Posts

ଆସ ବୁଲିଯିବା ବ୍ୟାସସରୋବର, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର ରେ ବିଭିନ୍ନ ମେଳା, ଯାତ୍ରା, ପାର୍ବଣ ପାଳିତ ହୋଇଥାଏ l ଓଡିଶା ରେ ଓଡ଼ିଆମାନଙ୍କୁ ନିଜର ଆତ୍ମ ପ୍ରତିଷ୍ଠା କରିବା ପାଇଁ ଓ ଆଧ୍ୟାତ୍ମିକ ଭାବନା କୁ ପରିପୃଷ୍ଟ କରିବାକୁ ବାରମାସରେ ତେର ଯାତ ପାଳନ କରିବାକୁ ପଡ଼ିଥାଏ l ଏହା ଭିତରେ ରହିଛି ବିଭିନ୍ନ ପୌରାଣିକ କିମ୍ବଦନ୍ତୀ l ଏହା ମଧ୍ୟରେ ରହିଛି ବ୍ଯାସ ସରୋବର ମେଳା, ଏହା ଆଜକୁ ପ୍ରାୟ ଶହ ଶହ ବର୍ଷ ଧରି ପାଳନ କରାଯାଉଛି l ଯାଜପୁର ଜିଲ୍ଲା ବ୍ୟାସନଗର ପୌରସଂସ୍ଥାର ଅଧୀନରେ ଥିବା ଏହା ଏକ ପୌରାଣିକ ପୀଠ, ଏଠାରେ ପୂଜିତ ହୁଅନ୍ତି ବ୍ୟାସଦେବ, କାହିଁ କେତେ କାଳରୁ ସେ ପୂଜା ପାଉଛନ୍ତି l ଏହି ସ୍ଥାନ ର ମହାତ୍ମ୍ୟମ ହେଉଛି ଗୁପ୍ତଗଙ୍ଗା, ଏହି ଗୁପ୍ତଗଙ୍ଗା ରେ ପିଣ୍ଡ ଦାନ କଲେ ପୂର୍ବ ପୁରୁଷଙ୍କ ଅମର ଆତ୍ମା କୁ ଶାନ୍ତି ମିଳିଥାଏ ବୋଲି ଲୋକମାନଙ୍କ ର ଆତ୍ମ ବିଶ୍ୱାସ ରହିଛି l ଏହି ମେଳା ପ୍ରତ୍ୟେକ ବର୍ଷ ଓଡ଼ିଆ ମାଘମାସ ଭୈମୀ ଏକାଦଶୀ ଠାରୁ ଆରମ୍ଭ ହୋଇଥାଏ, ଦଶ ଦିନ ଧରି ଚାଲିବାକୁ ଥିବା ଏହି ମେଳା ଜାନୁଆରୀ ୫ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ l ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ୟବସ୍ଥା କରାଯାଇଛି l ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଜିନିଷ ର ଦୋକାନ ଏଠାରେ ଦେଖିବାକୁ ମିଳିଥାଏ l ବାସ୍ତବରେ ଏହା ବଡ଼ ଧରଣର ବ୍ୟବସ୍ଥା କୁ ଜନସାଧାରଣଙ୍କ ସମାଗମ ହୋଇଥ

ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପାଳନ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.. l

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା ଝିଡାଗୁଡା କ୍ଳଷ୍ଟର ଅନ୍ତର୍ଗତ ମସ୍ତିପୁଟ ଉଚ୍ଚ ବିଦ୍ୟାଳୟ ରେ ପାଳିତ ହୋଇଯାଇଛି ବାର୍ଷିକ କ୍ରୀଡା ଉତ୍ସବ l ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର କ୍ରୀଡ଼ା ର ଆୟୋଜନ କରାଯାଇଥିଲା l ବିଦ୍ୟାଳୟର ଖେଳ ଶିକ୍ଷକ ଙ୍କ ଦ୍ବାରା ପରିଚାଳିତ ଏହି ବାର୍ଷିକ କ୍ରୀଡା ରେ ବହୁ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ଥିଲେ l ଏହି କର୍ଯ୍ୟକ୍ରମ କୁ ମୁଖ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ଅବସର ପ୍ରାପ୍ତ  ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାତ୍ର l ସମ୍ମାନୀତ ଅତିଥି ଭାବେ ଝିଡା ଗୁଡା କ୍ଳଷ୍ଟର ର ସଂଯୋଜିକା ଶ୍ରୀମତୀ ଜସ୍ମିତା ମହାରଣା ଓ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଏହି କର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l ଶେଷରେ ମୁଖ୍ୟଅତିଥି ଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l RITA vision News 

ପୁରସ୍କାର ପାଇଲେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର (ବ୍ୟୁରୋ) - ସରଳ ସ୍ଵଭାବ ମଣିଷ, ଜନ୍ମ ଗରିବ ପରିବାରରେ l ଦାନଗଦି ବ୍ଲକ ଅନ୍ତର୍ଗତ ଖପୁରିଆ ପଦା ପଞ୍ଚାୟତର ସେହି ଗ୍ରାମର ଶ୍ରୀଯୁକ୍ତ କ୍ଷେତ୍ରବାସୀ ମହାରଣା ଙ୍କ ବଡ଼ ପୁଅ ଶ୍ରୀଯୁକ୍ତ ସତ୍ୟାନନ୍ଦ ମହାରଣା ଯେକି ୧୯୭୬ ମସିହାରେ ଜନ୍ମଗ୍ରହଣ କରିଥିଲେ l ଗାଁ ବିଦ୍ୟାଳୟ ରେ ସେ ପ୍ରଥମ ରୁ ଦଶମ ଶ୍ରେଣୀର ପାଠ ପଢୁଥିବା ବେଳେ ୧୯୯୨ ମସିହାରେ ମ୍ୟାଟ୍ରିକ ପାସ୍ ପରେ ୧୯୯୪ ମସିହାରେ ରେ ଯୁକ୍ତ ଦୁଇ ପାସ କରି ଭୁବନେଶ୍ଵର କିଟ୍ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ରେ ଆଇ ଟିଆଇ ଫିଟର ରେ ୧୯୯୫-୯୭ ଦୁଇ ବର୍ଷ ଟ୍ରେନିଂ ପରେ ସେହି କିଟ୍ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ରେ ୧୯୯୮ ମସିହା ମାର୍ଚ୍ଚ ରେ ସହକାରୀ ଟ୍ରେନିଂ ଅଫିସର ଭାବେ ନିଯୁକ୍ତି ପାଇଥିଲେ l ସେହି ଦିନଠାରୁ ଆଜକୁ ଦୀର୍ଘ ୨୨ ବର୍ଷ ଧରି ଗୋଟିଏ ସଂସ୍ଥା ଅଧୀନରେ ନିଷ୍ଠାର ସହିତ କାର୍ଯ୍ୟ କରିବା ସହିତ ସମସ୍ତ ଅଧିକାରୀ ଙ୍କ ଆସ୍ଥାଭାଜନ ହୋଇପାରିଥିଲେ l ଏହିଭଳି ନିଷ୍ଠାପର କାର୍ଯ୍ୟ ପାଇଁ ତାଙ୍କୁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ "ବେଷ୍ଟ ଷ୍ଟାପ ଅପ୍ ଇଅର୍ 2019 " ସମ୍ମାନ ପ୍ରଦାନ କରାଯାଇଛି l କିଟ୍ ଓ କିସ୍ ପକ୍ଷରୁ ଏହି ପରିପେକ୍ଷିରେ ଶ୍ରୀଯୁକ୍ତ ସତ୍ୟାନନ୍ଦ ମହାରଣା ଙ୍କୁ ଗୋଲ୍ଡ ପଦକ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା l RITA vision News 

ସାତ ଫୁଟ୍ ର ଅଜଗର ଉଦ୍ଧାର, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଗଞ୍ଜାମ (ବ୍ୟୁରୋ) ୭ ଫୁଟର ଅଜଗରକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ଆଇଆରଇ ଷ୍ଟାଫ କ୍ୱାଟର ମଧ୍ୟରୁ ଏକ ୭ ଫୁଟର ଅଜଗରକୁ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନ। ଗତକାଲି ସନ୍ଧ୍ୟା ସମୟରେ ଏକ ଅଜଗର ସାପ କ୍ୱାଟର ମଧ୍ୟରେ ଥିବା ଗାର୍ଡ ରୁମ ନିକଟରେ ଥିବା କର୍ମଚାରୀମାନେ ଦେଖିଥିଲେ।ଏହାପରେ ସେମାନେ ଵ୍ରହ୍ମପୁର ରେଞ୍ଜରଙ୍କୁ ସାପଟି ବିଷୟରେ ଜଣାଇଥିଲେ ଏବଂ ରେଞ୍ଜରଙ୍କ ତତ୍ୱବାଧାନ କ୍ରମେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ଓ ଶ୍ରୀକାନ୍ତ ନାହାକ ଉକ୍ତ ସ୍ଥାନରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟି ସାତ ଫୁଟ ଲମ୍ବର ହୋଇଥିବା ବେଳେ ରାତ୍ର ସମୟ ହୋଇଥିବାରୁ ବନ୍ୟାଞ୍ଚଳ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ସକାଳ ସମୟରେ ସାପଟିକୁ ଘଞ୍ଚ ଜଙ୍ଗଲ ଭିତରେ ନେଇ ଛଡା ଯିବ ବୋଲି କହିଛନ୍ତି ରେଞ୍ଜର ରାଜା ରାଓ ସୁବୁଦ୍ଧି।

ଯାଜପୁର, ଟାଟା ଷ୍ଟିଲ ପକ୍ଷରୁ ଅରୁଣିମା କର୍ଯ୍ୟକ୍ରମ ଅନୁଷ୍ଠିତ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
ଯାଜପୁର /କଳିଙ୍ଗନଗର - ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଅରୁଣିମା କର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି l ଏହି ଅବସରରେ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ର ବିକାଶ ପାଇଁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ସହିତ ଅଞ୍ଚଳରେ ବିକାଶ ପାଇଁ ଓ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ ଜାରି ରଖାଯାଇଛି l ଏହି କର୍ଯ୍ୟକ୍ରମ ସୁକିନ୍ଦା ବ୍ଲକ ର ସୁକିନ୍ଦା ଭବନ ଠାରେ ଆୟୋଜିତ ହୋଇଅଛି l ଏହି କର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବାକୁ ଥିବା ବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିବା ଦେଖିବାକୁ ମିଳିଛି l ବିଶେଷ କରି ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନ ପ୍ରଦର୍ଶନୀ ବିଶେଷ ଆକର୍ଷଣ ଥିଲା l ସକାଳ ଘ. ୧୦.୩୦ ମି. ରେ ଅରୁଣିମା ସ୍ଵାଗତ ଭାଷଣ, ଉଦଘାଟନ, ନିର୍ବାଚିତ ପଞ୍ଚାୟତ ସମିତି ସଭ୍ଯ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଓ ସ୍ୱାଗତମ୍ ନୃତ୍ୟ ପରିବେଷଣ ହୋଇଥିଲା l ଏହାପରେ ଡ. ଅମ୍ବିକା ନନ୍ଦ ଙ୍କ ଦ୍ଵାରା ଜ୍ୟୋତି ଫିଲୋସଫି ଯାତ୍ରା ଆରମ୍ଭ ଓ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଜ୍ୟୋତି ଫିଲୋସଫି ସ୍କଲାରସିପ୍ ପ୍ରଦାନ କରିଥିଲେ l 

ହାତୀ ମାନଙ୍କ ଜୀବନ ଯାଉଛି କଣ ପାଇଁ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଢେଙ୍କାନାଳ ( ବ୍ୟୁରୋ ) - ଗଜରାଜ ଙ୍କ ପାଇଁ ଚଳିତ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଘାତକ ବର୍ଷ ବୋଲି ଗଣନା କରାଯାଏ l କାହିଁକି ନା ଆମେ ଦେଖୁଛନ୍ତି ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଅଘଟଣ, ଦୁର୍ଘଟଣାରେ ହାତୀ ମାନଙ୍କ ଜୀବନ ଯାଉଛି ନଚେତ୍ ହାତୀଙ୍କ ଦ୍ଵାରା ସାଧାରଣ ଲୋକଙ୍କ ଜୀବନ ଯାଉଛି l ଏହିଭଳି ଏକ ଦୁର୍ଘଟଣା ଘଟି ଯାଇଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏ ନ୍ଏଚ୍-୫୫ର ସଦର ରେଞ୍ଜ୍ ଜୀବନଖୋଲ ନିକଟରେ ଟ୍ରକ୍ ଧକ୍କାରେ ହାତୀ ମୃତ; ଦୁର୍ଘଟଣା ପରେ ଡ୍ରାଇଭର ଚମ୍ପଟ୍, ଦୁର୍ଘଟଣା ଘଟାଇଥିବା ଟ୍ରକ୍ ତଳେ ମୃତ ହାତୀଟି ଚାପି ହୋଇ ରହିଛି, ହାତୀର ଦାନ୍ତଟି ଭାଙ୍ଗି ଖଣ୍ଡେ ଦୂରରେ ପଡ଼ିଛି, ଆଉ ଗୋଟିଏ ହାତୀ ଆହତ ହୋଇ ଜଙ୍ଗଲକୁ ପଳାଇଥିବା ସୂଚନା ମିଳିଛି l ଏହିଭଳି ଜଙ୍ଗଲୀ ଜନ୍ତୁ ମାନଙ୍କର ଗାଁ ଓ ସହର ମୁହାଁ ହେବାର ଗୋଟାଏ କାରଣ ହେଉଛି ବୃକ୍ଷଛେଦନ ଓ ପରିବେଶ କୁ ଦୂଷିତ କରି ଆଧୁନିକତା ର ମାୟା ସଭ୍ୟତାର ବିକାଶ ନିମନ୍ତେ ବିଭିନ୍ନ ବୈଷୟିକ ଜ୍ଞାନକୌଶଳ ଆର୍ଥିକ ଅଭିବୃଦ୍ଧି ଆଡ଼କୁ ମୁହାଁଉଥିବା ଦେଖାଯାଇଛି l କଳକାରଖାନା ପ୍ରତିଷ୍ଠା ହେବା ଦ୍ଵାରା ଜଳସ୍ତର ହ୍ରାସ ପାଇଛି, ତେଣୁ ଝରଣା, ପୋଖରୀ ସବୁ ଶୁଖି ଯାଉଛି l ବନ୍ୟ ପ୍ରାଣୀଙ୍କ ଖାଦ୍ୟ ଓ ପାନୀୟର ଅଭାବରୁ ସେମାନେ ନିଜର କର୍ମମୟ ଜୀବନକୁ ସଂଚାଳନ କରିବାକୁ ଗାଁ ଓ ସହର ଆଡ଼କୁ ଆସିବାକୁ ବାଧ୍ଯ ହେଉଛନ୍ତି l ଆମେ ମଣିଷ ଏହାର ସମାଧାନର ପନ୍ଥା ଗ୍ରହଣ କଲେ ଏହିଭଳି ଦୁର୍ଘଟ

ପୁଣି ଏକ ଜୀବନ ନେଲା ନରହନ୍ତା ଦନ୍ତl, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର - ଦନ୍ତl ହାତୀ ଦାନଗଦି ବ୍ଳକ ର କଣ୍ଟିପୁର୍ ଜଙ୍ଗଲ ରେ କାଲି ରାତିରେ ରହି ରାତିରେ ଜିନ୍ଦାଲ ଷ୍ଟିଲ ର ଲେବର କଲୋନୀର ପାଚେରୀ ଭାଙ୍ଗି ପକାଇଛି l ଫରେଷ୍ଟ ଡିପାର୍ଟମେଣ୍ଟ ରାତି ସାରା ଉଜାଗର ରହି ହାତୀ ଘଉଡାଇ ବା ପାଇଁ ପ୍ରୟାସ ଜାରି ରଖିଛି l ଲୋକ ଆତଙ୍କିତ ହୋଇ ଛାତ ଉପରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି l ଆଜି ସନ୍ଧ୍ୟାରେ ଫରେଷ୍ଟର ଟିମ ଦାନଗଦି ବ୍ଲକ ମାନଗୋବିନ୍ଦ ପୁର, ଧପଙ୍କି, ଧୂଳିଗଡ଼ ଜଙ୍ଗଲରେ ପାଖରେ ପହଁଚି ଗ୍ରାମବାସୀଙ୍କ ସହଯୋଗ ନେଇ ହାତୀ ଘଉଡାଇବା  ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ହାତୀ ଧପଙ୍କି ଗ୍ରାମର ଟୁନା ଜେନା ର ପୁଅ ସତ୍ୟବ୍ରତ ଜେନା ଙ୍କ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବେଳେ ମାନଗୋବିନ୍ଦ ପୁର ମଠ ସାହି ର ଦୁଇ ବୃଦ୍ଧ, ବୃଦ୍ଧା ଆହାତ ହୋଇଥିବା ଜଣାପଡିଛି l ଆହତ ଓ ମୃତକ କୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l