Posts

ଆଧୁନିକ ଯୁଗରେ ମଧ୍ୟ ହଜି ଯାଇନାହିଁ ପାରମ୍ପାରିକ ଓଡ଼ିଆ ସଭ୍ୟତା,ହୋଲି ପାଳନ ଅବସରରେ ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
ଯାଜପୁର - ଯାଜପୁର ଜିଲ୍ଲାର ର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ହୋଲି ଉତ୍ସବ l ସମଗ୍ର ଦେଶରେ ହୋଲି ଉତ୍ସବ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥିବା ବେଳେ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହା ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଛି l ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଓ ସୁକିନ୍ଦା ବ୍ଲକ ସମେତେ ସମସ୍ତ ଅଞ୍ଚଳ ତଥା ମନ୍ଦିର ମାନଙ୍କରେ ଏହି ଫଗୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦା ବ୍ଲକ ର ଦାମୋଦର ପୁର ଗ୍ରାମର ଗୋପାଳ ସମ୍ପ୍ରଦାୟ ଓ ଅନ୍ୟ ସମସ୍ତ ମିଶି ପାଞ୍ଚଦିନ ଧରି ପଞ୍ଚଦୋଳ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥିଲା l ସେହିପରି ଦାନଗଦି ବ୍ଲକ ର ମାନଗୋବିନ୍ଦ ପୁର ଗ୍ରାମରେ ମଧ୍ୟ ଏହି ଦୋଳଯାତ୍ରା ବା ହୋଲି ଖେଳିବା ପାଇଁ ଉତ୍ସୁକତାର ସହ ଠାକୁରଙ୍କୁ ସଜ୍ଜିତ ବିଭାନ ରେ ସାରା ଅଞ୍ଚଳରେ ପରିକ୍ରମା କରିବା ସହିତ ବାଡ଼ିଖେଳ ଓ ଭଜନ କୀର୍ତ୍ତନ ର ଆସର ଦେଖିବାକୁ ମିଳିଥିଲା l ଓଡିଶା ର ନୀତି ରୀତି ଅନୁଯାୟୀ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହୋଇଯାଇଛି l

ଚଣ୍ଡିଖୋଲ କୋର୍ଟ୍ ବାର ଆସୋସିଏସନ ପକ୍ଷରୁ ୧୩ତମ ବାର୍ଷିକ ସମାରୋହ ଅନୁଷ୍ଠିତ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ କୋର୍ଟ ବାର ଆସୋସେସନ ପକ୍ଷରୁ ୧୩ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାରୋହରେ ଉଦ୍ଘାଟକ ଭାବେ ଯାଜପୁର ଜିଲ୍ଲା ଅଦାଲତର ମୁଖ୍ୟ ନ୍ୟାୟପାଳ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମିଶ୍ର,ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ,ମୁଖ୍ୟ ବକ୍ତା ଭାବେ ଉଚ୍ଚ ନନ୍ୟାୟାଳୟ ର ଓକିଲ ସଙ୍ଘ ର ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମହାନ୍ତି ସମସ୍ତ କଥାକୁ ଖୁଵ ନୂଆ ଢଙ୍ଗରେ ଲୋକ ମଚନ କୁ ଆଣି ଥିଲେ. ଅତ୍ୟା ଧୁନିକ୍ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରସ୍ତୁତି ଦେଇଥିଲେ,ମାନ୍ୟବର ଯାଜପୁର ବିଚାର ପତି ଓ ଚଣ୍ଡୀଖୋଲ କୋର୍ଟ ବାର ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ଜନ ବେହେରାଙ୍କ ସହ ସମସ୍ତ ଓକିଲ ଓ କର୍ମଚାରୀ ମାନେ ତଥା ଓକିଲ ସଂଘ ର ସମ୍ପାଦକ ଉଦୟ ନାଥ ସାହୁ ଉପସ୍ଥିତ ଥିଲେ । ଆଜିର ଦିନରେ କିଭଲି ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ଓ ଭରଷା ଅତୁଟ ରହିବ ସେ ଦିଗରେ କାର୍ଯ୍ୟ କରିବା ଦରକାର ବୋଲି ଅତିଥି ମାନେ ଅଭିଭାଷଣ ରେ କହିଥିଲେ।

ଜାତୀୟ ରାଜପଥ ସଡ଼କ ଦୁର୍ଘଟଣାରେ ଜଳିଗଲା ଦୁଇଟି ଗାଡି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତିଗଲା ଦୁଇଟି ଜୀବନ। ଯାଜପୁର (ବ୍ୟୁରୋ)  ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳ ପୁର ଚୁଡ଼ା ଖିଆ ଛକ ନିକଟରେ ଏକ ମଟର ସାଇକେଲ ଉପରକୁ ବିପରୀତ ଦିଗରୁ ଦୃତ ଗତିରେ ଟ୍ରକ ଟି ମାଡ଼ି ଯିବା ଫଳରେ ବାଇକ୍ ଟି ଘୁଷୁରୀ ଯିବା ଫଳରେ ତତ୍ କ୍ଷଣାତ ନିଆଁ ଲାଗି ଯାଇ ଥିଲା,ଫଳରେ କିଛି ସମୟ ଜାତୀୟ ରାଜପଥ NH5 ଓ NH 16 ବନ୍ଦ ହୋଇଯାଇ ଥିଲା, ଆହତ କୁ ବଡ଼ଚଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ଥିବା ସୂଚନା ମିଳିଛି

ଦୈନିକ ଓଡ଼ିଆ ଖବରକାଗଜ ମନ୍ଥନ ର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ l

Image
(ସମ୍ବାଦ ପତ୍ର ସାଧାରଣ ଲୋକଙ୍କ ପାଇଁ ସହାୟତା ର ହାତ ବଢାଇଛି - ଡଃ. ରାମଚନ୍ଦ୍ର ଖୁଣ୍ଟିଆ) ଯାଜପୁର/ବ୍ୟାସନଗର - ଦୈନିକ ଖବର କାଗଜ ମନ୍ଥନ ର ଏକାଦଶ ବାର୍ଷିକ ଉତ୍ସବ ଯାଜପୁର ରୋଡ଼ ସ୍ଥିତ ହୋଟେଲ୍ ରୟାଲ୍ କଳିଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭା ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଇଛି l ସୁପ୍ରଶାସକ ଏଡିଏମ କଳିଙ୍ଗନଗର ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର, ଶିକ୍ଷାବିତ୍ ଡକ୍ଟର ଚକ୍ରଧର ବିଶ୍ଵାଳ, କ୍ରୀଡ଼ା ସଂଗଠକ ଶ୍ରୀଯୁକ୍ତ ରସାନନ୍ଦ ମହାନ୍ତି, ସାହିତ୍ୟିକ ଭାବେ ଡଃ. ପ୍ରଜ୍ଞା ପ୍ରବର୍ତ୍ତକା ଦାଶ, ସୁ ଚିକିତ୍ସକ ଡାକ୍ତର ବିନୟ କୁମାର ନାୟକ, ଦକ୍ଷ ସାମ୍ବାଦିକ ଶ୍ରୀଯୁକ୍ତ ଆନନ୍ଦ କୁମାର ସାହୁ ଓ ଶ୍ରୀଯୁକ୍ତ ଅଭୟ କୁମାର ପତି, ଦକ୍ଷା ପଞ୍ଚାୟତିରାଜ ପ୍ରତିନିଧି ଭାବେ ଶ୍ରୀମତୀ ସ୍ବର୍ଣ୍ଣଲତା ବାନରା, ପରିବେଶ ସୁରକ୍ଷା କ୍ଷେତ୍ରରେ ଜିନ୍ଦାଲ ଷ୍ଟିଲ ଲିମିଟେଡ କଳିଙ୍ଗନଗର, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଟାଟା ମେଡିକା ହସ୍ପିଟାଲ କଳିଙ୍ଗନଗର ଓ ସସ୍କୃତି ସମ୍ମାନ ରେ ବ୍ୟାସଶ୍ରୀ କଳାନିକେତନ କୁ ସମ୍ମାନିତ କରାଯାଇଥିଲା l ଏହି କର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତକଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ଡଃ ରାମଚନ୍ଦ୍ର ଖୁଣ୍ଟିଆ, ସମ୍ମାନୀତ ଅତିଥି ଭାବେ ଡଃ ରୁଦ

ବରମ୍ବାର ଦୁର୍ଘଟଣାରେ ଜନ ଅସନ୍ତୋଷ ବୃଦ୍ଧି, ଆଗାମୀ ଦିନରେ ଆନ୍ଦୋଳନ ଧମକ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଯାଜପୁର - ୦୩/୦୩ କାଳିଆପାଣି ସ୍ଥିତ ଇମ୍ଫା ପାଖ ଦେହୁରୀ ସାହି ଶିବ ମନ୍ଦିର ନିକଟରେ ଗୋଟିଏ ରାସ୍ତା ଦୁର୍ଘଟଣା ଘଟି ଯାଇଛି l ଖବର ରୁ ଜଣାଯାଏ ଯେ ରତିକାନ୍ତ ସାହୁ ଘର ଜାରକା ବାଇକ ରେ ଯାଉଥିଲା ବେଳେ, ଦୁର୍ଘଟଣା ହେଇଥିଲା ଫଳରେ ଘଟଣା ସ୍ଥଳ ରୁ ତାଙ୍କୁ ଇମ୍ଫା ଆମ୍ବୁଲାନ୍ସ ରେ ଇମ୍ଫା ମେଡିକାଲ କୁ, ନେଇଥିଲେ ଅବସ୍ଥା ଗୁରୁତର l ଖଣି ଅଞ୍ଚଳରେ ପାଖା ପାଖୀରେ କୌଣସି ମେଡିକାଲ ନ ଥିବାରୁ ତାଙ୍କୁ ସୁକିନ୍ଦା ମେଡିକାଲ ନେଇଥିଲେ ଅବସ୍ଥା ବେସି ଗୁରୁତର ହେବାରୁ ତାଙ୍କୁ ଡ଼ୁବୁରୀ ମେଡିକା କୁ ନିଆଯାଇଛି l ସେ ଗୁରୁତର ଅବସ୍ଥାରେ ଅଛନ୍ତି ଡାକ୍ତର କହୁଛନ୍ତି କିଛି କହିବନି l ଜନସାଧାରଣ ଙ୍କ ଯେ ଏଇଠି ଏତେ ବଡ ଖଣି, କଳକାରଖାନା ଥାଇ ମଧ୍ୟ୍ୟ ଗୋଟିଏ ମେଡିକାଲ ନାହିଁ, କି ଗୋଟିଏ କଲେଜ ନାହିଁ ତାକୁ ଆଧାର କରି କାଳିଆପାଣି ର ଯୁବନେତା ଆଶିଷ କୁମାର କହିଛନ୍ତି କି ଆଗାମୀ ଦିନରେ ଯଦି ଏ ପଦକ୍ଷେପ ନ ନିଆ ଯାଏ ତେବେ କାଳିଆପାଣି ପଞ୍ଚlୟତ ପକ୍ଷରୁ ବଡ ଆନ୍ଦୋଳନ କରାଯିବ l 

ଗଞ୍ଜେଇ ମାଫିଆ ପରେ ଏବେ ପୋଲିସ୍ ପଞ୍ଝାରେ ମଦ ମାଫିଆ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା ରେ ଗଞ୍ଜେଇ ମାଫିଆ ଙ୍କୁ ଦମନ କରିବା ପାଇଁ ପ୍ରୟାସ ଜାରି ରଖିଛି ପୋଲିସ୍, କିନ୍ତୁ ଗଞ୍ଜେଇ କାରବାର ଛାଡ଼ି ବୁଦ୍ଧିଆ ମଣିଷ ପୋଲିସ୍ କୁ ଚକ୍ମା ଦେଖାଇ ମଦ ଚୋରାଚାଲାଣ କରିବାକୁ ପଛାଉ ନାହାଁନ୍ତି l ଏହି ଅବସରରେ ବନ୍ଧୁଗାଁ ପୁଲିସ କୋରାପୁଟ କୁ ମିଳିଲା ବଡ ଧରଣର ସଫଳତା l ଏକ ମହେନ୍ଦ୍ରl ପିକଅପ୍ ଜବଦ ସହିତ ତିନିଜଣ ଙ୍କୁ ଗିରଫ କରିଛି ପୋଲିସ୍ l ସେମାନଙ୍କ ପାଖରୁ ୩୧୨ ବୋତଲ ବିୟର ଓ ୨୮୮ ବୋତଲ ହୁଇସ୍କି ମଧ୍ୟ ଜବଦ କରିଛି ପୋଲିସ୍ ବନ୍ଧୁ ଗାଁ ପୋଲିସ୍ l 

ଅଷ୍ଟମ ଥର ପାଇଁ ମଙ୍ଗ ଧରିଛନ୍ତି ନବୀନ,ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ବ୍ୟୁରୋ ରିପୋର୍ଟ - ଓଡ଼ିଶାର ଅଗ୍ରଣୀ ରାଜନୈତିକ ଦଳ ବିଜେଡି ପକ୍ଷରୁ ବିଜୁ ଜନତା ଦଳ ପାଇଁ ସଭାପତି ପଦ ରେ ପୁଣିଥରେ ନିର୍ବାଚିତ ହୋଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ l ଚାରି କୋଟି ଓଡିଆଙ୍କ ଆଶୀର୍ବାଦ ରେ ସେ ପୁଣି ଥରେ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ଓଡିଶା ର ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l ଦଳକୁ ମଜବୁତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ l ଏହି ଅବସରରେ ସେ ଦଳୀୟ କାର୍ଯ୍ୟାଳୟ ରେ ସର୍ବସାଧାରଣ ରେ ସପଥ ଗ୍ରହଣ କରିଥିଲେ l ଏହି କର୍ଯ୍ୟକ୍ରମ  ରେ ପ୍ରିଜାଇଡିଂ ଅଫିସର ଭାବେ ଶ୍ରୀଯୁକ୍ତ ପ୍ରତାପ ଦେବ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l