Posts

ସାନଭାଇର କୋଦାଳ ମାଡ ରେ ବଡ଼ ଭାଇ ମୃତ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ରାଣୀପଡା ଗ୍ରାମପଞ୍ଚାୟତର ଗଳିଆଛନ୍ଦା ଗ୍ରାମର ଉତମ ନାୟକ ( ୪୦) କୁ ତାଙ୍କର ସାନଭାଇ ଶ୍ରୀଧର ନାୟକ କୋଦାଳ ରେ ମୁଣ୍ଡ କୁ ପିଟି ହତ୍ୟା କରିଥିବା ଯାଜପୁର ରୋଡ଼ ଥାନା ରେ ଅଭିଯୋଗ ହୋଇଛି l ଘଟଣାରୁ ପ୍ରକାଶ ଯେ ମୃତ ଉତମ ଗତ କାଲି କାମକରି ଘରକୁ ଫେରି ଥିଲେ l ଘରେ ପହଞ୍ଚି ବା ପରେ ଘରୋଇ କାଳିକୁ ନେଇ ଦୁଇଭାଇ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା l ଏଥିରେ ଉତ୍ୟକ୍ତ ହୋଇ ସାନଭାଇ ଶ୍ରୀଧର ଏକ କୋଦାଳ ରେ ବଡ଼ ଭାଇ ର ମୁଣ୍ଡ କୁ ପିଟି ପାଖରେ ଥିବା କୂଅ ମଧ୍ୟକୁ ଠେଲି ଦେଇ ଥିଲା l ଗାଁ ଲୋକେ କୂଅରୁ ଉଦ୍ଧାର କରି ପ୍ରଥମେ ଦାନଗଦି ଡାକ୍ତର ଖାନାରେ ପରେ ଯାଜପୁର ଟାଉନ ଡାକ୍ତର ଖାନା ନେଇଥିଲେ l ଟାଉନ୍ ଡାକ୍ତର କଟକ ପଠାଇ ଦେଇଥିଲେ I କଟକରେ ପହଞ୍ଚିଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେଠାରୁ ଘରକୁ ଫେରାଇ ଆଣିବା ପରେ ମୃତ ଉତ୍ତମ ଙ୍କ ସ୍ତ୍ରୀ ସରଦା ନାୟକ ଏନେଇ ଯାଜପୁର ରୋଡ ଥାନରେ ଲିଖିତ ଅଭିଯୋଗ କରିଥିଲେ l ଯାଜପୁର ରୋଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀଧର କୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରଛି l ଶବ ବ୍ୟବଚ୍ଛେଦ କରାଯିବା ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l ସାମନ୍ୟ ବଚସା ରେ ସାନଭାଇ ନେଲା ବଡ଼ ଭାଇ ର ଜୀବନ l Umakanta Mohapatra (Rita vision Ne

ସୁକିନ୍ଦା ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ, ବିଜେପି ରେ ଯୋଗଦାନ କଲେ କଂଗ୍ରେସ ଓ ବିଜେଡି କର୍ମୀ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - : ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୦ ତମ ଜନ୍ମଦିନ ଦିନ ପାଳନ ଅବସରରେ ସୁକିନ୍ଦା ବିଜେପି ପକ୍ଷରୁ, ବୃକ୍ଷରୋପଣ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଶୁଖିଲା ଖାଦ୍ୟ ବଂଟନ ଆଦି କାର୍ଯ୍ୟକ୍ରମ କରାଯାଇଛି I ପ୍ରଧାନମନ୍ତ୍ରୀ ଙ୍କ ଏହି ଜନ୍ମ ସପ୍ତାହ କୁ ଦେଶ ରେ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ଆଜି ପୂର୍ବାହ୍ନରେ ସୁକିନ୍ଦାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଅଶୋକଝର ଠାରେ ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ (ଟୁଟୁ ବାବୁ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ସମୂହ ଦୀପ ପ୍ରଜ୍ଜ୍ୱଳନ କରାଯାଇ ପ୍ରଧାନମନ୍ତ୍ରୀ ମୋଦି ଜୀଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରାଯାଇଥିଲା । ଏହା ପରେ ଏହି ପର୍ଯ୍ୟଟନ ସ୍ଥଳୀ ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳା ଯୁବ ବିଜେପି ନେତା ବିଶ୍ୱଜିତ୍ ରାଜ୍ (ବାବୁନି), ଉଦୟ ନାରାୟଣ ସିଂସାମନ୍ତ, ୩୮ନଂ. ସୁକିନ୍ଦା ଶିଳ୍ପାଚଂଳ ମଣ୍ଡଳ ସଂଯୋଜକ ସରୋଜ ବାରିକ, ଜୀତେନ୍ଦ୍ର ମହାନ୍ତ, ଦେବେନ୍ଦ୍ର ପ୍ରଧାନ, ଶରତ ମହାନ୍ତ, ଶରତ ନାୟକ, ପୁରୁଷୋତମ ସାହୁ, ନିରଞ୍ଜନ ମହାନ୍ତ, ବୀରବର ସାହୁ, ଶ୍ରୀଧର ମହାନ୍ତ, ଇଶ୍ୱର ନାୟକ, ଧର୍ଯ୍ୟଧର ଦାସ, ରାହୁଲ ନାୟକ, ସଂଜୟ ଖୁଂଟିଆ, ସୈାମେନ୍ଦ୍ର ସିଂସାମନ୍ତ, କ

ବେସାହାରା, ଅନାଥ ଆଦିବାସୀ ପିଲାଙ୍କୁ ବେସରକାରୀ ଅନୁଷ୍ଠାନ ର ସହାୟତା ପ୍ରଦାନ l

Image
ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦି ବ୍ଲକ ଓଲଳ ଗ୍ରାମପଞ୍ଚାୟତର ଆଦିବାସୀ ସାହି ର ଘଟଣା l ଏହି ସାହିର ଲମ୍ବୁଆ ମୁଣ୍ଡା ତାର ସ୍ତ୍ରୀ ଶୁରୁ ମୁଣ୍ଡା ଓ ୬ ଜଣ ପିଲା ଙ୍କୁ ନେଇ ବାସକରନ୍ତି l କିଛିଦିନ ହେଲା ଲମ୍ବୁଆ ଦଣ୍ଡିସ୍, ଟାଇଫଏଡ ଜ୍ୱର ଓ ଟିବି ଏହି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ କରୋନା ପାଇଁ ଚିକିତ୍ସା ହୋଇନପାରି ଗତ ତାରିଖ ୨.୯.୨୦୨୦ ସନ୍ଧ୍ୟା ସମୟରେ ଆରପରିକୁ ଚାଲିଗଲେ l ସ୍ତ୍ରୀ ମାନସିକ ବିକୃତ ଯୋଗୁ ୬ ଜଣ ଛୋଟ ପିଲା ଙ୍କୁ ପାଳିବା ସମ୍ଭବପର ନୁହେଁ l ତାଙ୍କର ନା ଅଛି ଜମିବାଡ଼ି ନା ଅଛି ରହିବା ପାଇଁ ଘର, ଭଙ୍ଗା କୁଡିଆ ରେ ବିତୁଛି ୭ ପ୍ରାଣୀଙ୍କ ଜୀବନ l ରୋଜଗାର ଶୂନ୍ୟ ପରିବାର, ବଡ଼ ପୁଅ ୧୨ ବର୍ଷର ହୋଇଥିବାବଳେ ଦୁଇ ଜଣ ଛୋଟ ପୁଅ ଓ ତିନିଜଣ ଛୋଟ ଝିଅ ଅଛନ୍ତି l ସ୍ଵାମୀ ଆରପରିକୁ ଚାଲିଗଲା ପରେ ପାଗେଳୀ ଶୁରୁ ଛ 'ମାସର ଛୋଟ ପିଲା କୁ ନେଇ ଘର ଛାଡି ଚାଲିଯାଇଛି l ଏହି ପରିସ୍ଥିତିରେ ୫ ଜଣ ଅନାଥ ପିଲା ଭଙ୍ଗା କୁଡିଆ ରେ ରହିଛନ୍ତି l ସାହି ଲୋକଙ୍କ ହାତଟେକାରେ ଚାଲିଛି ପରିବାର l ଏହି ଗ୍ରାମ ଟି ଦାନଗଦି ବ୍ଲକ ଠାରୁ ମାତ୍ର କେଇ କିମି ଦୁରରେ ଅବସ୍ଥିତ କିନ୍ତୁ ପ୍ରଶାସନ ର ଦୃଷ୍ଟିକୁ ଆସିନାହିଁ l ଆମେ ଗ୍ରାଉଣ୍ଡ ଜିରୋ ରୁ ଯାହା ଅନୁଭବ କଲୁ ଏହି ଗ୍ରାମଟି ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ଏଠାରେ ସରକାରୀ

ଯାଜପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଚକ୍ରବର୍ତ୍ତୀ ସିଂ ରାଠୋର l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା ର ୨୧ ତମ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଲେ ଚକ୍ରବର୍ତ୍ତୀ ସିଂ ରାଠୋର। ସୋମବାର ପୂର୍ବାହ୍ନରେ ମା ବିରଜାଙ୍କ ମନ୍ଦିର ବାହାରେ ମା ଙ୍କୁ ପ୍ରଣାମ କରି ଆଶୀର୍ବାଦ କାମନା କରିଥିଲେ ଶ୍ରୀ ରାଠୋର। ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ। ଶ୍ରୀ ରାଠୋର ଏହା ପୂର୍ବରୁ ବରହମପୁର ମୁନିସିପାଲ କର୍ପୋରେସନ ର କମିଶନର ଭାବେ କାର୍ଯ୍ୟରତ ଥିଲେ। ଜିଲ୍ଲାପାଳ ଙ୍କ ଦାୟିତ୍ଵ ଗ୍ରହଣ ସମୟ ରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକଙ୍କ ସହ ଆଇ ଏ ଏସ୍ ପ୍ରୋବେସନର ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଲାପାଳ ଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ରଂଜନ କୁମାର ଦାସ ଙ୍କ ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିଲା। RITA VISION NEWS 

କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଅନ୍ଧାରି ମୂଳକ ଗାଁ ରଣା ଗୁଣ୍ଡି ର ହରିଜନ ସାହି l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳ, ଦାନଗଦି ବ୍ଲକ୍ ର ରଣା ଗୁଣ୍ଡି ଗ୍ରାମପଞ୍ଚାୟତର ୭ ନମ୍ବର ୱାର୍ଡର ତଳ ହରିଜନ ସାହି l ଏହିଠାରେ ବାସକରନ୍ତି ୨୮ ଟି ପରିବାର, ଭୋଟର ସଂଖ୍ୟା ୨୦୦ ରୁ ଉର୍ଦ୍ଧ l ଏହା ଏକ ଏହିପରି ସାହି ଯେଉଁ ସାହି କୁ ଗମନାଗମନ ପାଇଁ କୌଣସି ସୁବିଧା ନାହିଁ l ଖରାଦିନରେ ଲୋକମାନେ ଟିକେ ଯା' ଆସ କରିପାରିବେ କିନ୍ତୁ ବର୍ଷା ଦିନ ଆସିଲେ ନା ଯାଇପାରେ ଟ୍ରାକ୍ଟର ନା ଦୁଇଚକିଆ ଯାନ, ଏମିତିକି ସାଇକେଲ ଯିବା ଅସମ୍ଭବ I ରୋଗୀମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଏକ ମାତ୍ର ସାହାରା ଦୋଳl ବା ଖଟିଆ l ଗାଁ ରୁ ଆନୁମାନିକ ଦେଢ଼ କିଲୋମିଟର ଆସିଲେ ରୋଗୀ ବୁହାହୋଇ ଆସିଲେ ଆମ୍ବୁଲାନ୍ସ ସେବା ଉପଲବ୍ଧ ହୋଇଥାଏ l କାହିଁ କେତେ କାଳରୁ ସେ ଅସୁବିଧା ହୋଇଆସୁଛି କିନ୍ତୁ ପ୍ରଶାସନିକ ଅଧିକାରୀ କିମ୍ବା ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ପଡ଼ି ପାରୁନାହିଁ l ଏହି ଅପାନ୍ତ ବସ୍ତି ର ଲୋକମାନେ ନିଜର ମୌଳିକ ଅଧିକାର ପାଇଁ କେତେଥର ସରପଞ୍ଚ ଏବଂ ନେତାଙ୍କୁ ଜଣାଇଛନ୍ତି କିନ୍ତୁ ଫଳ ଶୂନ l ଏହି ହରିଜନ ବସ୍ତି ରେ ଏମିତି କି ପାଣି ସମସ୍ୟା, ଅଙ୍ଗନୱାଡ଼ି, ସ୍କୁଲ ନାହିଁ l ଛୋଟ ଛୋଟ ପିଲା ସେଠାରୁ ଚାରି କିଲୋମିଟର ଦୂରରେ ଅବସ୍ଥିତ ଉପର ସାହି କୁ ଚାଲି ଚାଲି ଅଙ୍ଗନୱାଡ଼ି କୁ ଯାଇଥାନ୍ତି l ସ୍କୁଲ ପିଲାମାନଙ୍କୁ ପାଦ

କେଶରୀୟା ହିନ୍ଦୁ ବାହିନୀ ଯାଜପୁର ଜିଲ୍ଲା ପକ୍ଷରୁ ସ୍ଵର୍ଗତ ବି. ଟଙ୍କଧର ଭାଇ ଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ '' ଶୋକସଭା '' l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- କେଶରୀୟା ହିନ୍ଦୁ ବାହିନୀ, ଯାଜପୁର ଜିଲ୍ଲା ପକ୍ଷରୁ ଆଜି ସଂନ୍ଧ୍ୟା ଘ. ୬.୩୦ ମି. ରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା l କେଶରୀୟା ହିନ୍ଦୁ ହିନ୍ଦୁ ବାହିନୀ ଗଞ୍ଜାମ ଜିଲ୍ଲା ସହ ପ୍ରଭାରୀ ସ୍ଵର୍ଗତ ବି. ଟଙ୍କଧର ଭାଇ ଜଣେ ସୁସଂଗଠକ ଓ ସମାଜ ସଂସ୍କାରକ ବ୍ୟକ୍ତି ଥିଲେ l ସେ ବହୁ କମ ବୟସରେ ମାତ୍ର ୪୭ ବର୍ଷ ବୟସରେ ଆମ୍ଭମାନଙ୍କୁ ଛାଡ଼ି ଇହଲୀଳା ସମ୍ବରଣ କରିଛନ୍ତି l ତାଙ୍କ ଅମର ଆତ୍ମାର ସଦ୍ ଗତି କାମନା କରି କେଶରୀୟା ହିନ୍ଦୁ ବାହିନୀ, ଯାଜପୁର ଜିଲ୍ଲା ପକ୍ଷରୁ ଆଜି ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା l ଉକ୍ତ ସଭାରେ ଯାଜପୁର ଜିଲ୍ଲାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିମନ୍ୟୁ ଶତପଥୀ ଙ୍କ ସହିତ ଜିଲ୍ଳା ପ୍ରବକ୍ତା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବଳସାମନ୍ତ, ଜିଲ୍ଲା ସହସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ଉପାଦକ୍ଷ ଶ୍ରୀକାନ୍ତ ମହାପାତ୍ର, କୋଷାଧ୍ୟକ୍ଷ ଅରୁଣ କୁମାର ମହାରଣା, ବ୍ୟାସନଗର ପୌରପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜେନାମଣି ସହ ଦାନଗଦି ବ୍ଲକ ଅଧ୍ୟକ୍ଷ ଗୋପୀନାଥ ରାଉତ ଏବଂ ଦାନଗଦି ବ୍ଲକ ପ୍ରଖଣ୍ଡ ମିଡିଆ ସେଲ୍ ଅଧ୍ୟକ୍ଷ ଉମାକାନ୍ତ ମହାପାତ୍ର ଯୋଗଦେଇ ସ୍ଵର୍ଗତ ଟଙ୍କଧର ଭାଇ ଙ୍କ ସ୍ମୃତି ଚାରଣ କରିବା ସହିତ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l RITA vision News 

ପାର୍ବଣ ପୂର୍ବରୁ ସରକାରୀ ନିର୍ଦ୍ଦେଶ କୁ ନେଇ ହାଇକୋଟ ଗଲା ପୂଜା କମିଟି l

Image
 ବ୍ୟୁରୋ ରିପୋର୍ଟ (Rita vision News) :- ଆଗକୁ ଆସୁଛି ପାର୍ବଣ, ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ବିଭିନ୍ନ କରୋନା ନିୟମ ଅନୁଯାୟୀ ପୂଜା ପାଳନ କରିବା ପାଇଁ ନିଷ୍ପତ୍ତି କୁ ପୂଜା କମିଟି ଗୁଡିକ ଅସମର୍ଥ ପ୍ରକାଶ କରିଛନ୍ତି l ଆଗକୁ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ପାଇଁ ଓଡ଼ିଶା ସରକାର ଜାରି କରିଥିବା ଗାଇଡଲାଇନ୍ସକୁ ଚ୍ୟାଲେଞ୍ଜ କରି କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଛି। ମାମାଲାର ମାନ୍ୟବର କୋର୍ଟ କି ବିଚାର କରିବେ ତାହା ସମୟ କହିବ l ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ମଣ୍ଡପକୁ ଚ୍ୟାଲେଞ୍ଜ କରି ଏହି ମାମଲା ଦାୟର କରାଯାଇଛି। ମୂର୍ତ୍ତିର ଉଚ୍ଚତା ୪ ଫୁଟ ରଖିବାକୁ ସରକାର ଗାଇଡଲାଇନ ଜାରି କରିଛନ୍ତି। ସେହିପରି ମଣ୍ଡପର ୩ ପାର୍ଶ୍ୱ ସଂପୂର୍ଣ୍ଣ ଓ ଚତୁର୍ଥ ପାର୍ଶ୍ୱ ଆଂଶିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି।