Posts

ବର୍ଷେ ମଧ୍ୟରେ ଆସିବ ଡେଙ୍ଗୁ ଟିକା-ସାଇରସ ପୁନାୱାଲା l

Image
ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) : - ଦେଶର କେତେକ ଅଞ୍ଚଳରେ ଲୋକେ ଡ଼େଙ୍ଗୁ ପାଇଁ ଆତଙ୍କିତ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି l ଓଡ଼ିଶାରେ ବି ଏହାର ପ୍ରାଦୁର୍ଭାବ ଅନେକ ମାତ୍ରାରେ ବୃଦ୍ଧି ପାଇଛି l ଏହାର ନିରାକରଣ ପାଇଁ ଏକ ବର୍ଷ ମଧ୍ୟରେ ଡେଙ୍ଗୁ ଟିକା ଆସିବ ବୋଲି ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ସାଇରସ ପୁନାୱାଲା ଘୋଷଣା କରିଛନ୍ତି। ଏ ନେଇ ସିରମ ଇନଷ୍ଟିଚ୍ୟୁଟ ଟିକା ବିକଶିତ କରିବା ପାଇଁ ବ୍ୟବହାର କରୁଥିବା ଟେକ୍ନୋଲୋଜି ପାଇଁ ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନୀ ଭିଷ୍ଟେରା ସହିତ ସହଯୋଗ କରିଛି। ପୁନାୱାଲା କହିଛନ୍ତି ଯେ, ଆଫ୍ରିକୀୟ ଦେଶ ଏବଂ ଭାରତରେ ଏହି ନୂତନ ଟିକାର ଅତ୍ୟନ୍ତ ଆବଶ୍ୟକତା ରହିଛି। ଏଠାରେ ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ସଂକ୍ରମିତ ହେଉଛନ୍ତି। ବିକଶିତ ହେଉଥିବା ଟିକା ଡେଙ୍ଗୁର ୪ଟି ଷ୍ଟ୍ରେନ ଉପରେ ପ୍ରଭାବଶାଳୀ ହେବ। ଗୋଟିଏ ବର୍ଷ ମଧ୍ୟରେ, ଆମେ ଡେଙ୍ଗୁ ପାଇଁ ଏକ ଟିକା ପ୍ରସ୍ତୁତ କରିବୁ। ସିରମ ଇନଷ୍ଟିଚ୍ୟୁଟ ଦୀର୍ଘ ଦିନ ଧରି ଡେଙ୍ଗୁ ଟିକା ଉପରେ କାର୍ଯ୍ୟ କରିଆସୁଛି।

ଭାରତର ବୈଜ୍ଞାନିକ ଆଉ ପାଦେ ଆଗକୁ ଯାଇ, ବିଶ୍ୱରେ ପ୍ରଥମ ସୂର୍ଯ୍ୟ ଅଭିଯାନ ପାଇଁ ଚାଲିଛି ପ୍ରସ୍ତୁତି।

Image
(ଶନିବାର ଶ୍ରୀହାରିକୋଟାରୁ ହେବ ଉତ୍‌କ୍ଷେପଣ)  ବ୍ୟୁରୋ ରିପୋର୍ଟ :- ଚନ୍ଦ୍ରକୁ ଛୁଇଁବା ପରେ ଇସ୍ରୋ ଫୋକସରେ ସୂର୍ଯ୍ୟ। ଶନିବାର ଭାରତର ସୂର୍ଯ୍ୟ ଅଭିଯାନ- ଆଦିତ୍ୟ ଏଲ-୧ ଆରମ୍ଭ ହେବ। ଶନିବାର ଦିନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ PSLV C-57 ଯୋଗେ ଉତକ୍ଷେପଣ ହେବ ଆଦିତ୍ୟ ଏଲ-୧।ଏହା ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରକୁ ଯିବ। ଅର୍ଥାତ୍ ଚନ୍ଦ୍ରଯାନ-୩ ଯେତିକି ଦୂରକୁ ଯାଇଛି, ତା’ଠାରୁ ପ୍ରାୟ ୪ ଗୁଣ ଅଧିକ ବାଟ ଯିବ ଆଦିତ୍ୟ ଏଲ-୧। ସକଳ ଶକ୍ତିର ଆଧାର ସୂର୍ଯ୍ୟ ହେଉଛି ପୃଥିବୀର ସବୁଠୁ ନିକଟତମ ନକ୍ଷତ୍ର। ତେଣୁ ସୂର୍ଯ୍ୟ ଉପରେ ଗବେଷଣାକୁ ଇସ୍ରୋ ଲକ୍ଷ୍ୟ ରଖିଛି। ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋ ଏବେ ବେଶ ଉତ୍ସାହିତ ହୋଇପଡ଼ିଛି। ବିଶ୍ୱର କୌଣସି ବୈଜ୍ଞାନିକ ଯାହା କରି ପାରି ନଥିଲା, ସେକଥା ଏସ ସୋମନାଥଙ୍କ ଟିମ କରି ଦେଖାଇଛି। ଚନ୍ଦ୍ରଯାନ-୩ ଇସ୍ରୋର ବୈଜ୍ଞାନିକମାନେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ସକ୍ଷମ ହୋଇଛନ୍ତି। ଏହି ସଫଳତା ପରେ ଇସ୍ରୋ ପକ୍ଷରୁ ଆସନ୍ତା ଶନିବାର ସୂର୍ଯ୍ୟ ଉପରେ ଗବେଷଣା ପ୍ରଥମ ସ୍ପେଶ୍ ଅବଜର୍ଭେଟୋରି ପଠାଯିବ। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ PSLV C-57 ରକେଟ୍ ସହାୟତାରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ-୧। ଏହା ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ

ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ୍ୟ, ମାତ୍ର ସାତ ମିନିଟରେ କ୍ୟାନସର ଚିକିତ୍ସା, ବିଶ୍ଵରେ ବ୍ରିଟେନ ହେବ ପ୍ରଥମ ଦେଶ l

Image
ବ୍ୟୁରୋ ରିପୋର୍ଟ :- କର୍କଟ ଭଳି ମାରାତ୍ମକ ରୋଗ କୁ ବର୍ତ୍ତମାନ ବ୍ରିଟେନ ଏଭଳି କିଛି କରିବାକୁ ଯାଉଛି । ଯାହା ପାଇଁ ସେ ସାରା ବିଶ୍ଵରେ ପ୍ରଥମ ଦେଶ ହେବ। ଯିଏ ନିଜ ଦେଶରେ କ୍ୟାନସର ରୋଗୀଙ୍କୁ ସାତ ମିନିଟ୍‌ରେ ତାହାର ଉପଚାରର ଔଷଧ ଦିଆଯିବ। ବ୍ରିଟେନର ଜନସ୍ଵାସ୍ଥ୍ୟ ସେବା (NHS) ଦେଶରେ ଶହ ଶହ କର୍କଟ ରୋଗୀଙ୍କୁ ଗୋଟିଏ ଇଞ୍ଜେକ୍ସନ ଦେଇ ଚିକିତ୍ସା ସମୟକୁ ତିନି ଚତୁର୍ଥାଂଶ ହ୍ରାସ କରିବାରେ ବିଶ୍ଵରେ ପ୍ରଥମ ହେବାକୁ ଯାଉଛି। ଇମ୍ୟୁନୋଥେରାପି ସହିତ ଚିକିତ୍ସିତ ହେଉଥିବା ଶହ ଶହ କର୍କଟ ରୋଗୀଙ୍କୁ ବର୍ତ୍ତମାନ ଚର୍ମ ତଳେ ଆଟେଜୋଲିଜୁମାବ ଇଞ୍ଜେକ୍ସନ ଦିଆଯିବାକୁ ପ୍ରସ୍ତୁତ କରାଯାଉଛି ବୋଲି ବ୍ରିଟିଶ ମେଡିସିନ୍ ଏବଂ ହେଲଥ କେୟାର ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସି (MHRA) ର ଅନୁମୋଦନ ପାଇବା ପରେ NHS ମଙ୍ଗଳବାର ଦିନ କହିଛି। ଏହା କର୍କଟ ଚିକିତ୍ସା ପାଇଁ ସମୟ ହ୍ରାସ କରିବ । ଏନେଇ NHS କହିଛି ଯେ ଆଟେଜୋଲିଜୁମାବ, ଯାହା ଟେକେଣ୍ଟ୍ରିକ୍ ଭାବରେ ମଧ୍ୟ ଜଣାଶୁଣା। ସାଧାରଣତଃ ରୋଗୀମାନଙ୍କୁ ସିଧାସଳଖ ସେମାନଙ୍କ ଶିରାରେ ଡ୍ରପ୍ ମାଧ୍ୟମରେ ଦିଆଯାଏ । ଏହି ପ୍ରକ୍ରିୟା କିଛି ରୋଗୀଙ୍କ ପାଇଁ ପ୍ରାୟ ୩୦ ମିନିଟ୍ କିମ୍ବା ଏକ ଘଣ୍ଟା ପର୍ଯ୍ୟନ୍ତ ସମୟ ନେଇଥାଏ। ଅନେକ ରୋଗୀଙ୍କ କ୍ଷେତ୍ରରେ, ଏହି ସମୟ ମଧ୍ୟ ଅଧିକ ସମୟ ନେଇଥାଏ, ଯେତେବେଳେ ଔଷଧ ସେମାନଙ୍କ ଶିରାରେ ପହଞ୍ଚିବା କଷ୍ଟସାଧ୍ୟ ହୋଇଯାଏ। କିନ୍ତ

ସନାତନ ଧର୍ମ ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ର ମହତ୍ତ୍ଵ l

Image
ବ୍ୟୁରୋ ରିପୋର୍ଟ :- ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ହିନ୍ଦୁ ପର୍ବ ଯାହା ଭାରତରେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଥାଏ। ଏହା ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ। ତେଣୁ ଏହାକୁ ଶ୍ରାବଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହି ପର୍ବ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ସଂପର୍କର ବନ୍ଧନକୁ ସୁଦୃଢ଼ କରିଥାଏ। ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଏବଂ ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ। ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ। ପୌରାଣିକ କଥା – ରାଜା ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ। ରାଜା ବଳି ଥିଲେ ମହାଦାନୀ। ଭଗବାନ ବିଷ୍ଣୁ଼ ବାମନ ଅବତାର ଧାରଣ କରି ରାଜା ବଳିଙ୍କ ପାଖକୁ ଭିକ୍ଷା ଆଣିବାକୁ ଯାଇଥିଲେ। ବ୍ରାହ୍ମଣ ଭାବେ ବଳିଙ୍କୁ ତିନି ପାଦ ଭୂମି ମାଗିଥିଲେ। ରାଜା ବଳି ତିନି ପାଦ ଭୂମି ଦାନ ପାଇଁ ସତ୍ୟ କରିଥିଲେ। ହେଲେ ଭଗବାନ ବାମନ ନିଜ ବିରାଟ ସ୍ୱରୂପରେ ସମଗ୍ର ସଂସାରକୁ ଦୁଇ ପାଦରେ ମାପି ନେଇଥିଲେ। ତୃତୀୟ ପାଦ ରଖିବାକୁ ସ୍ଥାନ ନ ଥିବାରୁ, ବଳି ନିଜ ମଥା ଉପରେ ପାଦ ରଖିବାକୁ କହିଥିଲେ। ବଳିଙ୍କ ଗର୍ବ ଚୂର୍ଣ୍ଣ ହେବା ପରେ, ତାଙ୍କୁ ପାତାଳକୁ ନିକ୍ଷେପ କରିଥିଲେ ଭଗବାନ। ହେଲେ ତାଙ୍କ ଦାନ ପଣିଆରେ ସନ୍ତୁଷ୍ଟ ହୋଇ ବିଷ୍ଣୁ ତାଙ୍କୁ ବର ମାଗିବାକୁ କହିଥିଲେ। ବଳି ଅତି ଚତୁରତାର ସ

ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ‘ଗ୍ରାସରୁଟ୍ସ ଫୁଟବଲ ଟୁର୍ନାମଂଟ’ ସହିତ ଜାତୀୟ କ୍ରୀଡ଼ା ଦିବସପାଳିତ ହୋଇଯାଇଛି l

Image
(ମାନ୍ୟବର ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଇଂ.ପ୍ରୀତିରଞ୍ଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ)  ଯାଜପୁର (କଳିଙ୍ଗନଗର) : - ମେଜର ଧ୍ୟାନଚାନ୍ଦଙ୍କ ୧୧୮ତମ ଜନ୍ମବାର୍ଷିକୀ ଅବସରରେ ପିଲାମାନଙ୍କ ମଧ୍ୟରେ କ୍ରୀତାକୁ ଜୀବନ ଶୈଳୀ ଭାବରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍ ମଙ୍ଗଳବାର ଦିନ ଓଡ଼ିଶାର ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା  ପଂଚାୟତର ବାଘୁଆପାଳ ଖେଳ ପଡ଼ିଆରେ ଏକ ଦିନିଆ " ଗ୍ରାସରୁଟ୍ସ ଫୁଟବଲ ଟୁର୍ନାମେଟ୍' ଅୟୋଜନ କରି 'ଜାତୀୟ କ୍ରୀଡ଼ା ଦିବସକୁ ପାଳନ କରିଛି । ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଇଂ ପ୍ରାତିରଞ୍ଜନ ଘଡାଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଯୁବବର୍ଗଙ୍କୁ ସାମଗ୍ରିକ ବିକାଶ ପାଇଁ କ୍ରୀଡ଼ାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦାନଗଦି ବ୍ଳକର ଜିଲ୍ଲା ପରିଷଦ ଶ୍ରୀମତୀ ଟିନା ହଇବୁରୁ ଏବଂ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଟୁର୍ନାମେଟ୍‌କୁ ତିନୋଟି ବର୍ଗରେ ଅନ୍ତର୍ଭୁକ୍ତ କରଯାଇଥିଲା ଯଥା ୧୨ ବର୍ଷରୁ କମ୍‌ ବାଳକ ବର୍ଗ, ୧୪ ବର୍ଷରୁ କମ୍‌ ବାଳକ ବର୍ଗ ଏବଂ ୧୪ ବର୍ଷରୁ କମ୍‌ ବାଳିକା ବର୍ଗ | ୧୭ଟି ଦଳ ମଧ୍ୟରେ ମୋଟ ୧୮ ଟି ମ୍ୟାଚ୍ ଖେଳାଯାଇଥିଲା ଯେଉଁଥିରେ, ବ

ଜାନୁଆରୀ ୨୨- ୨୦୨୪ ରେ ରାମ ମନ୍ଦିର ଖୋଲିବା ନେଇ ଚୂଡାନ୍ତ ପ୍ରସ୍ତୁତି ଆରମ୍ଭ!

Image
ଅଯୋଧ୍ୟା (ବ୍ୟୁରୋ ରିପୋର୍ଟ) : - ନିମ୍ନଲିଖିତ ପ୍ରସ୍ତୁତି ସୂଚୀ ଅନୁସାରେ ଖୋଲିବ ବିଶ୍ଵ ପ୍ରସିଦ୍ଧ ରାମ ମନ୍ଦିର l ଖୋଲିବାର ଏକ ମାସ ପୂର୍ବରୁ ରାମ ଧୂନୀ ସମଗ୍ର ଭାରତରେ ୧ଲକ୍ଷରୁ ଅଧିକ ମନ୍ଦିରରେ ଅନୁଷ୍ଠିତ ହେବ | ଏହା ଏକ ଆନ୍ତର୍ଜାତୀୟ ଇଭେଣ୍ଟ ହେବ | ଉଦଘାଟନକୁ ଦେଖିବା ପାଇଁ ୧୬୦ ଟି ଦେଶ ପରିଦର୍ଶନ କରିବେ | ସମଗ୍ର ବିଶ୍ୱରୁ ୬୫୦୦ ପ୍ରେସ୍ ସାମ୍ବାଦିକ ଏହି କାର୍ଯ୍ୟକ୍ରମକୁ କଭର୍ କରିବାକୁ ପଞ୍ଜୀକୃତ କରିଛନ୍ତି | ଅଯୋଧ୍ୟା ମୁଖ୍ୟ ପର୍ଯ୍ୟଟକଙ୍କ ଆକର୍ଷଣ ହେବାକୁ ଯାଉଛି | ପ୍ରଥମ ବର୍ଷ ୫ କୋଟି ଲୋକ ମନ୍ଦିର ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି | ୩ ତାରକା ଠାରୁ ୫ ତାରକା ପର୍ଯ୍ୟନ୍ତ ଅନେକ ହୋଟେଲ ପ୍ରସ୍ତୁତ ଏବଂ ଆବଶ୍ୟକତା ଅଧିକ ହୋଟେଲ ପ୍ରସ୍ତୁତ। ଅଯୋଧ୍ୟା ବିମାନବନ୍ଦର ଅନେକ ଭାରତୀୟ ଗନ୍ତବ୍ୟସ୍ଥଳରୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ | ସମସ୍ତ ନୂତନ ସୁବିଧା ସହିତ ଅଯୋଧ୍ୟା ରେଳ ଷ୍ଟେସନ୍ ପ୍ରସ୍ତୁତ | ସାରୁୟୁ (ସରଜୁ) ନଦୀ କୂଳଗୁଡ଼ିକ ପୁନ ଏଏମ୍.ପି ନିର୍ମାଣ ହେଲା | ସମଗ୍ର ଅଯୋଧ୍ୟା ଏବଂ ଆଖପାଖ ଅଞ୍ଚଳରେ ଲକ୍ଷ ଲକ୍ଷ ଆଲୋକ ସହିତ ଆଲୋକିତ ହେବ |

ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ସାର୍ ଦ୍ବାରା ଟାଟାଙ୍କ ୧୬୪ତମ ଜନ୍ମବାର୍ଷିକୀ ପାଳିତ l

Image
ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲାର ଡୁବୁରୀଠାରେ ଅବସ୍ଥିତ ଟାଟା ଷ୍ଟିଲ୍‌ କଳିଙ୍ଗନଗର କାରଖାନା ପକ୍ଷରୁ ଉତ୍ସାହ ଉଦ୍ଦୀପନାର ସହିତ ସାର୍ ଦୋରାଜୀ ଟାଟାଙ୍କ ୧୬୪ତମ ଜନ୍ମବାର୍ଷିକୀ ରବିବାର ଦିନ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ କାରଖାନା ପରିସରରେ ଟାଟା ଷ୍ଟିଲ୍‌ କଳିଙ୍ଗନଗରର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସାର୍ ଦୋରାବଜୀ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣୀପାଳ ସ୍ଥିତ ହାଉସିଙ୍ଗ କୋଠାରେ ଟାଟାଷ୍ଟିଲ, ଟାଟା ଷ୍ଟିଲ୍‌ ୟୁଟିଲିଟିଜ୍ ଏଣ୍ଡ ଇନଫ୍ରାଷ୍ଟ୍ରକ୍ଟର ସାର୍ଭିସେସ୍ ଲିମିଟେଡ୍ (ଡିଏସ୍‌ଆଇଏସ୍ଏଲ) ଏବଂ ଜିଞ୍ଜର୍ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ କରଯାଇଥିଲା । ସାର୍ ଦୋରାବଜୀ ଟାଟା ପ୍ରଥମ ଅଧ୍ୟକ୍ଷ ଥିଲେ ଯିଏ ସମୟଠାରୁ ଉର୍ଦ୍ଧ୍ବରେ ଯାଇ କମ୍ପାନୀର କର୍ପୋରେଟ୍ ବ୍ୟବସ୍ଥାରେ ବିଭିନ୍ନ ମାନକଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥିଲେ । ଆଇନଗତ ବ୍ୟବସ୍ଥା ଭାବେ ଲାଗୁ ହେବାର ବହୁ ପୂର୍ବରୁ ସେ ପ୍ରଥମ ଥର ପାଇଁ ୮ ଘଣ୍ଟିଆ କାର୍ଯ୍ୟ ଦିବସ, ମାତୃତ୍ବ ଅବକାଶ, ଭବିଷ୍ୟନିଧ୍ଵ ପାଣ୍ଠି, ଦୁର୍ଘଟଣାଜନିତ କ୍ଷତିପୂରଣ, ମାଗଣା ଚିକିତ୍ସା ସହାୟତା ଏବଂ ବହୁତ ଗୁଡ଼ିଏ ଜନକଲ୍ୟାଣ ପଦକ୍ଷେପର ଶୁଭାରମ୍ଭ କରିଥିଲେ । ନିଜ ପ୍ରାରମ୍ଭିକ ଜୀବନରେ ଏକ ଆଗ୍ରହୀ କ୍ରୀଡ଼ାବିତ୍ ଭାବେ ପରିଚିତ ସାର୍ ଦୋରାବଜ