Posts

ପାଣିକୋଇଲି ଟୋଲଗେଟ ନିକଟସ୍ଥ ନିର୍ମାଣ ଧୀନ ବ୍ରିଜ ନିକଟରୁ ଦୁଇ ଯୁବକ ଙ୍କ ମୃତ ଦେହ ଉଦ୍ଧାର I

Image
ଯାଜପୁର: - ଜିଲ୍ଲା ମଧ୍ୟ୍ୟ ଦେଇ ଯାଇଥିବା NH 16ଜାତୀୟ ରାଜପଥର ସୋତି ନିକଟସ୍ଥ ଲଭ ଷ୍ଟେସନ ହୋଟେଲ ନିକଟରୁ ଆଜି ଦୁଇ ଯୁବକ ଙ୍କ ମୃତ ଦେହ ଉଦ୍ଧାର କରିଛି ପାଣିକୋଇଲି ପୋଲିସ I   ସୂଚନା ମିଳୁଛି ଯେ ଦୁଇ ମୃତ ଯୁବକ ବିଜୟ ସାହୁ ଓ ମାନସ ଦାସ I ସେମାନେ ଜହ୍ନା ଗ୍ରାମର ବୋଲି ଜଣା ପଡିଛି l ଘଟଣା ସ୍ଥଳରୁ ପାଣିକୋଇଲି ପୋଲିସ ଏକ ହୋଣ୍ଡା ବାଇକ ଓ ମୋବାଇଲ ଜବତ କରିଛି I ପୋଲିସ ମୃତ ଦେହକୁ ଉଦ୍ଧାର କରି ପୋଷ୍ଟ ମଟମ ପାଇଁ ପଠାଇଛି I ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଛି l ମୃତ୍ଯୁର କାରଣ ଅସ୍ପଷ୍ଟ ଅଛି l The bodies of two young men were recovered from a construction bridge near Panikoili toll gate.  Jajpur: Panikoili police today recovered the bodies of two youths from the Love Station Hotel near Soti on NH 16 National Highway, which runs through the district. A Honda bike and a mobile phone were confiscated. Police recovered the body and sent it for post-mortem. Police are investigating.

Dr. Ionizer ତରଫରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର:- କୁଆଖିଆ ରେ Dr. Ionizer ର ପିଇବା ପାଣି ମାଧ୍ୟମରେ ଇମ୍ମ୍ୟୁନିଟି କୁ କିପରି ବୃଦ୍ଧି କରିପାରିବ, ତା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହା ବ୍ୟତୀତ ନୂତନ ନିଯୁକ୍ତି ସୁଯୋଗର ବ୍ୟବସ୍ଥା କରାଯାଇଛି l  ଏଥିରେ ସ୍ୱାସ୍ଥ୍ୟ ସଲ୍ହାକାର ଓ dr. Aqua କମ୍ପାନୀ ର ପ୍ରଵକ୍ତା ଶ୍ରୀ ରାଜୀବ ଲୋଚନ ସାର, କୁଆଖିଆ ଶାଖା ର ପରିଚାଳକ ଶ୍ରୀ ଦେବେନ୍ଦ୍ର ଛନ୍ଦ ଓ ଯାଜପୁର ଜିଲ୍ଲା ର କମ୍ପାନୀ କୋ୍ଡିନେଟର ମୁଖ୍ୟ ଶ୍ରୀ ଜ୍ୟୋତିରଞ୍ଜନ ରାୟ ଙ୍କ ସହଯୋଗରେ ଆୟୋଜନ ଏହି ସଚେତନତା ଶିବିର ରେ ଜନସାଧାରଣ ଙ୍କ ଉତମ ସ୍ୱାସ୍ଥ୍ୟ ବିଷୟରେ ବିଶେଷ ଗୁରୁତ୍ଵ ପ୍ରଦାନ କରାଯାଇଛି l ପିଇବା ପାଣି କୁ ସ୍ଵଚ୍ଛ ଓ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଜନସାଧାରଣ ଙ୍କୁ ସେବା ଯୋଗାଇଦେବାର ରେ Dr. Aqua କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଥିବା ଏହି କର୍ମଶାଳାରେ ବହୁ ଯୁବ ଓ ଅଭିଜ୍ଞାତା ଲୋକ ଉପସ୍ଥିତ ରହି ପାଣି ର ଇମ୍ମ୍ୟୁନିଟି ର ଉପକାରିତା ଉପରେ ଜ୍ଞାନ ନେଇଥିବାର ଦେଖିବାକୁ ମିଳିଥିଲା I Awareness camps have been organized by Dr. Ionizer.  Jajpur: - Dr. Ionizer in Kuakhia. Awareness camps have been held on how Ionizer can boost immunity through drinking water.  This includes health care workers and Drs. Organized by

ଆସିଲା ଗଣେଶ ପୂଜା ଗାଇଡ୍ ଲାଇନ୍ l

Image
ଭୁବନେଶ୍ୱର :- ପାର୍ବଣ ର ପ୍ରଥମ ପୂଜା ଗଣେଶ ପୂଜା ପାଇଁ ଆସିଲା ବିଏମସିର ଗାଇଡଲାଇନ୍ । କୋଭିଡ଼-୧୯ ପ୍ରୋଟୋକଲ ମାନି ମଣ୍ଡପ ଓ ପେଣ୍ଡାଲରେ ଗଣେଶ ପୂଜା ପରିଚାଳନା ପାଇଁ ଅନୁମତି ମିଳିଛି । ମଣ୍ଡପରେ ପୂଜା କରିବା ପାଇଁ ଭୁବନେଶ୍ୱର ପୋଲିସ୍ କମିଶନରଙ୍କ ଦ୍ଵାରା ଅନୁମତି ନେବାକୁ ପଡିବ । କିନ୍ତୁ ମଣ୍ଡପରେ ସର୍ବସାଧାରଣଙ୍କୁ ଅନୁମତି ଦିଆଯିବ ନାହିଁ । ପୂଜା କମିଟି ଓ ଆୟୋଜକ ମାନେ ସାମାଜିକ ଦୂରତା ଭଳି ସମସ୍ତ କଟକଣା ମାନିବେ l ଗଣେଶ ପୂଜା ଅବସରରେ ମଣ୍ଡପ ରେ ସର୍ବସାଧାରଣଙ୍କୁ ଅନୁମତି ଦିଆଯିବ ନାହିଁ । ପୂଜା କମିଟି ଆୟୋଜକ ମାନେ ସାମାଜିକ ଦୂରତା ଭଳି ସମସ୍ତ କୋଭିଡ଼-୧୯ ପ୍ରୋଟୋକଲ ଗ୍ରହଣ କରି ମଣ୍ଡପ ପେଣ୍ଡାଲରେ ଗଣେଶ ପୂଜା ପରିଚାଳନା କରିପାରିବେ । ସେମାନଙ୍କୁ ଭୁବନେଶ୍ୱର ପୋଲିସ୍ କମିଶନରଙ୍କ ଦ୍ଵାରା ଅନୁମତି ନେବାକୁ ପଡିବ । ପୂଜା କେବଳ ରୀତିନୀତି ପାଳନ ପାଇଁ କରାଯିବ । ପୁରୋହିତଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ବ୍ୟବହାର ଉଦ୍ଦେଶ୍ୟରେ ମଣ୍ଡପ ପେଣ୍ଡାଲଙ୍କୁ ତିନି ପାର୍ଶ୍ୱରେ ଆବଦ୍ଧ ଏବଂ ଗୋଟିଏ ପାର୍ଶ୍ୱରେ ଖୋଲିବାକୁ ପଡିବ । ଏହି ଚତୁର୍ଥ ପାର୍ଶ୍ୱକୁ ମଧ୍ୟ ସଠିକ୍ ଭାବରେ ଆଚ୍ଛାଦିତ କରାଯିବା ଉଚିତ । ମୂର୍ତ୍ତି ଆକାର ୪ ଫୁଟରୁ କମ୍ ହେବା ଉଚିତ୍ । ପୂଜା ସମୟରେ ୭ରୁ ଅଧିକ ବ୍ୟକ୍ତି ଅନୁମତି ରହିବେ ନାହିଁ, ଏବଂ ଉପସ୍ଥିତ ସମସ୍ତଙ୍କୁ କଡା କୋଭିଡ଼-୧୯ ପ୍ରୋଟୋକଲଗୁଡିକ ଅନୁସରଣ କରିବାକୁ ପଡ

ଲୋକମାନଙ୍କ ଜୀବିକାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର।

Image
ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) : - ହଟିଲା ସପ୍ତାହନ୍ତ ସଟଡାଉନ୍। ଲୋକମାନଙ୍କ ଜୀବିକାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର। ନୂଆ ଗାଇଡଲାଇନ୍‌ ନେଇ ପ୍ରେସବାର୍ତ୍ତା ଜରିଆରେ ସୂଚନା ଜାରି କରିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । ପୁରୀ, କଟକ ଓ ଭୁବନେଶ୍ୱରରେ ଏବେ ସପ୍ତାହାନ୍ତ ସଟ୍‌ଡାଉନ ହଟିଛି। ସକାଳ ୫ଟାରୁ ରାତି ୧୦ଟା ଯାଏଁ ସବୁ ଖୋଲା ରହିବ। ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ସବୁ ଖୋଲା ରହିବ। ବାହାଘର ବ୍ରତ ଘରରେ ୨୫୦ ଜଣ ଲୋକ ଯୋଗ ଦେଇପାରିବେ। ଏଣିକି କୌଣସି ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଲାଗୁହେବ ନାହିଁ। ଆସନ୍ତା ଅକ୍ଟୋବର ୧ ତାରିଖ ଯାଏଁ ଜାରି ରହିବ ନୂଆ ଗାଇଡଲାଇନ୍ ।  ସବୁ ପୌରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ରହିବ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହିବ ରହିବ ନାଇଟ କର୍ଫ୍ୟୁ। କେବଳ ଜରୁରୀ ସେବା ବ୍ୟତିତ ସାଧାରଣ ଯାଆସ ଉପରେ କଟକଣା ବଳବତ୍ତର ରହି । ପୂର୍ଣ୍ଣ କ୍ଷମତାରେ ଚାଲିପାରିବ ସିନେମା ହଲ । ରେଷ୍ଟୁରାଣ୍ଟ, ମଲ, ସିନେମା ହଲ, ଧାର୍ମିକ ସ୍ଥଳୀ କରୋନା କଟକଣା ମାନି ପୂର୍ବଭଳି ଜାରି ରହିବ । ଯଦି କୌଣସି ଅଞ୍ଚଳରେ ସଂକ୍ରମଣ ବୃଦ୍ଧିପାଏ ତେବେ ସ୍ଥାନୀୟ ପ୍ରଶାସନ ଚାହିଁଲେ ସାନି କଟକଣା ଲାଗୁ କରିପାରି​‌ବେ। ସେଭଳି ପୂଜା ପାର୍ବଣରେ ସ୍ବତନ୍ତ୍ର ନିର୍ଦେଶାବଳୀ ମାନିବାକୁ ପଡିବ। ସେପ୍ଟ

ତିନି ବର୍ଷ ବିତିଗଲାଣି, ସ୍ମାର୍ଟ ସିଟି ରେ କେବେ ଗଡିବ ବୈଦ୍ୟୁତିକ ବସ୍?

Image
ଭୁବନେଶ୍ୱର : - ହାଇଦରାବାଦ, ପୁନେ ଓ ହିମାଚଳ ପ୍ରଦେଶ ସହରରେ ବୈଦ୍ୟୁତିକ (ଇଲେକ୍ଟ୍ରିକ) ଯାନ (ବସ୍‌) ଗଡିଲାଣି। ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସେଠାକାର ସରକାର ବୈଦ୍ୟୁତିକ ବସ୍‌ ଚଳାଚଳ କରିଛନ୍ତି। ଅଥଚ ୩ବର୍ଷ ତଳେ ଭୁବନେଶ୍ବରରେ ବୈଦ୍ୟୁତିକ ବସ୍‌ ଚଳାଚଳ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଖଣ୍ଡେ ହେଲେ ବସ୍ ଆସି ପାରିଲା ନାହିଁ। ବସ୍‌ ତିଆରି ହୋଇ ସାରିଥିଲେ ମଧ୍ୟ ଅଣାଯାଉ ନାହିଁ। ରାଜଧାନୀ ସହରାଞ୍ଚଳ ପରିବହନ(କ୍ରୁଟ୍‌) ସଂସ୍ଥା ଭୁବନେଶ୍ବରରେ ବୈଦ୍ୟୁତିକ ବସ୍‌ ଚଳାଚଳ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲା। ବସ୍‌ ଯୋଗାଣ ପାଇଁ ଠିକା ପ୍ରସ୍ତାବ (ଟେଣ୍ଡର) ପାଇଥିବା ପିଏମ୍‌ଆଇ ଫୋର୍ଟନ ସଂସ୍ଥା ବସ୍‌ ‌ତିଆରି କରି ସାରିଲାଣି। କ୍ରୁଟ ବସ୍‌ ଆଣି ଚଳାଇବା କଥା‌, ହେଲେ ଆଣୁନାହିଁ। କେତେବେଳେ କହୁଛି ମାର୍ଚ୍ଚରେ ଚାଲିବ ତ ଆଉ କେତେବେଳେ କହୁଛି ଏପ୍ରିଲରେ ଗଡିବ। କରୋନା କାଳରେ ପ୍ରାୟ ସମୟ ‘ମୋ ବସ୍‌’ ବନ୍ଦ ଥିଲା। ବୈଦ୍ୟୁତିକ ବସ୍‌ ଆଣି ଠିଆ କଲେ କ୍ଷତି ସହିବାକୁ ପଡିବ। ସମୟ ସୁବିଧା ଦେଖି ବସ୍‌ ଅଣାଯିବ। ଅନ୍ୟପଟେ ବୈଦ୍ୟୁତିକ ଯାନ ନୀତିକୁ ରାଜ୍ୟ ସରକାର କ୍ୟାବିନେଟରେ ମୋହର ମାରି ସାରିଲେଣି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନବାହନ ଚଳାଚଳ କ୍ଷେତ୍ରରେ ପ୍ରଦୂଷଣ ହାର ହ୍ରାସ କରିବା ନିମନ୍ତେ ଆଗାମୀ ଦିନରେ ବୈଦ୍ୟୁତିକ ଯାନ କ୍ରୟ କରିବାକୁ ଥିବା ଗ୍ରାହକ

ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ମହିଳା ଜୀବନ୍ତ ଦଗ୍ଧ l

Image
ନୟାଗଡ଼(ବ୍ୟୁରୋ ରିପୋର୍ଟ ):- ଆଜି ସକାଳେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ରାଣୀପଡା ପଞ୍ଚାୟତ ର ବିରିଡ଼ିହ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ଖବରରୁ ପ୍ରକାଶ ଯେ ହରପ୍ରିୟା ଜେନା ନାମ୍ନୀ ଜୈନକା ମହିଳା ରୋଷେଇ କରୁଥିବା ସମୟରେ ହଠାତ ସିଲିଣ୍ଡର ରେ ନିଆଁ ଲାଗିଯାଇ ବିସ୍ପୋରଣ ଘଟିଥିଲା l ମହିଳା ଜଣକ ରୋଷେଇ ଘର ଭିତରେ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମକରି ମହିଳାଙ୍କ ସ୍ୱାମୀ ସିଲୁ ଜେନା ମଧ୍ୟ ଗୁରୁତର ଭାବେ ନିଆଁରେ ପୋଡ଼ି ଯାଇ ଆହତ ହୋଇଛନ୍ତି। ବିସ୍ପୋରଣ ଏତେ ଭୟଙ୍କର ହୋଇଥିଲା ଯେ ଘର ଟି ସମ୍ପୁଣ୍ଣ ଜଳି ଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।ଖଣ୍ଡପଡା ଥାନା ପୋଲିସ ପହଂଛି ତଦନ୍ତ କରିଛି I The cooking gas cylinder ruptured and the woman was burned alive.  Nayagarh (Bureau Report): - An unfortunate incident took place this morning in Biridih village of Ranipada panchayat under Nayagarh district's Khandpada police station. The woman's husband, Silu Jena, was also seriously injured in the blaze. The bomber struck shortly after noon in front of a U.S. military base. Upon hearing

ଯାଜପୁରରୋଡ଼ ଆଦର୍ଶ ଥାନା ଅଧିକାରୀ ଅନିଲ କୁମାର ମହାନ୍ତିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା l

Image
ବ୍ୟାସନଗର: - ଯାଜପୁରରୋଡ଼ ଆଦର୍ଶ ଥାନାର ଆରକ୍ଷୀ ନିରୀକ୍ଷକ ଅନିଲ କୁମାର ମହାନ୍ତିଙ୍କ ପୁରୀ ବଦଳି ହୋଇଥିବାରୁ ବ୍ୟାସନଗର କାଳୀ ପୂଜା ଶାନ୍ତି କମିଟି ଓ ସିଭିଲ ସୋସାଇଟି ପକ୍ଷରୁ ମିଳିତ ଭାବେ ଶାନ୍ତି କମିଟିର ଆବାହକ ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ନଟରାଜ ହୋଟେଲ ଠାରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇନଥିଲା l  ଏହି ସଭାରେ ବ୍ୟାସନଗର ର ୧୪ ଗୋଟି କାଳୀ ପୂଜା କମିଟି, ସିଭିଲ ସୋସାଇଟି ଓ ବରିଷ୍ଠ ସାମ୍ବାଦିକ ମାନେ ଅଂଶଗ୍ରହଣ କରି ନିଜ ନିଜ ବକ୍ତବ୍ୟ ରେ ୨୮ ଫେବୃଆରୀ ୨୦୧୯ରୁ ୨୩ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ସମୟ ମଧ୍ୟରେ ବ୍ୟାସନଗରର ଗଣ ପର୍ବ ଓ କୋଭିଡ ଆଇନକୁ କଡା କଡ଼ି ଲାଗୁ କରିବା, ବହୁ ଅପରାଧକୁ ଚି଼ହ୍ନଟ କରିବା, ଦୁଇ ଦୁଇ ଥର ଡକାୟତ ଦଳଙ୍କ ଯୋଜନାକୁ ପଣ୍ଡ କରିବା ଘଟଣାକୁ ଉଚ୍ଚ ପ୍ରଶଂସା କରିଥିଲେ l ସଭାର ପ୍ରାରମ୍ଭରେ ସିଭିଲ ସୋସାଇଟିର ଆବାହକ ତଥା ଶାନ୍ତି କମିଟି ର ଉପଦେଷ୍ଟା ବିବେକାନନ୍ଦ ମହାନ୍ତି ଥାନା ଅଧିକାରୀ ଶ୍ରୀ ମହାନ୍ତିଙ୍କ ଅଢେଇ ବର୍ଷ କାର୍ଯ୍ୟକାଳ ମଧ୍ୟରେ ପୋଲିସ ଓ ଜନସାଧାରଣ ଙ୍କ ସହିତ ସୁସମ୍ପର୍କ ପ୍ରକାଶ କରିବା ସହିତ ଏକ ପ୍ରଶଂସା ପତ୍ର, ଉପଢୌକନ ପ୍ରଦାନ କରିଥିଲେ l  ଶାନ୍ତି କମିଟି ର ବରିଷ୍ଠ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ବୋଇତାଇ ପୁଷ୍ପଗୁଛ ପ୍ରଦାନ କରିବା ପରେ ବ୍ୟାସନଗରର ବିଭିନ୍ନ ପ୍ରତିଷ୍ଠାନ ପକ୍ଷରୁ ପୁଷ୍ପଗୁଛ ଦେଇ ସ