Posts

ନିରାଡ଼ମ୍ବର ଭାବରେ ପାଳିତ ହେଲା ସହିଦ୍ ଦିବସ, ୧୫ ବର୍ଷ ପରେ ବି ଆଦିବାସୀ ଙ୍କୁ ମିଳୁନାହିଁ ନ୍ୟାୟ I

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଟାଟା ଷ୍ଟିଲ କାରଖାନା ତିଆରି ପାଇଁ ସରକାର ଓ ଜନତାଙ୍କ ଖଣ୍ଡଯୁଦ୍ଧ ମଧ୍ୟରେ ବଳି ପଡ଼ିଥିଲେ ନିରୀହ ଆଦିବାସୀ ଓ ତା ସହିତ ସହିଦ୍ ହୋଇଛନ୍ତି ପୋଲିସ୍ ଜାନୁଆରୀ ୨, ୨୦୦୬ ରେ ଘଟିଥିବା କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୫ବର୍ଷ ପୁରିଛି । ଏହି ହୃଦୟ ବିଦାରକ ଘଟଣାକୁ ମନେପକାଇବା ପାଇଁ ପ୍ରତ୍ୟେକ ବର୍ଷ ବିସ୍ଥାପନ ବିରୋଧି ଜନମଂଚ ପକ୍ଷରୁ ପାଳନ ହେଉଛି ସହିଦ ଦିବସ । କରୋନାକୁ ଆଖି ଆଗରେ ରଖି ଚଳିତ ବର୍ଷ ପାଳନ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ଜାରି କରିଥିଲେ ଗାଇଡଲାଇନ । ସହିଦ ଦିବସ ପାଳନ ହେବାକୁ ଥିବା ବୀର ଭୂମିରେ ସାନିଟାଇଜର ବ୍ୟବସ୍ଥା ସହ ମାକ୍ସକୁ ବାଧ୍ୟତାମୂଳକ କରାଯାଇଥିଲା । ଏହି ଅବସରରେ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି ସହିଦ୍ସା ଦିବସ I ମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯାଇଛି । ଚମ୍ପା କୋଇଲା ଠାରୁ ବୀର ଭୂମି ପର୍ଯ୍ୟନ୍ତ ପ୍ରତି ବର୍ଷ ଅନୁଷ୍ଠିତ ହେଉଥିବା ଶୋଭାଯାତ୍ରାକୁ ଚଳିତ ବର୍ଷ ବନ୍ଦ କରାଯାଇଛି । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ନେଇ କଳିଙ୍ଗନଗର ଅତିରିକ୍ତ ଆରଖି ଅଧିକାରୀ କହିଛନ୍ତି । ଦୀର୍ଘ ବର୍ଷ ପରେ ବି ଆମେ ନ୍ୟାୟ ପାଇପାରିଲୁ ନାହିଁ ବୋଲି ଏବେବି କହନ୍ତି ସ୍ଥାନୀୟ ଅଞ୍ଚଳର ଆଦିବାସୀମାନେ l

କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଅନ୍ସାଇଟ୍ ମକଡ୍ରିଲ I

Image
ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଆପଦ ପରିଚାଳନା ବ୍ୟବସ୍ଥା କୁ ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ଯାଜପୁର ଜିଲ୍ଲା ଫ୍ୟାକ୍ଟ୍ରି ଓ ବଏଲର ବିଭାଗର ଉପନିର୍ଦ୍ଦେଶକ ୟୁ. ସି. ସୁତାର ଗତ ଡିସେମ୍ବର ୨୯ ତାରିଖ ଦିନ ଟାଟା ଷ୍ଟିଲ, ଜିନ୍ଦାଲ ଷ୍ଟିଲ, ଭିସା ଷ୍ଟିଲ ର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ପ୍ରୋପେନ ଗ୍ୟାସ୍ ଲିକେଜ ଓ ଫ୍ୟାୟର ର ଏକ ଅନ୍ ସାଇଟ୍ ମକ୍ ଡ୍ରିଲ ର ଆୟୋଜନ କରାଯାଇଥିଲା l ଟାଟାଷ୍ଟିଲ କଳିଙ୍ଗନଗର ପକ୍ଷରୁ ଅପରେସନ ମହାପ୍ରବନ୍ଧକ ଶ୍ରୀ କର୍ମବୀରସିଂ,ୟୁଟିଲିଟି ବିଭାଗର ମୁଖ୍ୟ ଶ୍ରୀ ଏସ୍. ବିଶ୍ବାସ ଓ ନିରାପତ୍ତା ବିଭାଗ ର ମୂଖ୍ଯ ଶ୍ରୀ ବି. ଡି. ମହାନ୍ତି ପ୍ରମୁଖ ଙ୍କ ସହ ଉଦ୍ଧାର ଦଳ, ମେଡିକାଲ ଟିମ ଉପସ୍ଥିତ ରହି ମକ୍ ଡ୍ରିଲ ର ଜରୁରୀ ପରିସ୍ଥିତି ପରିଚାଳନା, ଟ୍ରାଫିକ ନିୟନ୍ତ୍ରଣ, ଦୁର୍ଘଟଣା ସମୟରେ ଉଦ୍ଧାର ଦଳର କର୍ଯ୍ୟ, ଫ୍ୟାୟର ଫାୟାରିଙ୍ଗ ଉପରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ଫ୍ୟାକ୍ଟ୍ରି ଓ ବଏଲର ବିଭାଗର ଉପନିର୍ଦ୍ଦେଶକ ଟାଟାଷ୍ଟିଲ ର ଏହି କର୍ଯ୍ୟକ୍ରମ କୁ ପ୍ରସଂଶା କରିବା ସହିତ ମକ୍ ଡ୍ରିଲ ଶେଷ ପରେ ନିଜର ବକ୍ତବ୍ୟ ରଖିଥିଲେ l ଅନ୍ୟ ଅଂଶୀଦାର ମାନେ ମାଇକ୍ରୋସଫ୍ଟ ଟିମ୍ ଓ ଡିଜିଟାଲ ମଞ୍ଚ ଦ୍ଵାରା ସାମିଲ ହୋଇଥିଲେ l 

ସୁକିନ୍ଦା ନିର୍ବାଚନ ମଣ୍ଡଳୀ, ଦାନଗଦି ବ୍ଲକ ଘେରାଉ କଲା ବିଜେପି l

Image
ଯାଜପୁର (କଳିଙ୍ଗନଗର) - ବିଜୁ ଜନତା ଦଳ ପକ୍ଷରୁ କରାଯାଉଥିବା ଦୁର୍ନୀତି କୁ ନେଇ ସାରା ରାଜ୍ୟରେ ବିଜେପିର ବ୍ଳକ ଘେରାଉ କରାଯାଉଛି l ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟି ତରଫ ରୁ ଦାନଗଦି ବ୍ଲକ ଘେରାଉ କରାଯାଇଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ହଡପ କରି ବିଜୁ ପକ୍କା ଘର କହି ଲୋକ ଙ୍କୁ ବୋକା ବନାଉଛି ବିଜେଡ଼ି ସରକାର l  ମୋଦି ସରକାର ଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଲୋକ ଘର କରୁଥିବା ବେଳେ ସେହି ଘର ରେ ବିଜୁ ପକ୍କା ଘର ର ଷ୍ଟିକର ମାରି ହୀନ ରାଜନୀତି କରୁଥିବା ବିଜେଡ଼ି ବିରୋଧ ରେ ରାଜା ରାସ୍ତା କୁ ଓହ୍ଲାଇଛି ସୁକିନ୍ଦା ବଜେପି।ସୁକିନ୍ଦା ର ଲଢ଼ୁଆ ନେତା ପ୍ରଦୀପ ବଳସାମନ୍ତ(ଟୁଟୁ ବଳ) ଙ୍କ ନେତୃତ୍ୱରେ ଦାନଗଦି ବ୍ଲକ ଘେରୁଉ କରାଗଲା ।ବଜେପି ରାଜ୍ୟ ପରିଷଦ ସଭ୍ୟ,ଦାନଗଦି ବ୍ଲକ ର ଅଧ୍ୟକ୍ଷ ,ଉପାଧ୍ୟକ୍ଷ, ସମସ୍ତ ମଣ୍ଡଳ ସଭାପତି ,ସମସ୍ତ ପଞ୍ଚାୟତ ସଭାପତି,ମହିଳା ସଂଗଠନ ,ଯୁବ ସଂଗଠନ ଏଥିରେ ସାମିଲ ହୋଇଥିଲେ l 

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଦର ମାଟିରେ ଭବ୍ୟ ସମ୍ବର୍ଦ୍ଧନା l

Image
କଟକ (ବ୍ୟୁରୋ ରିପୋର୍ଟ) :- କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ "ଉତ୍କଳ ବିକାଶ ପରିଷଦ"(ଉଵିପ) ପକ୍ଷରୁ କଟକ ସଦର ବ୍ଲକ ଉପକଣ୍ଠ ସୋମପୁର ବଜାରରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଅଭିମୁଖେ ଯାତ୍ରା କରୁଥିବା ସମୟରେ ମାନ୍ୟବର ତୈଳ,ପ୍ରାକୃତିକ ଓ ଇସ୍ପାତମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ତାଙ୍କ କାର୍ମଧାରାର ଉଚ୍ଚ ପ୍ରସଂଶା କରିବାସହ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ! ଏହି ସ୍ୱାଗତ ସମ୍ବର୍ଦ୍ଧନା ପର୍ଵରେ ଭାଜପା କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ଭାଜପା ଜଗତସିଂହପୁର ଜିଲ୍ଲା ପ୍ରଭାରୀ ବୁଲୁ ପ୍ରଧାନ,ଉବିପ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଲଷ୍ମୀଧର ଜେନା, ବିମଳ କୁମାର ପଣ୍ଡା, ଅଶୋକ କୁମାର ସାମଲ, ନିରଞ୍ଜନ ରାଉଳ,ସୁମନ ଦାଶ, ତୁଷାର ବେହେରା, ସଂଜୟ ମଲ୍ଲିକ, ରଘୁନାଥ ଚୌଧୁରୀ, ରଂଜନ ସେଠୀ,ଗୋପୀନାଥ ସେଠୀ, ରତିକାନ୍ତ ନାୟକ, ସନ୍ତୋଷ ଭୋଇ, ବିଜୟ କୁମାର ନାୟକ,ସଂଜୟ ସେଠୀ,ସୁଦର୍ଶନ ଜେନା,ସଂଜୟ ସାହୁ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତଥିଲେ ! ସୂଚନାଯୋଗ୍ୟ କେନ୍ଦ୍ରମନ୍ତ୍ରୀ ପାରାଦ୍ୱୀପ ଠାରେ ଅନୁଷ୍ଠିତ ହେବାକୁ ଥିବା ଯୁଗପୁରୁଷ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ଉତ୍ସବ ଏବଂ ସାଙ୍ଗଠନିକ କାର୍ଯ୍ୟକ୍ରମ ଉପଲକ୍ଷେ ଯୋଗଦାନ କରିବାର ବ୍ୟବସ୍ଥାରହିଛି ! ବିଭିନ୍ନ ଜନହିତକର କାର୍ଯ୍ୟରେ "ଉତ୍କଳ ବିକାଶ ପରିଷଦ" ସଂଗଠନର ଭୂମିକା

ଇମ୍ଫା ଭୂତଳ ଖଣି ପିଟ୍ ହେଡ କମ୍ପ୍ଲେକ୍ସ ଉଦଘାଟିତ।

Image
ଯାଜପୁର (ସୁକିନ୍ଦା): ଇମ୍ଫା ପରିଚାଳନାଧୀନ ସୁକିନ୍ଦା ଖଣି ଅଞ୍ଚଳର ମହାଗିରି କ୍ରୋମାଇଟ ଖଣିଠାରେ ନିର୍ମିତ ସୁକିନ୍ଦା ଖଣି ଉପତ୍ୟକାର ପ୍ରଥମ ଅତ୍ୟାଧୁନିକ ପିଟ୍ ହେଡ୍ କମ୍ପ୍ଲେକ୍ସ ଭରଚୁଆଲ ମାଧ୍ୟମରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭକାନ୍ତ ପଣ୍ଡାଙ୍କଦ୍ୱାରା ଗତ ୨୪ ତାରିଖରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଶ୍ରୀ ପଣ୍ଡା କର୍ମଚାରୀମାନେ ଇମ୍ଫାର ଗୁଣାତ୍ମକମାନ ଓ ଉତ୍ପାଦିକତା ବୃଦ୍ଧି ନିମନ୍ତେ ମିଳିତଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l  ଏହି କମ୍ପ୍ଲେକ୍ସରେ କର୍ମଚାରୀଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୌଚାଳୟ, ପରିସ୍ରାଗାର, ବିଶ୍ରାମାଗାର, ପ୍ରାଥମିକ ଚିକିତ୍ସl କେନ୍ଦ୍ର ସମେତ ସଭାଗୃହ, ଲକ୍କର, କ୍ୟାପ ଲ୍ୟାମ୍ପ ଆଦି ବହୁମୁଖୀ ଗୃହ ରହିଛି l ଏଥିରେ ଖଣି ଉପ ସଭାପତି ସୁଧାଂଶୁ ପାଟନୀ ସ୍ୱାଗତ ଭାଷଣ ଦେଇଥିଲେ l ଖଣି ମୁଖ୍ୟ ତଥା ବରିଷ୍ଠ ଉପ ସଭାପତି ସଞ୍ଜିବ ଦାସ ପ୍ରାରମ୍ଭିକ ସୂଚନାଦେଇ ପିଟ ହେଡ କମ୍ପ୍ଲେକ୍ସର ବ୍ୟବହାରିକ ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ l ମହାଗିରି ଖଣି ପରିଚାଳକ ଲଲାଟେନ୍ଦୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଇମ୍ଫାର ପ୍ରଶାସନିକ ତଥା କାର୍ମିକ ବିଭାଗ ମୁଖ୍ୟ ଅଜୟ କୁମାର ବେହୁରିଆ ଓ ସହକର୍ମୀମାନେ ଏହି ଭରଚୁଆଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ) l

ସୁକିନ୍ଦା ପ୍ରେସ ଫୋରମ ର ବୈଠକ ଓ ବନ୍ଧୁ ମିଳନ l

Image
ଯାଜପୁର (ସୁକିନ୍ଦା):-ସୁକିନ୍ଦା ପ୍ରେସ ଫୋରମର ଏକ ବୈଠକ ୨୩ତାରିଖ ପୂର୍ବାହ୍ନରେ ଫୋରମ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି l ଯାଜପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିଜ ଜୟ ନାରାୟଣ ମହାପାତ୍ର ଏଥିରେ ଯୋଗଦେଇ ସାମ୍ବାଦିକ ମାନଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପର୍କରେ ଅବତାରଣା କରିବାସହ ସାମ୍ବାଦିକମାନେ ନିର୍ଭୀକଭାବେ ସତ୍ୟ ସମ୍ବାଦ ପରିବେଷଣ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ବରିଷ୍ଠ ସାମ୍ବାଦିକ ରବି ନାରାୟଣ କର ଏଥିରେ ଅଧ୍ୟକ୍ଷତା କରି ସାମ୍ବାଦିକ ମାନଙ୍କର ସମ୍ବାଦ ପରିବେଷଣର ଶୈଳୀ ଓ ସତ୍ୟ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଆରୋପକରି ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଅନୁସନ୍ଧାନମୂଳକ ସମ୍ବାଦ ପରିବେଷଣ କଲେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିବେ ବୋଲି କହିଥଲେ l  ସାମ୍ବାଦିଜ ଦୟାନିଧି ମହାନ୍ତ, ସୁଶାନ୍ତ ମଲ୍ଲିକ, କୃତ୍ତିବାସ ଭଞ୍ଜ ପ୍ରମୁଖ ଉଦବୋଧନ ଦେଇ ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦା ରକ୍ଷlପାଇଁ କୌଣସି ଚାପ କିମ୍ବା ପ୍ରଲୋଭନର ବଶବର୍ତ୍ତୀ ନହୋଇ ସତ୍ୟ ସମ୍ବାଦ ପରିବେଷଣ କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ l ଆବାହକ ଜିଜ୍ଞାଂଶୁ ସାହୁ ପ୍ରାରମ୍ଭିକ ସୂଚନା ଦେଇ ପ୍ରେସ ଫୋରମ ଗଠନର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ l ଚକ୍ରଧର ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ l ଫୋରମର ସଦସ୍ୟ ଅଂଶୁମାନ ବେହୁରା, କୃତ୍ତିବାସ ଭଞ୍ଜ, ଉମାକାନ୍ତ ମହାପାତ୍ର, ସନ୍

ଡୁବୁରୀ - ମିଲେଟାରୀ ଛକ ୬ ଥାକିଆ ରାସ୍ତା ନିର୍ମାଣ ର ଅବଧି ୪ମାସ ହେଲା ଶେଷ ହୋଇଛି, କିନ୍ତୁ ଆଜି ହେଉଛି ଦାନଗଦି ବଜାର ଉଚ୍ଛେଦ l

Image
ଯାଜପୁର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ସଂଲଗ୍ନ ହୋଇ ରହିଥିବା ରାସ୍ତା ଡୁବୁରୀ ଠାରୁ ମିଲିଟାରୀ ଛକ ରାସ୍ତା ନିର୍ମାଣ ହେବାକୁ ଦୀର୍ଘ ଦିନ ହେଲା ପଡିରହିଛି I ଏହାର କାରଣ ହେଉଛି ରାସ୍ତା କଡରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଏବଂ ତା ସହିତ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କ ଦ୍ଵାରା କରାଯାଇଥିବା  ଜବର ଦଖଲ l  ଗତ ତାରିଖ ୭/୩/୨୦୧୯ ଠାରୁ ଆରମ୍ଭ ହୋଇ ତାରିଖ ୬/୮/୨୦୨୦ ରେ ଶେଷ ହେବାକୁ ଥିବା ଏହି ରାସ୍ତା ର ଅବଧି ଆଜକୁ ପ୍ରାୟ ଚାରି ମାସ ହେଲା ଶେଷ ହୋଇଛି କିନ୍ତୁ ରାସ୍ତା କାର୍ଯ୍ୟ ହୋଇପାରୁନାହିଁ I ୧୨ କିଲୋମିଟର ରାସ୍ତା କାମ କରିବାକୁ ଜିଲ୍ଲା ଖଣିଜ ପାଣ୍ଠି ରୁ ୪୧ କୋଟି ୮୮ ଲକ୍ଷ ୭୮ ହଜାର ୨୧୦ ଟଙ୍କା ବ୍ୟୟ ଅଟକଳ କରାଯାଇଛି l  ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଆଜି ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ଯାହାକି ଶିଙ୍ଗାଗଡ଼ିଆ ଠାରୁ ଆରମ୍ଭ କରି ଶୋଲେଇ ଓ ଦାନଗଦି ବଜାର ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଛି I ଦାନଗଦି ତହସିଲଦାର ଙ୍କ ଉପସ୍ଥିତିରେ ପୋଲିସ୍ ସହାୟତା ରେ ଏହି କାର୍ଯ୍ୟ ହେଉଛି l