Posts

ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଉଦ୍ଦିଷ୍ଟ ସଚେତନତା ରଥ ୨୦୨୩ ଶୁଭାରମ୍ଭ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମିଳିତ ଆନୁକୂଲ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଉଦ୍ଦିଷ୍ଟ ସଚେତନତା ରଥ ୨୦୨୩କୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକୃଷ୍ଣ ଜେନା ଜିଲ୍ଲା କାର୍ଯ୍ୟାଳୟ ପ୍ରାଙ୍ଗଣରୁ ସବୁଜ ପତାକା ଦେଖାଇ ରଥ ପରିକ୍ରମାର ଶୁଭାରମ୍ଭ କରି କହିଲେ ଯେ, ରାଜ୍ୟ ସରକାରଙ୍କର ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସଚେତନତା ଅଭିଯାନ ଏକ ମହତ ଅଭିଯାନ ଅଟେ । ଦୁର୍ଗମ ଅଂଚଳରେ ଯେଉଁ ଶିଶୁମାନେ କୌଣସି କାରଣ ବସତଃ ଅନାଥ ଓ ଅବହେଳିତ ଭାବେ କାଳାତିପାତ କରୁଛନ୍ତି ସେମାନଙ୍କୁ ଥଇଥାନ କରିବାରେ ପୋଷ୍ୟ ସନ୍ତାନ ଗ୍ରହଣ ଯୋଜନା ଏକ ଅଭିନବ ଯୋଜନା ବୋଲି ସେ ଉଲ୍ଳେଖ କରିଥିଲେ ।ଯେଉଁମାନଙ୍କ କୋଳରେ ସନ୍ତାନଟିଏ ନାହିଁ ବା ନିଃସନ୍ତାନ ଦମ୍ପତିମାନେ ଏହି ଯୋଜନାରେ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଅନାଥ ଓ ଅବହେଳିତ ଶିଶୁମାନେ ବଂଚିବାର ରାହା ପାଇବା ସହ ନିଃସନ୍ତାନ ଦମ୍ପତିମାନେ ମାତୃତ୍ୱର ଗୌରବ ଅର୍ଜନ ସହ ସାମାଜିକ କୁଚ୍ଚ୍ଥରଟନାରୁ ବଂଚିତ ହୋଇ ଏକ ସୁନ୍ଦର ପାରିବାରିକ ଜୀବନ ନିର୍ବାହ କରିପାରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେନା ଷ୍ପଷ୍ଟୋକ୍ତି ରଖିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା, ଜି

ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶରଥପୁର ବ୍ଲକ କାର୍ଯ୍ୟାଳୟଠାରେ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଆୟୋଜିତ l

Image
ଯାଜପୁର, ତା ୨୮ା୧୧(ବ୍ୟୁରୋ ରିପୋର୍ଟ ):-  ଆଜି ପୂର୍ବାହ୍ନରେ ଦଶରଥପୁର ବ୍ଳକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିିବିର ଅନୁଷ୍ଠିତ ହୋଇଯାଇଅଚ୍ଥି । ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଅଶୋକ କୁମାର ବେହୁରିଆ, ଉପ-ଜିଲ୍ଲାପାଳ ଗୋପୀନାଥ କୁଅଁର, ବି.ଡି.ଓ., ଦଶରଥପୁର ଆକାଶ ପଟ୍ଟନାୟକ, ତହସିଲଦାର, ଦଶରଥପୁର ବିକ୍ରମ କିଶୋର ପରିଡା ମଂଚାସୀନ ଥିବା ବେଳେ ସହକାରୀ ଜିଲ୍ଲାପାଳ, ସାଧାରଣ ଓ ବିବିଧ, ଲକ୍ଷ୍ମୀପ୍ରିୟା ଦାସ, ଜିଲ୍ଲା ଶିକ୍ଷା ଅଧକାରୀ ନିବେଦିତା ପାଣି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡା. ଶ୍ରୀନିବାସ କର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଉଦିପ୍ତ କୁମାର ତ୍ରିପାଠୀ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଚ୍ଥାୟା ପ୍ରଦୀପ କୁମାର ପଟ୍ଟନାୟକ, ଅଧିକ୍ଷଣ ଯନ୍ତ୍ରୀ, ନର୍ଦ୍ଦମା ଖଣ୍ଡ, ଯାଜପୁର ଦିଲିପ ନନ୍ଦନ ମହାପାତ୍ର, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଇଂ କ୍ଷେତ୍ର ମୋହନ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି, ଅଗ୍ରଣୀ ବ୍ୟାଙ୍କ ପରିଚାଳକ, ଯାଜପୁର ରାଜ କିଶୋର ଭୂୟାଁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଂଜୁଲତା ନାୟକ, ଜିଲ୍ଲା ସମାଜ ସୁରକ୍

‘ଉଦୟବଟ’ ତରଫରୁ ୬୯ତମ ଶିଶୁ ଦିବସ ପାଳିତ ଓ ‘ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ’ ପ୍ରତିଯୋଗିତାର ଶୁଭାରମ୍ଭ l

Image
ଯାଜପୁର ( ବ୍ୟାସନଗର ) : - ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ତରଫରୁ ୬୯ତମ ଶିଶୁ ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । କ୍ରୋମନଗରୀ ବ୍ୟାସନଗରର ବସ୍ତି ଅଂଚଳର ପିଲାମାନଙ୍କ ମଧ୍ୟରେ ଖୁସିର ପରିପ୍ରକାଶ ପାଇଁ ‘ଉଦୟବଟ’ ଦୀର୍ଘ ବର୍ଷ ଧରି ଚେଷ୍ଟିତ ରହିଆସିଛି । ଏହି ପବିତ୍ର ଦିବସ ଅବସରରେ ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା, କୋରାଇର ପୂର୍ବତନ ବିଧାୟକ ତଥା ଓଡ଼ିଶାର ବିଶିଷ୍ଠ ଜନନେତା ‘୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା-୨୦୨୩’ର ଶୁଭାରମ୍ଭ ହୋଇଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀର ଉଭୟ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜୁନିୟର ବିଭାଗ ଅଫ୍‌ଲାଇନ ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ଶିଶୁ କବିତା ଆବୃତି, ଶ୍ଳୋକ ପାଠ ଆଦି ପ୍ରତିଯୋଗିତାଗୁଡିକର ଶୁଭାରମ୍ଭ ହୋଇଥିଲା । ଏଥିରେ ଯାଜପୁର, ଭଦ୍ରଖ ଓ କେଉଁଝର ଜିଲ୍ଲାର ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ କଳିଙ୍ଗନଗର ଅତିରିକ୍ତ ଭୂଲେଖ ଓ ବନ୍ଦୋବସ୍ତ ଆୟୁକ୍ତ (କମିଶନର) ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାଗୁଡ଼ିକର ଉଦ୍‌ଘାଟନ

ବିଶିଷ୍ଟ ତବଲା ବାଦକ, ଗାୟକ, ସଂଗୀତ ଗୁରୁ ‘ଦେବେନ୍ଦ୍ର ମଲ୍ଲିକ’ଙ୍କ ପାଇଁ ଶୋକ ସଭା ଓ ଭଜନସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର (ବ୍ୟାସନଗର) : - ତା ୦୬/୧୧/୨୦୨୩ ରିଖ ରେ ପରଲୋକ ଗମନ କରିଥିବା ବିଶିଷ୍ଟ ତବଲା ଓ ଲାଲ ବାଦକ ତଥା ବରିଷ୍ଠ ଗାୟକ ଦେବେନ୍ଦ୍ର କୁମାର ମଲ୍ଲିକଙ୍କ ଆଜି ଏକାଦଶାହ କ୍ରିୟା ଉପଲକ୍ଷେ ୧୭ନଂ. ୱାର୍ଡ଼ ସ୍ଥିତ ତାଙ୍କ ବାସଭବନରେ ‘ଉଦୟବଟ’ ତରଫରୁ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପରେ ‘ଉଦୟବଟ’ ପରିଚାଳିତ ‘ଦୁର୍ଲ୍ଲଭ କଳା ପରିଷଦ’ ପକ୍ଷରୁ ଏକ ‘ଭଜନ ସନ୍ଧ୍ୟା’ କାର୍ଯ୍ୟକ୍ରମ ଶ୍ରୀ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଜୟ କୁମାର ବ୍ରହ୍ମ, ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଗାୟତ୍ରୀ ମଲ୍ଲିକ, ଭାରତ ଭୂଷଣ ରାଉତ, ହିତାଗ୍ନୀ ମିଶ୍ର, ଭାସ୍କର ମୁଦୁଲି, ଦୁଷ୍ମନ୍ତ କୁମାର ରାଉତ, ମଦନ ମୋହନ ମହାରଣା ପ୍ରମୁଖ ଅଂଶଗ୍ରହଣ କରି ୰ ମଲ୍ଲିକଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ପଦାରବିନ୍ଦଙ୍କ ନିକଟରେ ଭକ୍ତି ସଂଗୀତମାନ ଗାନ କରିଥିଲେ । ମଂଚରେ ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର କୁମାର ସାହୁ, ସମୀର କୁମାର ମିଶ୍ର, କଳିଙ୍ଗ କେଶରୀ ରାଉତ, ଶୁଭେନ୍ଦୁ କୁମାର ଜେନା (ବୁନା), ଅରୁଣ ଖଟୁଆ ପ୍ରମୁଖ ଉପସ୍ଥିତ ରହି ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ।    ପ୍ରଥମେ ୰ ମଲ୍ଲିକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ୦୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବହୁ ସ୍ଥାନୀୟ ବ୍ୟକ୍ତିବିଶେଷ, ଜନପ୍ରତିନିଧି, ଯୁବ

ଅସହାୟ ଓଡ଼ିଆ ଶ୍ରମିକ ଙ୍କୁ ସାହାଯ୍ୟ ର ହାତ ବଢ଼ାଇବାକୁ ବିଶ୍ୱରଞ୍ଜନ ଙ୍କ ନିବେଦନ l

Image
      ବ୍ୟୁରୋ ରିପୋର୍ଟ :- ଦକ୍ଷିଣ ଆଫ୍ରିକା ଗାବନ୍ ରେ ଫସିଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ । ଉଦ୍ଧାର ନିମନ୍ତେ, ସମସ୍ତ ପରିବାର ର ସଦସ୍ୟ, ସାହାଯ୍ୟ ନିମନ୍ତେ ପ୍ରମୁଖ ସାମାଜିକ ଅନୁଷ୍ଠାନ ମାଧ୍ୟମରେ ( ୱାରଲ୍ଡ ଓଡ଼ିଆ ସୋସାଇଟି/ ଭାରତ ସେବା ଦର୍ଶନ / ଭାରତୀୟ ପ୍ରବାସୀ ଓଡ଼ିଶା ସଙ୍ଘ/ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ସଂଗଠନ / ଗ୍ଲୋବାଲ ଓଡ଼ିଆ ସୋଶାଇଟି ) କୁ ନିବେଦନ କରାଯାଇଛି। ଏହି ପ୍ରମୁଖ ସାମାଜିକ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ସରକାର ଙ୍କୁ ୧୪ ଅସହାୟ ଓଡ଼ିଆ ଶ୍ରମିକ ଙ୍କୁ ଉଦ୍ଧାର କରିବା ନିମନ୍ତେ ନିଜର ନିବେଦନ ର ପତ୍ର ଲେଖିଛନ୍ତି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ରେ ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ, ଭିଡିଓ ବାର୍ତ୍ତା ଦେଇ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ୧୪ ଜଣ ଓଡ଼ିଆ ଶ୍ରମିକ ପରିବାର ପୋଷଣ ପାଇଁ ଯାଇଥିବା ସେଠାରେ ଫସି ରହିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜ କନିକା ବ୍ଲକ୍ ର ଜୟନଗର କୋଇଲିପୁରୁ ଓ ତ୍ୟେଲକ୍ୟପୁରୁ ପଞ୍ଚାୟତ ର ୧୪ ଜଣ ଶ୍ରମିକ ସେଠାରେ ଏକ କଂପାନୀ ରେ କାମ କରିବାକୁ ଯାଇଥିଲେ। ସେଠାରେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆ ଯାଉଥିବା ବେଳେ ଖାଇବା ଓ ପିଇ ବାକୁ ମିଳୁନଥିବା ସେମାନେ ଅଭିଯୋଗକରିଛନ୍ତି । ୪ ମାସ ହେଲା କଂପାନୀ ସେମାନଙ୍କୁ ଦରମା ଦେଉନଥିବା ସେମାନେ କହିଛନ୍ତି। କେବଳ ସେତିକି ନୁହେଁ, ଭ

ନିଆରା ରୂପରେ ଦୀପାବଳି ଉତ୍ସବ ପାଳନ କଲେ ସଂଗଠନ ର କର୍ମକର୍ତ୍ତା l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଅନାଥଆଶ୍ରମର ଅନ୍ତେବାସୀ ମାନଙ୍କ ସହ ମିଶି ଦୀପାବଳି ପାଳିଲେ" ଆଶା ଅଭିଳାଷା" ସ୍ଵେଚ୍ଛା ସେବୀ ସଂଗଠନ ର କର୍ମକର୍ତ୍ତା l  ବାଣ ନୁହେଁ ହସ ଫୁଟାଇବାର ଆଶ ରଖି , ଆଶା ଅଭିଳାଷା ଅନୁଷ୍ଠାନର କର୍ମକର୍ତ୍ତା ବ୍ୟାସ ସରୋବର ସ୍ଥିତ ବ୍ୟାସଭୂମି ଅନାଥ ଆଶ୍ରମ ରେ ଆଜି ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ ଦୀପାବଳି ର ମଜା ନେଇଥିଲେ , କୁନି କୁନି ପିଲାମାନେ l ପିଲାମାନଙ୍କୁ ମିଠା ଖୁଆଇ ମହମବତୀ ଜଳାଇ ଏକ ନିଆରା ଢଙ୍ଗରେ ଆଲୋକ ର ପର୍ବ ଦୀପାବଳି କୁ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟ ପଟେ ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ଉପହାର ସ୍ୱରୂପ ପିଲା ମାନଙ୍କୁ ପାଠ୍ଯକ୍ରମ ସ୍ଵରୂପ କଲମ ମଧ୍ୟ ପ୍ରଦାନ କରା ଯାଇଥିଲା l ଏହି କାର୍ଯ୍ୟକ୍ରମରେ ଆଶା ଅଭିଳାଷା ସଂଗଠନ ର ସମସ୍ତେ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ଟାଟା ଷ୍ଟିଲ୍‌ କଳିଙ୍ଗନଗରରେ ମାସବ୍ୟାପୀ ‘କ୍ବାଲିଟି ମାସ’ ଉତ୍ସବ ଆରମ୍ଭ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ ) : - ‘ ଗୁଣବତା’ କେବଳ କୌଣସି ଉତ୍ପାଦ, ପ୍ରକ୍ରିୟା କିମ୍ବା ବ୍ୟବସ୍ଥାରେ ସୀମିତ ନୁହେଁ ବରଂ ପ୍ରତ୍ୟେକ କାର୍ଯ୍ୟରେ ପ୍ରଦର୍ଶିତ ହେଉଥିବା ବିଶ୍ଵାସକୁ ଦୃଢ଼ କରିବା ପାଇଁ ଯାଜପୁର ଜିଲ୍ଲା ଡୁବୁରି ନିକଟସ୍ଥ ଟାଟା ଷ୍ଟିଲ୍‌ କଳିଙ୍ଗ ନଗରଠାରେ ମାସବ୍ୟାପୀ ‘ କ୍ବାଲିଟି ମାସ’ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଟାଟା ଷ୍ଟିଲ୍‌ କଳିଙ୍ଗନଗର(ଟିଏସ୍‌)ର ଉପାଧ୍ୟକ୍ଷ (ଅପରେସନ) ରାଜୀବ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟିଏସ୍‌ର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କର୍ମଚାରୀମାନଙ୍କୁ ସମ୍ବୋଧୃତ କରି ରାଜୀବ କୁମାର ସିଧାସଳଖ କାର୍ଯ୍ୟସ୍ଥଳୀରେ ସମୀକ୍ଷା ବା ‘ଗେମ୍ବା’ ସଂସ୍କୃତି ଉପରେ ଗୁରୁତ୍ବାରୋପ କରିବା ସହ ଗୁଣାତ୍ମକ ମାସ କାର୍ଯ୍ୟକ୍ରମରେ କର୍ମଚାରୀମାନଙ୍କୁ ଅଂଶଗ୍ରହଣ ପାଇଁ ଅନୁରୋଧ କରିଥିଲେ । ଟାଟା ଷ୍ଟିଲ୍‌ର କ୍ଵାଲିଟି ଏକ୍ସଲେନ୍ସର ଚମତ୍କାର ଅଭିବୃଦ୍ଧି ଯାତ୍ରା ପ୍ରତ୍ୟେକ ସ୍ତରରେ କର୍ମଚାରୀଙ୍କ ସମ୍ପୃକ୍ତି ସଂସ୍କୃତିର ଏକ ମଜଭୁତ ଭିତ୍ତିଭୂମି ଉପରେ ନିର୍ମିତ ହୋଇଛି । ଏକାଧୂକ ଡିଜିଟାଲ ପଦକ୍ଷେପର ଅଟୋମେସନ୍ ଏବଂ କାର୍ଯ୍ୟକାରିତା ଶପ୍-ଫ୍ଲୋର ସ୍ତରରେ ମଧ୍ୟ କାର୍ଯ୍ୟର ଦକ୍ଷତା ବୃଦ୍ଧି କରିଛି । ଏହି ଦିଗଉପରେ ଅଧିକ ଗୁରୁତ୍ବ ଦେବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଗୁଣାତ୍ମକ ମାସର ବିଷୟବସ୍ତୁ ‘ଗେମ୍ବା କେନ୍ଦ୍ରିତ ଉତ୍କର୍ଷତା