Posts

ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ୍ କୁ ମିଳିଲା ବଡ ଧରଣର ସଫଳତା, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
ବ୍ୟୁରୋ ରିପୋର୍ଟ - ରାଉରକେଲା ଇସ୍ପାତ ସହରର ପ୍ରମୁଖ ଅଞ୍ଚଳରେ ଚାଲୁଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ୮ ଜଣ ଜୁଆଡିଙ୍କୁ ଗିରଫ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ୍ l ସେମାନଙ୍କ ପାଖରୁ 26,600 ଟଙ୍କା ଓ ମୋବାଇଲ୍ ଫୋନ୍ ଆଦି ଜବତ କରାଯାଇଛି l RITA vision News 

ଜାତୀୟ ରାଜପଥର କଡ଼ରୁ ହଟିଲା ହାଣ୍ଡିଆ ହାଟ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର ଡ଼ୁବୁରୀ - ଚଣ୍ଡିଖୋଲ ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନଥିବା ବେଳେ ଏହି ରାସ୍ତା ଦେଇ ଦିନକୁ ହଜାର ହଜାର ସଂଖ୍ୟାରେ ମାଲବାହୀ ଟ୍ରକ୍ ଯାତାୟତ କରୁଛନ୍ତି l ରାସ୍ତା ନିର୍ମାଣ କାମ ଶେଷ ହେବାକୁ ବହୁ ବିଳମ୍ବ ହେଉଥିବାରୁ ଏବେ ଏହି ରାସ୍ତା ରେ ପ୍ର୍ୟତେକ ଦିନ ଛୋଟବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି l ଏହା ବ୍ୟତୀତ ରାସ୍ତାର ଉଭୟ ପାର୍ଶ୍ବରେ ଅସ୍ଥାୟୀ ହାଣ୍ଡିଆ ହାଟ ବହୁ ସଂଖ୍ୟାରେ ପ୍ରତ୍ୟେକ ଦିନ ବସୁଥିବା ହେତୁ ଗାଡିର ଡ୍ରାଇଭର ମାନେ ରାସ୍ତା କଡ଼ରେ ଗାଡ଼ି ରଖି ହାଣ୍ଡିଆ ପିଇ ମାତାଲ୍ ଅବସ୍ଥାରେ ଟ୍ରକ୍ ଚଳାଉ ଥିବା ବେଳେ ଦୁର୍ଘଟଣା ଘଟାଉଛନ୍ତି l ଏହାକୁ ଦୃଷ୍ଟିରେ ରଖି କଳିଙ୍ଗନଗର ଥାନା ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛି l ଆଜି ଡୁବୁରୀ ଠାରୁ ବ୍ରାହ୍ମଣୀ ସେତୁ ପର୍ଯ୍ୟନ୍ତ ଜାତୀୟ ରାଜପଥର ପାର୍ଶ୍ୱରେ ଥିବା ସମସ୍ତ ହାଣ୍ଡିଆ ହାଟ ର ଝୁମ୍ପୁଡି ଆମପୋଲିସ, ସ୍ଵେଚ୍ଛାସେବୀ ଓ କଳିଙ୍ଗନଗର ପୋଲିସ୍ ମିଳିତ ଭାବେ ଏହି ଉଚ୍ଛେଦ କର୍ଯ୍ୟକ୍ରମ କରିଥିଲେ l ଏହି କର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି l ଏହିପରି ଜନସାଧାରଣଙ୍କ ସ୍ୱାର୍ଥ ଓ ଜୀବନ ରକ୍ଷା କାର୍ଯ୍ୟ ପାଇଁ ଆମେ Rita vision News ପକ୍ଷରୁ ଧନ୍ୟବାଦ୍ ସହିତ ଶୁଭେଚ୍ଛା ଜଣାଉଛୁ l

ପୁଲିସ କବ୍ଜା ରେ ଗଞ୍ଜେଇ ମାଫିଆ, ଦେଖନ୍ତୁ ଏହି ରିପୋର୍ଟ...

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା କୁନ୍ଦ୍ରା ପୋଲିସ୍ କୁ ପୁଣି ଥରେ ମିଳିଛି ବଡ଼ ସଫଳତା l କୁନ୍ଦ୍ରା ପୋଲିସ୍ ପକ୍ଷରୁ ଚଢାଉ କରାଯାଇ ୨୦୩.୮୬ କିଗ୍ରା ଗଞ୍ଜେଇ ଜବତ କରାଯାଇଛି ତାହା ବ୍ୟତୀତ ଏକ ଟ୍ରକ୍ ନଂ WB23-5204  ଓ ଏକ Skoda କାର୍ ନଂ JH05AK-0919 କୁ ନିଜ ହେପାଜତକୁ ନେଇଛି ପୋଲିସ୍ l ଛଅ ଜଣ ଗଞ୍ଜେଇ ମାଫିଆ ଙ୍କୁ ଗିରଫ କରାଯାଇ ତାଙ୍କଠାରୁ ୧୨୭୫୦  ଟଙ୍କା ଓ ୬ ଗୋଟି ମୋବାଇଲ୍ ଫୋନ୍ ଜବଦ କରିଛି l କୁନ୍ଦ୍ରା ଥାନା କେସ୍ ନଂ 114 dt. 08 - 12-2019 NDPS ଧାରାରେ କୋଟ୍ ଚାଲାଣ କରିଛି ପୋଲିସ୍ l Rita vision News 

କଳିଙ୍ଗନଗର ମହୋତ୍ସବ ର ଉଦଘାଟନ ଉତ୍ସବରେ ଖୁସିରେ ବିଭୋର ହେଲେ ଦିବ୍ୟାଙ୍ଗ l

Image
ଯାଜପୁର /ଦାନଗଦି - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ରେ ଉଦଘାଟିତ ହୋଇଯାଇଛି କଳିଙ୍ଗନଗର ମହୋତ୍ସବ l ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଏହି କର୍ଯ୍ୟକ୍ରମ ନଭେମ୍ବର ମାସ ୯ ତାରିଖ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ l ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଯାଜପୁର ଶ୍ରୀଯୁକ୍ତ ମିହିର ପ୍ରସାଦ ମହାନ୍ତି, ଅଧ୍ୟକ୍ଷ ଜିଲ୍ଲାପରିଷଦ ଯାଜପୁର ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ମହାନ୍ତି, ମାନନୀୟl ବିଧାୟିକା ବରୀ ଶ୍ରୀମତୀ ସୁନନ୍ଦା ଦାସ୍, ମାନ୍ୟବର ବିଧାୟକ କୋରେଇ ଶ୍ରୀଯୁକ୍ତ ଅଶୋକ ବଳ, ମାନ୍ୟବର ବିଧାୟକ ଧର୍ମଶାଳା ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ, ମାନ୍ୟବର ବିଧାୟକ ସୁକିନ୍ଦା ଇ. ପ୍ରିତିରଞ୍ଜନ ଘଡାଇ, ମାନ୍ୟବର ବିଧାୟକ ଯାଜପୁର ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ, ମାନ୍ୟବର ବିଧାୟକ ବଡ଼ଚଣା ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ, ମାନନୀୟl ବିଜେଡି ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଯୋଗଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ସ୍ଵାଗତ ଭାଷଣ ଦେଇଥିଲେ l ଏହି ଅବସରରେ କଲେଜ୍ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ମହୋତ୍ସବ  ଶୀର୍ଷକ ସଙ୍ଗୀତ ପରିବେଷଣ କରିଥିଲେ l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ ଓ ବୃକ୍ଷରୋପଣ

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କଲେ ଗୋବିନ୍ଦା l

Image
ପୁରୀ (ବ୍ୟୁରୋ) - ଜଗତର ନାଥ ଜଗନ୍ନାଥଙ୍କ ଅପାର ମହିମା, ସେଥିପାଇଁ ତ ଦେଶବିଦେଶରେ ପ୍ରଭୁଙ୍କ ବହୁତ୍ ପ୍ରସିଦ୍ଧି ଅଛି l ଗତକାଲି ଲୋକପ୍ରିୟ ବଲିଉଡର ଅଭିନେତା ଗୋବିନ୍ଦା ଆହୁଜା ଓ ତାଙ୍କର ସ୍ତ୍ରୀ ସୁନୀତା ଆହୁଜା ପୁରୀରେ ପହଂଚି ଥିବା ବେଳେ ରାତ୍ର ୯.୩୦ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ l ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରି ବହୁତ ଖୁସି ଓ ଆନନ୍ଦିତ ହେଲେ ବୋଲି କହିଛନ୍ତି l Rita vision News 

ଜିଲ୍ଳା ଶିକ୍ଷା ଅଧିକାରୀ ଙ୍କ ବାସଭବନରେ ଶିକ୍ଷକ ଙ୍କ ଆତ୍ମହତ୍ଯା, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ବାସଭବନ ରୁ ଶିକ୍ଷକ ଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଜିଲ୍ଲା ଶିକ୍ଷାଧିକାରୀ ଙ୍କ ବାସଭବନ ରେ କୋରାପୁଟ ଜିଲ୍ଲା  ଦଶମନ୍ତପୁର ବ୍ଲକ ଚିକାମ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଫ୍ଯାନ୍ ରେ ରଶି ଲଗାଇ ଆତ୍ମହତ୍ଯା କରିଥିବା ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି l ମୃତକର ପାଖରୁ ଏକ ସୁଇସାଇଡ ନୋଟ୍ କୁ ପୋଲିସ ଜବଦ କରିଛି l ସେ ସୁଇସାଇଡ ନୋଟ୍ ରେ ସେ ସାତ ଜଣଙ୍କୁ ଦୋଷୀ ବୋଲି ଲେଖିଛନ୍ତି l ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଇଛି ବୋଲି ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି l କୋରାପୁଟ ର ଦୁଇ ଜଣ ସାମ୍ବାଦିକ ଓ ପାଞ୍ଚଜଣ ଡି ଇ ଓ ଙ୍କ ସରକାରୀ କର୍ମଚାରୀ ତାଙ୍କର ମୃତ୍ୟୁ ପାଇଁ ଦାୟୀ ବୋଲି ସେ ସୁଇସାଇଡ ନୋଟ୍ ରେ ଦର୍ଶାଇଛନ୍ତି l ଏମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିଲେ ତାଙ୍କର ଆତ୍ମାକୁ ଶାନ୍ତି ମିଳିବ ବୋଲି ମଧ୍ୟ ଲେଖିଥିଲେ l ଅନ୍ୟ ପଟେ ମୃତ ଶିକ୍ଷକ ଙ୍କ ମା ଓ ସ୍ତ୍ରୀଙ୍କ ଅଭିଯୋଗ ଯେ ସେମାନେ ଶିକ୍ଷକ ଙ୍କୁ ମାରି ଆତ୍ମହତ୍ଯା ର ରୂପ ଦେଇଛନ୍ତି ତାଙ୍କୁ ଉଚିତ୍ ନ୍ୟାୟ ମିଳିବା କୁ ଦାବୀ କରିଛନ୍ତି l ଏହି ଘଟଣାରେ ତଦନ୍ତ ଚାଲିଛି ଖୁବ୍ ଶୀଘ୍ର ଆସାମୀକୁ ଗିରଫ କରି ଉପଯୁକ୍ତ ଦଣ୍ଡ ମିଳିବ ବୋଲି ଥାନା ଅଧିକା

ଗଞ୍ଜେଇ ଜବଦ ତିନିଜଣ ଙ୍କୁ ଗିରଫ କରିଛି ପୋଲିସ୍, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ..

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ପୋଲିସ୍ କୁ ମିଳିଲା ବଡ ଧରଣର ସଫଳତା l ବୋରିଗୁମ୍ମା ଥାନା ପୋଲିସ ଗତକାଲି ଚଢାଉକରି ଚୋରାଚାଲାଣ ହେଉଥିବା ବେଳେ ୪୪.୮ କିଗ୍ରା ଗଞ୍ଜେଇ ଜବଦ କରିଛି l ତାହା ସହିତ ଗୋଟାଏ ହୋଣ୍ଡା ସିଟି zx କାର୍ ନଂ HR26AF 9783 ସହିତ ତିନିଜଣ ଙ୍କୁ ଗିରଫ କରିଛି ପୋଲିସ୍ l  ସେମାନଙ୍କ ପାଖରୁ ୫୦୦୦ ଟଙ୍କା ଓ ମୋବାଇଲ୍ ଫୋନ୍ ଅନ୍ୟାନ୍ୟ କାଗଜପତ୍ର ପୋଲିସ୍ଜ ବଦ କରିଛି ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି l Rita vision News