ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ 'ପରାକ୍ରମ ଶୋଭାଯାତ୍ରା' ଅନୁଷ୍ଠିତ ହୋଇଯାଇଛି l
ଯାଜପୁର ତା.୧୫/୦୪ :- 'ଅପରେସନ ସିନ୍ଦୂର'ର ସଫଳତା ପରିପ୍ରେକ୍ଷୀରେ ଭାରତୀୟ ସଶସ୍ତ୍ର ବାହିନୀର ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ପାଇଁ ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ 'ପରାକ୍ରମ ଶୋଭାଯାତ୍ରା' ଅନୁଷ୍ଠିତ ହୋଇଥିଲା।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ତ୍ରିରଙ୍ଗା ଶୋଭାଯାତ୍ରାକୁ ମାନ୍ୟବର ଲୋକସଭା ସାଂସଦ ଡ଼ା ରବୀନ୍ଦ୍ର ନାରାୟଣ ବେହେରା, ମାନ୍ୟବର ଜିଲ୍ଲାପରିଷଦ ଅଧ୍ୟକ୍ଷା, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଯାଜପୁର ପୌରପରିଷଦ ଅଧ୍ୟକ୍ଷାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ବିଶାଳ ବାଇକ୍ ଶୋଭାଯାତ୍ରାରେ ବହୁ ଜନସାଧାରଣ, କ୍ରୀଡାବିତ୍, ଏନ୍.ସି.ସି, ଏନ୍.ଏସ.ଏସ କର୍ମଚାରୀ, ପୋଲିସ, ସ୍ଵେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.