Posts

ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ ପରିଚୟପତ୍ର ବଣ୍ଟନ l

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର କାଳିଆ ପାଣି ଥାନା ଅନ୍ତର୍ଗତ ଗରାମିଆଁ ଠାରେ, ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଙ୍କୁ ନେଇ ଏକ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ କରାଯାଇଛି l ଏହି ଅବସରରେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଚରଣ ସିଂ ମୀନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାଳିଆପାଣି ଥାନା ଅଞ୍ଚଳରେ ଥିବା ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷ ଙ୍କୁ ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରିଥିଲେ l ଏହି କର୍ଯ୍ୟକ୍ରମ ରେ କାଳିଆପାଣି ଥାନା ର ଭାରପ୍ରାପ୍ତ ଅଧିକାରୀ ଙ୍କ ସହିତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ l ଏହି ଅବସରରେ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଚରଣ ସିଂ ମୀନା ଙ୍କୁ ସୁକିନ୍ଦା ପ୍ରେସ ଫୋରମ ପକ୍ଷରୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା l RITA vision News 

ଟ୍ରେନ୍ ଧକ୍କାରେ ମାଆ ଝିଅ ର ମୃତ୍ଯୁ l

Image
ଯାଜପୁର /ବ୍ୟାସନଗର - ଆଜି ସକାଳ ପ୍ରାୟ ଏଗାରଟା ବେଳେ ହାଓଡ଼ା - ପୁରୀ ପାସେଞ୍ଜର ଟ୍ରେନ୍ ଆସୁଥିବା ବେଳେ କୌଣସି କାରଣରୁ ଦୁଇଜଣଙ୍କୁ ଧକ୍କା ଦେଇଥିଲା I ଫଳରରେ ଦୁଇ ମାଆ ଓ ଝିଅ ର ମୃତ୍ଯୁ ଘଟିଛି l ମୃତକ ଦୁଇଜଣ ବ୍ୟାସନଗର ଅଞ୍ଚଳର ଚାନ୍ଦମା କୁମ୍ଭାର ସାହି ର ବୋଲି ଜଣାଯାଇଛି l ରେଲୱେ ପୋଲିସ୍ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି l ମୃତ୍ୟୁ ର କାରଣ ଅସ୍ପଷ୍ଟ l Rita vision News 

ବିଧାନସଭା ଘେରାଉ କଲା ଓଡି଼ଶା ଶୀଳ୍ପି ମହାସଂଘ l

Image
ବ୍ୟୁରୋ - ଓଡ଼ିଶାର କଳାକୃତି ଓ ପାକୃତିକ ଶୋଭା ପାଇଁ ସାରା ବିଶ୍ୱରେ ପରିଚିତ ଥିବା ବେଳେ, ଏହି ଓଡ଼ିଶାର କାରୁକାର୍ଯ୍ୟ, କଳାକୁ ବଞ୍ଚାଇ ରଖିବାକୁ ପ୍ରୟାସ କରୁଥିବା ଶୀଳ୍ପି ମାନଙ୍କୁ ରାଜ୍ଯ ସରକାର କିଛି ବି ପ୍ରୋତ୍ସାହନ ଯୋଗାଇ ଦେଉନାହାନ୍ତି l ଫନୀ ବାତ୍ୟାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପୀ ମାନଙ୍କ ପାଇଁ ସରକାରୀ ସହାୟତା ପ୍ରଦାନ କରାଯାଇନାହିଁ l ଗତ ଫନୀ ବାତ୍ୟାରେ ୧୪ ଜିଲ୍ଲା ର ବୁଣାକାର ଓ ହସ୍ତଶିଳ୍ପ ର ନାହିଁ ନ ଥିବା କ୍ଷତି ହୋଇଛି l କିନ୍ତୁ ସରକାର ଏଥିନେଇ କିଛି ଠୋସ ପଦକ୍ଷେପ ଗ୍ରହଣ କରିନାହାନ୍ତି l କଞ୍ଚାମାଲ ର ଅଭାବ ଯୋଗୁଁ ଏହି ଶିଳ୍ପୀ ଓ ବୁଣାକାରମାନଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଇଛି l ଏହି ସବୁ ଘଟଣା ର ତୁରନ୍ତ ସମାଧାନ ପାଇଁ ରାଜ୍ଯ ଶିଳ୍ପୀ ମହାସଂଘ ବିଧାନସଭା ଘେରାଉ କରିଥିଲେ l ସରକାରଙ୍କୁ ସେମାନଙ୍କର ସମସ୍ୟା ସୃଷ୍ଟି ଆକର୍ଷଣ କରିଥିଲେ l ସରକାରଙ୍କ ଶିଳ୍ପୀ ଓ କାରିଗର, ବୁଣାକାରମାନଙ୍କୁ ଅବହେଳା ଓ ହଟାଦର କରୁଥିବା ପ୍ରତିବାଦରେ ବିବିନ୍ନ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଶିଳ୍ପୀ ଓ ବୁଣାକାର ରାଜଧାନୀରେ ଏକଜୁଟ ହୋଇ ବିଧାନସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l RITA vision News 

ଦୁର୍ନୀତି ରେ ବୁଡ଼ି ରହିଛି ବେଗା ପଞ୍ଚାୟତ l

Image
ଢେଙ୍କାନାଳ (ବ୍ୟୁରୋ) - ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ବେଗା ପଞ୍ଚାୟତର ମହାଦୁର୍ନୀତି କୁ ବିରୋଧ କରିଛନ୍ତି l ପଞ୍ଚାୟତର ଉନ୍ନୟନ୍ନ କମିଟିର ସଦସ୍ୟ ଓ ସାଧାରଣ ଜନତା ଅଭିଯୋଗ କରିଛନ୍ତି କି ଏହି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ଯା, ଜେ ଇ, ସମସ୍ତ ମିଶି ପଞ୍ଚାୟତ ର ଅନୁଦାନ ପାଣ୍ଠିକୁ ହଡ଼ପ କରାଯାଇଥିବାର ଅଭିଯୋଗ ହୋଇଛି l ପଞ୍ଚାୟତ ଉନ୍ନୟନ କମିଟି ସଭାପତି ଶ୍ରୀଯୁକ୍ତ ଜୟନ୍ତ ନାୟକ ଓ ନ୍ୟାୟବ ସରପଞ୍ଚ ଅଂଜନ କୁମାର ପାଢ଼ୀ ସୂଚନା ଅଧିକାର ଆଇନ ରେ ତଥ୍ୟ ସଂଗ୍ରହ କରି, ଏହିପରି ହଡପ୍ ର ଗୁମର ଖୋଲିଛନ୍ତି l ତାଙ୍କ ସହିତ ଯୁବ ସମାଜସେବୀ ମନୋଜ୍ କୁମାର୍ ନାୟକ ସମିତି ସଭ୍ୟ ଓ ସମସ୍ତ ପଞ୍ଚାୟତ ବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ l ସରକାରଙ୍କ ଗାଇଡ୍ ଲାଇନ୍ କୁ ଉଲଂଘନ କରି CFC/SFC ଯୋଜନା ର ଅର୍ଥ କୁ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି l ଆସନ୍ତା ଡିସେମ୍ବର ୪ ତାରିଖ ସୁଦ୍ଧା ଜିଲ୍ଲାପାଳ ଏହାର ତଦନ୍ତ ଦାୟିତ୍ୱ ଗ୍ରହଣ କରି ଦୋଷୀ ମାନଙ୍କୁ ଉପଯୁକ୍ତ ଶାସ୍ତି ବିଧାନ କରିବାକୁ ପଞ୍ଚାୟତ ବାସୀ ଦାବି କରିଛନ୍ତି l ନଚେତ୍ ଡେସେମ୍ବର ୫ ତାରିଖ ଦିନ ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ପକାଇ ଆନ୍ଦୋଳନ, ଆମରଣ ଅନଶନ କରିବାକୁ ଦର୍ଶାଇ ଦେଇଛନ୍ତି l RITA vision News 

ସଡ଼କ ଦୁର୍ଘଟଣାରେ ଜଣେ ମୃତ।

Image
ଯାଜପୁର /କଳିଙ୍ଗନଗର - ଆଜି ସନ୍ଧ୍ୟାରେ ଡୁବୁରୀ - ଚୋରଦା ରାସ୍ତା ର ପୁରୁଣା ସିଆର୍ରିଆ ମସଜିଦ୍ ପାଖରେ ଏକ ପିଚୁ ଟ୍ୟାଙ୍କର ଧକ୍କାରେ ଜଣେ ମୋଟର ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି l ତାଙ୍କ ଘର କଳିଙ୍ଗନଗର ଥାନା ଅନ୍ତର୍ଗତ ସୁକିନ୍ଦା ବ୍ଲକ ର ସାରଙ୍ଗ ପୁର୍ ଗ୍ରାମର ସାଇବ ବେଶ୍ରା ଙ୍କ ପୁଅ ରାଜେନ୍ଦ୍ର (26) ବୋଲି ବିଶେଷ ସୂଚନା ମିଳିଛି l 

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଳକ ର ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରାକ୍ତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ସ୍ଵର୍ଗତ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ରାଉତ୍ ଙ୍କ ପ୍ରତିମୃର୍ତ୍ତି ସ୍ଥାପିତ l

Image
ଯାଜପୁର - ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଳକ ର ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରାକ୍ତନ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ସ୍ଵର୍ଗତ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ରାଉତ୍ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି l ଏହି ଅବସରରେ ଗୋବର୍ଦ୍ଧନ ପୁର ଗ୍ରାମରେ ସ୍ଵର୍ଗତ ଶ୍ରୀଯୁକ୍ତ ରାଉତ୍ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପ୍ରତିମୂର୍ତ୍ତି ସ୍ଥାପନ ଓ ଉନ୍ମୋଚନ କରାଯାଇଛି l ଏହି ଅବସରରେ ସମସ୍ତ ଆତ୍ମୀୟସ୍ବଜନ ଓ ବନ୍ଧୁମାନେ ଉପସ୍ଥିତ ରହି ସ୍ଵର୍ଗତ ଶ୍ରୀଯୁକ୍ତ ରାଉତ୍ ଙ୍କ ପ୍ରତିମୃର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ l RITA vision News 

ଟାଟା ଷ୍ଟିଲ୍ କଳିଙ୍ଗନଗର ଲୋକାର୍ପିତ ୪ର୍ଥ ବର୍ଷ ପାଳିତ ହୋଇଯାଇଛି l

Image
ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ପ୍ରକଳ୍ପ ର ଟାଟା ଷ୍ଟିଲ କାରଖାନାରେ ର ୪ର୍ଥ ଜନ୍ମବାଷିର୍କୀ ଉତ୍ସବ ପାଳିତ ହୋଇଯାଇଛି l ନଭେମ୍ବର ୧୮ ତାରିଖରେ ୨୦୧୫ ମସିହା ରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଟାଟା ଷ୍ଟିଲ୍ କୁ ଓଡିଶା ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ l ଏହି ଦିନକୁ ଟାଟାଷ୍ଟିଲ ପାଳନ କରୁଛି, ତେଣୁ ଏହି ଅବସରରେ ଟାଟା ଷ୍ଟିଲ କାରଖାନା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା l ଟେକ ଏକ୍ସ୍ # ୪.୦ ପ୍ରଦର୍ଶନୀ ଓ ଏକ୍ସ୍ ୪.୦ ବକ୍ତୃତା ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା l ଏକ ଡିଜିଟାଲ ଆସନ୍ତା କାଲିର ନିର୍ମାଣ ଶୀର୍ଷକ ପ୍ରଦର୍ଶନୀ କୁ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର ଅପରେସନ ମହାପ୍ରବନ୍ଧକ ଶ୍ରୀ କର୍ମବୀର ସିଂ, କର୍ପୋରେଟ ସେବା ମହାପ୍ରବନ୍ଧକ ଶ୍ରୀ ଆର୍. ଆର୍. ସତପଥୀ ଓ ପ୍ରକଲ୍ପ ମହାପ୍ରବନ୍ଧକ ଶ୍ରୀ ଅଜିତ ଡି କୋଠlରୀ ଉଦଘାଟନ କରିଥିଲେ l ଟାଟା ଷ୍ଟିଲ ଡିଜିଟାଲ ଯାତ୍ରା କୁ ପ୍ରଦର୍ଶିତ କରାଯାଇଥିଲା ଏଥିରେ ଟାଟା ଷ୍ଟିଲ ମେକିନ୍ସ ଓ ଏନଗେଜମେଣ୍ଟ ର ପ୍ରବନ୍ଧକ ଶ୍ରୀ ପ୍ରତୀକ ଗୋଏଲ୍, ଆସାନସୋଲ ଟ୍ରାଟେଜି ର ସିନିୟର ପ୍ରିନ୍ସିପାଲ ଶ୍ରୀ ଶାହାଲୀନ୍ ଚାଭଦା ଏବଂ ଇନଫ୍ରା ଓ ଡିଜିଟାଲ ସାଇବର ସିକ୍ୟୁରିଟି ତଥା କ୍ଲାଉଡ ବିଭାଗର ମୁଖ୍ୟ ଶ୍ରୀ ମୃଣାଳକାନ୍ତି ପାଲ ଟାଟା ଷ୍ଟିଲ ଉତ୍ପାଦନ କ୍ଷେତ୍ରରେ କିପରି ନୂତନ ଡିଜିଟାଲ ନେଇ କାର୍ଯ୍ୟ କରାଯିବ ସେ ବିଷୟରେ ଅଧିକ