Posts

୩୭ ତମ ରାଜେଶ ମେମୋରିଆଲ୍ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ...

Image
ଯାଜପୁର /ଦାନଗଦି - ବୀଣାପାଣି ଯୁବକ ସଂଘ, ଟମକା ଆନୁକୂଲ୍ୟରେ ୩୭ ତମ ରାଜେଶ୍ ମେମୋରିଆଲ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସଂଘର ସଭାପତି ଇଂ ସୌମ୍ୟରଂଜନ ମହାପାତ୍ର ଏବଂ ବରିଷ୍ଠ ଉପଦେଷ୍ଟା ଦ୍ବାରିକାନାଥ ଦାସଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଏକ ବିଶାଳ ଗଣଦୌଡ଼ କୁ ୮ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ତଥା ନିର୍ବାଚନ ମଣ୍ଡଳି ଯୁବ ବିଜେଡ଼ି ସଭାପତି ପ୍ରଦୀପ କୁମାର ମହାନ୍ତି ଉଦଘାଟନ କରିବା ସହ ଏହି ଗଣ ଦୌଡ଼ ରେ ସାମିଲ ହୋଇ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ । ଗଣ ଦୌଡ ମିନି ଷ୍ଟାଡିୟମରେ ପହଞ୍ଚିବା ପରେ ଦାନଗଦୀ ବ୍ଲକ୍ ଯୁବ ବିଜେଡି ସଭାପତି ମହେଶ୍ଵର ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କ୍ରୀଡା ପତ୍ତାକା ଉତ୍ତୋଳନ କରି କ୍ରୀଡା ଉତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ବ୍ଲକ୍ ଯୁବ ବିଜେଡ଼ି ଉପସଭାପତି ନରୋତ୍ତମ ବେହେରା, କିଆଝର ପଞ୍ଚାୟତ ବିଜେଡ଼ି ସଭାପତି ବିପିନ ବିହାରୀ ସେଠୀ, ସାଧାରଣ ସମ୍ପାଦକ ଗୁଣଧର ମହାନ୍ତ , ଦେଉଳକଣ ପଞ୍ଚାୟତ ଯୁବ ବିଜେଡ଼ି ସଭାପତି ସୁରେଶ ମହାନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଂଘର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିବା ବେଳେ ୨୧ ତାରିଖ ଦିନ ଉଦଯାପନି ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ସ୍ଥାନୀୟ ବିଧାୟକ ପ୍ର

ଯାଜପୁର ର ଗୌରବ ଆଣିବେ ସିଦ୍ଧାର୍ଥ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

Image
ଯାଜପୁର - ପୁରାତନ ଛାତ୍ର ନିଜ ବିଦ୍ୟଳୟ ର ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆଶା l ଯାଜପୁର ଜିଲ୍ଲାର ଦଶରଥପୁର୍ ବ୍ଲକ ଅନ୍ତର୍ଗତ ଅହି ହାସ ଠାରେ ଥିବା ଅହିହାସ ବିଦ୍ୟାଳୟ ର ପ୍ରାମାଣିକ ଚଳଚ୍ଚିତ୍ର ମାଧ୍ୟମରେ ଲୋକଲୋଚନକୁ ନିଜ ବିଦ୍ୟଳୟ ର ସମସ୍ତ ଆଯୋଜନ ବିଷୟ ଉପରେ ଆଧାରିତ ପ୍ରକାଶ କରିଛନ୍ତି ପୁରାତନ ଛାତ୍ର ସିଧ୍ୟାର୍ଥ ଦାସ ଘର ତରପଦା ,ବାପା ଉମାକାନ୍ତ ଦାସ ,ମାତା ସଞୁଲତା ଦାସ, ଶିକ୍ଷା ସ୍ନାତକୋତ୍ତର , ସମାଜ ସେବା । ଏହିପରି ମହାନ୍ କାର୍ଯ୍ୟ ପାଇଁ ଯୁବସମାଜ ମନରେ ଯଦି ମୁଁ ନିଜର ଭଲପାଇବା ଦେଇପାରିବି ନମସ୍ତେ ମୋ ପରି କିଛି ସାମାଜିକ ବିକାଶ କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ସିଦ୍ଧାର୍ଥ l ଯଦି ସଠିକ୍ ମାର୍ଗରେ ପରିଚାଳିତ ହେଉଛି ତେବେ ନିଶ୍ଚୟ ସମାଜ ଏହାକୁ ଗ୍ରହଣ କରିବା ସହିତ ଜନସାଧାରଣ ଙ୍କ ନିକଟତର ହେବାପାଇଁ ରାସ୍ତା ଖୋଲିବ l ritavisionnews.blogspot.com 

ଯୁବତୀଙ୍କୁ ଧର୍ଷଣ କରିବା ପରେ କଣ କଲା ପିଶାଚ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
ଯାଜପୁର /କଳିଙ୍ଗନଗର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଝୁମ୍ପାଣ ଗ୍ରାମକୁ ମକର ଉତ୍ସବ ନିମନ୍ତେ ବୁଲିବାକୁ ଯାଇଥିଲା l ପରେ ଏହିଭଳି ଏକ ଘଟଣା ଘଟିଯିବ ତାହା ତାକୁ ଜଣା ନ ଥିଲା l ଯାତ୍ରା ରୁ କୋଣସି ଦୁର୍ବୃତ୍ତ ଯୁବତୀ କୁ ଉଠାଇ ନେଇଥିଲା ପାଖ ଜଙ୍ଗଲ କୁ କଳିଙ୍ଗନଗର ଥାନା ଅନ୍ତର୍ଗତ ହାତୀମୁଣ୍ଡା ସାହି ପାଖକୁ l ସେଠାରେ ତାର ଇଜ୍ଜତ୍ ନେବା ସହିତ ଜୀବନରୁ ମାରିଦେବା ପାଇଁ ପଛାଇଲା ନାହିଁ l ଜୀବନ ରୁ ମାରି ଏକ ପଳାଶ ଗଛର ଡାଳ ରେ ଟାଙ୍ଗୀ ଚମ୍ପଟ୍ ମାରିଥିଲା ଯୁବକ l ଘରଲୋକେ ଝିଅକୁ ଆସିବା ଡ଼େରି ହେବାରୁ ବହୁତ୍ ଖୋଜାଖୋଜି କରି ଥିଲେ, ଲୋକେ ସକାଳୁ ଛେଳି ଚରାଇବାକୁ ଜଙ୍ଗଲ କୁ ଯାଇଥିଲା ବେଳେ ଗଛରେ ଯୁବତୀ ର ଝୁଲନ୍ତା ଅବସ୍ଥାରେ ଦେଖି ଗାଁ ଲୋକଙ୍କୁ ଜଣାଇବା ସହିତ ଯୁବତୀ ର ଘରକୁ ଖବର ଦେଇଥିଲେ l ଯୁବତୀ ଜଣକ ହାତୀ ମୁଣ୍ଡା ସାହି ର ପାଲ ଜାରିକା (୨୨) l କଳିଙ୍ଗନଗର ପୋଲିସ୍ ଘଟଣା ସ୍ଥଳରେ ସନ୍ଧାନୀ କୁକୁର ସହିତ ପହଂଚି ଥିବା ବେଳେ ଶବ ଉଦ୍ଧାର କରାଯାଇଛି l ଶବ ବ୍ୟବଚ୍ଛେଦ କରାଯିବା ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l ପୋଲିସ୍ ଘଟଣା ର ତୁରନ୍ତ ତଦନ୍ତ କରି ଅପରାଧୀ କୁ ଫାଶି ଦେବାକୁ ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି l

ବ୍ୟାସନଗର ରେ ମକର ସଂକ୍ରାନ୍ତି ପାଳନ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.. l

Image
ମକର ସଂକ୍ରାନ୍ତି ଉପଲକ୍ଷେ କଳସ ଶୋଭାଯାତ୍ରା ଓ ମହାଯଜ୍ଞ l ଯାଜପୁର /ବ୍ୟାସନଗର - ହିନ୍ଦୁ ଧର୍ମ ର କିଛି ବାରମାସରେ ତେର ପର୍ବ ପର୍ବାଣୀ l ଏହି ଅବସରରେ ଗତ ୧୫ ତାରିଖ ଦିନ ବ୍ୟାସନଗର ପୌରପରିଷଦ ର ମୁଣ୍ଡମାଳ ଗ୍ରାମରେ ବହୁ ଆଡ଼ମ୍ବର ସହକାରେ ମକର ସଂକ୍ରାନ୍ତି ପାଳନ କରାଯାଇଛି l ପ୍ରତ୍ୟୁଷରୁ ପବିତ୍ର ବ୍ୟାସସରୋବର ପିଠ ଠାରୁ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଯୋଗଦେଇ କଳସ ଯାତ୍ରା ଆରମ୍ଭ କରିଥିଲେ l ମୁଣ୍ଡମାଳ ଗ୍ରାମର ମହାତ୍ମା କମିଟି ସଭାପତି ବାବୁଲି ପାତ୍ର ଓ ହିନ୍ଦୁ ସୁରକ୍ଷା ସେନା ର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପାତ୍ର ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି l କଳସ ଯାତ୍ରା ପରେ ଅହୋରାତ୍ର ମହା ଯଜ୍ଞ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ନିଜର କର୍ମମୟ ଜୀବନକୁ ଆଲୋକିତ କରିବା ପାଇଁ ଭଗବାନ ଙ୍କ ନିକଟରେ ପାର୍ଥନା କରିଥିଲେ l ଗ୍ରାମର ଶତାଧିକ ଯୁବଗୋଷ୍ଠୀ ଶାନ୍ତି ଶୃଙ୍ଖଳାର ସହ ଏହି ଧାର୍ମିକ କାର୍ଯ୍ୟ ପାଇଁ ନିଜର କାଯ୍ୟ ସମ୍ପାଦନା କରିଥିଲେ l

ଉପାନ୍ତ ଅଞ୍ଚଳରେ ଏହିପରି କର୍ଯ୍ୟ କୁ ଲୋକଙ୍କ ପ୍ରସଂଶା l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
                                                                                                                                                                       ମାଲାକନଗିରି (ବ୍ୟୁରୋ) - ପୋଲିସ, ଏସ୍ଓଜି, ବି ଏସଏଫ ତିଆରି କଲେ:      ହନ୍ତାଳଗୁଡାରୁ ଯୋଡ଼ାମ୍ବକୁ ରାସ୍ତା l ଉପାନ୍ତ ଅଞ୍ଚଳରେ ଉନ୍ନୟନ କାମ କରିବାକୁ ପ୍ରୟାସ ଜାରୀ l   ମାଲକାନଗିରି ଜିଲ୍ଲା ମାଓ ପ୍ରବଣ ଅଂଚଳରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ବିଚ୍ଛିନାଞ୍ଚଳକୁ ପାହାଡ଼, ନଦୀ ଓ ଝରଣା ଘେରି ରହିଛି। ଉକ୍ତ ଅଞ୍ଚଳକୁ ରାସ୍ତା ନ ଥିବାରୁ ଯାତାୟାତ ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଜିଲା ପ୍ରଶାସନ ନିକଟରେ ଯାତାୟାତ ପାଇଁ ରାସ୍ତା କରିଛି। ତେବେ ଓଡିଶା ପୋଲିସ,ଏସଓଜି ଓ ବିଏସଏଫଙ୍କ ମିଳିତ ଉଦ୍ୟମରେ ହନ୍ତାଳଗୁଡାଠାରୁ ଯୋଡ଼ାମ୍ବ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉଛି। ମାଲକାନଗିରି ଏସପି ଋଷିକେଶ ଡି. ଖିଲlରୀଙ୍କ ନିର୍ଦ୍ଦେଶରେ ପାପରମେଟଲା ଓଆଇସି ଲକ୍ଷ୍ମୀ ନାରାୟଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ ୪ଟି ଜେସିବି ମେଶିନ ସହାୟତାରେ ପାହାଡ଼ କାଟି ରାସ୍ତା ଫିଟାଯାଉଛି। ପୋଲିସ୍ ର ଏଭଳି କାମ ସତରେ ପ୍ରଶଂସନୀୟ ।

ଜଗସିଂପୁର ପୁସ୍ତକ ମେଳା ରେ ମହାମହିମ ରାଜ୍ୟପାଳ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

Image
ଜଗତସିଂହପୁର ଠାରେ ଅନୁଷ୍ଠିତ ଏକବିଂଶତମ ଜଗତସିଂହପୁର ପୁସ୍ତକ ମେଳା ରେ ଯୋଗଦେଲେ ଓଡିଶା ରାଜ୍ୟର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ମୁଦୁଲି, ପାରାଦ୍ୱୀପ ନିର୍ବାଚନମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ସମ୍ବିତ ରାଉତରାୟ, ଜଗତସିଂହପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ଗଣ।

ବସ୍ ଓଲଟିଲା, ବସ୍ ଯାତ୍ରୀଙ୍କୁ ଶାହା ହେଲେ ଇଶ୍ଵର l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
 କଟକ (ବ୍ୟୁରୋ) - ୬୫ ନମ୍ବର ରାଜ୍ୟ ରାଜପଥ ଆଠଗଡ ଥାନା ଅନ୍ତର୍ଗତ ଉଦୟପୁର ନିକଟରେ ବସର ବେରିଙ୍ଗ ଭାଙ୍ଗି ଯିବାରୁ ଭାରସାମ୍ଯ ହରାଇ ରାସ୍ତା କଡକୁ ଲେଉଟିଲା ଯାତ୍ରୀବାହୀ ବସ '' ମହାବୀର'' ୩୦  ରୁ ଉର୍ଦ୍ଧ ଯାତ୍ରୀ ଆହାତ ସମସ୍ତ ଯାତ୍ରୀ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି।୧୩ ତାରିଖ ଅପରାହ୍ନ ୪.୩୦ ସଯୟରେ କଟକରୁ ଢେଙ୍କାନାଳ ଜିଲ୍ଲାର ଭାପୁରକୁ ଯାଉଥିବା ଯାତ୍ରୀବାହୀ ବସର ବେରିଙ୍ଗ ଭାଙ୍ଗି ଯିବାରୁ ୬୫ ନମ୍ବର ରାଜ୍ଯ ରାଜପଥର ଉଦୟପୁର ନିକଟରେ ଭାରସାମ୍ଯ ହରାଇ ରାସ୍ତା କଡକୁ ବସଟି ୨ ଗଡା ପଲଟା ମାରି ଓଲଟିବାରୁ ସେଥିରେ ଆସୁଥିବା ୩୦ ଉର୍ଧ ଯାତ୍ରୀ ଆହାତ ହୋଇଥିବା ଜଣାପଡିଛି। ତେବେ ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ ମାନେ ।ତେବେ ଖବରପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଅଗ୍ନିଶମ ବିଭାଗ ୧୦୮ ଆମ୍ବୁଲାନ୍ସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହାତ ମାନଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ସେମାନଙ୍କ ମଧ୍ୟରୁ ୪ ଜଣ ଉଲ୍ଲାସ ନାୟକ ଓ ମାନି ନାୟକ,ପ୍ରଶାନ୍ତ ପ୍ରଧାନ,ତବସୁନ ଖାଁ ଙ୍କ ଅବସ୍ଥା ଗୁରତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି।ଅନ୍ଯ ୨୨ ଜଣଙ୍କର ଆଠଗଡ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି ସମସ୍ତଙ୍କ ର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।ଡାକ୍ତରଖାନାରେ ଆଠଗଡ ତହସିଲଦାର ତପନ କୁମାର ଖୁଣ୍ଟିଆ ,ସହକାରୀ ଜିଲ୍ଲାପ