Posts

ସମ୍ମିଳିତ ହିନ୍ଦୁତ୍ବ ସୁରକ୍ଷା ମହାକ୍ରାନ୍ତି ତରଫରୁ "ହିନ୍ଦୁ ମହାକୁମ୍ଭ" ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) :-  ଭୁବନେଶ୍ଵର କେଦାର ଗୌରୀ ମନ୍ଦିର ନିକଟସ୍ଥ ସିଦ୍ଧି ମଣ୍ଡପ ଠାରେ ସମ୍ମିଳିତ ହିନ୍ଦୁତ୍ବ ସୁରକ୍ଷା ମହାକ୍ରାନ୍ତି ତରଫରୁ ଆଗାମୀ ଜୁନ ମାସରେ ହେବାକୁ ଥିବା" ହିନ୍ଦୁ ମହାକୁମ୍ଭ " କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ। ଓଡ଼ିଶାର ୨୫ ରୁ ଊର୍ଦ୍ଧ୍ବ ହିନ୍ଦୁତ୍ବବାଦୀ ସଂଗଠନ ମାନଙ୍କ ମିଳିତ ଉଦ୍ୟମରେ ସଂଗଠିତ " ସମ୍ମିଳିତ ହିନ୍ଦୁତ୍ବ ସୁରକ୍ଷା ମହାକ୍ରାନ୍ତି" ତରଫରୁ ସମସ୍ତ ଜିଲ୍ଲାର ବରେଣ୍ୟ ସାଧୁସନ୍ଥ ଓ ସଂଗଠକ ମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ହିନ୍ଦୁ ଧର୍ମ ପ୍ରତି ସରକାରଙ୍କ ଉଦାସୀନତା , ଅନ୍ୟ ଧର୍ମକୁ ପ୍ରୋତ୍ସାହନ, ହିନ୍ଦୁମାନଙ୍କର ବଢୁଥିବା ସଙ୍କଟକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ହିନ୍ଦୁ ଏକତା, ହିନ୍ଦୁତ୍ବ ସୁରକ୍ଷା,ଗୋ ସୁରକ୍ଷା,ମଠ ମନ୍ଦିର ସଂରକ୍ଷଣ , ଧର୍ମାନ୍ତରୀକରଣ ଉପରେ ଅଙ୍କୁଶ ଏବଂ ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣାର ଆଭିମୁଖ୍ୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।  ଏହି ଆଭିମୁଖ୍ୟକୁ ନେଇ ବରିଷ୍ଠ ସଂଗଠକ ମାନେ ନିଜର ମତାମତ ପ୍ରଦାନ କରିଥିଲେ। ଏ କ୍ଷେତ୍ରରେ ପଦକ୍ଷେପ ସ୍ୱରୂପ ଆସନ୍ତା ଜୁନ ମାସରେ ଭୁବନେଶ୍ଵର ଠାରେ ଏକ "ହିନ୍ଦୁ ମହାକୁମ୍ଭ " ଆୟୋଜନ ହେବ ବୋଲି ବୈଠକ ରେ ନିଷ୍ପତି ନିଆଯାଇଛି। ଏହି କାର୍ଯ୍ୟକ୍ର

ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ଅବ୍ୟବସ୍ଥା ନେଇ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ I

Image
  ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ କୈାଣସି ପ୍ରକାର ସାଧାରଣ ସୁବିଧା ନଥିବାରୁ ଏଠାକୁ ନିର୍ଭର କରୁଥିବା ସମସ୍ତ ଢେଙ୍କାନାଳ ବାସୀ ଏବଂ ପଡୋଶୀ ଜିଲ୍ଲାବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଦେଖିବାକୁ ଗଲେ ଢେଙ୍କାନାଳ ଜିଲ୍ଲା କେନ୍ଦ୍ର ଅକ୍ଷାଂକ୍ରା ଯୋଜନାରେ ସାମିଲ ହୋଇଛି ଏବଂ ଢେଙ୍କାନାଳ ମେଡିକାଲକୁ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଢେଙ୍କାନାଳ ର ଓକିଲ, ପୂର୍ବତନ ସିବିଆଇ ଜଜ , ପୂର୍ବତନ ଚିଫ୍ ଇଞ୍ଜିନିୟର, ସମାଜସେବୀ, ପୂର୍ବତନ ଡାକ୍ତର ଆସି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।  ଦେଖିବାକୁ ଗଲେ ଢେଙ୍କାନାଳ ଡାକ୍ତରଖାନା, ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରାୟ ସମସ୍ତ ଭିତିଭୂମି ଅଛି, ଏବେ ଦେଖିବାକୁ ବାକି ରହିଲା କେଉଁଦିନ ସର୍ବସାଧାରଣ ଙ୍କ ‌ଦାବି ପୂରଣ ହେଉଛି ବୋଲି କହିଛନ୍ତି ଚେୟାର ପ୍ରସନ୍ ଢେଙ୍କାନାଳ ମୁନିସିପାଲିଟି ସୁରେନ୍ଦ୍ର ମିଶ୍ର, ଡ ତୁଷାର କୁମାର ନାୟକ, ସମାଜସେବୀ ରୁଦ୍ର ପ୍ରକାଶ ସରଣ, ପୂର୍ବତନ ଚିଫ ଇଞ୍ଜିନିଅର ଏକେ ଶତପଥୀ, ପୂର୍ବତନ ସିବିଆଇ ଜଜ ବି ସି ରାଉତ ଓ ଓକିଲ ମନୋରଞ୍ଜନ ପଟ୍ଟନାୟକ।

ସାମ୍ବାଦିକମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନା ସହିତ ଯୋଡିବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି I

Image
ଭୁବନେଶ୍ଵର(ବ୍ୟୁରୋ ରିପୋର୍ଟ) :- ଦେଶର ସ୍ଵୀକୃତିପ୍ରାପ୍ତ ତଥା ଅଣ ସ୍ଵୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ଆୟୁଷ୍ମାନ ଯୋଜନା ସହିତ ଯୋଡିବା ପାଇଁ ଜର୍ଣାଲିଷ୍ଟ କାଉନସିଲ୍ ଅଫ୍ ଇଣ୍ଡିଆର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶାଦାବ ଆବଦୀ ଆଜି କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନାକଭିଙ୍କୁ ଏକ ଚିଠି ପ୍ରଦାନ କରିଛନ୍ତି। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନାକଭି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶ୍ଵାସନା ଦେଇଛନ୍ତି।   ସଂଗଠନର ସଭାପତି ଅନୁରାଗ ସକ୍ସେନା କହିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ସେ ଆୟୁଷ୍ମାନ ଯୋଜନା ସହିତ ସାମ୍ବାଦିକମାନଙ୍କୁ ଯୋଡିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଚିଠି ପଠାଇଛନ୍ତି। ଡିଜିଟାଲ୍ ମିଡିଆ ସହିତ ଜଡିତ ମଧ୍ୟମ ଏବଂ ଛୋଟ ଖବରକାଗଜ ଏବଂ ସାମ୍ବାଦିକମାନଙ୍କର ଦରମା ଯଥେଷ୍ଟ ନୁହେଁ ଯେ ସେମାନେ ନିଜ ପରିବାରକୁ ସହଜରେ ପରିଚାଳନା କରିପାରିବେ | ଏପରି ପରିସ୍ଥିତିରେ, ସେ ଏବଂ ତାଙ୍କ ପରିବାର ପାଇଁ ଉପଯୁକ୍ତ ଚିକିତ୍ସା କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ | ଯଦିଓ  ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନେ ଚିକିତ୍ସାର ସୁବିଧା ପାଇଛନ୍ତି, କିନ୍ତୁ ଦେଶର ଲକ୍ଷ ଲକ୍ଷ ଅଣ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନେ ଚିକିତ୍ସାରୁ ବଞ୍ଚିତ ହୋଇଛନ୍ତି। ଏହା କଷ୍ଟସାଧ୍ୟ, ସମୟ ଯେତେ କଷ୍ଟ ହେଉନା କାହିଁକି ସେ ନିଜ କର୍ତ୍ତବ୍ୟରୁ ଦୂରେଇ ନାହାନ୍ତି। କରୋନା ସମୟର

ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି l

Image
  ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ପୌରପରିଷଦ ର ୧ ନମ୍ବର ୱାର୍ଡ ରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ବିଜ୍ଞାନ ମେଳା ର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଭାଗ ନେଇ ବିଭିନ୍ନ ପ୍ରକାର ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ପ୍ରଦର୍ଶିତ କରାଇଥିଲେ। ପ୍ରାୟ ୩୦ ଟି ପ୍ରକଳ୍ପ ଏଥିରେ ସ୍ଥାନ ପାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡଃ ଭବାନୀ ଶଙ୍କର ମିଶ୍ର ଯୋଗ ଦେଇ ସମସ୍ତ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିଥିଲେ। ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି ତଥା ଏ ଅଞ୍ଚଳର ସ୍ବନାମଧନ୍ଯ ବରିଷ୍ଠ ଆଇନଜୀବି ଶ୍ରୀଯୁକ୍ତ ଶୁଭେନ୍ଦୁ ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା SMDC ମେମ୍ବର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର, ବିରଞ୍ଚି ନାରାୟଣ ମିଶ୍ର, ପରିଚାଳନା କମିଟି ସଭ୍ଯ ତଥା ସମାଜସେବୀ ମନୋଜ ମିଶ୍ର, ଅବସରପ୍ରାପ୍ତ ଏଲଆଇସି ଅଫିସର ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ମଲ୍ଲିକ, ପରିଚାଳନା କମିଟି ସଭ୍ଯ ଶ୍ରୀଯୁକ୍ତ ଗୁରୁଚରଣ ପାତ୍ର, ବିଦ୍ୟାଳୟ ର ପୂର୍ବତନ ବିଜ୍ଞାନ ଶିକ୍ଷକ ଶ୍ରୀ ଅଖିଳ କୁମାର ସାହୁ, ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନା ମିଶ୍ର ପ୍ରଭୃତି ଯୋଗଦେଇ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିବା ସହ ପିଲାମାନଙ୍କୁ ଉତ୍ସାହ

ଯାଜପୁର ଜିଲ୍ଲାର ବର୍ଷୀୟାନ ସାମ୍ବାଦିକ ସମ୍ମାନିତ।

Image
ସୁକିନ୍ଦା /ଯାଜପୁର ( ବ୍ୟୁରୋ ରିପୋର୍ଟ ): - ଯାଜପୁର ଜିଲ୍ଲାର ବର୍ଷୀୟାନ ସାମ୍ବାଦିକ ତଥା ଦୈନିକ ସମ୍ବାଦପତ୍ର 'ମନ୍ଥନ'ର କଳିଙ୍ଗନଗର ପ୍ରତିନିଧି ଜୟ ନାରାୟଣ ମହାପାତ୍ରଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ସୁକିନ୍ଦାର ଟିକିଟିକି ତାରାଫୁଲ ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ସମ୍ମାନିତ କରାଯାଇଛି l ସୁକିନ୍ଦାର ସଂସାଇଲୋ ଗ୍ରାମ ନିବାସୀ ଶ୍ରୀ ମହାପାତ୍ର ୧୯୮୦ ମସିହା ଠାରୁ ସାମ୍ବାଦିକତା ଆରମ୍ଭ କରି ଅଦ୍ୟାବଧି କଲମ ଚାଳନା ଜାରି ରଖିଛନ୍ତି l  ତାଙ୍କର ଏହି ନିରବଛିନ୍ନ ସାଧନାକୁ ସ୍ୱୀକୃତିଜଣାଇ ଟିକିଟିକି ତାରାଫୁଲ ଶିଶୁ ସାହିତ୍ୟ ସଂସଦର ନବମ ବାର୍ଷିକ ଉତ୍ସବ ଉପଲକ୍ଷେ ଯାଜପୁର ରୋଡର ଉତ୍ସବ ପାଲେସ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାରସ୍ୱତ ସମାରୋହରେ ବିଶିଷ୍ଟ କବି ତଥା ପ୍ରଶାସକ ପ୍ରଦୀପ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନପତ୍ର ଓ ଉତ୍ତରୀୟ ପ୍ରଦାନକରି ତାଙ୍କୁ ସମ୍ମାନିତ କରିଥିଲେ l  ବିଶିଷ୍ଟ ଶିଶୁ ସାହିତ୍ୟିକ ଶରତ କୁମାର ନାୟକ, ଯାଜପୁର ଜିଲା ଲେଖକ ସମ୍ମେଳନ ସଭାପତି ଡା. ରୁଦ୍ର ନାରାୟଣ ପୃଷ୍ଟି, ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. କୁଶ ଚନ୍ଦ୍ର ପ୍ରଧାନ, ଓଡିଶା ଲେଖିକା ସଂଘ ଯାଜପୁର ଶାଖା ସଭାପତି ବିଦ୍ୟୁତଲତା ଦାସ, ଶିଶୁ ସାହିତ୍ୟ ସଂସଦର ସମ୍ପାଦିକା କବୟିତ୍ରୀ ପ୍ରଭାତୀ ରାଉତ ପ୍ରମୁଖ ଏହି ସମ୍ବର

ଢେଙ୍କାନାଳ କପିଳାସ ପୀଠରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l

Image
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) : - ଢେଙ୍କାନାଳ କପିଳାସ ପୀଠରେ ଜାଗର ଯାତ୍ରାର ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।  ଆଜି ପୂର୍ବାହ୍ନରେ କପିଳାସ ଫରେଷ୍ଟ ଡାକବଙ୍ଗଳା ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥବା ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବହାର ଜିଲ୍ଲାର ଶ୍ରଦ୍ଧାଳୁ ମାନଙ୍କୁ କପିଳାସ ପୀଠକୁ ଆସିବା ପାଇଁ ବାରଣ କରାଯାଇଛି।  ସ୍ଥାନୀୟ ଯାତ୍ରୀ ମାନେ ପୀଠକୁ ଆସିଲେ ନିଜ ସହିତ ଆଧାର କାର୍ଡ ଆଣିବାକୁ ପରାମର୍ଶ ଦିଆଯାଇଛି।  ସରକାରୀ କାର୍ଯ୍ୟ ଏବଂ ଯାତ୍ରାରେ ନିୟୋଜିତ ଜାନ ବାହାନ ବ୍ୟତୀତ ବିନା ଅନୁମତିରେ କୌଣସି ଜାନ ବାହାନ ପୀଠକୁ ଯାଇପାରିବ ନାହିଁ। ପୀଠର ବାରବାଙ୍କ ରାସ୍ତା ଓ ପାହାଚ ରାସ୍ତା ପର୍ଯ୍ୟନ୍ତ ଆଲୋକ ବ୍ୟବସ୍ଥା କରାଯିବ।  ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ପୀଠକୁ ପରିସ୍କାର ପରିଛନ୍ନ ରଖିବା ସହିତ ପ୍ଲାଷ୍ଟିକ ଏବଂ ପଲିଥିନ ବ୍ୟବହାର ସମ୍ପୁର୍ଣ୍ଣ ନିଷେଧ କରାଯାଇଛି। କପିଳାସ ପୀଠ ପରିସରକୁ ବିଶୋଧନ କରାଯିବା ସହିତ ଆସୁ ଚିକିତ୍ସା କେନ୍ଦ୍ର ଖୋଲା ଯିବ। ଯାତ୍ରୀଙ୍କ ସୁବିଧା ପାଇଁ ୩ଟି ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ଟୀକାକରଣ ନିମନ୍ତେ ଶିବିର ଖୋଲାଯିବ। ଯାତ୍ରୀଙ୍କ ସହଯୋଗ ନିମନ୍ତେ ସ୍ଥାନୀୟ

କୂଅ ଭିତରୁ ବୃଦ୍ଧା ମହିଳା ଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ l

Image
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ସପ୍ତଶଯ୍ୟା ନିକଟସ୍ଥ କାମନି ଗ୍ରାମରେ  ଗତ କାଲି ଶ୍ରୀମତୀ ଦୁତିକା ସାହୁ ବୟସ (60) କୌଣସି କାରଣ ରୁ ଏକ କୂଅ ଭିତରେ ଖସି ପଡ଼ିଥିଲେ I ଗ୍ରାମବାସୀ ମାନେ ସାଙ୍ଗେ ସାଙ୍ଗେ ଢେଙ୍କାନାଳ ଅଗ୍ନିଶମ ବିଭାଗ କୁ ଜଣାଇଥିଲେ l ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ମୁଖ୍ୟ ଅଗ୍ନିବ ଜଗନ୍ନାଥ ନାଏକ ଙ୍କ ତତ୍ୱ ବଧାନରେ ବୃଦ୍ଧା ଜଣଙ୍କ କୂଅଭିତରୁ ସୁରକ୍ଷିତ ଉଦ୍ଧାର କରିଥିଲେ l