Posts

"ଉଦୟବଟ" ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ l

Image
  ଯାଜପୁର (ବ୍ୟାସନଗର) : - ଗୁରୁବାର  ସକାଳ ୯ ଘଟିକା ଠାରୁ ୧ଘଟିକା ପର୍ଯ୍ୟନ୍ତ "ଉଦୟବଟ" ତରଫରରୁ ବ୍ୟାସନଗର ପୌରପାଳିକା ର ମୁଣ୍ଡମାଳ ହନୁମାନ ମନ୍ଦିର ପାଖ କମ୍ୟୁନିଟି ସେଣ୍ଟର ୱାର୍ଡ ନଂ ୨୪ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଆଖ ପାଖ ଗାଁ ବିର ମଣିପୁର, ଖଣ୍ଡାାହତା, ମୁଣ୍ଡମାଳ, କୋପଣ୍ଡ, ଝାଟିଆସାହି, ନଟପଡା, ନିଉମାର୍କେଟ,ପ୍ଲଟ ସାହି, ସପଗାଡ଼ିଆ, ପଣଶିଆ, ପଦ୍ମପୁର ଗ୍ରାମରୁ ଅନେକ ଲୋକ ନିଜ ନିଜର ଆଖି ମାଗଣାରେ ପରୀକ୍ଷା କରାଇଥିଲେ I ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ପାୱାର ଚଷମା ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ୧୯ ଜଣ ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିଲେ I ୯ ଜଣଙ୍କୁ ଡାଇବେଟିସ ଥିବାରୁ ଔଷଧ ପାଇଁ ପରାମର୍ଶ ଦିଆଯାଇଛି ଏବଂ ୧୦ ଜଣଙ୍କୁ ଚଣ୍ଡିଖୋଲ ସାଇନେତ୍ର ଚକ୍ଷୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା l ରୋଗୀମାନଙ୍କ ପାଇଁ ମେଡିକାଲ ତରଫରୁ ସଂପୂୂର୍ଣ୍ଣ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା l ଏହି ଆଖି ପରୀକ୍ଷା ଶିବିର ଟି ଚଣ୍ଡିଖୋଲ ସାଇନେତ୍ର ଚକ୍ଷୁ ଚିକିତ୍ସାଳୟ ର ଡାକ୍ତରୀ ଟିମ ର ସଂଧ୍ୟା ସାଗରୀକା ଦାସ, ଉଦୟବଟ ଇ ନିୟୁଜ ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ, ସ୍ଥାନୀୟ ବ୍ୟାସନଗର ଅଞ୍ଚଳ ର ସମାଜ ସେବୀ ପ୍ରସନ୍ନ କୁମାର ସାମଲ, ହିନ୍ଦୁ ସୁରକ୍ଷାସେନା ଯାଜପୁର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର, ସନ୍

ଭାଜପା ଯୁବମୋର୍ଚ୍ଚl ପକ୍ଷରୁ ସୁକିନ୍ଦାରେ ରକ୍ତ ଦାନ ଶିବିର ଅନୁଷ୍ଠିତ l

Image
  ଯାଜପୁର (ସୁକିନ୍ଦା):- ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମଦିନକୁ ସମଗ୍ର ଦେଶରେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚl ପକ୍ଷରୁ ସେବା ଦିବସ ଭାବେ ପାଳନ କରାଯାଇ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ କରାଯାଉଛି l ଏହି କ୍ରମରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଭାଜପା ଯୁବମୋର୍ଚ୍ଚl ପକ୍ଷରୁ ସୁକିନ୍ଦା ଷ୍ଟାଡିଅମ ଠାରେ ଶନିବାର ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା l ସୁକିନ୍ଦାର ଭାଜପା ନେତା ତଥା ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ ଏହାକୁ ଉଦଘାଟନ କରିଥିଲେ l ଜିଲ୍ଲା ଭାଜପା ଉପ ସଭାପତି ପୁଷ୍ପକ ମହାପାତ୍ର ପ୍ରଥମେ ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଜିିଲ୍ଲା ଯୁବ ମୋର୍ଚ୍ଚl ଉପ ସଭାପତି ପ୍ରକାଶ ବେହୁରା, ସାମ୍ବାଦିକ ରୋହିତ ଖୁଣ୍ଟିଆ, ଭାଜପା କାର୍ଯ୍ୟକାରୀ କମିଟି ସଭ୍ୟ ସରୋଜ ବେହେରାଙ୍କ ସମେତ ବହୁ ଯୁବ ମୋର୍ଚ୍ଚାର ସଦସ୍ୟ ରକ୍ତଦାନ କରିଥିଲେ l ଜିିଲ୍ଲା ଭାଜପା ଯୁବମୋର୍ଚ୍ଚl ସଭାପତି ବିଶ୍ୱଜିତ (ବାବୁନି)ରାଜ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ l ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଓଡିଶା ବ୍ଲଡ଼ କେନ୍ଦ୍ର ପକ୍ଷରୁ ଡ. ସମୀୟାଂଶୁ ସେଠୀଙ୍କ ତତ୍ୱାବଧାନରେ ୭୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା l  (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)

ସୁକିନ୍ଦାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ

Image
  ଯାଜପୁର (ସୁକିନ୍ଦା):- ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତୀ ତଥା ଆଜାଦି କି ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତିଚାରଣ ଉଦ୍ଦେଶ୍ୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟବ୍ୟାପି ପରିକ୍ରମା କରୁଥିବା ଅହିଂସା ରଥ ଯାଜପୁରରୋଡରୁ ବାହାରି ଡ଼ୁବୁରୀ ଛକଦେଇ ବୁଧବାର ଅପରାହ୍ନରେ ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ପରିସରରେ ପହଞ୍ଚିବା ପରେ ତାହାକୁ ଭବ୍ୟ ସ୍ୱାଗତ କରାଯାଇଥିଲା l ବିଡ଼ିଓ ତାପସ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଜିଲା ସଂସ୍କୃତି ଅଧିକାରୀ ଜଗନ୍ନାଥ ମଲ୍ଲିକ, ଜିଲା ପରିଷଦ ସଦସ୍ୟ ପ୍ରତାପ କେଶରୀ ପଟ୍ଟନାୟକ, ସାଧୁ ଚରଣ ତିଉ ଓ ଜେମା ଚାଖି, ବ୍ଲକ ପଞ୍ଚାୟତ ଅଧିକାରୀ ସତ୍ୟ ଭୂଷଣ ବିଶ୍ୱାଳ, ଯୋଗାଣ ଅଧିକାରୀ ଦେବାଶିଷ କର, ସହକାରୀ ଯନ୍ତ୍ରୀ ଅନନ୍ତ ନାରାୟଣ ସେଠୀ ଓ ଅନ୍ୟ ସମସ୍ତ ଅଧିକାରୀ କର୍ମଚାରୀ, ସୁକିନ୍ଦା କଲେଜ ଅଧ୍ୟକ୍ଷ ଶରତ କୁମାର ନାୟକ, ବ୍ଲକ କଳା ସଂସ୍କୃତି ସଂଘ ଉପ ସଭାପତି ମନରଞ୍ଜନ ଦାସଙ୍କ ସମେତ ସୁକିନ୍ଦା କଲେଜ ଏନସିସି, ସ୍କାଉଟ ଓ ଗାଇଡ଼, ଏନଏସଏସ ଛାତ୍ରଛାତ୍ରୀ, ଜନ ପ୍ରତିନିଧି, ବୁଦ୍ଧିଜୀବି, ସଂସ୍କୃତି ପ୍ରେମୀ ଏଥିରେ ସାମିଲ ହୋଇ ଏହି ରଥକୁ ସ୍ୱାଗତ କରିଥିଲେ l ଭାରତୀୟ ବିଦ୍ୟା ନିକେତନ, ଆଦର୍ଶ ବିଦ୍ୟାଳୟ ଓ ବ୍ଲକର ବିଭିନ୍ନ କଳାକାର ସଂଘ ପକ୍ଷରୁ

ଦାନଗଦୀ ରେ ଅହିଁସା ରଥ କୁ ସ୍ଵାଗତ ସମ୍ବର୍ଦ୍ଧନା l

Image
ଯାଜପୁର (ଦାନଗଦୀ) :- ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ବାଧୀନତାର ବାର୍ତ୍ତା ତଥା ମହାତ୍ମା ଗାନ୍ଧୀଙ୍କ ସତ୍ୟ , ଶାନ୍ତି ଓ ଅହିଂସା ମହାମନ୍ତ୍ରରେ ଅନୁପ୍ରେରିତ କରିବା ଉଦ୍ଦେଶ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ପକ୍ଷରୁ ୧୫ ଅଗଷ୍ଟ ରୁ ରାଜ୍ୟ ପରିକ୍ରମା କରୁଥିବା ୨ ଗୋଟି ଅହିଂସା ରଥ ସେପ୍ଟେମ୍ବର ୨୦ ତାରିଖ ଠାରୁ ସେପ୍ଟମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ପରିକ୍ରମା କରିବ l ଏହି ରଥ ୧୦ଗୋଟି ବ୍ଲକ ଓ ୨ ଗୋଟି ପୌରାଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆ ଯାଇଥିବା ରୁଟ ଚାର୍ଟ ଅନୁଯାୟୀ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି l ଏହି କର୍ଯ୍ୟକ୍ରମ ଆଧାରରେ ଆଜି ଜିଲ୍ଲା ର ଦାନଗଦୀ ବ୍ଳକ ରେ ଅପରାହ୍ନ ୪ ଘଟିକା ସମୟରେ ଅହିଁସା ରଥ ପହଁଞ୍ଚିବା ପରେ ଦାନଗଦୀ ବ୍ଲକ ବିଡିଓଙ୍କ ସମେତେ କର୍ମଚାରୀ ମାନେ ଓ ଦାନଗଦୀ ତହସିଲଦାର, ଯାଜପୁର ରୋଡ଼ ତହସିଲଦାର ଏବଂ ଦାନଗଦୀ ବ୍ଲକ ଉପାଧ୍ୟକ୍ଷା, ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଓ ଅଙ୍ଗନବାଡି, ସ୍ବୟଂସହାୟତା ଗୋଷ୍ଠୀ ର ସଦସ୍ୟ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l 

ଗଣମାଧ୍ୟମକୁ ଆକ୍ଷେପ ଓ ଅଶାଳୀନ ମନ୍ତବ୍ୟର ପ୍ରତିବାଦ: ଗିରଫ ଦାବି

Image
ଯାଜପୁର (ବ୍ୟାସନଗର) :-  ଗତ ଗୁରୁବାର ଜଣେ ମହିଳାଙ୍କୁ ଅସଦାଚରଣ ଏବଂ ଠକେଇ ମାମଲାରେ ଯାଜପୁର ରୋଡ଼ ଥାନାରେ ଏକ ମାମଲା ରୁଜୁ କରାଯିବା ପରେ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏଥିରେ ପ୍ରତିହିଂସା ପରାୟଣ ହୋଇ ତଥାକଥିତ ସମାଜସେବୀ ଶାସ୍ତ୍ରୀ ବାହାଦୁର ପ୍ରଧାନ ସାମାଜିକ ଗଣମାଧ୍ୟମରେ ସାମ୍ବାଦିକମାନଙ୍କୁ ଆକ୍ଷେପ ଓ ଅଶାଳୀନ ଶବ୍ଦ ବ୍ୟବହାର କରି ଏକ ପୋଷ୍ଟିଂ କରିଥିଲେ। ଯେଉଁଥିରେ ସାମ୍ବାଦିକ ମାନଙ୍କର ସମ୍ମାନ ଓ ମର୍ଯ୍ୟାଦା ହାନି ହୋଇଥିଲା।                 ତଥାକଥିତ ସମାଜସେବୀ  ଶୁକ୍ରବାର ବ୍ୟାସନଗର ସାମ୍ବାଦିକ ସମୂହ ଯାଜପୁର ରୋଡ଼ ଥାନାରେ ଏତଲା ଦେବା ସହିତ ସେମାନଙ୍କ ସମ୍ମାନ ହାନି ମନ୍ତବ୍ୟ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କର ଗିରଫ ଦାବି କରିଥିଲେ । ସାମ୍ବାଦିକମାନଙ୍କ ଏତାଲା ଗ୍ରହଣ କରି ଯାଜପୁର ରୋଡ଼ ଥାନାଧିକାରୀ ଉପେନ୍ଦ୍ର ପ୍ରଧାନ ଏକ ମାମଲା ରୁଜୁ କରିବା ସହିତ ତୁରନ୍ତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସଂପୃକ୍ତ ବ୍ୟକ୍ତି ଫେରାର ଥିବାବେଳେ ତାଙ୍କୁ ଗିରଫ ପାଇଁ ପୁଲିସ ୨ ଗୋଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ଥାନା ଅଧିକାରୀ ସୂଚନା ଦେଇଥିଲେ। .    ଥାନାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଅଭିଯୋଗ  ଏତଲା ଦେବାର ୩୬ ଘଣ୍ଟା

ନୂଆ ରୂପ ପାଇଲା କଳିଙ୍ଗନଗର ପାର୍କ l ନବୀକରଣ ଉଦ୍ୟାନ ବୁଲିଲେ ମନ୍ତ୍ରୀ ପ୍ରୀତିରଞ୍ଜନ..

Image
  ଯାଜପୁର (ଜଖପୁରା) :- ଜିଲ୍ଲା ର କଳିଙ୍ଗନଗର ଶିଳ୍ପାଞ୍ଚଳ ଜଖପୁରା ଅଞ୍ଚଳ ରେ ଥିବା ପାର୍କ ଟି ନୂଆ ରୂପ ଧାରଣ କରିଛି l ଦୁଇ ଦଶନ୍ଧି ଧରି ଅବହେଳିତ ଅବସ୍ଥାରେ ରହିଥିବା ପାର୍କ କୁ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ ଜେ ଏସ୍ ଡବ୍ଲ୍ୟୁ ନବୀକରଣ କରାଇଛି l ଓଡିଶା ସରକାରଙ୍କ ଗ୍ରାମୀଣ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇ ଜେ ଏସ୍ ଡବ୍ଲ୍ୟୁ ଦ୍ଵାରା ନବୀକରଣ ପାର୍କ କୁ ଶୁକ୍ରବାର ବୁଲି ଦେଖିଛନ୍ତି l ଏହି ଅବସରରେ ପାର୍କ ର ସୌନ୍ଦର୍ଯ୍ୟକରଣ ଫେରାଇ ଆଣିବା ଏବଂ ସାମାଜିକ ଦାୟିତ୍ୱବୋଧତା କାର୍ଯ୍ୟକ୍ରମ (ସିଏସ୍ଆର) ଜେ ଏସ୍ ଡବ୍ଲ୍ୟୁ ର ବିଭିନ୍ନ ପଦକ୍ଷେପ କୁ ପ୍ରଶଂସା କରିଥିଲେ ମନ୍ତ୍ରୀ l ଅଣ୍ଡର ଗ୍ରାଉଣ୍ଡରେ ସ୍ଲରୀ ପାଇପଲାଇନ୍ ବିଛାଇବା ପରେ ଜେ ଏସ୍ ଡବ୍ଲ୍ୟୁ ଉକ୍ତ ନବୀକରଣ କାର୍ଯ୍ୟ କୁ ଦାୟିତ୍ଵ ନେଇ ପାର୍କ କୁ ଏକ ସବୁଜ ଆକର୍ଷଣୀୟ ସ୍ଥଳ କରାଯାଇଛି l ପାର୍କ ପରିସରରେ ସୁନ୍ଦର୍ ଲନ, ପ୍ରବେଶପଥ, ଫୁଟ୍ ଫାଟ, ଓ ବେଞ୍ଚ୍ ନିର୍ମାଣ କରାଯାଉଛି l ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ମଧ୍ଯ କରାଯାଇଛି l ଏହି କର୍ଯ୍ୟକ୍ରମ ରେ ଜେ ଏସ୍ ଡବ୍ଲ୍ୟୁ ଷ୍ଟିଲ୍ ଓଡ଼ିଶା ପ୍ରକଲ୍ପ ମୁଖ୍ୟ ଅଶେଷ କୁମାର ପାଢ଼ୀ, ପାଇପ୍ ଲାଇନ ଆସୋସିଏଟ ଭାଇସ୍ ପ୍ରେସିଡେଣ୍ଟ ସୁଦୀପ ଦେ ଏବଂ କମ୍ପାନୀ ର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ l ଏହି ଉତ୍ସବ ଅବସରରେ ଜ

ଭାଗବତ୍ ଜନ୍ମ ଉପଲକ୍ଷେ ମୁକ୍ତିଲାଭ ଅପେକ୍ଷାରେ ଓଡ଼ିଆ ଭଜନ l

Image
  ଯାଜପୁର (ବ୍ୟୁରୋ ରିପୋର୍ଟ) :- ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଆଜିବି ସମାଜରେ ବହୁ ଲୋକ ନିଜର କର୍ମମୟ ଜୀବନ ଭିତରେ ଥିବା କିଛି ସମୟ କୁ ଉତ୍ସର୍ଗ କରିବା ଦେଖିବାକୁ ମିଳିଛି l ବିଶେଷ କରି ଯାଜପୁର ଜିଲ୍ଲା ର ଜଣେ ମାନ୍ୟଗଣ୍ୟ କଳାକାର ଦିନେଶ୍ ମଲ୍ଲିକ ଙ୍କ ଦ୍ଵାରା ଏହା ଦେଖିବାକୁ ମିଳିଛି l  ଓଡ଼ିଶାର ଜଗନ୍ନାଥ ସଂକୃତି କୁ ଅନୁସରଣ କରି ପବିତ୍ର ଭାଗବତ ଜନ୍ମ ଉପଲକ୍ଷେ ମୁକ୍ତିଲାଭ କରିବାକୁ ଯାଉଛି ଶ୍ରୀମତୀ ନଳିନୀପ୍ରଭା ଦାସ୍ ଙ୍କ ଲିଖିତ ଓଡ଼ିଆ ଭଜନ l ଯାହାକୁ ସ୍ଵର ସଂଯୋଜନା ଓ କଣ୍ଠଦାନ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଦିନେଶ୍ ମଲ୍ଲିକ I ଏହି ଭଜନ ଟି କେବିକେ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବେଳେ ଏହା ଶୁଭମ୍ ମିଉଜିକ୍ ରେ ଶୁଣିବାକୁ ପାଇବେ ସମସ୍ତ ଜଗନ୍ନାଥ ପ୍ରେମୀ l