Posts

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ପାଠ୍ୟ ଉପକରଣ ବଣ୍ଟନ l

Image
କେନ୍ଦ୍ରାପଡା ( ବ୍ୟୁରୋ ରିପୋର୍ଟ) - ମହାମାରୀ କରୋନା ପାଇଁ ସମଗ୍ରଦେଶ ଲକ୍ ଡାଉନ ହୋଇ ରହିଛି । ଏଭଳି ସ୍ଥିତିରେ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ଏହି ଲକ୍ ଡାଉନ ସମୟରେ ଘରେ ବସି ଛାତ୍ରଛାତ୍ରୀମାନେ କିପରି ଘରେ ବସି ପାଠ ସୁରୁଖୁରୁରେ ପାଠ ପଢିବେ ସେଥିପାଇଁ ସହାୟତା ଯୋଗାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଉତ୍କଳ ବିପନ୍ନ ସହାୟତା ସମିତି । ଏହି ଲକ୍ ଡାଉନ ସମୟରେ ଦୋକାନ ବଜାର ବନ୍ଦ ରହୁଥିବା କାରଣରୁ ଛାତ୍ରଛାତ୍ରୀ ମାନଙ୍କ ପାଖରେ ପାଠ୍ୟ ସାମଗ୍ରୀ ଉପଲବ୍ଧ ନଥିଲା । ଯାହା​‌ ଫଳରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ରବିବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଉତ୍କଳ ବିପନ୍ନ ସହାୟତା ସମିତି ସହଯୋଗରେ ଛାତ୍ରଛାତ୍ରୀମାନଙ୍କୁ ଖାତା,କଲମ, ପେନସିଲ୍,ରବର ଇତ୍ୟାଦି ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଆଜି ପ୍ରଥମ ଦିନରେ ଏବିଭିପି ଓ ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ରାଜକନିକା ବ୍ଲକର ବରାଡିଆ ଓ ତରାସ ଗ୍ରାମ ପଞ୍ଚାୟତର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରାଜକନିକା ବ୍ଲକ ସଂଯୋଜକ ବିକ୍ରମ କେଶରୀ ରାଉତ ଙ୍କ ସମେତ ରଜନୀ ସଂକର ଦାସ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ପଙ୍କଜ ବିଶ୍ଵାଳ, କେନ୍ଦ୍ରାପଡ଼ା ବ୍ଲକ ସଂଯୋଜକ, ରାଜକନିକା ର ଯୁବଗୋଷ୍ଠୀ ଦେବଜ୍ୟୋତି ଜେନା, ରାଜେଶ ବିଶ

ଯୁବକ ଙ୍କ ଜୀବନ ନେଲା ହାତୀ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
  ଅନୁଗୁଳ( ବ୍ୟୁରୋ ରିପୋର୍ଟ) - ଜିଲ୍ଲାର ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ନୂଆଭୂଇଁ ଗାଁର ଦୁଷ୍ମନ୍ତ ବେହେରା(୩୦) ପ୍ରତିଦିନ ଭଳି ଆଜି ମଧ୍ୟ ସକାଳେ ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ଆଜି ଏକ ଦନ୍ତା ହାତୀ ହାବୁଡାରେ ପଡ଼ିଯାଇ ଥିଲେ ଓ ହାତୀଟି ତାଙ୍କୁ କଚାଡି ମରିଦେଇ ଥିଲା | ପ୍ରାପ୍ତ ସୂଚନା ମୁତାବକ ଘଟଣା ସ୍ଥଳରେ ଦୁଷ୍ମନ୍ତଙ୍କର ମୃତ୍ୟୁ ହୋଇଥିଲା ଓ ଗ୍ରାମବାସୀ ଙ୍କ ଦ୍ଵାରା ମୃତଦେହ ଉଦ୍ଧାର କରାଯାଇଥିଲା | ଏହି ଘଟଣା କୁ କେନ୍ଦ୍ରକରି ଗ୍ରାମବାସୀ ଏବଂ ବନ ବିଭାଗ ଅଧିକାରୀ ଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା | ବନବିଭାଗର କର୍ମଚାରୀ ଲୋକମାନଙ୍କୁ ବୁଝାସୁଝା କରିବା ପରେ, ଶବ ବ୍ୟବଚ୍ଛେଦ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି l

ପଶୁମାନଙ୍କ ଦୁଃଖ ବୁଝିଲେ ପୋଲିସ୍ ଓ ସ୍ବେଚ୍ଛାସେବୀ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଅସହାୟ ବୁଲା ଗୋରୁଗାଈଙ୍କୁ ଖାଦ୍ୟ ପ୍ରଦାନ କଲେ ସ୍ବେଚ୍ଛାସେବୀ ଓ ପୋଲିସ : ସାଧାରଣରେ ସ୍ବାଗତ ବ୍ୟୁରୋ ରିପୋର୍ଟ - କରୋନାରେ ସମ୍ପୂର୍ଣ୍ଣ ଦେଶ ଲକ୍ ଡାଉନ୍ ଥିବାରୁ ସରକାର ଲୋକମାନଙ୍କ ଖାଦ୍ୟପେୟ ନିମନ୍ତେ ବିଭିନ୍ନ ଯୋଜନା ଲାଗୁ କରିଛନ୍ତି । କିନ୍ତୁ ଯୋଜନାରୁ ବାଦ୍ ପଡ଼ିଥିବା ବୁଲା ପଶୁମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଜନଶୂନ୍ୟ ରାସ୍ତାରେ ବୁଲୁଛନ୍ତି ସହ ସହ ଗୋରୁଗାଈ । ପ୍ରତିଦିନ ବଜାରରେ ଚଳପ୍ରଚଳ କରୁଥିବା ବ୍ୟକ୍ତି ତଥା ହୋଟେଲର ଫିଙ୍ଗା ଖାଦ୍ୟ ଖାଇ ବଞ୍ଚୁଥିବା ବୁଲା ଗୋରୁ ଗାଈ ଗୁଡ଼ିକ ଖାଇବାକୁ ନପାଇ ଜରାଜୀର୍ଣ୍ଣ ହୋଇଗଲେଣି । ଖାଦ୍ୟ ପାଇଁ ଏମାନେ ଡହଳ ବିକଳ ହେଉଛନ୍ତି । ଏପରି କି ଖାଦ୍ୟାଭାବ ଯୋଗୁ କେତେକ ପଶୁ ଏକ ପ୍ରକାର ମରଣ ମୁହଁକୁ ଠେଲି ହୋଇଗଲେଣି । ବ୍ରହ୍ମପୁର ମହାନଗର ନିଗମ (BeMC) ପକ୍ଷରୁ ଯେଉଁ ସହାୟତା ଦିଆଯାଉଛି ତାହା ପଯ୍ୟପ୍ତ ନୁହେଁ । ଏଭଳି ସ୍ଥିତିରେ ପଶୁ ପ୍ରେମୀ ଏବଂ ପୋଲିସ କର୍ମୀ ଏମାନଙ୍କ ସାହା ପାଲଟିଛନ୍ତି । ଆଜି ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସହ ଗୋଷାଣୀନୁଆଗାଁ ଥାନା ଅଧିକାରୀ ସୁମିତ୍ ସୋରେନ, ବ୍ରହ୍ମପୁର ବିଜେଡି ନଗର ଯୁବ ସମ୍ପାଦକ ତଥା ସମାଜସେବୀ ଏଲ୍ ରବି ରେଡ଼ି, ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, ଗଣେଶ ସାହୁ, ମୁନା କୁମାର ସାହୁ, ଅଜିତ୍ ସେଠୀ, କାହ୍ନା ଗୌଡ, ସନ୍ତୋଷ କୁମାର ଗୌଡ, ଅନୁପ ନାୟକ, ଅନିଲ ପାତ୍ର

ବିଶ୍ୱର ବିକାଶ ଓ ମଙ୍ଗଳ, କଲ୍ୟାଣ ପାଇଁ ବିଶ୍ୱ ଶାନ୍ତି ମହାଯଜ୍ଞ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଅନୁଗୁଳ (ବ୍ୟୁରୋ ରିପୋର୍ଟ) ତା ୨୮,୪,୨୦- ପୂଜାର୍ଚ୍ଚନା ଓ ଆଧ୍ୟାତ୍ମିକ ବିଶ୍ବାସ ସାଧାରଣ ଲୋକଙ୍କ ଜୀବନ ସହିତ ଜଡ଼ିତ ରହିଥାଏ, ଯେଉଁ ଧର୍ମର ଲୋକ ହୁଅନ୍ତୁ ବା କାହିକିଁ ଜୀବନରେ ବଞ୍ଚିବା ପାଇଁ କର୍ମ ସହିତ ଆଧ୍ୟାତ୍ମିକତା ଆବଶ୍ୟକତା ରହିଛି l ଏହିଭଳି ସାରା ବିଶ୍ୱ କୋରୋନା ସଂକ୍ରମଣ ରେ ଯେମିତି ବେହାଲ ହୋଇ ଯାଇଛି ତାହାକୁ ଦୃଷ୍ଟି ରେ ରଖି ଅନୁଗୁଳ କୁମୁରସିଙ୍ଗl କାବୁଲିପାଳସ୍ଥିତ ଆଶୁତୋଷ ଆଶ୍ରମ ରେ ସ୍ୱାମୀ ଶ୍ରୀ ଅଖଣ୍ଡାନନ୍ଦ ପୁରୀ ଜି ମହାରାଜ ଜୀ ଙ୍କ ଉପସ୍ଥିତିରେ  ଆଜି ଏକ ବିଶ୍ୱ ଶାନ୍ତି ରୁଦ୍ରମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି l ସରକାର ଙ୍କ ଲକ ଡାଉନ ନିୟମ କୁ ପାଳନ କରି ସାମାଜିକ ଦୂରତା ନିୟମ କୁ ପାଳନ କରାଯାଇଛି ଓ ୧୦୮ ଗାୟତ୍ରୀ ମନ୍ତ୍ର ଜପ ଏବଂ ୧୦୮ ମହାମୃତୁଞ୍ଜୟ ମନ୍ତ୍ର ମଧ୍ୟ ପାଠ କରାଯାଇଥିଲା ଆଜିର ଏହି ଧାର୍ମିକ ବ୍ଯବସ୍ଥା କୁ ସମାଜ ର ମଙ୍ଗଳ କାମନା ରେ ଉତ୍ସର୍ଗୀକୃତ କରାଯାଇଥିଲା I 

ସାମାଜିକ ଦୂରତା ନିୟମ ରକ୍ଷା କରି, ଆଧ୍ୟାତ୍ମିକ କାଯ୍ୟକ୍ରମ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

Image
ଅନୁଗୁଳ - ତା ୨୮,୪.୨୦(ବ୍ୟୁରୋ ରିପୋର୍ଟ ) ଦୁନିଆ ରେ ଭୟଙ୍କର କାୟା ବିସ୍ତାର କରି ଥିବା କୋରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି କେନ୍ଦ୍ର ତଥା ରାଜ୍ୟ ସରକାର ଯେଉଁ ଲକ ଡାଉନ ଘୋଷଣା କରିଛନ୍ତି ସେହି ନିୟମ ଅନୁସାରେ ଆଜି ଶଙ୍କରାଚାର୍ଯ୍ୟ ପୀଠ ପରିଷଦ ଓ ଆଦିତ୍ୟ ବାହିନୀ ଅନୁଗୁଳ ଶାଖା ଆନୁକୂଲ୍ୟ ରେ ଆଦିଶଙ୍କରାଚାର୍ଯ୍ୟ ଜୟନ୍ତୀ ଅତି ନିରାଡ଼ମ୍ବର ଭାବରେ ସଦସ୍ୟ ଶ୍ରୀ ବିପିନ ମହାପାତ୍ର ଙ୍କ ସୁସୁଡା ସ୍ଥିତ ବାସଭବନରେ ସରକାର ଙ୍କ ନିୟମ ପାଳନ କରି ସାମାଜିକ ଦୂରତ୍ୱ ବଜାୟ ରଖି ଗୁରୁ ପୂଜନ ଓ ପାଦୁକା ପୂଜନ ରୀତିନୀତି ଅନୁଯାୟୀ ପାଳନ କରାଯାଇଛି ଏଥିରେ ସଭାପତି ବାସୁଦେବ ହୋତା, ପଣ୍ଡିତ କୁମାର ରୋହିତ ଦାସ, ଡଃ.ସୁଧୀର ମିଶ୍ର ଓ ବିପିନ ମହାପାତ୍ର ଉପସ୍ଥିତ ରହି ସମାଜ ତଥା ବିଶ୍ୱର ମଙ୍ଗଳ କାମନା କରି ଥିଲେ ।

ଛୋଟ ପିଲା ହାତରେ ଯାଦୁକାରୀ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ବ୍ୟୁରୋ ରିପୋର୍ଟ - କରୋନା ର କରାଳ ସାରା ଦେଶରେ ଏବେ ହଇଚଇ ସୃଷ୍ଟି କରିଥିବା ବେଳେ ସାଧାରଣଲୋକଙ୍କୁ ଘରେ ଏକପ୍ରକାର ବାନ୍ଧି ରଖିଛି l ଏହି ସମୟରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ର ମାଟି ମାଡି ପାରୁନାହାନ୍ତି, ତେଣୁ ସେମାନଙ୍କୁ କୌଣସି ପ୍ରକାର ର ସମୟକୁ ଅତିବାହିତ କରିବାକୁ ହେଉଛି, କିଏ ଟେଲିଭିଜନରେ ସମୟ କାଟୁଛନ୍ତି ତ କିଏ କିଏ ଘରୋଇ ଖେଳ ରେ l ଏହି ପରି ଅନେକ ଛାତ୍ରଛାତ୍ରୀ ତାଙ୍କ ନିଜ ମୁତାବକ ଘରେ ବସି କାର୍ଯ୍ୟ ନିର୍ବାହ କରୁଛନ୍ତି l ଏହି ଅବସରରେ ଆମେ ଆପଣଙ୍କୁ କିଛି ଝଲକ ଦେଖିବାକୁ ସୁଯୋଗ ଦେଉଛୁ, ଏହି ପିଲାଟି ହେଉଛି ସରସ୍ଵତୀ ବିଦ୍ୟାମନ୍ଦିର, ରଙ୍ଗ ବଜାର୍ ଭୁବନେଶ୍ଵର ତୃତୀୟ ଶ୍ରେଣୀର ଛାତ୍ର ସୁଜିତ୍ ଚାନ୍ଦ ପ୍ରଧାନ, ବୟସ ଆଠ ବର୍ଷ, କିନ୍ତୁ ତାଙ୍କର ରୁଚି ଚିତ୍ରାଙ୍କନ ପ୍ରତି l ଘରେ ପାଠପଢ଼ା ପରେ ବାକି ସମୟ କୁ ସେ ନିଜର କଳା ପାଇଁ ଉପଯୋଗ କରିଥାନ୍ତି l ସେ ହେଉଛନ୍ତି ଦାନଗଦି ର ସୁଶୀଲ ଚାନ୍ଦ ପ୍ରଧାନ ଓ ମାତା swagatika ଦାସ ଙ୍କ  ସୁପୁତ୍ର l ଛୋଟ ବୟସରୁ ହିଁ ସେ ତାଙ୍କର କଳାକୃତିର ବେଶ୍ ଭଲ ଭାବରେ ପରିପ୍ରକାଶ କରୁଛନ୍ତି l

ସଟସର୍କିଟରେ ଜଳିଗଲା ଚାରି ବଖରା ଘର, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଅନୁଗୁଳ (ଆଠମଲ୍ଲିକ) - ଘଟିଯାଇଛି ଏକ ଅଭାବନୀୟ ଘଟଣା, କ୍ଷଣିକ ମଧ୍ୟରେ ଜଳିପୋଡ଼ି ପାଉଁଶ ହୋଇଯାଇଛି ଏକ ଗରିବ ପରିବାର ଘର l ଆଜି ଅପରାହ୍ନ ୧ ଟା ବେଳେ ହଠାତ ଜଳି ଉଠିଥିଲା କିଶୋରନଗର ବ୍ଲକ କଣ୍ଢାଳ ଗ୍ରାମର ଶରତ ଦେହୁରୀଙ୍କ ଚାଳ ଘର,ନିଆଁରେ ଜଳି ପାଉଁଶ ହେଇଗଲା ଶରତଙ୍କ ଚାରି ବଖରା ଘର | ଗାଁ ଲୋକେ ଘର ଜଳୁଥିବାର ଦେଖି ସଙ୍ଗେ ସଙ୍ଗେ ବାମୁର ଅଗ୍ନିଶମ ବିଭାଗକୁ ଦିନ ୧ ଟା ବେଳେ ଖବର ଦେଇଥିଲେ କିନ୍ତୁ ଅଗ୍ନିଶମ ବିଭାଗ ନିଆଁ ଲିଭା ସ୍ଥଳେ ପହଞ୍ଚିବା ପୂର୍ବରୁ ଗାଁର କିଛି ଲୋକମାନେ ନିଆଁ ଲିଭାଇବା ପାଇଁ ଚଢ଼ିଯାଇଥିଲ ଶରତଙ୍କ ଘର ଉପରେ | ସ୍ଥାନୀୟ ନଳକୂପ ଓ ପୋଖରୀରୁ ପାଣି ଆଣି ଦୀର୍ଘ ସମୟ ପର୍ଯ୍ୟନ୍ତ ପରିଶ୍ରମ କରି ନିଆଁ କୁ ଆୟତ କରିବାରେ ସଫଳ ହୋଇଥିଲେ |        ଗ୍ରାମବାସୀ ଙ୍କ ଦ୍ୱାରା ନିଆ ଆୟତ ହେବ ପରେ ଆସି ପହଞ୍ଚିଥିଲେ ଅଗ୍ନିଶମ ବିଭାଗର କର୍ମଚାରୀ | ସେଠାକାର ସ୍ଥିତିକୁ ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନ କରିଥିଲେ ବିଭାଗର କର୍ମଚାରୀ ଶ୍ରୀ ଏସ ଏନ ଆଚାର୍ଯ୍ୟ | ଶ୍ରୀ ଆଚାର୍ଯ୍ୟ ଙ୍କ ସୂତ୍ରରୁ ପ୍ରକାଶ ଯେ ଇଲେକ୍ଟ୍ରି ସଟସର୍କିଟ ଯୋଗୁ ଚାଳରେ ନିଆଁ ଲାଗି ଯାଇଥିଲା ଓ ଚାରିଟି ଘର ଜଳିଯାଇଥିଲା | ପ୍ରାୟ ଦଶ ହଜାର ଟଙ୍କାର ସମ୍ପତି ଜଳି ଯାଇଥିବାର ସୂଚନା ଦେଇଥିଲେ ଶ୍ରୀ ଆଚାର୍ଯ୍ୟ | ଗାଁ ର ଲୋକମାନଙ୍କ କହିବା କଥା ଶରତ ବହୁତ ଗରିବ ହୋଇଥିବାରୁ ଯଦି ତାଙ୍କୁ ସରକାରଙ୍କ ପକ୍ଷରୁ କି