Posts

ଜଗା ବଳିଆ ଙ୍କ ପାଇଁ ରାକ୍ଷୀ ସଜ୍ଜା, ଶ୍ରୀମନ୍ଦିର ରେ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା l

Image
ପୁରୀ(ବ୍ୟୁରୋ ରିପୋର୍ଟ) :- ଭଉଣୀ ଭାଇର ପବିତ୍ର ସମ୍ପର୍କର ପର୍ବ ହେଉଛି ରକ୍ଷାବନ୍ଧନ। ରାଖୀ ପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ତା’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶୁଭ ମନାସି ଥାଏ। ପ୍ରତିବଦଳରେ ଭାଇ ତା’ର ଭଉଣୀକୁ ଜନ୍ମ ଜନ୍ମ ପାଇଁ ସୁରକ୍ଷା ଦେବାର ସଂକଳ୍ପ ନେଇଥାଏ। ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ଏହି ପବିତ୍ର ପର୍ବ ପାଳନ କରାଯାଏ। ଆସନ୍ତା ୨୨ତାରିଖରେ ରାଖୀପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଏହି ପର୍ବ ପାଳନ ହେବ। ମହାପ୍ରଭୁଙ୍କ ମାନବୀୟ ଲୀଳା ମଧ୍ୟରେ ରକ୍ଷାବନ୍ଧନ ପର୍ବ ଅନନ୍ୟ। ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡ଼ଠାକୁର ପ୍ରଭୁ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ହାତରୁ ରାଖୀ ପିନ୍ଧିବେ। ଏଥିପାଇଁ ପାଟରା ବିଶୋଇ ସେବକମାନେ ରାଖୀ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।  ବାରମାସରେ ତେର ପର୍ବ ପାଳନ ହୋଇଥାଏ। ସେଥିମଧ୍ୟରୁ ଗହ୍ମାପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ଅନ୍ୟତମ। ଏହିଦିନ ଶ୍ରୀମନ୍ଦିରରେ ବିଶେଷ ନୀତି ହୋଇଥାଏ। ବଡଠାକୁର ବଳଭଦ୍ରଙ୍କ ଜନ୍ମ ସହ ରାଖୀ ପୂର୍ଣ୍ଣିମା ନୀତି ପାଳନ କରାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡଠାକୁର ବଳଭଦ୍ର ୨ଟି ଲେଖାଏ ରାଖୀ ଓ ୨ଟି ଲେଖାଏ ଗୁଆମାଳ ପରିଧାନ କରିଥାନ୍ତି। ପାଟରା ବିଶୋଇ ସେବକ ବାସୁଙ୍ଗା ପାଟରେ ରାଖୀ ଓ ଗୁଆମାନ ପ୍ରସ୍ତୁତ କରିଥାନ୍ତି। ପ୍ରଥମେ ବାସୁଙ୍ଗା ପାଟକୁ ୪ ପ୍ରକାର ରଙ୍ଗ ଯଥା ନାଲି, ନେଳି, ବାଇ

ରାସନ କାର୍ଡରେ ମିଳୁଥିବା ଚାଉଳ ଆଣିବା ପାଇଁ ଲୋକଙ୍କୁ ଚାଲିବାକୁ ପଡୁଛି ଦୀର୍ଘ ୧୮ କିଲୋମିଟର I

Image
ଚିତ୍ରକୋଣ୍ଡା : - ରାସନ କାର୍ଡରେ ମିଳୁଥିବା ଚାଉଳ ଆଣିବା ପାଇଁ ଲୋକଙ୍କୁ ଚାଲିବାକୁ ପଡୁଛି ଦୀର୍ଘ ୧୮ କିଲୋମିଟର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଧୂଳିଫୁଟ ପଞ୍ଚାୟତରେ। ଦୀର୍ଘଦିନରୁ ବିଛିନ୍ନ ହୋଇ ରହିଥିବା ସ୍ୱାଭିମାନ ଅଞ୍ଚଳକୁ ଗମନା ଗମନ ନିମନ୍ତେ ବଡ଼ପଡା ଠାରେ ଗୁରୁପ୍ରିୟା ନଦୀ ଉପରେ ନିର୍ମାଣ ହେଲା ଗୁରୁପ୍ରିୟା ସେତୁ। ପ୍ରତ୍ୟେକ ପଞ୍ଚାୟତ ଓ ଗ୍ରାମକୁ ସଂଯୋଗ ନିମନ୍ତେ ନିର୍ମାଣ ହେଲା ରାସ୍ତା।  ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସୁବିଧା ନିମନ୍ତେ ରାସ୍ତାଘାଟ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା। କିନ୍ତୁ ଗାଁକୁ ରାସ୍ତା ଥାଇବି ଆଜି ବି ଲୋକଙ୍କୁ ରାସନ ଚାଉଳ ପାଇଁ ଚାଲିବାକୁ ପଡୁଛି ୧୮ କିଲୋମିଟର। ୧ ଟଙ୍କାର ଚାଉଳ ପାଇବା ପାଇଁ ଲୋକଙ୍କୁ କେଜି ପ୍ରତି ୨୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ୪ ହଜାରରୁ ଊର୍ଦ୍ଧ୍ୱ ଲୋକ ଧୂଳିଫୁଟ ପଞ୍ଚାୟତରେ ବାସ କରନ୍ତି।  ଧୂଳିଫୁଟ ପଞ୍ଚାୟତକୁ ରାସ୍ତା ନିର୍ମାଣ ହୋଇଥିଲେ ବି ଲୋକଙ୍କୁ ଆଜି ବି ରାସନ ନିମନ୍ତେ ଦୀର୍ଘ କିଲୋମିଟର ଚାଲିଚାଲି ବଡ଼ପଡାର ହାଟଗୁଡାକୁ ଆସିବାକୁ ପଡ଼ୁଛି। କିଏ ଘୋଡା ସାହାଯ୍ୟରେ ତ କିଏ ଚାଲି ଚାଲି ଆସି ରାସନ ଚାଉଳ ନେଇଥାନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଧୂଳିଫୁଟ ପଞ୍ଚାୟତ ବାସୀ। ଧୂଳିଫୁ

ସଂସଦଙ୍କ ପରିବାର ନାମରେ ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ l

Image
କଟକ (ବ୍ୟୁରୋ ରିପୋର୍ଟ) : - କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯ୍ୟାତନା ମାମଲା। ମହତାବଙ୍କ ପୁରା ପରିବାର ଏବେ ଯୌତୁକ ନିର୍ଯାତନା ମାମଲାରେ ଛନ୍ଦି ହୋଇଛନ୍ତି । ସାଂସଦ ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ମହତାବ ଯୌତୁକ ନିର୍ଯାତନା ତଥା ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗରେ ଭୋପାଳ ମହିଳା ଥାନାରେ ଏତଲା ଦେଇଛନ୍ତି । ଶଶୁର ତଥା ସାଂସଦ ଭର୍ତ୍ତୁହରି ମହତାବଙ୍କ ବ୍ୟତୀତ ସ୍ବାମୀ ଲୋକରଞ୍ଜନ ମହତାବ ଏବଂ ଶାଶୂ ମହାଶ୍ବେତା ମହତାବଙ୍କ ବିରୁଦ୍ଧରେ ମଧ୍ୟ ସାକ୍ଷୀ ମହିଳା ଥାନାରେ ଏତଲା ଦେଇଛନ୍ତି । ଯୌତୁକ ନିର୍ଯାତନ ସହିତ ତାଙ୍କୁ ଜୀବନରୁ ମାରିଦେବା ପାଇଁ ମଧ୍ୟ ଧମକ ଦିଆଯାଉଥିବା ନେଇ ନିଜ ଏତଲାରେ ଦର୍ଶାଇଛନ୍ତି ସାକ୍ଷୀ ।  ସାକ୍ଷୀ ଏ ସମ୍ପର୍କରେ ନେଇ ଭୋପାଳ ମହିଳା ଥାନାରେ ଅଭିଯୋଗ କରିଛନ୍ତି l ଶାଶୁଘର ନାଁରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସାକ୍ଷୀ ତାଙ୍କ ଏତଲା ରେ ଉଲ୍ଲେଖ କରିଛନ୍ତି ଯେ, ‘ମୋତେ ଯୌତୁକ ନିର୍ଯାତନା ସହ ଶାରୀରିକ ଏବଂ ମାନସିକ ଭାବେ ପ୍ରତାରିତ କରାଯାଉଛି । ଏହା ସହିତ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦିଆଯାଉଛି । ତାଙ୍କର ସମସ୍ତ ଜିନିଷପତ୍ର(ଗହଣାଗାଣ୍ଠି) କୁ ମଧ୍ୟ ସେମାନେ ନେଇଯାଇଛନ୍ତି । ଏହାକୁ ନେବା ପାଇଁ ଚେଷ୍ଟା କଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି ।’  ଭୋପାଳ ମହିଳା ଥାନା ପୋଲିସ ଧାରା ୪୯୮ଏ, ୪୦୬, ୫୦

ଆଶା ଅଭିଳାଷା ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ୭୫ତମ ସ୍ବାଧିନତା ଦିବସ ପାଳିତ ।

Image
ଯାଜପୁର :- ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ସ୍ଥାନୀୟ ବ୍ୟାସ ଭୂମି ସେବାଆଶ୍ରମ ରେ ଥିବା କୁନି କୁନି ଅନାଥ ପିଲାମାନଙ୍କୁ ମିଷ୍ଟାନ୍ନ ଏବଂ ପେନ୍ ଓ ପାଠ ଉପକରଣ ବଣ୍ଟନ କରି ସେମାନଙ୍କ କୁନି ଓଠ ରେ ହସ ଫୁଟାଇବାର ପ୍ରୟାସ କରି ୭୫ତମ ସ୍ବାଧିନତା ଦିବସ ପାଳନ କଲା ଆଶା ଅଭିଳାଷା ସ୍ଵେଚ୍ଛାସେବୀ ସଂଗଠନ l ଏବଂ ଏହି ଖୁସିର ମୁହୂର୍ତ୍ତ ରେ ପିଲା ମାନଙ୍କ ସହ କିଛି ସମୟ ବିତାଇ ପିଲା ମାନଙ୍କ ର ସମସ୍ୟା ରେ ଭାଗୀଦାର ହୋଇ ସମାଧାନ କରିବା ଦିଗରେ କାର୍ଯ୍ୟ କରିବା ନେଇ ସଂଘର ସଭାପତିଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ପ୍ରତିଶୃତି ଦେଇଛନ୍ତି I   ସ୍ଥାନୀୟ ବ୍ୟାସ ସରୋବର ଠାରେ ଥିବା ରାଘୁଜି ଗୋସାଇଁଙ୍କ ମନ୍ଦିର ପ୍ରାଙ୍ଗଣରେ ଭଗବାନ ପଣ୍ଡାଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l  ଏହି ବୈଠକ ରେ ନୂତନ ସଭ୍ୟା ମାମୁନି ବେହେରା ସସ୍ମିତା ମହାରଣା ଏବଂ ପୂଜା ନାଏକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା ଓ ଆଗାମୀ ଦିନ ରେ ସଂଘ କିପରି ଦିବ୍ୟାଙ୍ଗ ମାନଙ୍କ ପାଇଁ କାର୍ଯ୍ୟ କରିବ ଏବଂ ସେମାନଙ୍କୁ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରାଯାଇ ପାରିବ ତାହା ଉକ୍ତ ବୈଠକ ରେ ଆଲୋଚନା ହୋଇଥିଲା l ପରି ଶେଷରେ ସଂଘର କୋଷାଧ୍ୟକ୍ଷ ଚକ୍ରଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଏଇ ବୈଠକ ରେ ସଂଘର ସଭାପତି ଭଗବାନ ପଣ୍ଡା, ଉପସଭାପତି ବିରଞ୍ଚି ନାରାୟଣ ସାହୁ, କୋଷାଧ୍ୟକ୍ଷ ଚକ୍

ସୁକିନ୍ଦା ଅଞ୍ଚଳରେ ଗୋଚର ଓ ଶାଳଜଙ୍ଗଲ ଜମି ବେଆଇନ୍ ଦଖଲ କୁ ତାଗିଦ କଲେ ସ୍ଥାନୀୟ ତହସିଲଦାର ନାରାୟଣ ଦୀକ୍ଷିତ ।

Image
ଯାଜପୁର - ସୁକିନ୍ଦା ଅଞ୍ଚଳରେ କିଛି ବ୍ୟକ୍ତି ବହୁ ସରକାରୀ ଜମି ,ଶାଳଜଙ୍ଗଲ କିସମ ଜମି ଓ ଗୋଚର ଜମିକୁ ଜବରଦଖଲ କରି ତାର ବାଡ଼ ବୁଲାଇ କବଜା କରି ବିଭିନ୍ନ ବ୍ୟକ୍ତିଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ଖବର ପାଇ ସୁକିନ୍ଦା ତହସିଲଦାର ଶୁକ୍ରବାର ଦିବା ୧୨ ଘଟିକା ସମୟରେ ସୁକିନ୍ଦା ଅଦର୍ଶବିଦ୍ୟାଳୟ ପାଖ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ଜବରଦଖଲ  କାର୍ଯ୍ୟକୁ ବନ୍ଦ କରିବା ସହିତ ଯେଉଁମାନେ ଏହି ବେଆଇନ ଜବର ଦଖଲ କାର୍ଯ୍ୟ କରୁଛନ୍ତି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁକିନ୍ଦା ତହସିଲଦାର ନାରାୟଣ ଦୀକ୍ଷିତ ସୂଚନା ଦେଇଛନ୍ତି । ଯଦି ତହସିଲଦାର ଏହି ଘଟଣାର ସଠିକ୍ ଭାବେ ପରିଚାଳନା କରନ୍ତି ତେବେ ଜମି ମାଫିଆ ଓ ଦଲାଲ୍ ମାନେ ଦଣ୍ଡ ପାଇବା ସଙ୍ଗେ ସଙ୍ଗେ, ସରକାରୀ ଜମି ସରକାରଙ୍କ ହାତରେ ରୁହନ୍ତା I ଆଗାମୀ ଦିନରେ ଏହିପରି ସରକାରୀ ସମ୍ପତ୍ତି ନଷ୍ଟ କରିବାକୁ କେହି ବି ଇଚ୍ଛା କରନ୍ତେ ନାହିଁ l ଏଠାରେ ଦେଖିବାକୁ ବାକି ରହିଲା ଏହା କେତେଦୂର ସମ୍ଭବ ହୋଇ ପାରିବ l Local tehsildar Narayan Dixit has warned of illegal occupation of pasture and forest lands in Sukinda area.  Jajpur - The Sukinda tehsildar on Friday reported that some people in Sukinda area were forcibly occupying a lot of government lan

ତୃତୀୟ ରିଜର୍ଭ ବାଟାଲିୟନରେ ସ୍ୱାଧୀନତା ଦିବସ ପାଳିତ l

Image
ଯାଜପୁର (ସୁକିନ୍ଦା):- ସୁକିନ୍ଦାର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ କୋଭିଡ ନିୟମ ପାଳନ କରାଯାଇ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ସୁକିନ୍ଦା ନିକଟ ରଙ୍ଗିଟାଙ୍ଗରଠାରେ ଅବସ୍ଥିତ ତୃତୀୟ ଇଣ୍ଡିଆ ରିଜର୍ଭ ବାଟାଲିୟନ ପରିସରରେ ଆୟୋଜିତ ଉତ୍ସବରେ ବାଟାଲିୟନ କମାଣ୍ଡାଣ୍ଟ କାନ୍ହୁ ଚରଣ ହାଁସଦା ଜାତୀୟ ପତାକା ଉତ୍ତୋଳନ କରିଥିଲେ l  କୋଭିଡ କଟକଣା ଯୋଗୁଁ ବାଟାଲିୟନର ୨ଟି କଣ୍ଟିଜେଣ୍ଟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l ସୁବେଦାର ଜ୍ଞାନରଞ୍ଜନ ରାଉତରାୟ ପରେଡ ପରିଚାଳନା କରିଥିବlବେଳେ ସୁବେଦାର ଜ୍ଞାନରଞ୍ଜନ ରାଉତ ସହଯୋଗ କରିଥିଲେ l ଆଡଜୁଟାଣ୍ଟ ନୋବର କେରକେଟା, ସ୍ୱତନ୍ତ୍ର ଅଧିକାରୀ ସତ୍ୟ ନାରାୟଣ ମଲ୍ଲିକ ଓ ବ୍ୟାଣ୍ଡ ମେଜର ଶ୍ରୀକାନ୍ତ ସାମଲ କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିଲେ l ଡେପୁଟି କମାଣ୍ଡାଣ୍ଟ ବସନ୍ତ କୁମାର ରାୟ, ସୋମନାଥ ସେଠି ଓ ମନୋଜ କୁମାର ଦାସ, ସୁକିନ୍ଦା ଥାନା ଆଇଆଇସି ଶିବ ଚରଣ ବେହେରା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ l(ସୁକିନ୍ଦା ରୁ ଜୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ)  Third Reserve Battalion celebrates Independence Day.  Jajpur (Sukinda): The 75th Independence Day has been observed in various government offices, educational insti

ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ୨୭ ପ୍ରତିଶତ ଓବିସି ପ୍ରାର୍ଥୀ ଦେବ ।

Image
ଭୁବନେଶ୍ବର :- ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଗୁରୁତ୍ୱପୂର୍ଣ୍ଣ ଘୋଷଣା । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ୨୭ ପ୍ରତିଶତ ଓବିସି ପ୍ରାର୍ଥୀ ଦେବ । ଆଜି ବିଜେଡି ଏହି ବଡ ଘୋଷଣା କରିଛି । ପଞ୍ଚାୟତ ନିର୍ବାଚନ ପାଇଁ ସରକାର କୌଣସି ଚୂଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳ ଏହି ନିଷ୍ପତ୍ତି ନେଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ କହିଛି, ସାଂପ୍ରତିକ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ସଂସ୍ଥାଗୁଡିକରେ ଆଗାମୀ ନିର୍ବାଚନ ପାଇଁ ଆବଶ୍ୟକ ସଂରକ୍ଷଣ ନିମନ୍ତେ ସରକାର ବିଚାର କରୁଛନ୍ତି । ଯାହାକି ସଂପ୍ରତି ବିଭିନ୍ନ ନ୍ୟାୟାଳୟର ଅନ୍ତରୀଣ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାର ପରିଚାୟକ ହେବା ସଙ୍ଗେ ସଙ୍ଗେ ଏକ ଚୂଡାନ୍ତ ନିର୍ଯାସ ନେବାରେ ସହାୟତା କରିବ । ପ୍ରେସମିଟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଏସଇବିସି ଆଇନ ୨୦୦୮ରେ ସାମାଜିକ ଓ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ ବିଭିନ୍ନ କୋର୍ଟର ଆଦେଶ ଦୃଷ୍ଟିରୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ମଙ୍ଗଳବାରଦିନ ଓବିସି ବିଲ ପାର୍ଲାମେଂଟରେ ପାସ ହୋଇଛି । ଏହାଦ୍ୱାରା ରାଜ୍ୟମାନଙ୍କୁ ଓବିସି ତାଲିକା ପ୍ରସ୍ତୁତିର କ୍ଷମତା ମିଳିବ । ଏହାପରେ ବିଜେଡି ସମେତ ବିଭିନ