Posts

ଯାଜପୁର ର ଗୌରବ ଆଣିବେ ସିଦ୍ଧାର୍ଥ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

Image
ଯାଜପୁର - ପୁରାତନ ଛାତ୍ର ନିଜ ବିଦ୍ୟଳୟ ର ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆଶା l ଯାଜପୁର ଜିଲ୍ଲାର ଦଶରଥପୁର୍ ବ୍ଲକ ଅନ୍ତର୍ଗତ ଅହି ହାସ ଠାରେ ଥିବା ଅହିହାସ ବିଦ୍ୟାଳୟ ର ପ୍ରାମାଣିକ ଚଳଚ୍ଚିତ୍ର ମାଧ୍ୟମରେ ଲୋକଲୋଚନକୁ ନିଜ ବିଦ୍ୟଳୟ ର ସମସ୍ତ ଆଯୋଜନ ବିଷୟ ଉପରେ ଆଧାରିତ ପ୍ରକାଶ କରିଛନ୍ତି ପୁରାତନ ଛାତ୍ର ସିଧ୍ୟାର୍ଥ ଦାସ ଘର ତରପଦା ,ବାପା ଉମାକାନ୍ତ ଦାସ ,ମାତା ସଞୁଲତା ଦାସ, ଶିକ୍ଷା ସ୍ନାତକୋତ୍ତର , ସମାଜ ସେବା । ଏହିପରି ମହାନ୍ କାର୍ଯ୍ୟ ପାଇଁ ଯୁବସମାଜ ମନରେ ଯଦି ମୁଁ ନିଜର ଭଲପାଇବା ଦେଇପାରିବି ନମସ୍ତେ ମୋ ପରି କିଛି ସାମାଜିକ ବିକାଶ କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ସିଦ୍ଧାର୍ଥ l ଯଦି ସଠିକ୍ ମାର୍ଗରେ ପରିଚାଳିତ ହେଉଛି ତେବେ ନିଶ୍ଚୟ ସମାଜ ଏହାକୁ ଗ୍ରହଣ କରିବା ସହିତ ଜନସାଧାରଣ ଙ୍କ ନିକଟତର ହେବାପାଇଁ ରାସ୍ତା ଖୋଲିବ l ritavisionnews.blogspot.com 

ଯୁବତୀଙ୍କୁ ଧର୍ଷଣ କରିବା ପରେ କଣ କଲା ପିଶାଚ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଝୁମ୍ପାଣ ଗ୍ରାମକୁ ମକର ଉତ୍ସବ ନିମନ୍ତେ ବୁଲିବାକୁ ଯାଇଥିଲା l ପରେ ଏହିଭଳି ଏକ ଘଟଣା ଘଟିଯିବ ତାହା ତାକୁ ଜଣା ନ ଥିଲା l ଯାତ୍ରା ରୁ କୋଣସି ଦୁର୍ବୃତ୍ତ ଯୁବତୀ କୁ ଉଠାଇ ନେଇଥିଲା ପାଖ ଜଙ୍ଗଲ କୁ କଳିଙ୍ଗନଗର ଥାନା ଅନ୍ତର୍ଗତ ହାତୀମୁଣ୍ଡା ସାହି ପାଖକୁ l ସେଠାରେ ତାର ଇଜ୍ଜତ୍ ନେବା ସହିତ ଜୀବନରୁ ମାରିଦେବା ପାଇଁ ପଛାଇଲା ନାହିଁ l ଜୀବନ ରୁ ମାରି ଏକ ପଳାଶ ଗଛର ଡାଳ ରେ ଟାଙ୍ଗୀ ଚମ୍ପଟ୍ ମାରିଥିଲା ଯୁବକ l ଘରଲୋକେ ଝିଅକୁ ଆସିବା ଡ଼େରି ହେବାରୁ ବହୁତ୍ ଖୋଜାଖୋଜି କରି ଥିଲେ, ଲୋକେ ସକାଳୁ ଛେଳି ଚରାଇବାକୁ ଜଙ୍ଗଲ କୁ ଯାଇଥିଲା ବେଳେ ଗଛରେ ଯୁବତୀ ର ଝୁଲନ୍ତା ଅବସ୍ଥାରେ ଦେଖି ଗାଁ ଲୋକଙ୍କୁ ଜଣାଇବା ସହିତ ଯୁବତୀ ର ଘରକୁ ଖବର ଦେଇଥିଲେ l ଯୁବତୀ ଜଣକ ହାତୀ ମୁଣ୍ଡା ସାହି ର ପାଲ ଜାରିକା (୨୨) l କଳିଙ୍ଗନଗର ପୋଲିସ୍ ଘଟଣା ସ୍ଥଳରେ ସନ୍ଧାନୀ କୁକୁର ସହିତ ପହଂଚି ଥିବା ବେଳେ ଶବ ଉଦ୍ଧାର କରାଯାଇଛି l ଶବ ବ୍ୟବଚ୍ଛେଦ କରାଯିବା ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l ପୋଲିସ୍ ଘଟଣା ର ତୁରନ୍ତ ତଦନ୍ତ କରି ଅପରାଧୀ କୁ ଫାଶି ଦେବାକୁ ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି l

ବ୍ୟାସନଗର ରେ ମକର ସଂକ୍ରାନ୍ତି ପାଳନ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.. l

Image
ମକର ସଂକ୍ରାନ୍ତି ଉପଲକ୍ଷେ କଳସ ଶୋଭାଯାତ୍ରା ଓ ମହାଯଜ୍ଞ l ଯାଜପୁର /ବ୍ୟାସନଗର - ହିନ୍ଦୁ ଧର୍ମ ର କିଛି ବାରମାସରେ ତେର ପର୍ବ ପର୍ବାଣୀ l ଏହି ଅବସରରେ ଗତ ୧୫ ତାରିଖ ଦିନ ବ୍ୟାସନଗର ପୌରପରିଷଦ ର ମୁଣ୍ଡମାଳ ଗ୍ରାମରେ ବହୁ ଆଡ଼ମ୍ବର ସହକାରେ ମକର ସଂକ୍ରାନ୍ତି ପାଳନ କରାଯାଇଛି l ପ୍ରତ୍ୟୁଷରୁ ପବିତ୍ର ବ୍ୟାସସରୋବର ପିଠ ଠାରୁ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଯୋଗଦେଇ କଳସ ଯାତ୍ରା ଆରମ୍ଭ କରିଥିଲେ l ମୁଣ୍ଡମାଳ ଗ୍ରାମର ମହାତ୍ମା କମିଟି ସଭାପତି ବାବୁଲି ପାତ୍ର ଓ ହିନ୍ଦୁ ସୁରକ୍ଷା ସେନା ର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପାତ୍ର ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି l କଳସ ଯାତ୍ରା ପରେ ଅହୋରାତ୍ର ମହା ଯଜ୍ଞ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ନିଜର କର୍ମମୟ ଜୀବନକୁ ଆଲୋକିତ କରିବା ପାଇଁ ଭଗବାନ ଙ୍କ ନିକଟରେ ପାର୍ଥନା କରିଥିଲେ l ଗ୍ରାମର ଶତାଧିକ ଯୁବଗୋଷ୍ଠୀ ଶାନ୍ତି ଶୃଙ୍ଖଳାର ସହ ଏହି ଧାର୍ମିକ କାର୍ଯ୍ୟ ପାଇଁ ନିଜର କାଯ୍ୟ ସମ୍ପାଦନା କରିଥିଲେ l

ଉପାନ୍ତ ଅଞ୍ଚଳରେ ଏହିପରି କର୍ଯ୍ୟ କୁ ଲୋକଙ୍କ ପ୍ରସଂଶା l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
                                                                                                                                                                       ମାଲାକନଗିରି (ବ୍ୟୁରୋ) - ପୋଲିସ, ଏସ୍ଓଜି, ବି ଏସଏଫ ତିଆରି କଲେ:      ହନ୍ତାଳଗୁଡାରୁ ଯୋଡ଼ାମ୍ବକୁ ରାସ୍ତା l ଉପାନ୍ତ ଅଞ୍ଚଳରେ ଉନ୍ନୟନ କାମ କରିବାକୁ ପ୍ରୟାସ ଜାରୀ l   ମାଲକାନଗିରି ଜିଲ୍ଲା ମାଓ ପ୍ରବଣ ଅଂଚଳରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ବିଚ୍ଛିନାଞ୍ଚଳକୁ ପାହାଡ଼, ନଦୀ ଓ ଝରଣା ଘେରି ରହିଛି। ଉକ୍ତ ଅଞ୍ଚଳକୁ ରାସ୍ତା ନ ଥିବାରୁ ଯାତାୟାତ ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଜିଲା ପ୍ରଶାସନ ନିକଟରେ ଯାତାୟାତ ପାଇଁ ରାସ୍ତା କରିଛି। ତେବେ ଓଡିଶା ପୋଲିସ,ଏସଓଜି ଓ ବିଏସଏଫଙ୍କ ମିଳିତ ଉଦ୍ୟମରେ ହନ୍ତାଳଗୁଡାଠାରୁ ଯୋଡ଼ାମ୍ବ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉଛି। ମାଲକାନଗିରି ଏସପି ଋଷିକେଶ ଡି. ଖିଲlରୀଙ୍କ ନିର୍ଦ୍ଦେଶରେ ପାପରମେଟଲା ଓଆଇସି ଲକ୍ଷ୍ମୀ ନାରାୟଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ ୪ଟି ଜେସିବି ମେଶିନ ସହାୟତାରେ ପାହାଡ଼ କାଟି ରାସ୍ତା ଫିଟାଯାଉଛି। ପୋଲିସ୍ ର ଏଭଳି କାମ ସତରେ ପ୍ରଶଂସନୀୟ ।

ଜଗସିଂପୁର ପୁସ୍ତକ ମେଳା ରେ ମହାମହିମ ରାଜ୍ୟପାଳ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

Image
ଜଗତସିଂହପୁର ଠାରେ ଅନୁଷ୍ଠିତ ଏକବିଂଶତମ ଜଗତସିଂହପୁର ପୁସ୍ତକ ମେଳା ରେ ଯୋଗଦେଲେ ଓଡିଶା ରାଜ୍ୟର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ମୁଦୁଲି, ପାରାଦ୍ୱୀପ ନିର୍ବାଚନମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ସମ୍ବିତ ରାଉତରାୟ, ଜଗତସିଂହପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଗଣ।

ବସ୍ ଓଲଟିଲା, ବସ୍ ଯାତ୍ରୀଙ୍କୁ ଶାହା ହେଲେ ଇଶ୍ଵର l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
 କଟକ (ବ୍ୟୁରୋ) - ୬୫ ନମ୍ବର ରାଜ୍ୟ ରାଜପଥ ଆଠଗଡ ଥାନା ଅନ୍ତର୍ଗତ ଉଦୟପୁର ନିକଟରେ ବସର ବେରିଙ୍ଗ ଭାଙ୍ଗି ଯିବାରୁ ଭାରସାମ୍ଯ ହରାଇ ରାସ୍ତା କଡକୁ ଲେଉଟିଲା ଯାତ୍ରୀବାହୀ ବସ '' ମହାବୀର'' ୩୦  ରୁ ଉର୍ଦ୍ଧ ଯାତ୍ରୀ ଆହାତ ସମସ୍ତ ଯାତ୍ରୀ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି।୧୩ ତାରିଖ ଅପରାହ୍ନ ୪.୩୦ ସଯୟରେ କଟକରୁ ଢେଙ୍କାନାଳ ଜିଲ୍ଲାର ଭାପୁରକୁ ଯାଉଥିବା ଯାତ୍ରୀବାହୀ ବସର ବେରିଙ୍ଗ ଭାଙ୍ଗି ଯିବାରୁ ୬୫ ନମ୍ବର ରାଜ୍ଯ ରାଜପଥର ଉଦୟପୁର ନିକଟରେ ଭାରସାମ୍ଯ ହରାଇ ରାସ୍ତା କଡକୁ ବସଟି ୨ ଗଡା ପଲଟା ମାରି ଓଲଟିବାରୁ ସେଥିରେ ଆସୁଥିବା ୩୦ ଉର୍ଧ ଯାତ୍ରୀ ଆହାତ ହୋଇଥିବା ଜଣାପଡିଛି। ତେବେ ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ ମାନେ ।ତେବେ ଖବରପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଅଗ୍ନିଶମ ବିଭାଗ ୧୦୮ ଆମ୍ବୁଲାନ୍ସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହାତ ମାନଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ସେମାନଙ୍କ ମଧ୍ୟରୁ ୪ ଜଣ ଉଲ୍ଲାସ ନାୟକ ଓ ମାନି ନାୟକ,ପ୍ରଶାନ୍ତ ପ୍ରଧାନ,ତବସୁନ ଖାଁ ଙ୍କ ଅବସ୍ଥା ଗୁରତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।ଅନ୍ଯ ୨୨ ଜଣଙ୍କର ଆଠଗଡ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି ସମସ୍ତଙ୍କ ର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।ଡାକ୍ତରଖାନାରେ ଆଠଗଡ ତହସିଲଦାର ତପନ କୁମାର ଖୁଣ୍ଟିଆ ,ସହକାରୀ ଜିଲ୍ଲାପ

ମାନବିକତା ଥିଲେ ମଣିଷ ସବୁ ସ୍ଥାନରେ ସମ୍ମାନ ର ପାତ୍ର ହୋଇପାରେ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
କୋରାପୁଟ (ବ୍ୟୁରୋ) - ପୁଣିଥରେ ମାନବିକତାର ଦୃଷ୍ଟାନ୍ତ ଦେଇଛନ୍ତି କୋରାପୁଟର ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ଅନୁଗୁଳିଆ । ଗତକାଲି ମାଲକାନଗିରି ଜିଲ୍ଲାର ବାଲିମେଳାର ଯୁବକ ସନିଆ ଦିସାରୀ ଭାଇଙ୍କୁ କୃତ୍ରିମ ଗୋଡ ଲଗାଇବାକୁ ତାଙ୍କୁ ଭୂବନେଶ୍ୱର ମେଡିକାଲକୁ ପଠାଇଲେ । ତାଙ୍କର ସମସ୍ତ ପ୍ରକାରର ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ ନିଜେ ବହନ କରିବା ସହିତ କିଛି ସରକାରୀ ସହାୟତା ମଧ୍ଯ ଯୋଗାଇ ଦେଇଛନ୍ତି । ତତ୍ ସହିତ ତାଙ୍କର ସମସ୍ତ ଦେଖାଶୁଣା କରିବା ଦାୟିତ୍ବ ନିଜର ସାନଭାଇ ଶ୍ରୀମାନ୍ କିରଣ କୁମାର ଅନୁଗୁଳିଆ ଙ୍କୁ ସମର୍ପଣ କରିଛନ୍ତି ଏବଂ ଉକ୍ତ ସନିଆ ଭାଇଙ୍କ ସହିତ ଲବ ପାତ୍ର ଯାଇଛନ୍ତି ।    ସୂଚନା ଅନୁଯାୟୀ ବିଗତ  ୨୦୧୭ ମସିହା ରେ ବାଇକରେ ଯାଉଥିବା ସମୟରେ ଅକସ୍ମାତ ଭାରସାମ୍ଯ ହରାଇ ମହାବାହୁ ବସ ସହିତ ଦୁର୍ଘଟଣାର ଶିକାର ହୋଇଥିଲେ । ସେହି ଘଟଣା ପରେ ତାଙ୍କୁ ଅସ୍ତ୍ରୋପଚାର କରି ଆଣ୍ଠୁ ପର୍ଯ୍ୟନ୍ତ କାଟି ଦିଆଯାଇଥିଲା । କିଛିଦିନ ପୂର୍ବରୁ ଶ୍ରୀଯୁକ୍ତ ଆଲୋକ କୁମାର ଅନୁଗୁଳିଆ ସାର୍ ଉକ୍ତ ଖବର ପାଇ ତାଙ୍କୁ ଏକ କୃତ୍ରିମ ଗୋଡ ଲଗାଇବାର ବ୍ୟବସ୍ଥା କରିଛନ୍ତି । ବିଗତ ବର୍ଷ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମାଝୀଗୁଡାର ସନିଆ ଗୁଟାଙ୍କର ସଫଳ ଚିକିତ୍ସା ପରେ ଶ୍ରୀଯୁକ୍ତ ଆଲୋକ କୁମାର ଅନୁଗୁଳିଆ ସାର୍ ପୁଣିଥରେ ଏହି ପଦକ୍ଷେପ ନେଲେ । ଅନେକ ଲୋକଙ୍କୁ ଅନ୍ଧକାରରୁ ଆଲୋକ ପ୍ରଦାନ କରୁଥିବା ଆଲ