Posts

ଏକ ନକ୍ସଲ୍ ଦମ୍ପତ୍ତି ଙ୍କ ଆତ୍ମସମର୍ପଣ l

Image
ମାଲକାନଗିରି(ବ୍ୟୁରୋ ରିପୋର୍ଟ) :-  ମାଲକାନଗିରି ଜିଲ୍ଲା ସୀମାନ୍ତ କାଂକେର ପୁଲିସ ନିକଟରେ ଆଜି ଏକ ନକ୍ସଲ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଏମ.ଆର.ଆହିରେଙ୍କ ସମ୍ମୁଖରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ କୋସକୋଡି ଏରିଆ କମିଟିର ସଦସ୍ୟ ଜୟସିଂ ଅରଫ ଦରବାରି କୋମରା। ବୟସ ୨୮ ବର୍ଷ। ସରକାର ଜୟସିଂ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଜୟସିଂଙ୍କ ପତ୍ନୀ ସମ୍ମି ଅରଫ ସନ୍ନି ଇରପା ପ୍ଲାଟୁନ ନମ୍ବର ୧୭ର ସଦସ୍ୟା ଅଟନ୍ତି। ସରକାର ସନ୍ନି ନାମରେ ୨ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଗତ ୨୦୧୧ ମସିହାରେ ଏମାନେ ନକ୍ସଲ କମାଣ୍ଡର ବିକାଶର ସଂସ୍ପର୍ଶରେ ଆସି ନକ୍ସଲ ସଂଗଠନରେ ଜଡିତ ହୋଇଥିଲେ। ଗତ ଦଶ ବର୍ଷ ମଧ୍ୟରେ ବିଭିନ୍ନ ଅଂଚଳରେ ଏମାନେ ବୁଲି ବହୁ ହିଂସା ଘଟାଇଥିବା ପୁଲିସ କହିଛି। ଆମାବେଡା ଥାନା ଅଂଚଳର ଅର୍ରା ଗ୍ରାମରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା, କୋତକୁଣ୍ଡରେ ଜଣକୁ ହତ୍ୟା, ତାଡୋକି ଥାନା ଅଂଚଳରେ ପୁଲିସ ଉପରେ ଆକ୍ରମଣ ଭଳି ପ୍ରାୟ ୨୦ରୁ ଉର୍ଦ୍ଧ୍ବ ହିଂସାରେ ଏମାନେ ଜଡିତ ଥିବା ପୁଲିସ କହିଛି। ତେବେ ସଂଗଠନରେ ପୂର୍ବ ଭଳି ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାମ କରାଯାଉନଥିବା କହିଥିଲେ।ସଂଗଠନରେ ଭେଦଭାବ ସହ ନିର୍ଯାତନା ବଢୁଥିଲା। ମହିଳାଙ୍କ ପ୍ରତି ଶୋଷଣ ବଢୁଥିଲ

ମଦଦୋକାନ ଖୋଲା କୁ ମହିଳାଙ୍କ ବିରୋଧ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ମାତିଲେ ମହିଳା, ଭାଙ୍ଗିଲେ ମଦ ଦୋକାନ ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନଠୁଆବର ପଞ୍ଚାୟତ ରେ, ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା । ଉତ୍ୟକ୍ତ ମହିଳା ମାନେ ମଦ ଦୋକାନକୁ ବାଡ଼େଇ ଭାଙ୍ଗିବା ସହ ବିପୁଳ ପରିମାଣରେ ମଦ ନଷ୍ଟ କରିଛନ୍ତି। ମଦ ଦୋକାନରୁ ପେଟି ପେଟି ମଦ ବୋହି ନେଲେ ପୁରୁଷ। ଏ ଭଳି ଦୃଷ୍ୟ ଦେଖି ବାକୁ ମିଳିଛି ଯାଜପୁର ଜିଲ୍ଲାର ରସଲପୁର୍ ବ୍ଲକ ନଠୁଆ ବର ପଞ୍ଚାୟତ ଅଧୀନସ୍ଥ କୁରୁ କୁରା ଗ୍ରାମରେ। ଏଠାରେ ନୂତନ କରି ଏକ ସରକାରୀ ମଦ ଦୋକାନ ଖୋଲା ଯାଇଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳର ମହିଳା। Women oppose opening liquor stores.  Jajpur (Beuro Report): - A woman was found dead in a liquor store in Nathuabar panchayat in Rasulpur block of Jajpur district. That means debar female have lost huge quantity of alcohol, including alcohol rather to slip folding. The man carried a box of liquor from the liquor store. A similar scene was reported in Kuru Kura village under Nathua Bar Panchayat in Rasalpur block of Jajpur district. A new govern

ଯାଜପୁର ଜିଲ୍ଲା ରେ ଖାଉଟି ଙ୍କୁ ଶୋଷଣ I

Image
  ଯାଜପୁର  (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ପାଣିକୋଇଲି ଷ୍ଟେଟବ୍ଯାଙ୍କ ଅପ୍ ଇଣ୍ଡିଆ ଏଟିଏମ ପାଖରେ ଥିବା ଏକ ପତଞ୍ଜଳୀ ଆଉଟ୍ ଲେଟ୍ ଦୋକାନ ରେ ଚାଲିଛି କଳାବଜାରୀ I  ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଦୋକାନ ର ମାଲିକ ଚାନ୍ଦପୁର ଗ୍ରାମର ଦୀପକ କୁମାର ରାଉତ ସୋରିଷ ତେଲ ର ପାଉଚ ଉପରେ ଥିବା ନିର୍ଦ୍ଧିଷ୍ଟ କମ୍ପାନୀ ମୂଲ୍ୟ କୁ ବଦଳାଇ କଳା ମାର୍କର ରେ @୧୫୫ ଟଙ୍କା କୁ @୧୮୫ ଟଙ୍କା ଓ @୧୫୦ ଟଙ୍କା ବଦଳରେ @୧୮୦ ଟଙ୍କା ହାତରେ ଲେଖି ଗ୍ରାହକଙ୍କୁ ଭୁଆଁ ବୁଲେଇ ମୋଟା ଅଙ୍କର ପଇସା ରୋଜଗାର କରୁଥିବା ଅଭିଯୋଗ ହେଉଛି l  ଜିଲ୍ଲା ଖାଉଟି ବିଭାଗ ପକ୍ଷରୁ ଏହାର ତଦନ୍ତ କରି ଉକ୍ତ ଦୋକାନୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି I 

ସାମ୍ବାଦିକଙ୍କ ବିୟୋଗରେ ସ୍ମୃତିଚାରଣ ସଭା l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ଟାଇମସ୍ ଅଫ୍ ଇଣ୍ଡିଆର ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ଆଲୁମୁନି ଛାତ୍ର ଶ୍ରୀ ପ୍ରିତିମନ୍ ମହାପାତ୍ରଙ୍କ ଗତ ମଇ ୧/୫/୨୦୨୧ ରେ କୋବିଡ୍-୧୯ ଯୋଗୁଁ ମୃତ୍ୟୁ ବରଣ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବାଣୀବିହାର ପରିସରରେ ଥିବା ମା' ତାଳପଦେଶ୍ୱରି ମନ୍ଦିର ପରିସରରେ ଆଜି ସନ୍ଧ୍ୟା ୫ ଘଟିକା ସମୟରେ କୋବିଡ୍ ନିୟମ ଅନୁସାରେ ଏକ ଶୋକସଭା ଆୟୋଜନ କରି ଶ୍ରୀ ମହାପାତ୍ରଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହି ଶୋକସଭାରେ ବାଣୀବିହାରର ପ୍ରଫେସର ଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ, ବଦ୍ରୀ ନାରାୟଣ ମହାନ୍ତି, ମନୋଜ କୁମାର ସାହୁ, ନିର୍ମଳ କୁମାର ପଣ୍ଡା, ଡ଼ଃ ପ୍ରକାଶ ତ୍ରିପାଠୀ, ହିମାଂଶୁ ଲେଙ୍କା, ରିଡର୍ ମନୋରଞ୍ଜନ ସେନାପତି, ଅନାମ ବେହେରା, ସୁଶାନ୍ତ କୁମାର ପାତ୍ର, ଲୋକେଶ ଜଗତ, ଆଶିଷ ପାଠୀ, ସର୍ବେଶ୍ଵର ବେହେରା , ରଜନୀ ମହାନ୍ତି ଓ ଆୟୋଜକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତି ଉଚ୍ଚାରଣ କରିଥିଲେ। ଓ ତାଙ୍କର ଏକାଦଶାହରେ ଏକ ଭର୍ଚୁଆଲ ଗୁଗୁଲ୍ ମିଟ୍ ମାଧ୍ୟମରେ ସ୍ମୃତି ଚାରଣ ସଭା କରାଯିବ ବୋଲି ନିଷ୍ପତି ହୋଇଛି। Remembrance meeting for journalist's death.  Bhubaneswar (Beuro Report): - Mr. Pritiman Mohapatra, a senior journalist of the Times of India and a

ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ସ୍ମୃତିଚାରଣ ସଭା l

Image
  ଯାଜପୁର (ସୁକିନ୍ଦା):- ବିଶ୍ୱ ସାହିତ୍ୟର ଯଶସ୍ବୀ ଲେଖକ, ବିଶିଷ୍ଠ କଥାକାର, ଶ୍ରୀ ଅରବିନ୍ଦ ଦର୍ଶନର ବିଦ୍ୱାନ ଭାଷ୍ୟକାର ତଥା ଓଡ଼ିଆ ସାହିତ୍ୟର ମଉଡମଣି ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନ ପରିସରରେ ଏକ ସ୍ମୃତିଚାରଣ ସଭା କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି l ସାହିତ୍ୟ ସମାଜର ସଭାପତି ପ୍ରାଧ୍ୟାପକ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ରାଜକିଶୋର ଆଚାରୀ, ସମ୍ପାଦକ ପ୍ରାଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ, ଉପ ସଭାପତି ଡ. ଦୟାନିଧି ଦାଶ, ଲବଙ୍ଗଲତା ପରିଡା,ସଂଗଠନ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ,ସହ ସମ୍ପାଦକ ପବିତ୍ର ମୋହନ ସାହୁ,ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ସୁରେନ୍ଦ୍ର କୁମାର ଦାଶ, କୋଷାଧ୍ୟକ୍ଷ ମନୋରଞ୍ଜନ ଦାସ, ସଦସ୍ୟ ରଞ୍ଜନ ନାୟକ, ଅଲେଖ ପ୍ରସାଦ ପାଗଡ଼, ସନାତନ ମହାନ୍ତ, ଅଶୋକ କୁମାର ବେହେରା ପ୍ରମୁଖ ମନୋଜ ଦାସଙ୍କ ବହୁମୁଖୀ ପ୍ରତିଭା ଓ ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତକରି ତାଙ୍କ ବିୟୋଗ ଫଳରେ ଓଡ଼ିଆ ଓ ଇଂରାଜୀ ଭାଷା ସାହିତ୍ୟ ଆକାଶରୁ ଏକ ଉଜ୍ଜଳ ନକ୍ଷତ୍ର ଅସ୍ତମିତ ହୋଇଗଲା ବୋଲି ମତ ବ୍ୟକ୍ତ କରିଥିଲେ l ପ୍ରାରମ୍ଭରେ ତାଙ୍କ ଅମର ଆତ୍ମାର ସଦଗତି ନ

କରୋନା ମହାମରୀ ପାଇଁ ମହାବୀର ଙ୍କ ପୂଜା l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲା କୋରେଇ ବ୍ଲକ, ଜହ୍ନା ପଞ୍ଚାୟତ ର ବ୍ରାହ୍ମଣବାଡ ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ଜି ଙ୍କ ପୂଜାର୍ଚ୍ଚନା ବିଧିବଦ୍ଧ ଭାବରେ ଆରମ୍ଭ କରାଯାଇଥିଲା l ସରକାରଙ୍କ କୋଭିଡ କଟକଣା ନିୟମ ଅନୁଯାୟୀ ଖୁବ୍ କମ୍ ସଂଖ୍ୟା ରେ ଭକ୍ତ ଙ୍କୁ ନେଇ ପୂଜା କରାଯାଇ ପୂଜା ଦ୍ଵାରା କୋରନା କେମିତି ଲୋକମାନଙ୍କ ପାଖରୁ ଦୁରେଇ ଯାଉ, ଲୋକ ଓ କୁନି କୁନି ପିଲା ମାନଙ୍କର ମଙ୍ଗଳ କାମନା କରିଥିଲେ l ଏହି ପୂଜା ଯଜ୍ଞ ର କର୍ତ୍ତା କାର୍ତ୍ତିକ ନାୟକ, କର୍ତ୍ତି ବିଷ୍ଣୁ ପ୍ରିୟା ନାୟକ, ପୂଜକ ଘନଶ୍ୟାମ ପଣ୍ଡା, ଅଭିମନ୍ୟୁ କର, ମହାବୀର ବ୍ରାହ୍ମଣ ବାଡ ପୂଜା କମିଟିର ସଭାପତି ଗଣେଶ୍ଵର ପଣ୍ଡା, ସମ୍ପାଦକ ରମେଶ ଚନ୍ଦ୍ର ନାୟକ,ଚିନ୍ତା ମଣି ପରିଡା, ଦେବେନ୍ଦ୍ର ମଲିକ୍, ଭରତ ନାୟକ,ଗୋପାଳ ନାୟକ, କୁଳମଣି ମଲିକ୍, ଗଣେଶ୍ଵର ଦାସ,ଧନେଶ୍ୱର ରାଉତ, ଜିତୁ ମଲିକ୍, ସୁମିତ୍ରା ପଣ୍ଡା,  ରେଣୁବାଳା କର, କମଳା ନାୟକ, ପ୍ରଭାତୀ ନାୟକ ସହିତ ଅନ୍ୟମାନେ ସହଯୋଗ କରିଥିଲେ l Mahabir's worship for the Karona epidemic.  Jajpur (Beuro Report) - The worship of Sri Sri Hanuman Ji was officially started in Brahmanabad village of Jahna Panchayat, Korei block, Jajpur district. Karthik Nayak, Karthi Vishnu Priya Nayak, Pujak G

ଓଡ଼ିଶାରୁ ତେଲେଙ୍ଗାନା ରାଜ୍ୟ କୁ ଯିବ ଅକ୍ସିଜେନ l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) : - ଓଡ଼ିଶାରୁ ଆକ୍ସିଜେନ ଯିବ ତେଲେନନା। ସେଥିପାଇଁ ଏୟାରଫୋର୍ସ କାର୍‌ଗୋ ବିମାନରେ ୪ଟି ଖାଲି ଟ୍ୟାଙ୍କର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛି। ଆଗକୁ ଆହୁରି ୫ଟି ଟ୍ୟାଙ୍କର ଆସିବ। ଏନେଇ ସୂଚନା ଦେଇଛନ୍ତି ତେଲେଙ୍ଗାନାରୁ ଆସିଥିବା ଅଧିକାରୀ। ଏୟାରଫୋର୍ସ କାର୍‌ଗୋରେ ଆସିଥିବା ଟ୍ୟାଙ୍କର ଗୁଡ଼ିକ ଆଜି ସଡ଼କ ପଥରେ ରାଉରକେଲା ଯିବ। ସେଠାରୁ ଅର୍ଥାତ ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଆକ୍ସିଜେନ୍‌ ଭର୍ତ୍ତି ତେଲେଙ୍ଗାନା ଅଭିମୁଖେ ଯାତ୍ରା କରିବ। ତେଲେଙ୍ଗାରେ ବିଭିନ୍ନ ମେଡିକାଲ୍‌ରେ ଦେଖାଦେଇଥିବା ଅକ୍ସିଜେନ ଅଭାବ ପୂରଣ କରିବା ପାଇଁ ଟ୍ୟାଙ୍କର ଗୁଡ଼ିକ ଆସିଛି। ସମୟ ବଞ୍ଚାଇବା ପାଇଁ ତେଲେଙ୍ଗାନା ସରକାର ଏପରି ପଦକ୍ଷେପ ନେଇଛନ୍ତି। ଅକ୍ସିଜେନ୍‌ ଅଭାବରୁ ମହାରାଷ୍ଟ୍ର ଓ ଦେଶର ରାଜଧାନୀ ଦିଲ୍ଲୀରେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଥିଲା। ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା କରୋନା ରୋଗୀମାନେ ଅକ୍ସିଜେନ୍‌ ନପାଇ ଜୀବନ ହାରୁଥିଲେ। ଯାହାକୁ ନେଇ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ଯଥା ଶୀଘ୍ର ଅକ୍ସିଜେନ୍‌ ଯୋଗାଇବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରସରକାର ପରାମର୍ଶରେ ଗତକାଲି ଦିଲ୍ଲୀ ଓ ମହାରାଷ୍ଟ୍ରକୁ ଅକ୍ସଜେନ୍‌ ଯୋଗାଇଥିଲେ। ଏଥିପାଇଁ ମହାରାଷ୍ଟ୍ର