Posts

ସରକାର ଙ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ ର ନୂଆ ତରିକା, ଅନ୍ଧାରୀ ଚିକିତ୍ସା ସେବା l

Image
ବ୍ରହ୍ମପୁର(ବ୍ୟୁରୋ ରିପୋର୍ଟ) :- ପଦାରେ ପଡ଼ିଛି ସରକାରଙ୍କ ଜନସାଧାରଣ ଙ୍କୁ ଯୋଗାଉଥିବା ସ୍ୱାସ୍ଥ୍ୟ ସେବା l ସରକାର ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ସେବା କୁ ନେଇ ପ୍ରସାର ପ୍ରଚାର ଏବେ ଏମ୍‌କେସିଜିରେ ଅନ୍ଧାରୀ ଚିକିତ୍ସା ରୁ ଜଣାପଡିଛି l ମହମବତି ଲଗାଇ ରୋଗୀ ଦେଖିଲେ ଡାକ୍ତର l ଏମ୍‌କେସିଜି ମେଡିକାଲ କଲେଜରେ ଚିକିତ୍ସାସେବାର ବାସ୍ତବ ଚିତ୍ର ପୁଣିଥରେ ସାମ୍‌ନାକୁ ଆସିଛି। ବିଦ୍ୟୁତ ବିଭ୍ରାଟ ଯୋଗୁଁ କ୍ୟାନସର୍‌ ୱାର୍ଡ଼ ଆଉଟ୍‌ଡୋର୍‌ରେ ରୋଗୀଙ୍କୁ ଅନ୍ଧାରୀ ଚିକିତ୍ସା କରାଯାଇଛି।  ମହମବତି ଓ ମୋବାଇଲ୍‌ ଲାଇଟ୍‌ ଲଗାଇ ଡାକ୍ତର ରୋଗୀଙ୍କୁ ଦେଖି ପରାମର୍ଶ ଦେଉଥିବା ଚିତ୍ର ଦେଖିବାକୁ ମିଳିଛି। ଗୋଟିଏପଟେ ବିଦ୍ୟୁତ ବିଭ୍ରାଟ ହୋଇଥିବା ବେଳେ ଅନ୍ୟପଟେ ରୋଗୀଙ୍କ ଲମ୍ବାଧାଡ଼ି । ଏଣୁ ବାଧ୍ୟହୋଇ ଡାକ୍ତର ମହମବତି ଲଗାଇ ରୋଗୀଙ୍କ ଚିକିତ୍ସା କରିଥିଲେ। ବିଭାଗକୁ ଜେନେରେଟର୍‌ ସଂଯୋଗ ହୋଇ ନଥିବାରୁ ଆଜି କ୍ୟାନସର୍‌ ‌ୱାର୍ଡ଼ରେ ରୋଗୀଙ୍କୁ ଅନ୍ଧାରରେ ସେବା କରାଯାଇଥିବା ଜଣାପଡିଛି। ଏହି ଘଟଣାକୁ ନେଇ ରୋଗୀଙ୍କ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବହୁ ନୂତନ କୋଠା କାର୍ଯ୍ୟକ୍ଷମ ହୋଇଛି। କାଜୁଆଲ୍‌ଟି ଠାରୁ ଆରମ୍ଭ କରି ମେଡିସିନ୍‌ ବିଭାଗ, ପ୍ରସୂତି ବିଭାଗ, ଅସ୍ଥିଶଲ୍ୟ ବିଭାଗ, ଆଇସିୟୁ ଓ ଆର୍‌ଡିସି କୋଠାକୁ ଜେନେରେଟର୍‌ ସଂଯୋଗ ଦିଆଯ

ବ୍ରାଉନ ସୁଗର ଜବତ,ଦୁଇ ଅନ୍ତରାଜ୍ଯ ମାଫିଆ ଗିରଫ I

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ ):- ଭୁବନେଶ୍ୱର ରସୁଲଗଡ଼ ଛକରୁ କ୍ରାଇମବ୍ରାଞ୍ଚ ର ଏସ ଟି ଏଫ ଟିିମ ଚଢ଼ାଉ  କରି ୧କିଲୋ ୨୫ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ଘଟଣାସ୍ଥଳ ରୁ ଦୁଇ ଜଣ ଅନ୍ତରାଜ୍ୟ ବ୍ରାଉନ ସୁଗର ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ ହୋଇଥିବା ଦୁଇଜଣ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣା ଅଞ୍ଚଳର ରକିବୁଲ ଲସ୍କର ଓ ସୁଧ୍ୟାନ ଗାଏନ।ଜବତ ବ୍ରାଉନ ସୁଗର ର ଆନୁମାନିକ ମୂଲ୍ୟ ୧କୋଟି ରୁ ଉର୍ଧ୍ଵ ହେବ ବୋଲି ସୂଚନା ମିଳିଛି।

ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ଗଳ୍ପ ସଂକଳନ ତୃତୀୟ ରସ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ l

Image
ଯାଜପୁର (ସୁକିନ୍ଦା) :- ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ଶିକ୍ଷାବିତ ସୁରେନ୍ଦ୍ର କୁମାର ଦାଶଙ୍କ ରଚିତ ଗଳ୍ପ ସଂକଳନ 'ତୃତୀୟ ରସ' ଉନ୍ନ୍ମୋଚନ ଉପଲକ୍ଷେ ଭାରତୀୟ ବିଦ୍ୟା ନିକେତନ, ସୁକିନ୍ଦାଠାରେ ଏକ ସମାବେଶ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା l  ଏଥିରେ ସୁକିନ୍ଦା ଥାନା ଆଇଆଇସି ଶିବ ଚରଣ ବେହେରା ମୁଖ୍ୟ ଅତିଥି, ସେବାନିବୃତ୍ତ ଭୁବନ କଲେଜ ଅଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ, ସାହିତ୍ୟ ସମାଜର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଓ ଉପଦେଷ୍ଟା ସେବାନିବୃତ୍ତ କୋଷlଗାର ଅଧିକାରୀ ମାଧବ ଚନ୍ଦ୍ର ବଳ ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହାକୁ ଉନ୍ନ୍ମୋଚନ କରିଥିଲେ l  ପୁସ୍ତକର ଲେଖକ ଶ୍ରୀ ଦାଶ ପୁସ୍ତକ ସମ୍ପର୍କରେ ସୂଚନା ଦେଇ ସାହିତ୍ୟର ନବରସ ମଧ୍ୟରୁ କରୁଣ ହେଉଛି ତୃତୀୟ ରସ l ପୁସ୍ତକରେ ସନ୍ନିବେଶିତ ସମସ୍ତ ୧୨ଟି ଗଳ୍ପ ଏହି ରସ ଉପରେ ଆଧାରିତ ବୋଲି କହିଥିଲେ l ସାହିତ୍ୟ ସମାଜର ସଭାପତି ସେବାନିବୃତ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ପ୍ରାଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ ପ୍ରାରମ୍ଭିକ ସୂଚନା ଓ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l  ଉପ ସଭାପତି ଡ. ଦୟାନିଧି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l କୋଷlଧ୍ୟକ୍ଷ ମନୋରଞ୍ଜନ ଦାସ ଉତ୍ସବ ପରିଚାଳନା କରିଥିଲେ l

ସୁକିନ୍ଦା ପ୍ରେସ ଫୋରମ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ।

Image
ଯାଜପୁର (ସୁକିନ୍ଦା) :-ସୁକିନ୍ଦା ପ୍ରେସ ଫୋରମର ଏକ ବୈଠକ ରବିବାର ସୁକିନ୍ଦାସ୍ଥିତ ଫୋରମ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା l ଫୋରମର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ରବି ନାରାୟଣ କର ସାମ୍ବାଦିକ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚନାଦେବା ସହ ଅନୁସନ୍ଧାନମୂଳକ ଓ ସମସ୍ୟା ସମ୍ପର୍କିତ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ l ସାମ୍ବାଦିକମାନେ କୌଣସି ଚାପର ବଶବର୍ତ୍ତୀ ନହୋଇ ସତ୍ୟ ସମ୍ବାଦ ପରିବେଷଣ କଲେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିବେ ବୋଲି ସେ କହିଥିଲେ l  ପ୍ରେସଫୋରମର ଆବାହକ ସାମ୍ବାଦିକ ଜିଜ୍ଞାଂଶୁ ସାହୁ ପ୍ରାରମ୍ଭିକ ସୂଚନା ଦେଇ ପ୍ରେସ ଫୋରମ ଗଠନର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ, ଫୋରମ ପକ୍ଷରୁ ଉମାକାନ୍ତ ମହାପାତ୍ର, ଅଂଶୁମାନ ବେହୁରା,ଅବିନାଶ ମିଶ୍ର ପ୍ରମୁଖ ବୃତ୍ତିର ମର୍ଯ୍ୟାଦା ରକ୍ଷା ଦିଗରେ ଫୋରମର ସଦସ୍ୟମାନେ ବ୍ରତୀହେବା ଆବଶ୍ୟକ ବୋଲି ମତ ରଖିଥିଲେ l  ଚକ୍ରଧର ମହାଳିକ ପ୍ରାରମ୍ଭିକ ସୂଚନା ଦେଇଥିଲେ l ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରତ ପ୍ରିଣ୍ଟ,ସାଟେଲାଇଟ ଓ ଡିଜିଟାଲ ମିଡିଆରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏହି ଫୋରମ ସୁକିନ୍ଦାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ନିମନ୍ତେ ବଦ୍ଧ

ଗାୟକ ମହାରଥୀ ତଥା ବିଶିଷ୍ଟ ଶିକ୍ଷାବିତ୍ ହରି ବଲ୍ଳଭ ଦାଶ ଙ୍କ ପ୍ରର୍ଥମ ବାର୍ଷିକ ଉତ୍ସବ ପାଳିତ l

Image
ଯାଜପୁର :- ଜିଲ୍ଲା ର କୋରେଇ ବ୍ଲକ ଅନ୍ତର୍ଗତ ଇଚ୍ଛା ପୁର ଓ ରାମକୃଷ୍ଣ ପୁର ଠାରେ ପୃଥକ ପୂଥକ ଭାବେ ଗାୟକ ମହାରଥୀ ତଥା ବିଶିଷ୍ଟ ଶିକ୍ଷାବିତ୍ କବି ଲେଖକ ସ୍ୱର୍ଗତ ହରି ବଲ୍ଳଭ ଦାଶ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଳନ ହୋଇଯାଇଛି l ସ୍ଵର୍ଗତ ଦାଶ ଜଣେ ବିଶିଷ୍ଟ ଶିକ୍ଷାବୀତ୍ ଥିଲେ l ଶିକ୍ଷକତା ସହିତ ଓଡ଼ିଶା ର କଳା ସାହିତ୍ୟ କୁ ନୁତନ ଦିଗ୍ ଦର୍ଶନ ଦେବାରେ ତାଙ୍କର ଭୂମିକା ଅନନ୍ୟ l  ପାଲାକୁ ନିଶା ଭାବେ ଗ୍ରହଣ କରି ତଥା ଓଡିଶା ର ବିଶିଷ୍ଟ ପାଲା ଗାୟକ ଭାବେ ପ୍ରତିଷ୍ଠା ଲାଭ କରିଥିଲେ ସ୍ଵର୍ଗତ ଦାଶ l ଗଜପତି ମହାରାଜା ତାଙ୍କୁ ଗାୟକ ମହାରଥି ଉପାଧି ରେ ସମ୍ମାନିତ କରିଥିଲେ l ବହୁ କାବ୍ୟ କବିତା ରଚନା କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି l ସ୍ଵର୍ଗତ ଦାଶ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଭାବ ବିଭିନ୍ନ ହାଇସ୍କୁଲ ରେ ଅବସ୍ଥାପିତ ହୋଇ ଉନ୍ନତି କରି ସୁନାମ ଅର୍ଜନ କରିଥିଲେ l  ଶିକ୍ଷା ଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଉତ୍ତମ ଶିକ୍ଷକ ଭାବ ରେ ବେଶ ପରିଚିତ ଥିଲେ l ଭାଗବାନ ଙ୍କ ଅପୂର୍ବ ଲୀଳା, ଗଣେଶଙ୍କ ଭଜନ ଲେଖୁ ଥିଲେ, ଗଣେଶ ପୂଜା ଦିନ I ଈହଧାମ ତ୍ୟାଗ କରି ଥିଲେ ସ୍ଵର୍ଗତ ଦାଶ l ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଇଚ୍ଛାପୁର ରେ ପାଳିତ ହୋଇଯାଇଛି l ଗ୍ରାମବାସୀଙ୍କ ତରଫରୁ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଭଜନ ସମାରୋହ, ସ୍ମୃତ

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କଲେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ l

Image
ଯାଜପୁର :- ଜିଲ୍ଲା ର ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼େଇଙ୍କ ଉପସ୍ଥିତରେ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ସୁକିନ୍ଦା ହରିପୁର ଠାରେ ବିଜୁ ଗ୍ରାମୀଣ ଉଦ୍ୟାନ ଉଦ୍ଘାଟିତ ହୋଇଯାଇଛି l ଏବଂ ଖରଡ଼ି ଲକ୍ଷ୍ମୀନାରାୟଣ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅତିରିକ୍ତ ଶେଣୀ ଗୃହ ପାଠା ଗାର , ଖରଡ଼ି  ମାର୍କେଟ କମ୍ପ୍ଲେସ ଓ କନ୍ତିରା ଗ୍ରାମର ପଦ୍ମଶ୍ରୀ ନନ୍ଦସାରଙ୍କ ନୂତନ ଚାଟଶାଳୀରେ ସୁକିନ୍ଦା ବିଧାୟକ ତଥା ରାଜ୍ୟ ବିଜେଡି ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇ଼ଂ ପ୍ରିତୀରଞ୍ଜନ ଘଡ଼ାଇଙ୍କ ସହ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଉପସ୍ଥିତିରେ ନନ୍ଦ ସାରଙ୍କ ନୂଆ ଚାଟଶାଳୀ ଗୃହର ଲୋକାର୍ପିତ ହେବାସହ ପଦ୍ମଶ୍ରୀ ନନ୍ଦ ସାରଙ୍କୁ ମନ୍ତ୍ରୀ ପୁଷ୍ପବୁଛ ଉତ୍ତରୀ ଦେଇ ସଂମ୍ମାନିତ କରିଥିଲେ I ଏନେଇ ବିଧାୟକ ଶ୍ରୀ ଘଡେଇଙ୍କ ବିଭିନ୍ନ କାର୍ଯ୍ୟକୁ ସୁକିନ୍ଦା ଅଞ୍ଚଳରେ ପ୍ରଶଂସା କରାଯାଇଛି l Culture Minister Jyoti Prakash Panigrahi inaugurated various development projects in Sukinda constituency. Jajpur: - Biju Gramin Udyan has been inaugurated at Sukinda Haripur by Oriya Language, Literature and Culture Mi

ଚକାଡୋଳା ଲାଇଫ ଲାଇନ ମେଡ଼ିସିନ୍ସ ଉଦଘାଟିତ I

Image
ଯାଜପୁର (କଳିଙ୍ଗନଗର):-କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରାଣକେନ୍ଦ୍ର ଡ଼ୁବୁରୀଠାରେ ଦିନକୁଦିନ ଜନସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଜନସାଧାରଣଙ୍କୁ ଉନ୍ନତ ଚିକତ୍ସା ସୁବିଧା ଯୋଗାଇଦେବା ଲକ୍ଷ୍ୟନେଇ ଯୁବ ସମାଜସେବୀ ଜୟ ପ୍ରକାଶ ସାହୁ, ସୁକୁମାର ଜେନା ଓ ପ୍ରିୟବ୍ରତ ଶତପଥୀଙ୍କ ମିଳିତ ସହଯୋଗରେ ଚକାଡୋଳା ଲାଇଫ ଲାଇନ ମେଡ଼ିସିନ୍ସ ଓ ଅତ୍ୟlଧୁନିକ କମ୍ପୁଟରାଇଜିଡ ଲାବୋରେଟାରି ଡ଼ୁବୁରୀ ଏକ୍ସପ୍ରେସ ଛକସ୍ଥିତ ଦାସ ମାର୍କେଟ କମ୍ପ୍ଲେକ୍ସ ପରିସରରେ ସ୍ଥାପନ କରାଯାଇଛି l  ପବିତ୍ର ଗଣେଶ ପୂଜା ଅବସରରେ ଅବସରପ୍ରାପ୍ତ ଯକ୍ଷ୍ମା ଓ ହୃଦରୋଗ ବିଶେଷଜ୍ଞ ଡା. ପଦ୍ମଲାଭ ଶତପଥୀ ଏହାକୁ ଉଦଘାଟନ କରି ବିଭିନ୍ନ ରୋଗର ସଫଳ ପରୀକ୍ଷାପାଇଁ ଏହି ଲାବୋରେ୍ଟୋରୀ ସହାୟକ ହେବବୋଲି କହିଥିଲେ l ଅଭିଜ୍ଞ ଚିକିତ୍ସକମାନଙ୍କ ପରାମର୍ଶକ୍ରମେ ସମସ୍ତ ପ୍ରକାର ଚିକତ୍ସା ସୁବିଧା ଓ ପରୀକ୍ଷା ଏଠାରେ ଉପଲବ୍ଦ୍ଧ ହେବବୋଲି ଡା. ଶତପଥୀ ସୂଚନା ଦେଇଥିଲେ l(ଜୟନାରାୟଣ ମହାପାତ୍ର ଙ୍କ ରିପୋର୍ଟ) Chakadola Life Line Medicine Inaugurated.  Jajpur (Kalinganagar): - In collaboration with young social activists Jay Prakash Sahu, Sukumar Jena and Priyabrata Satapathy , the co-ordinate Retired tuberculosis and cardiologist Dr. Satapathy Inaugurating the eve