Posts

ଖୁବ୍ ଶୀଘ୍ର ଆସୁଛି ସୁଭଦ୍ରା ଯୋଜନା ର ମାର୍ଗଦର୍ଶିକା କେବେ ଜାଣନ୍ତୁ...

Image
ଭୁବନେଶ୍ବର(ବ୍ୟୁରୋ ରିପୋର୍ଟ) :- ସ୍ବାଧୀନତା ଦିବସ ଅବସରରେ ତଥା ଅଗଷ୍ଟ ୧୫ ତାରିଖରେ ସୁଭଦ୍ରା ଯୋଜନାର ଏସଓପି ତଥା ଏହାର ମାର୍ଗଦର୍ଶିକା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ସୁଭଦ୍ରା ଯୋଜନା ଏସଓପି ଅଗଷ୍ଟ ୧୫ ତାରିଖରେ ଆସିବ। ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର କୋଟି ଟଙ୍କା ମଞ୍ଜୁରୀ ପାଇଛି ।ତେବେ ଆବଶ୍ୟକ ପଡ଼ିଲେ ଏଥିରେ ବୃଦ୍ଧି ହୋଇପାରେ । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟରେ ଏହି ଯୋଜନା ଲାଗୁ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏହାବ୍ୟତୀତ ରାଜ୍ୟରେ ଲକ୍ଷପତି ଦିଦିଙ୍କ ସଂଖ୍ୟା ବୃଦ୍ଧି କରିବା ସହ ମିଶନ୍ ଶକ୍ତି ମା' ମାନଙ୍କ ଏକ୍ସପୋଜର ଭିଜିଟ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।ନିଜ ମନ୍ତବ୍ୟରେ ସେ ପୂର୍ବ ସରକାରଙ୍କୁ ବେଶ୍ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ଏହାସହିତ ମିଶନ୍ ଶକ୍ତି କେବେ ବି ବନ୍ଦ ହେବନାହିଁ, ବରଂ ସେମାନଙ୍କ ବିକାଶ କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମତବ୍ୟକ୍ତ କରିଛନ୍ତି । ରାଜ୍ୟର ବିଜେପି ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ଆସନ୍ତା ସେପ୍ଟେମ୍ବର ୧୭ତାରିଖରୁ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ନେଇଛି ।ତେବେ ଆବଶ୍ୟକ ପଡ଼ିଲେ ଏଥିରେ ବୃଦ୍ଧି ହୋଇପାରେ

ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ର ଦ୍ଵିତୀୟ ‘ଓଡିଶା ଆଚିଭର୍ସ ଆୱାର୍ଡ ୨୦୨୪’ ଅନୁଷ୍ଠିତ ହୋଇଯାଇଛି l

Image
  ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଦ୍ଵିତୀୟ ଆଚିଭର୍ସ ଆୱାର୍ଡ ଉତ୍ସବ ସ୍ଥାନୀୟ ପଦ୍ମଜା ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଓଡିଶାର ୩୦ ଜଣ ପ୍ରତିଭାଧାରୀଙ୍କୁ ସମ୍ମାନିତ କରିବା ପାଇଁ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ଓଡିଶା ଆଚିଭର୍‌‌ ୨୦୨୪’ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହା ପୂର୍ବରୁ ରାଜ୍ୟର ବିଶିଷ୍ଟ ଶିଳ୍ପପତି ତଥା ଉଦ୍ୟୋଗପତିଙ୍କୁ ନେଇ ଏହି ଟ୍ରଷ୍ଟ ‘ଓଡିଶା ଷ୍ଟେଟ୍‌‌ ବିଜନେସ୍‌‌ ଆୱାର୍ଡ ଆରମ୍ଭ କରିଥିଲା। ସଂସ୍ଥାର ଦ୍ଵିତୀୟ ଆଚିଭର୍ସ ଆୱାର୍ଡ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ମୁଖ୍ୟ ଅତିଥିଭାବେ ଡାକ୍ତର ଗୌରଭ ରଲହାନ, ମୁଖ୍ୟ ଅତିଥି ଭାବେ ମାନ୍ୟବର ମୁଖ୍ୟ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ସମ୍ମାନିତ ଅତିଥି ଭାବେ ବିଧାୟକ ଅଗସ୍ତି ବେହେରା, ଡାକ୍ତର ପାର୍ଥ ସାରଥି ମିଶ୍ର, ଡଃ ପ୍ରସନ୍ନ କୁମାର ପଟ୍ଟଶାଣୀ, କମଳାକାନ୍ତ ସାହୁ, ସମାଜସେବୀ ନମ୍ରତା ଚଢା ଏବଂ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ର ମୁଖ୍ୟ ଭରତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ଏବଂସମସ୍ତ ଅତିଥିଙ୍କ କରକମଳରେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରାଯାଇଥିଲା l ଏହି ଉତ୍ସବରେ ଯୁବବର୍ଗଙ୍କ ପାଇଁ ବର୍ତ୍ତମାନ, ଭବିଷ୍ୟତ ଏବଂ ରୋଜଗାର ଉପରେ ଏକ ଆଲୋଚନା ଚକ୍ର ହୋଇଥିଲା l ରପ୍ତାନି ବ୍ୟବସାୟ ଉପରେ ବହୁତ ଟିପ୍ପଣୀ ଦେଇଥିଲେ ଅତ

ବଙ୍ଗଳାଦେଶ ରେ ହିନ୍ଦୁଙ୍କ ସୁରକ୍ଷା ନେଇ ଭାରତ ସରକାର ତତ୍ପର l

Image
ନୂଆଦିଲ୍ଲୀ (ବ୍ୟୁରୋ ରିପୋର୍ଟ) :- ସଂରକ୍ଷଣକୁ ବ୍ୟବସ୍ଥାକୁ ନେଇ ଆଶାନ୍ତ ହୋଇପଡିଛି ବାଂଲାଦେଶ ।ଏହା ର ଫାଇଦା ନେଇଛନ୍ତି ହିନ୍ଦୁ ବିରୋଧୀ ମାନେ l ଛାତ୍ର ଙ୍କୁ ହାତବାରିସି କରି ହିନ୍ଦୁଙ୍କ ଉପରେ ଚାଲିଛି ଅତ୍ୟାଚାର l ହିଂସା ଦିନକୁ ଦିନ ବଢିବାରେ ଲାଗିଛି ଏବଂ ଟାର୍ଗେଟରେ ରହିଛନ୍ତି ହିନ୍ଦୁ । ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କୁ ଆକ୍ରମଣ କରାଯାଉଥିବାର ଖବର ପ୍ରକାଶ ପାଇବା ପରେ ଭାରତ ସରକାର ଏକ କମିଟି ଗଠନ କରିଛନ୍ତି । ସୂଚନା ଅନୁସାରେ ବାଂଲାଦେଶର ସ୍ଥିତି ଉପରେ ନଜର ରଖିବା ପାଇଁ ଏକ କମିଟି ଗଠନ କରାଯାଇଛି ଯାହା ଦେଶରେ ବସବାସ କରୁଥିବା ଭାରତୀୟଙ୍କ ସୁରକ୍ଷା ନିଶ୍ଚିତ କରିବ । ବାଂଲାଦେଶରେ ଆରମ୍ଭ ହୋଇଥିବା ଉତ୍ତେଜନା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କଠାରୁ ତାଙ୍କ ଚେୟାର ଛଡ଼ାଇ ନେଇଛି। ସେବେଠାରୁ ବାଂଲାଦେଶର ସ୍ଥିତି ଖରାପ ରହିଛି ଏବଂ ଏବେ ପୁରା ବିଶ୍ୱ ନଜର ଦେଶର ସ୍ଥିତି ଉପରେ ରହିଛି । ବାଂଲାଦେଶରେ ସଂଖ୍ୟାଲଘୁ (ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଅନ୍ୟମାନଙ୍କ) ବିରୋଧରେ ହିଂସା ସୃଷ୍ଟି ହୋଇଛି। ମୁସଲିମ ଧର୍ମ ସମ୍ପ୍ରଦାୟ ହେଉ କିମ୍ବା ଟେରୋରିଷ୍ଟ ମାନେ ସଂରକ୍ଷଣ ନାମରେ ଜୁଲମ୍ ଚଳାଇଛନ୍ତି l ବର୍ତ୍ତମାନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଏହି ପ୍ରସଙ୍ଗରେ ଏକ କମିଟି ଗଠନ କରାଯାଇଛି।ଏହି କମିଟି ବାଂଲାଦେଶର ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉ

ବଡ ଖବର ମଧ୍ୟାହ୍ନ ଭୋଜନ ଖାଇ ୪୦ ଛାତ୍ରଛାତ୍ରୀ ଅସୁସ୍ଥ ।

Image
  ବାଲେଶ୍ୱର(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ସାଜନପୁର ପଞ୍ଚାୟତ ଉଦୟନାରାୟଣ ବିଦ୍ୟାପୀଠରେ ଆଜି ଏକ ଅଘଟଣ ଘଟିଛି। ବିଦ୍ୟାଳୟରେ ଦିଆଯାଇଥିବା ମଧ୍ୟାହ୍ନ ଭୋଜନ ଖାଇବା ପରେ ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ଅନ୍ୟପକ୍ଷେ ଛାତ୍ରୀଛାତ୍ରୀଙ୍କୁ ଦିଆଯାଇଥିବା ମଧ୍ୟାହ୍ନ ଭୋଜନରୁ ୨ଟି ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଛାତ୍ରଛାତ୍ରଙ୍କୁ ଗୁରୁବାର ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ଖାଇବାର କିଛି ସମୟ ପରେ ଛାତ୍ରୀଛାତ୍ରଙ୍କ ପେଟ ବ୍ୟଥା ହେବା ସହ ଅସୁସ୍ଥ ହୋଇପଡିଥିଲେ। ତୁରନ୍ତ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡିଛି। ସରକାର ଏବଂ ଉପରିସ୍ଥ ଅଧିକାରୀ ଏହାର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l 

ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ l

Image
ଭୁବନେଶ୍ଵର (ବ୍ୟୁରୋ ରିପୋର୍ଟ) :- ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳ ବଦଳ । ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଗତକାଲି ପ୍ରଥମଥର ପାଇଁ ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଛି । ୨୦ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେବା ସହ ଦୀର୍ଘଦିନ ଧରି କୋଣଠେସା ହୋଇ ବୋର୍ଡ ଅଫ ରେଭନ୍ୟୁର ସଚିବ ପଦରେ ଅବସ୍ଥାପିତ ଓଡ଼ିଆ ଆଇଏଏସ୍ ବିଜୟ କୁମାର ଉପାଧ୍ୟାୟଙ୍କୁ ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି । ସେହିପରି ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ବୋର୍ଡ ଅଫ ରେଭନ୍ୟୁର ସଚିବ ଭାବେ ବଦଳି କରାଯାଇଛି ।୨୨ଜଣ ଆଇଏଏସ ଅଫିସର ଓ ୩ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସେମାନଙ୍କ ମଧ୍ୟରୁ ୧୭ଜଣ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲାପାଳ ଓ ଅନ୍ୟ ୩ଜଣ ବରିଷ୍ଠ ଓଏଏସ୍ ଅଫିସର କବିନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼, ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଓ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ମୋହନ ସରକାର କ୍ଷମତାକୁ ଆସିବା ପରେ ଜିଲ୍ଲାପାଳସ୍ତରରେ ଏହା ପ୍ରଥମ ବଦଳି ।ଦେବଗଡ଼ ଜିଲ୍ଲାପାଳ-ସୋମେଶ କୁମାର ଉପାଧ୍ୟାୟ ନୂତନ ଦାୟିତ୍ୱ - ଜିଲ୍ଲାପାଳ, ଢେଙ୍କାନାଳ ନିର୍ଦ୍ଦେଶକ,ଗ୍ରାମ୍ୟ ଉନ୍ନୟନ- ଶ

ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଆମଦାନୀ ହେବ : - ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଆମଦାନୀ କରିବାକୁ କହିଲେ ଯୋଗାଣ ମନ୍ତ୍ରୀ । ଏବେ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସୁଛି ବୋଲି କହିଲେ ମାନ୍ୟବର ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଉତ୍ତରପ୍ରଦେଶ ଆଳୁ ଶୀଘ୍ର ପଚିବା କଥା ମିଛ ବୋଲି କହିଲେ ମନ୍ତ୍ରୀ ଶ୍ରୀ ପାତ୍ର, ଓଡ଼ିଶାରେ ୟୁପି ଆଳୁ ବିକ୍ରି ହେଲାଣି, କ୍ୱାଲିଟି ବହୁତ ଭଲ । ପଶ୍ଚିମବଙ୍ଗ ବ୍ଲାକମେଲ୍‌ର ଶିକାର ନହୋଇ ସ୍ୱାଭିମାନକୁ ଦେଖିଲୁ ବୋଲି ସେ କହିଛନ୍ତି । ତେବେ ଯେଗାଣ ମନ୍ତ୍ରୀ ପାତ୍ର ପୂର୍ବରୁ କହିଥିଲେ, ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରିବା ସହ ମନମୁଖୀ କାର୍ଯ୍ୟ କରୁଛନ୍ତି। ତେଣୁ ଏଣିକି ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆଣିବାର ନିଷ୍ପତ୍ତି ନିଆଯାଇଛି । କିଛିଦିନ ପୂର୍ବରୁ ସେଠାରୁ କିଛି ଟ୍ରକ ଭର୍ତ୍ତି ଆଳୁ ଆସି ରାଜ୍ୟରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ଅଧିକ ସଂଖ୍ୟକ ଗାଡ଼ି ଆସିବ। ଏହା ଦ୍ୱାରା ଧୀରେ ଧୀରେ ପଶ୍ଚିମବଙ୍ଗ ଉପରେ ଆଳୁକୁ ନେଇ ନିର୍ଭରଶୀଳତା ହ୍ରାସ ପାଇବ । ଏଥି ନିମନ୍ତେ ଉତ୍ତରପ୍ରଦେଶ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମନ୍ତ୍ରୀ କହିଥିଲେ । ସରକାର ସବୁବେଳେ ଜନସାଧାରଣ ଙ୍କ ଅସୁବିଧା କୁ ନେଇ ତତ୍ପର ଅଛି l ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ l

ଭାରତ-ବାଂଲାଦେଶ ବର୍ଡରରେ ବିଏସଏଫକୁ ହାଇ ଆଲ ଆଲର୍ଟା ଜାରି l

Image
  ବ୍ୟୁରୋ ରିପୋର୍ଟ :- ହିଂସା ଓ ବିଦ୍ରୋହ କାରଣରୁ ମାତ୍ର କିଛି ମାସ ତଳେ ନିର୍ବାଚନ ଜିତିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସନା ଭୟରେ ଦେଶ ଛାଡ଼ିଛନ୍ତି । ଦେଶ ଛାଡ଼ିବା ପୂର୍ବରୁ ସେ ବାଂଲାଦେଶ ସେନାର ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ବାଂଲାଦେଶ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ନିଜ ଭଉଣୀଙ୍କୁ ଧରି ଦେଶ ଛାଡ଼ିଛନ୍ତି । ବାଂଲାଦେଶରେ ଏବେ ସାମରିକ ଶାସନ ପ୍ରତିଷ୍ଠା ହେବାକୁ ଯାଉଛି । ଆଉ ଏହାରି ଭତରେ ଆଉ ଏକ ବଡ଼ ଖବର ସମ୍ନାକୁ ଆସିଛି । ସେ ଆଜି ଅପରାହ୍ନ ସୁଦ୍ଧା ନୂଆଦିଲ୍ଲୀ ଆସିପାରନ୍ତି । ଏବେ ସେ ବାୟୁସେନାର ଏକ ବିମାନରେ ଅଛନ୍ତି । ସେ ଦିଲ୍ଲୀ ଆସି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସୂତ୍ରରୁ ସୂଚନା ମିଳିଛି । ଶେଖ ହସିନାଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ହେବ? ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଚର୍ଚ୍ଚା ହେଉଛି ଯେ ସେ ଭାରତ ଦେଇ ବ୍ରିଟେନ (ଲଣ୍ଡନ), ଫିନଲ୍ୟାଣ୍ଡ କିମ୍ବା ସ୍ୱିଜରଲ୍ୟାଣ୍ଡକୁ ଯାଇପାରନ୍ତି । ଶେଖ ହସିନା ଭାରତକ ଆସିବା ଖବର ପରେ ଭାରତ ବାଂଲାଦେଶ ବର୍ଡର ରେ ବିଏସଏଫ ଯବାନଙ୍କୁ ହାଇ ଆଲର୍ଟ କରାଯାଇଛି । ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ବାଂଲାଦେଶ ସୀମାରେ ହାଇ ଆଲ ଆଲର୍ଟା ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଈଝୠ ଡିଜି ମଧ୍‌ଯ କୋଲକାତାରେ ପହଞ୍ଚିଛନ୍ତି । ସୀମାରେ