା ହାସଲ କରିପାରିବେ ବୋଲି ମହୋତ୍ସବ କମିଟି ପକ୍ଷରୁ ଆଶା କରାଯାଉଛି l Rita vision News 

ବ୍ୟାସନଗର ନାଗରିକ କମିଟି ପକ୍ଷରୁ ଇଷ୍ଟକୋଷ୍ଟ ରେଳବାଇ କୁ ସ୍ମାରକ ପତ୍ର ପ୍ରଦାନ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର ଏକ ପ୍ରମୁଖ ରେଳ ଷ୍ଟେସନ ଯାଜପୁର - କେନ୍ଦୁଝର ରୋଡ଼ l ଏହା କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଅବସ୍ଥିତ ଏକ ମାତ୍ର ପୁରୁଣା ରେଳ ଷ୍ଟେସନ l ଏହି ରେଳ ଷ୍ଟେସନ ର ବିଭିନ୍ନ ସମସ୍ୟା ରହିଛି, କିନ୍ତୁ ବିଡ଼ମ୍ବନା ର ବିଷୟ ହେଉଛି ଏହି ସମସ୍ୟାର ସମାଧାନ ପାଇଁ ରେଳ ବିଭାଗ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ l ଏହି ସମସ୍ୟା ର ସମାଧାନ ନିମନ୍ତେ ଏକତ୍ରିତ ହୋଇ ବ୍ୟାସନଗର ନାଗରିକ କମିଟି ପକ୍ଷରୁ ଯାଜପୁର - କେନ୍ଦୁଝର ରୋଡ଼ ରେଳ ଷ୍ଟେସନ ର ଷ୍ଟେସନ ମାଷ୍ଟର ଙ୍କ ଜରିଆରେ ଏକ ସ୍ମାରକ ପତ୍ର ଇଷ୍ଟକୋଷ୍ଟ ରେଳବାଇ ର ଜେନେରାଲ ମ୍ୟାନେଜର ଙ୍କୁ ପ୍ରଦାନ କରାଯାଇଛି l ତୁରନ୍ତ ଏହାର ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ବ୍ୟାସନଗର ନାଗରିକ କମିଟି ର ସମସ୍ତ ସଭ୍ଯ l ଏହି ଅବସରରେ କମିଟି ର ସଭାପତି ଶ୍ରୀଯୁକ୍ତ ଡାକ୍ତର ହେମନ୍ତ କିଶୋର ସାହୁ, ସମ୍ପାଦକ ଦୁର୍ଯ୍ୟୋଧନ ରାଉତ, ସଦାଶିବ ଦାସ, ପ୍ରଫୁଲ୍ଲ ନାୟକ, ବ୍ରଜେଶ୍ୱରୀ ସିଂ ଙ୍କ ସମେତ ସାମ୍ବାଦିକ କୃଷ୍ଣଚନ୍ଦ୍ର ସାମଲ, ପ୍ରଣବ ବିଶ୍ଵାଳ, ଅଭିମନ୍ୟୁ ମିଶ୍ର, ଚନ୍ଦ୍ରମଣି ପାତ୍ର ଉପସ୍ଥିତ ଥିଲେ l Rita vision News 

କମ୍ପାନୀର ବେଆଇନ୍ ମାଟି ଖୋଳା କୁ ବିରୋଧ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
ଯାଜପୁର /ସୁକିନ୍ଦା - ସୁକିନ୍ଦା ବ୍ଲକ କୁହିକା ଗ୍ରାମପଂଚାୟତ ର ମୁଣ୍ଡା ସାହି ରେ ଜିବିଭି କମ୍ପାନୀ ପକ୍ଷରୁ ବେଆଇନ୍ ଭାବେ ମାଟି ଉତ୍ତୋଳନ କୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ l ରେଙ୍ଗାଲି କେନାଲ ବନ୍ଧ ତିଆରି କରିବା ପାଇଁ ଜି ବି ଭି କମ୍ପାନୀ ସୁକିନ୍ଦା ତହସିଲଦାର ଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସଠିକ୍ ଜାଗାରୁ ମାଟି ନ ଉଠାଇ ଜଙ୍ଗଲ କିସମ ଜମି ରୁ ଏବଂ ସେହି ଜାଗା ରେ ଘର କରିଥିବା ବିରସିଂ ମୁଣ୍ଡା ଙ୍କ ଘର କଡ଼ରୁ କାହା ଅନୁମତି ରେ ମାଟି ଖୋଳି ପୋଖରୀ ଖନନ କରୁଛି ଏହା ଏକ ଚର୍ଚ୍ଚିତ ବିଷୟ l କମ୍ପାନୀ ମାଟି ଖୋଳି ନିଜର କାମ ହାସଲ୍ କରୁଛି କିନ୍ତୁ ସେ ପାର୍ଶ୍ୱରେ ଥିବା ଘରଟିର ଅବସ୍ଥା କଣ ହେବ ଓ ବର୍ଷା ଦିନରେ ସେଠାରେ ପାଣି ଜମି ଘରର ଚାରିକାନ୍ଥ ଭୁଶୁଡ଼ି ଯାଇପାରେ କିମ୍ବା ପିଲାଛୁଆ ଓ ଗାଇଗୋରୁଙ୍କ ସେ ଖୋଦିତ ଗାତ ଭିତରେ ପଡି ଜୀବନ ହାରିଲେ ସେଥିପାଇଁ ଦାୟୀ କିଏ ରହିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି l ଜଙ୍ଗଲ ବିଭାଗ ଅଧିକାରୀ ତୁରନ୍ତ ଏହାର ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି l Rita vision News 

କଳିଙ୍ଗନଗର ମହୋତ୍ସବ ର ତୃତୀୟ ଦିନରେ ସମ୍ବର୍ଦ୍ଧିତ ହେଲେ ଦିବ୍ୟାଙ୍ଗ ସୁଧାଂଶୁ l

Image
ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ମହୋତ୍ସବ ର ତୃତୀୟ ଦିନରେ ବହୁ ଜନସାଧାରଣ ଙ୍କ ସମାଗମ ହୋଇଥିଲା, ବିଶେଷ କରି ଘରକରଣା ଜିନିଷ ଉପରେ ଦର୍ଶକଙ୍କର ଆକର୍ଷଣ ଦେଖିବାକୁ ମିଳିଛି, l ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସରକା ଯୋଗଦେଇ, ଶିଳ୍ପର ବିକାଶ ଦେଲେ ରାଜ୍ୟର ବିକାଶ ହେବ ବୋଲି ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ସୁକିନ୍ଦା ବିଧାୟକ ଇ. ପ୍ରୀତିରଞ୍ଜନ ଘଡାଇ, ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଇନ୍ଦ୍ରମଣି ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଯାଜପୁର ଜିଲ୍ଲା ର ଉଚ୍ଚ ଶିକ୍ଷିତ ଦିବ୍ୟାଙ୍ଗ ଯୁବକ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା l ସେ ହେଉଛନ୍ତି ଏହିପରି ପ୍ରତିଭା ଯେକି ସ୍କୁଲ ନ ଯାଇ ମଧ୍ୟ ଦଶମ ଓ +2 ପରୀକ୍ଷାରେ ଶତକଡା ୮୦% ନମ୍ବର ରଖି କୃତିତ୍ୱ ଅର୍ଜନ କରିଥିଲେ l ସେ ଏବେ ଆଷ୍ଟ୍ରୋଲଜି ରେ ପାରଙ୍ଗମ ହାସଲ୍ କରିଛନ୍ତି l କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବ ଆଉ ଦୁଇ ଦିନ ଧରି ଚାଲିବାକୁ କମିଟ ପକ୍ଷରୁ ସଭାପତି ଶ୍ରୀଯୁକ୍ତ ଭାଗିରଥୀ ଜେନା ପ୍ରକାଶ କରିଛନ୍ତି l Rita vision News 

ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ୍ କୁ ମିଳିଲା ବଡ ଧରଣର ସଫଳତା, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
ବ୍ୟୁରୋ ରିପୋର୍ଟ - ରାଉରକେଲା ଇସ୍ପାତ ସହରର ପ୍ରମୁଖ ଅଞ୍ଚଳରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ୮ ଜଣ ଜୁଆଡିଙ୍କୁ ଗିରଫ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ୍ l ସେମାନଙ୍କ ପାଖରୁ 26,600 ଟଙ୍କା ଓ ମୋବାଇଲ୍ ଫୋନ୍ ଆଦି ଜବତ କରାଯାଇଛି l RITA vision News 

ଜାତୀୟ ରାଜପଥର କଡ଼ରୁ ହଟିଲା ହାଣ୍ଡିଆ ହାଟ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର ଡ଼ୁବୁରୀ - ଚଣ୍ଡିଖୋଲ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନଥିବା ବେଳେ ଏହି ରାସ୍ତା ଦେଇ ଦିନକୁ ହଜାର ହଜାର ସଂଖ୍ୟାରେ ମାଲବାହୀ ଟ୍ରକ୍ ଯାତାୟତ କରୁଛନ୍ତି l ରାସ୍ତା ନିର୍ମାଣ କାମ ଶେଷ ହେବାକୁ ବହୁ ବିଳମ୍ବ ହେଉଥିବାରୁ ଏବେ ଏହି ରାସ୍ତା ରେ ପ୍ର୍ୟତେକ ଦିନ ଛୋଟବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି l ଏହା ବ୍ୟତୀତ ରାସ୍ତାର ଉଭୟ ପାର୍ଶ୍ବରେ ଅସ୍ଥାୟୀ ହାଣ୍ଡିଆ ହାଟ ବହୁ ସଂଖ୍ୟାରେ ପ୍ରତ୍ୟେକ ଦିନ ବସୁଥିବା ହେତୁ ଗାଡିର ଡ୍ରାଇଭର ମାନେ ରାସ୍ତା କଡ଼ରେ ଗାଡ଼ି ରଖି ହାଣ୍ଡିଆ ପିଇ ମାତାଲ୍ ଅବସ୍ଥାରେ ଟ୍ରକ୍ ଚଳାଉ ଥିବା ବେଳେ ଦୁର୍ଘଟଣା ଘଟାଉଛନ୍ତି l ଏହାକୁ ଦୃଷ୍ଟିରେ ରଖି କଳିଙ୍ଗନଗର ଥାନା ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛି l ଆଜି ଡୁବୁରୀ ଠାରୁ ବ୍ରାହ୍ମଣୀ ସେତୁ ପର୍ଯ୍ୟନ୍ତ ଜାତୀୟ ରାଜପଥର ପାର୍ଶ୍ୱରେ ଥିବା ସମସ୍ତ ହାଣ୍ଡିଆ ହାଟ ର ଝୁମ୍ପୁଡି ଆମପୋଲିସ, ସ୍ଵେଚ୍ଛାସେବୀ ଓ କଳିଙ୍ଗନଗର ପୋଲିସ୍ ମିଳିତ ଭାବେ ଏହି ଉଚ୍ଛେଦ କର୍ଯ୍ୟକ୍ରମ କରିଥିଲେ l ଏହି କର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି l ଏହିପରି ଜନସାଧାରଣଙ୍କ ସ୍ୱାର୍ଥ ଓ ଜୀବନ ରକ୍ଷା କାର୍ଯ୍ୟ ପାଇଁ ଆମେ Rita vision News ପକ୍ଷରୁ ଧନ୍ୟବାଦ୍ ସହିତ ଶୁଭେଚ୍ଛା ଜଣାଉଛୁ l