Posts

ପୁରୀ ଶ୍ରୀମନ୍ଦିରର ନୀଳଚକ୍ର ବାନା ରେ ଲଗିଲା ନିଆଁ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ.... l

Image
ବ୍ୟୁରୋ ରିପୋର୍ଟ - ମହାଦୀପ ଉଠିବା ବେଳେ ଜଳିଗଲା ନୀଳଚକ୍ର ବାନା। ଶ୍ରୀମନ୍ଦିରରେ ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଛି। ନୀଳଚକ୍ର ତଳେ ଲଗାଯାଇଥିବା ମାନସିକ ବାନା ପୋଡି ଯାଇଛି। ଏକାଦଶୀ ତିଥିରେ ରାତି ପ୍ରାୟ ୭ଟା ୩୫ରେ ପାଳିଆ ସେବକ ମହାଦୀପ ଉଠାଇଥିଲେ। ସେତେବେଳେ ଝିପି ଝିପି ବର୍ଷାହେବା ସହ ପବନ ବହୁଥିଲା।  ସେ ଦୀପ ରଖୁଥିବା ବେଳେ ମାନସିକ ବାନା ଉଡି ସେଥିରେ ଲାଗି ଯାଇଥିଲା। ନୀଳଚକ୍ରରେ ଲଗା ଯାଇଥିବା ବାନା ପୋଡୁଥିବା ଦେଖି ତଳେ ଛିଡା ହୋଇଥିବା ଭକ୍ତ ଏବଂ ସେବକମାନେ ବିଚଳିତ ହୋଇପଡିଥିଲେ। ବାନାରେ  ଲାଗିଥିବା ନିଆଁ ଝୁଲ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ପଡିଥିଲା। ଯାହକୁ ଦେଖି ଲୋକେ ଆତଙ୍କିତ ହୋଇଯାଇଥିଲେ। ଏହାକୁ ନେଇ ଉଦ୍‌ବେଗଜନକ ପରିସ୍ଥିତି ଲାଗି ରହିବା ପରେ ଶ୍ରୀମନ୍ଦିର ପ୍ରଶାସନ ଚୁନରା ସେବକମାନଙ୍କୁ ଅଁଳାବେଢ଼ାକୁ ପଠାଇଥିଲା। ଚୁନରା ସେବକମାନେ ଅଁଳାବେଢ଼ାକୁ ଯାଇ ସ୍ଥିତି ନିୟନ୍ତ୍ରଣ କରିଥିଲେ। ତେବେ ଏହି ବଡ଼ ଅଘଟଣ ଭକ୍ତଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।  ଶ୍ରୀମନ୍ଦିର ଇତିହାସରେ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। କେତେକ ବରିଷ୍ଠ ସେବକ ଏହା ଅଶୁଭ ସୂଚନା ବୋଲି ମତ ଦେଇଛନ୍ତି। ତେବେ ପତିତପାବନ ବାନା ସୁରକ୍ଷିତ ଥିବାରୁ ଶ୍ରୀଜୀଉଙ୍କ ସେବାପୂଜା ଏବଂ ନୀତିକାନ୍ତିରେ ବାଧା ସୃଷ୍ଟିହୋଇନାହିଁ।

ବିନା ଅନୁମତିରେ ଚାଷ ଜମିକୁ ଖୋଳି ହରଡଘଣାରେ ଠିକାଦାର,ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଯାଜପୁର /ଦାନଗଦି - ଯାଜପୁର ଜିଲ୍ଲାର ଦାନଗଦି ତହସିଲ ଅନ୍ତର୍ଗତ ଗଣ୍ଡା ନାଳ ପାଟ ରେ ଥିବା ରlଛିପୁର୍, ଦାନୀଆବର ଓ ଖଣ୍ଡାହତା ର ଚାଷୀ ମାନଙ୍କ ଚାଷ ଜମି କୁ ବିନା ଅନୁମତିରେ ମେସିନ୍ ଲଗାଇ ଖୋଳାଯାଉଥିବା ଅଭିଯୋଗ ହୋଇଛି l ଡ୍ରେନେଜ ବିଭାଗ ପକ୍ଷରୁ ଠିକାଦାର କାମ କରିବାକୁ କରିବାକୁ ଯାଇ ବେନିୟମ ଭାବେ ଚାଷ ଜମି ଖୋଳା କୁ ବିରୋଧ କରି ଉକ୍ତ ଅଞ୍ଚଳର ଚାଷୀମାନେ ମାଟି ଖୋଳା କୁ ବନ୍ଦ କରିବା ପରେ, ଠିକାଦାର ପହଞ୍ଚି କ୍ଷତିପୂରଣ ଦେବାକୁ କହି ଚତୁରତାର ସହିତ କର୍ମ କ୍ଷେତ୍ରରେ ଚାଷିଙ୍କ ଦ୍ଵାରା ଜବଦ ହୋଇଥିବା ଜେସିବି ମେସିନ୍ ଦୁଇଟିକୁ ରାତାରାତି ନେଇଯିବା ପାଇଁ ମସୁଧା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ l ଚାଷୀମାନେ ଏହି ମେସିନ୍ ଦୁଇଟିକୁ ଜବଦ କରି ରାଛିପୁର୍ ଗ୍ରାମରେ ରଖି, ଉକ୍ତ ଠିକାଦାର ବିରୋଧରେ ବିହୀତ ପଦକ୍ଷେପ ନେବା ସହିତ ଚାଷୀ ମାନଙ୍କୁ ଉଚିତ୍ କ୍ଷତିପୂରଣ ଦେବାକୁ ଦାନଗଦି ତହସିଲ କାର୍ଯ୍ଯାଳୟ ରେ ପହଞ୍ଚିଛି ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l 

ଶିକ୍ଷାନୁଷ୍ଠାନ ରେ ଏପରି କାର୍ଯ୍ୟ ହେଉଛି, ଆପଣ ଏ ରିପୋର୍ଟ ପଢିଲେ ତାଜୁବ୍ ହୋଇଯିବେ l

Image
ବ୍ୟୁରୋ ରିପୋର୍ଟ - ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର l ଏହି ଦେଶରେ ସବୁ ଧର୍ମର ଲୋକ ବାସ କରନ୍ତି ତେଣୁ ଏହି ଦେଶକୁ ସର୍ବଧର୍ମ ନିରପେକ୍ଷ ଦେଶ କୁହାଯାଏ l କିନ୍ତୁ କିଛି ଦେଶଦ୍ରୋହୀ ଏହି ଦେଶର ପାଣି ପବନ ରେ ଜନ୍ମ ଗ୍ରହଣ କରି ଦେଶପାଇଁ ହିତ କାର୍ଯ୍ୟ କରିବା ପରିବର୍ତ୍ତେ ଦେଶକୁ ତଳିତଳାନ୍ତ କରିବାକୁ ପ୍ରୟାସ କରୁଛନ୍ତି l ଏହି ଅବସରରେ ଆମେ ଆପଣଙ୍କୁ ଏମିତି କିଛି ଖବର ଜଣାଇବୁ, ଯାହା କୁ ପଢି ଆପଣ ଙ୍କ ସ୍ଵଭାବ ପରିବର୍ତ୍ତନ ହେବ ସହିତ ବିଚାର ନିଷ୍ପତ୍ତି ଆପଣ ଙ୍କ ହାତରେ ମାନେ ସର୍ବଭାରତୀୟ ମାନଙ୍କର l ଉତ୍ତରପ୍ରଦେଶ ରାଜ୍ୟର ବିଜନୌର ଜିଲ୍ଲା ରେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଛାପା ମରିଥିଲା ମୁସଲମାନ ମାନଙ୍କ ଉର୍ଦ୍ଧୁ ପାଠ ପଢାଯାଉଥିବା ମଦ୍ରାସା ଉପରେ l ପୋଲିସ୍ ର ଚଢ଼ାଉ ବେଳେ ମଦ୍ରାସା ରୁ ଯବଦ ହୋଇଛି ବିପୁଳ ପରିମାଣର ମାରଣାସ୍ତ୍ର ଓ ବନ୍ଧୁକ ଏହି ମାମଲାରେ ପୁଲିସ ଛଅ ଜଣ ମୌଲବି ଙ୍କୁ ଗିରଫ କରିଛି l ଏମିତିକି ବହୁ ବଳଶାଳୀ ମେସିନ୍ ଗନ ଯବଦ ହୋଇଛି l ଯେଉଁ ବନ୍ଧୁକ କି ଏକ ମିନିଟ୍ ରେ ୮ ହଜାର ଗୁଳି ଫାଇରିଙ୍ଗ କରିବାରେ ସଫଳ ହୋଇଥାଏ l ଶିକ୍ଷାନୁଷ୍ଠାନରେ ଏହିଭିଳି ସମାଗ୍ରୀ ର ଆବଶ୍ୟକତା କଣ ଏହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଶିକ୍ଷା ନୁଷ୍ଠାନ ନାମରେ ଏହି ମଦ୍ରାସା ମାନଙ୍କରେ ଚାଲୁଛି ଦେଶଦ୍ରୋହ ର କ

ଏସ୍ ୟୁ ଯେ ଖାଲି ସାମ୍ବାଦିକ ମାନଙ୍କ ସ୍ୱାର୍ଥକୁ ନୂହେଁ, ସାଧାରଣ ଲୋକଙ୍କ ସେବା ପାଇଁ ମଧ୍ୟ କାର୍ଯ୍ୟ କରୁଛି l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ବ୍ୟୁରୋ ରିପୋର୍ଟ - ଏସୟୁଜେ ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସୁବାଷ ଧଳ, ଏସୟୁଜେ ଓଡିଶା କଟକ ଜିଲ୍ଲା ସଭାପତି ଅଖିଳେଶ ପଦ ମହାନ୍ତି,ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପ୍ରଧାନ,ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ରଘୁନାଥ ଆଚାର୍ଯ୍ୟ, ସାମ୍ବାଦିକ ବିଷ୍ଣୁ ଚରଣ ନାୟକ, ସାମ୍ବାଦିକ ଆର୍ତ୍ତତ୍ରାଣ ଦାସ ଏବଂ ସାମ୍ବାଦିକ ମହେଶ୍ୱର ପାତ୍ର ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ କଣ୍ଟାପଡା ଅଂଚଳରେ  ପହଂଚି ଥିଲେ l ସେମାନେ ନିରତାର ଠାରେ ଅବସ୍ଥାନ କରୁଥିବା "କହ୍ନେଇ"କୁ ଭେଟି ତାର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତା ' ପରିବାର ବର୍ଗଙ୍କୁ ଭେଟିଥିଲେ l ଏହାପରେ ସଡକ ଦୁର୍ଘଟଣାରେ ଆହତ ଧରିତ୍ରୀର ସ୍ଥାନୀୟ ସମ୍ବାଦଦାତାଙ୍କ ନିରତାର ଠାରେ ଆଜି ହୋଇଥିବା ଅସ୍ତ୍ରୋପଚାର ବାବଦରେ ଆଲୋଚନା କରିଥିଲେ ଓ ଆହତ ସାମ୍ବାଦିକଙ୍କ ପରିବାର ବର୍ଗଙ୍କୁ ସାକ୍ଷାତ କରିଥିଲେ l

ଆଧୁନିକ ଯୁଗରେ ମଧ୍ୟ ହଜି ଯାଇନାହିଁ ପାରମ୍ପାରିକ ଓଡ଼ିଆ ସଭ୍ୟତା,ହୋଲି ପାଳନ ଅବସରରେ ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Image
ଯାଜପୁର - ଯାଜପୁର ଜିଲ୍ଲାର ର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ହୋଲି ଉତ୍ସବ l ସମଗ୍ର ଦେଶରେ ହୋଲି ଉତ୍ସବ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥିବା ବେଳେ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହା ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଛି l ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଓ ସୁକିନ୍ଦା ବ୍ଲକ ସମେତେ ସମସ୍ତ ଅଞ୍ଚଳ ତଥା ମନ୍ଦିର ମାନଙ୍କରେ ଏହି ଫଗୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦା ବ୍ଲକ ର ଦାମୋଦର ପୁର ଗ୍ରାମର ଗୋପାଳ ସମ୍ପ୍ରଦାୟ ଓ ଅନ୍ୟ ସମସ୍ତ ମିଶି ପାଞ୍ଚଦିନ ଧରି ପଞ୍ଚଦୋଳ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଇଥିଲା l ସେହିପରି ଦାନଗଦି ବ୍ଲକ ର ମାନଗୋବିନ୍ଦ ପୁର ଗ୍ରାମରେ ମଧ୍ୟ ଏହି ଦୋଳଯାତ୍ରା ବା ହୋଲି ଖେଳିବା ପାଇଁ ଉତ୍ସୁକତାର ସହ ଠାକୁରଙ୍କୁ ସଜ୍ଜିତ ବିଭାନ ରେ ସାରା ଅଞ୍ଚଳରେ ପରିକ୍ରମା କରିବା ସହିତ ବାଡ଼ିଖେଳ ଓ ଭଜନ କୀର୍ତ୍ତନ ର ଆସର ଦେଖିବାକୁ ମିଳିଥିଲା l ଓଡିଶା ର ନୀତି ରୀତି ଅନୁଯାୟୀ ଏହି ପର୍ବ ବହୁତ ଆଡ଼ମ୍ବର ସହିତ ପାଳିତ ହୋଇଯାଇଛି l

ଚଣ୍ଡିଖୋଲ କୋର୍ଟ୍ ବାର ଆସୋସିଏସନ ପକ୍ଷରୁ ୧୩ତମ ବାର୍ଷିକ ସମାରୋହ ଅନୁଷ୍ଠିତ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲା ଚଣ୍ଡିଖୋଲସ୍ଥିତ କୋର୍ଟ ବାର ଆସୋସେସନ ପକ୍ଷରୁ ୧୩ତମ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାରୋହରେ ଉଦ୍ଘାଟକ ଭାବେ ଯାଜପୁର ଜିଲ୍ଲା ଅଦାଲତର ମୁଖ୍ୟ ନ୍ୟାୟପାଳ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମିଶ୍ର,ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ,ମୁଖ୍ୟ ବକ୍ତା ଭାବେ ଉଚ୍ଚ ନନ୍ୟାୟାଳୟ ର ଓକିଲ ସଙ୍ଘ ର ସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମହାନ୍ତି ସମସ୍ତ କଥାକୁ ଖୁଵ ନୂଆ ଢଙ୍ଗରେ ଲୋକ ମଚନ କୁ ଆଣି ଥିଲେ. ଅତ୍ୟା ଧୁନିକ୍ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରସ୍ତୁତି ଦେଇଥିଲେ,ମାନ୍ୟବର ଯାଜପୁର ବିଚାର ପତି ଓ ଚଣ୍ଡୀଖୋଲ କୋର୍ଟ ବାର ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ଜନ ବେହେରାଙ୍କ ସହ ସମସ୍ତ ଓକିଲ ଓ କର୍ମଚାରୀ ମାନେ ତଥା ଓକିଲ ସଂଘ ର ସମ୍ପାଦକ ଉଦୟ ନାଥ ସାହୁ ଉପସ୍ଥିତ ଥିଲେ । ଆଜିର ଦିନରେ କିଭଲି ରାଜ୍ୟରେ ନ୍ୟାୟ ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ଓ ଭରଷା ଅତୁଟ ରହିବ ସେ ଦିଗରେ କାର୍ଯ୍ୟ କରିବା ଦରକାର ବୋଲି ଅତିଥି ମାନେ ଅଭିଭାଷଣ ରେ କହିଥିଲେ।

ଜାତୀୟ ରାଜପଥ ସଡ଼କ ଦୁର୍ଘଟଣାରେ ଜଳିଗଲା ଦୁଇଟି ଗାଡି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ମର୍ମନ୍ଦୁନ୍ତ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତିଗଲା ଦୁଇଟି ଜୀବନ। ଯାଜପୁର (ବ୍ୟୁରୋ)  ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳ ପୁର ଚୁଡ଼ା ଖିଆ ଛକ ନିକଟରେ ଏକ ମଟର ସାଇକେଲ ଉପରକୁ ବିପରୀତ ଦିଗରୁ ଦୃତ ଗତିରେ ଟ୍ରକ ଟି ମାଡ଼ି ଯିବା ଫଳରେ ବାଇକ୍ ଟି ଘୁଷୁରୀ ଯିବା ଫଳରେ ତତ୍ କ୍ଷଣାତ ନିଆଁ ଲାଗି ଯାଇ ଥିଲା,ଫଳରେ କିଛି ସମୟ ଜାତୀୟ ରାଜପଥ NH5 ଓ NH 16 ବନ୍ଦ ହୋଇଯାଇ ଥିଲା, ଆହତ କୁ ବଡ଼ଚଣା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ଥିବା ସୂଚନା ମିଳିଛି