Posts

କଳିଙ୍ଗନଗର ରେ ଶ୍ରମିକ ଅଶାନ୍ତି, ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ଗଣଆନ୍ଦୋଳନ ଓ ଅର୍ଥନୈତିକ ଅବରୋଧ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ନୀଳାଚଳ ଇସ୍ପାତ କାରଖାନା ବନ୍ଦ ହେବା ପୂର୍ବରୁ ଶ୍ରମିକମାନଙ୍କ ଦରମା ପ୍ରଦାନ ନ କରିବା, କାରଖାନା ର ନିଜସ୍ୱ ଖଣିକୁ ଚାଲୁକରିବା, କାରଖାନାକୁ ତୁରନ୍ତ ଚାଲୁ କରିବାରେ ସରକାର ଶୀଘ୍ର ନିଷ୍ପତ୍ତି ନିଅନ୍ତୁ!  ଶ୍ରମିକ ଓ କର୍ମଚାରୀ ମାନଙ୍କୁ ସେମାନଙ୍କ ମୌଳିକ ଅଧିକାର ତୁରନ୍ତ ପ୍ରଦାନ କରିବାକୁ ଆଗରୁ ମିଳିତ ମଞ୍ଚ ପକ୍ଷରୁ ଲିଖିତ ଅଭିଯୋଗ କରିଛନ୍ତି ରାଜ୍ୟସରକାର ଓ କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, କୌଣସି ସୂତ୍ରରୁ କିଛି ବି ନିଷ୍ପତ୍ତି ଗ୍ରହଣ କରାଯାଇନଥିଲା l ଆର୍ଥିକ ଅନାଟନ କାରଣରୁ ଦୁଇ ଦୁଇ ଜଣ ଙ୍କ ଜୀବନ ଗଲା କିନ୍ତୁ ସରକାର ଅଣଦେଖା କରି ଚାଲିଛନ୍ତି l ଏହି ସବୁ ଦାବିରେ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ ସପରିବାର  ଡ଼ୁବୁରୀ ଛକ ଠାରେ ଆଜି ଗଣଆନ୍ଦୋଳନ ଓ ଅର୍ଥନୈତିକ ଅବରୋଧ କରାଯାଇଥିଲା l ସ୍ଥାନୀୟ ବିଧାୟକ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆସିଲେ ନାହିଁ l ଏଥିରୁ ସ୍ପଷ୍ଟ ହୋଇଯାଇଛି ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ଭାରି ଡର! ଏହି ଅଭିଯୋଗ ଆଣିଛନ୍ତି ଆନ୍ଦୋଳନ କାରୀ ମାନେ l କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ରାଜରାସ୍ତାରେ ଶ୍ରମିକ I କୌଣସି ଶ୍ରମିକ ସଂଘ କିମ୍ବା ଇଉନିୟନ୍ ସେମାନଙ୍କ ପାଇଁ ସ୍ଵର ଉଠାଉ ନାହାନ୍ତି ବୋଲି କହିଛନ୍ତି

ବେସାହାରା ଏବଂ ଭୋକିଲା ପିଲାଙ୍କୁ ମିଳିଲା ଥଇଥାନ, '' ରୀତା ଭିଜନ୍ ନ୍ୟୁଜ୍ '' ରେ ଖବର ପ୍ରସାରିତ ପରେ...

Image
ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଓଲଳ ଗ୍ରାମପଞ୍ଚାୟତର ଆଦିବାସୀ ସାହି ର ଘଟଣା l ଏହି ସାହି ର ଅସହାୟ ଓ ଭୋକିଲା ପିଲାଙ୍କ ଦୁଃଖଦ ଘଟଣା କୁ ନେଇ ଗତ ତାରିଖ ୭ ସେପଟେମ୍ବର ମାସରେ ଆମେ ଖବର ପ୍ରସାରିତ କରିଥିଲୁ l ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପହଞ୍ଚି ପାରିଛି ଉକ୍ତ ସାହିରେ l ଏହି ସାହିର ଶୁରୁ ମୁଣ୍ଡା ଓ ତାଙ୍କର ସ୍ୱାମୀ ସହିତ ୬ ଟି ପିଲା ବାସକରନ୍ତି l କିଛିଦିନ ତଳେ ସ୍ୱାମୀ ଆରପାରିକୁ ଚାଲିଗଲେ l ତାର ଗୋଟିଏଦିନ ପରେ ପାଞ୍ଚଜଣ ଛୋଟ ପିଲା ଙ୍କୁ ଛାଡି ମାନସିକ ବିକୃତ ମା ' ଶୁରୁ କେଉଁଆଡେ ଚାଲିଯାଇଥିଲା l ଭଙ୍ଗା କୁଡ଼ିଆ ରେ ନା ଖାଇ ପଡିରହିଥିବା ପିଲାଙ୍କ ବିଷୟରେ ଖବର ପ୍ରସାରଣ ପରେ ସ୍ଥାନୀୟ ବିଧାୟକ ସୁକିନ୍ଦା ଓ ଯାଜପୁର ଜିଲ୍ଲା ପ୍ରଶାସନର ନଜରରେ ଆସିଥିଲା l ଯାଜପୁର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ସୁରକ୍ଷା କମିଟି ଆଜି ଏହି ସାହିରେ ପହଞ୍ଚି ଶିଶୁ ମାନଙ୍କୁ ନିଜ ଦାୟିତ୍ଵରେ ନେଇଛନ୍ତି l ଏହି କର୍ଯ୍ୟ ପାଇଁ ଆମ RITA VISION NEWS( Disital News Potal) ଟିମ୍ ତରଫରୁ ଧନ୍ୟବାଦ ଜଣାଉଛୁ l ଏହିଭଳି ଦୁର୍ଦିନ ରେ ରହୁଥିବା ଲୋକଙ୍କ  ଓ ଲୋକମାନେ ସାମାଜିକ ଅଧିକାର ରୁ ବଞ୍ଚିତ ରହୁଥିବା ଖବର ପ୍ରସାରିତ କରି ପ୍ରଶାସନ ର ଦୃଷ୍ଟିକୁ ଆଣିବାକୁ ଆମେ ଯଥା ସମ୍ଭବ ପ୍ରୟାସ କରିବୁ l Umakanta Mohapatra (Rita vision News

ସାନଭାଇର କୋଦାଳ ମାଡ ରେ ବଡ଼ ଭାଇ ମୃତ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ରାଣୀପଡା ଗ୍ରାମପଞ୍ଚାୟତର ଗଳିଆଛନ୍ଦା ଗ୍ରାମର ଉତମ ନାୟକ ( ୪୦) କୁ ତାଙ୍କର ସାନଭାଇ ଶ୍ରୀଧର ନାୟକ କୋଦାଳ ରେ ମୁଣ୍ଡ କୁ ପିଟି ହତ୍ୟା କରିଥିବା ଯାଜପୁର ରୋଡ଼ ଥାନା ରେ ଅଭିଯୋଗ ହୋଇଛି l ଘଟଣାରୁ ପ୍ରକାଶ ଯେ ମୃତ ଉତମ ଗତ କାଲି କାମକରି ଘରକୁ ଫେରି ଥିଲେ l ଘରେ ପହଞ୍ଚି ବା ପରେ ଘରୋଇ କାଳିକୁ ନେଇ ଦୁଇଭାଇ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା l ଏଥିରେ ଉତ୍ୟକ୍ତ ହୋଇ ସାନଭାଇ ଶ୍ରୀଧର ଏକ କୋଦାଳ ରେ ବଡ଼ ଭାଇ ର ମୁଣ୍ଡ କୁ ପିଟି ପାଖରେ ଥିବା କୂଅ ମଧ୍ୟକୁ ଠେଲି ଦେଇ ଥିଲା l ଗାଁ ଲୋକେ କୂଅରୁ ଉଦ୍ଧାର କରି ପ୍ରଥମେ ଦାନଗଦି ଡାକ୍ତର ଖାନାରେ ପରେ ଯାଜପୁର ଟାଉନ ଡାକ୍ତର ଖାନା ନେଇଥିଲେ l ଟାଉନ୍ ଡାକ୍ତର କଟକ ପଠାଇ ଦେଇଥିଲେ I କଟକରେ ପହଞ୍ଚିଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେଠାରୁ ଘରକୁ ଫେରାଇ ଆଣିବା ପରେ ମୃତ ଉତ୍ତମ ଙ୍କ ସ୍ତ୍ରୀ ସରଦା ନାୟକ ଏନେଇ ଯାଜପୁର ରୋଡ ଥାନରେ ଲିଖିତ ଅଭିଯୋଗ କରିଥିଲେ l ଯାଜପୁର ରୋଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରୀଧର କୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରଛି l ଶବ ବ୍ୟବଚ୍ଛେଦ କରାଯିବା ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l ସାମନ୍ୟ ବଚସା ରେ ସାନଭାଇ ନେଲା ବଡ଼ ଭାଇ ର ଜୀବନ l Umakanta Mohapatra (Rita vision Ne

ସୁକିନ୍ଦା ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ, ବିଜେପି ରେ ଯୋଗଦାନ କଲେ କଂଗ୍ରେସ ଓ ବିଜେଡି କର୍ମୀ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - : ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୦ ତମ ଜନ୍ମଦିନ ଦିନ ପାଳନ ଅବସରରେ ସୁକିନ୍ଦା ବିଜେପି ପକ୍ଷରୁ, ବୃକ୍ଷରୋପଣ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଶୁଖିଲା ଖାଦ୍ୟ ବଂଟନ ଆଦି କାର୍ଯ୍ୟକ୍ରମ କରାଯାଇଛି I ପ୍ରଧାନମନ୍ତ୍ରୀ ଙ୍କ ଏହି ଜନ୍ମ ସପ୍ତାହ କୁ ଦେଶ ରେ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ଆଜି ପୂର୍ବାହ୍ନରେ ସୁକିନ୍ଦାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଅଶୋକଝର ଠାରେ ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ (ଟୁଟୁ ବାବୁ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ସମୂହ ଦୀପ ପ୍ରଜ୍ଜ୍ୱଳନ କରାଯାଇ ପ୍ରଧାନମନ୍ତ୍ରୀ ମୋଦି ଜୀଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରାଯାଇଥିଲା । ଏହା ପରେ ଏହି ପର୍ଯ୍ୟଟନ ସ୍ଥଳୀ ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳା ଯୁବ ବିଜେପି ନେତା ବିଶ୍ୱଜିତ୍ ରାଜ୍ (ବାବୁନି), ଉଦୟ ନାରାୟଣ ସିଂସାମନ୍ତ, ୩୮ନଂ. ସୁକିନ୍ଦା ଶିଳ୍ପାଚଂଳ ମଣ୍ଡଳ ସଂଯୋଜକ ସରୋଜ ବାରିକ, ଜୀତେନ୍ଦ୍ର ମହାନ୍ତ, ଦେବେନ୍ଦ୍ର ପ୍ରଧାନ, ଶରତ ମହାନ୍ତ, ଶରତ ନାୟକ, ପୁରୁଷୋତମ ସାହୁ, ନିରଞ୍ଜନ ମହାନ୍ତ, ବୀରବର ସାହୁ, ଶ୍ରୀଧର ମହାନ୍ତ, ଇଶ୍ୱର ନାୟକ, ଧର୍ଯ୍ୟଧର ଦାସ, ରାହୁଲ ନାୟକ, ସଂଜୟ ଖୁଂଟିଆ, ସୈାମେନ୍ଦ୍ର ସିଂସାମନ୍ତ, କ

ବେସାହାରା, ଅନାଥ ଆଦିବାସୀ ପିଲାଙ୍କୁ ବେସରକାରୀ ଅନୁଷ୍ଠାନ ର ସହାୟତା ପ୍ରଦାନ l

Image
ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦି ବ୍ଲକ ଓଲଳ ଗ୍ରାମପଞ୍ଚାୟତର ଆଦିବାସୀ ସାହି ର ଘଟଣା l ଏହି ସାହିର ଲମ୍ବୁଆ ମୁଣ୍ଡା ତାର ସ୍ତ୍ରୀ ଶୁରୁ ମୁଣ୍ଡା ଓ ୬ ଜଣ ପିଲା ଙ୍କୁ ନେଇ ବାସକରନ୍ତି l କିଛିଦିନ ହେଲା ଲମ୍ବୁଆ ଦଣ୍ଡିସ୍, ଟାଇଫଏଡ ଜ୍ୱର ଓ ଟିବି ଏହି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ କରୋନା ପାଇଁ ଚିକିତ୍ସା ହୋଇନପାରି ଗତ ତାରିଖ ୨.୯.୨୦୨୦ ସନ୍ଧ୍ୟା ସମୟରେ ଆରପରିକୁ ଚାଲିଗଲେ l ସ୍ତ୍ରୀ ମାନସିକ ବିକୃତ ଯୋଗୁ ୬ ଜଣ ଛୋଟ ପିଲା ଙ୍କୁ ପାଳିବା ସମ୍ଭବପର ନୁହେଁ l ତାଙ୍କର ନା ଅଛି ଜମିବାଡ଼ି ନା ଅଛି ରହିବା ପାଇଁ ଘର, ଭଙ୍ଗା କୁଡିଆ ରେ ବିତୁଛି ୭ ପ୍ରାଣୀଙ୍କ ଜୀବନ l ରୋଜଗାର ଶୂନ୍ୟ ପରିବାର, ବଡ଼ ପୁଅ ୧୨ ବର୍ଷର ହୋଇଥିବାବଳେ ଦୁଇ ଜଣ ଛୋଟ ପୁଅ ଓ ତିନିଜଣ ଛୋଟ ଝିଅ ଅଛନ୍ତି l ସ୍ଵାମୀ ଆରପରିକୁ ଚାଲିଗଲା ପରେ ପାଗେଳୀ ଶୁରୁ ଛ 'ମାସର ଛୋଟ ପିଲା କୁ ନେଇ ଘର ଛାଡି ଚାଲିଯାଇଛି l ଏହି ପରିସ୍ଥିତିରେ ୫ ଜଣ ଅନାଥ ପିଲା ଭଙ୍ଗା କୁଡିଆ ରେ ରହିଛନ୍ତି l ସାହି ଲୋକଙ୍କ ହାତଟେକାରେ ଚାଲିଛି ପରିବାର l ଏହି ଗ୍ରାମ ଟି ଦାନଗଦି ବ୍ଲକ ଠାରୁ ମାତ୍ର କେଇ କିମି ଦୁରରେ ଅବସ୍ଥିତ କିନ୍ତୁ ପ୍ରଶାସନ ର ଦୃଷ୍ଟିକୁ ଆସିନାହିଁ l ଆମେ ଗ୍ରାଉଣ୍ଡ ଜିରୋ ରୁ ଯାହା ଅନୁଭବ କଲୁ ଏହି ଗ୍ରାମଟି ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ଏଠାରେ ସରକାରୀ

ଯାଜପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଚକ୍ରବର୍ତ୍ତୀ ସିଂ ରାଠୋର l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା ର ୨୧ ତମ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଲେ ଚକ୍ରବର୍ତ୍ତୀ ସିଂ ରାଠୋର। ସୋମବାର ପୂର୍ବାହ୍ନରେ ମା ବିରଜାଙ୍କ ମନ୍ଦିର ବାହାରେ ମା ଙ୍କୁ ପ୍ରଣାମ କରି ଆଶୀର୍ବାଦ କାମନା କରିଥିଲେ ଶ୍ରୀ ରାଠୋର। ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ। ଶ୍ରୀ ରାଠୋର ଏହା ପୂର୍ବରୁ ବରହମପୁର ମୁନିସିପାଲ କର୍ପୋରେସନ ର କମିଶନର ଭାବେ କାର୍ଯ୍ୟରତ ଥିଲେ। ଜିଲ୍ଲାପାଳ ଙ୍କ ଦାୟିତ୍ଵ ଗ୍ରହଣ ସମୟ ରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକଙ୍କ ସହ ଆଇ ଏ ଏସ୍ ପ୍ରୋବେସନର ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଲାପାଳ ଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ରଂଜନ କୁମାର ଦାସ ଙ୍କ ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିଲା। RITA VISION NEWS 

କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଅନ୍ଧାରି ମୂଳକ ଗାଁ ରଣା ଗୁଣ୍ଡି ର ହରିଜନ ସାହି l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳ, ଦାନଗଦି ବ୍ଲକ୍ ର ରଣା ଗୁଣ୍ଡି ଗ୍ରାମପଞ୍ଚାୟତର ୭ ନମ୍ବର ୱାର୍ଡର ତଳ ହରିଜନ ସାହି l ଏହିଠାରେ ବାସକରନ୍ତି ୨୮ ଟି ପରିବାର, ଭୋଟର ସଂଖ୍ୟା ୨୦୦ ରୁ ଉର୍ଦ୍ଧ l ଏହା ଏକ ଏହିପରି ସାହି ଯେଉଁ ସାହି କୁ ଗମନାଗମନ ପାଇଁ କୌଣସି ସୁବିଧା ନାହିଁ l ଖରାଦିନରେ ଲୋକମାନେ ଟିକେ ଯା' ଆସ କରିପାରିବେ କିନ୍ତୁ ବର୍ଷା ଦିନ ଆସିଲେ ନା ଯାଇପାରେ ଟ୍ରାକ୍ଟର ନା ଦୁଇଚକିଆ ଯାନ, ଏମିତିକି ସାଇକେଲ ଯିବା ଅସମ୍ଭବ I ରୋଗୀମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଏକ ମାତ୍ର ସାହାରା ଦୋଳl ବା ଖଟିଆ l ଗାଁ ରୁ ଆନୁମାନିକ ଦେଢ଼ କିଲୋମିଟର ଆସିଲେ ରୋଗୀ ବୁହାହୋଇ ଆସିଲେ ଆମ୍ବୁଲାନ୍ସ ସେବା ଉପଲବ୍ଧ ହୋଇଥାଏ l କାହିଁ କେତେ କାଳରୁ ସେ ଅସୁବିଧା ହୋଇଆସୁଛି କିନ୍ତୁ ପ୍ରଶାସନିକ ଅଧିକାରୀ କିମ୍ବା ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ପଡ଼ି ପାରୁନାହିଁ l ଏହି ଅପାନ୍ତ ବସ୍ତି ର ଲୋକମାନେ ନିଜର ମୌଳିକ ଅଧିକାର ପାଇଁ କେତେଥର ସରପଞ୍ଚ ଏବଂ ନେତାଙ୍କୁ ଜଣାଇଛନ୍ତି କିନ୍ତୁ ଫଳ ଶୂନ l ଏହି ହରିଜନ ବସ୍ତି ରେ ଏମିତି କି ପାଣି ସମସ୍ୟା, ଅଙ୍ଗନୱାଡ଼ି, ସ୍କୁଲ ନାହିଁ l ଛୋଟ ଛୋଟ ପିଲା ସେଠାରୁ ଚାରି କିଲୋମିଟର ଦୂରରେ ଅବସ୍ଥିତ ଉପର ସାହି କୁ ଚାଲି ଚାଲି ଅଙ୍ଗନୱାଡ଼ି କୁ ଯାଇଥାନ୍ତି l ସ୍କୁଲ ପିଲାମାନଙ୍କୁ ପାଦ