Posts

ଯାଜପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଚକ୍ରବର୍ତ୍ତୀ ସିଂ ରାଠୋର l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା ର ୨୧ ତମ ଜିଲ୍ଲାପାଳ ଭାବେ ଦାୟିତ୍ଵ ନେଲେ ଚକ୍ରବର୍ତ୍ତୀ ସିଂ ରାଠୋର। ସୋମବାର ପୂର୍ବାହ୍ନରେ ମା ବିରଜାଙ୍କ ମନ୍ଦିର ବାହାରେ ମା ଙ୍କୁ ପ୍ରଣାମ କରି ଆଶୀର୍ବାଦ କାମନା କରିଥିଲେ ଶ୍ରୀ ରାଠୋର। ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ। ଶ୍ରୀ ରାଠୋର ଏହା ପୂର୍ବରୁ ବରହମପୁର ମୁନିସିପାଲ କର୍ପୋରେସନ ର କମିଶନର ଭାବେ କାର୍ଯ୍ୟରତ ଥିଲେ। ଜିଲ୍ଲାପାଳ ଙ୍କ ଦାୟିତ୍ଵ ଗ୍ରହଣ ସମୟ ରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକଙ୍କ ସହ ଆଇ ଏ ଏସ୍ ପ୍ରୋବେସନର ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗ ନଗର ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଅକ୍ଷୟ କୁମାର ମଲ୍ଲିକ, ଜିଲ୍ଲାପାଳ ଙ୍କ ସ୍ୱତନ୍ତ୍ର ଅଧିକାରୀ କୁଳମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ରଂଜନ କୁମାର ଦାସ ଙ୍କ ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିଲା। RITA VISION NEWS 

କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଅନ୍ଧାରି ମୂଳକ ଗାଁ ରଣା ଗୁଣ୍ଡି ର ହରିଜନ ସାହି l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳ, ଦାନଗଦି ବ୍ଲକ୍ ର ରଣା ଗୁଣ୍ଡି ଗ୍ରାମପଞ୍ଚାୟତର ୭ ନମ୍ବର ୱାର୍ଡର ତଳ ହରିଜନ ସାହି l ଏହିଠାରେ ବାସକରନ୍ତି ୨୮ ଟି ପରିବାର, ଭୋଟର ସଂଖ୍ୟା ୨୦୦ ରୁ ଉର୍ଦ୍ଧ l ଏହା ଏକ ଏହିପରି ସାହି ଯେଉଁ ସାହି କୁ ଗମନାଗମନ ପାଇଁ କୌଣସି ସୁବିଧା ନାହିଁ l ଖରାଦିନରେ ଲୋକମାନେ ଟିକେ ଯା' ଆସ କରିପାରିବେ କିନ୍ତୁ ବର୍ଷା ଦିନ ଆସିଲେ ନା ଯାଇପାରେ ଟ୍ରାକ୍ଟର ନା ଦୁଇଚକିଆ ଯାନ, ଏମିତିକି ସାଇକେଲ ଯିବା ଅସମ୍ଭବ I ରୋଗୀମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଏକ ମାତ୍ର ସାହାରା ଦୋଳl ବା ଖଟିଆ l ଗାଁ ରୁ ଆନୁମାନିକ ଦେଢ଼ କିଲୋମିଟର ଆସିଲେ ରୋଗୀ ବୁହାହୋଇ ଆସିଲେ ଆମ୍ବୁଲାନ୍ସ ସେବା ଉପଲବ୍ଧ ହୋଇଥାଏ l କାହିଁ କେତେ କାଳରୁ ସେ ଅସୁବିଧା ହୋଇଆସୁଛି କିନ୍ତୁ ପ୍ରଶାସନିକ ଅଧିକାରୀ କିମ୍ବା ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ପଡ଼ି ପାରୁନାହିଁ l ଏହି ଅପାନ୍ତ ବସ୍ତି ର ଲୋକମାନେ ନିଜର ମୌଳିକ ଅଧିକାର ପାଇଁ କେତେଥର ସରପଞ୍ଚ ଏବଂ ନେତାଙ୍କୁ ଜଣାଇଛନ୍ତି କିନ୍ତୁ ଫଳ ଶୂନ l ଏହି ହରିଜନ ବସ୍ତି ରେ ଏମିତି କି ପାଣି ସମସ୍ୟା, ଅଙ୍ଗନୱାଡ଼ି, ସ୍କୁଲ ନାହିଁ l ଛୋଟ ଛୋଟ ପିଲା ସେଠାରୁ ଚାରି କିଲୋମିଟର ଦୂରରେ ଅବସ୍ଥିତ ଉପର ସାହି କୁ ଚାଲି ଚାଲି ଅଙ୍ଗନୱାଡ଼ି କୁ ଯାଇଥାନ୍ତି l ସ୍କୁଲ ପିଲାମାନଙ୍କୁ ପାଦ

କେଶରୀୟା ହିନ୍ଦୁ ବାହିନୀ ଯାଜପୁର ଜିଲ୍ଲା ପକ୍ଷରୁ ସ୍ଵର୍ଗତ ବି. ଟଙ୍କଧର ଭାଇ ଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ '' ଶୋକସଭା '' l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- କେଶରୀୟା ହିନ୍ଦୁ ବାହିନୀ, ଯାଜପୁର ଜିଲ୍ଲା ପକ୍ଷରୁ ଆଜି ସଂନ୍ଧ୍ୟା ଘ. ୬.୩୦ ମି. ରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା l କେଶରୀୟା ହିନ୍ଦୁ ହିନ୍ଦୁ ବାହିନୀ ଗଞ୍ଜାମ ଜିଲ୍ଲା ସହ ପ୍ରଭାରୀ ସ୍ଵର୍ଗତ ବି. ଟଙ୍କଧର ଭାଇ ଜଣେ ସୁସଂଗଠକ ଓ ସମାଜ ସଂସ୍କାରକ ବ୍ୟକ୍ତି ଥିଲେ l ସେ ବହୁ କମ ବୟସରେ ମାତ୍ର ୪୭ ବର୍ଷ ବୟସରେ ଆମ୍ଭମାନଙ୍କୁ ଛାଡ଼ି ଇହଲୀଳା ସମ୍ବରଣ କରିଛନ୍ତି l ତାଙ୍କ ଅମର ଆତ୍ମାର ସଦ୍ ଗତି କାମନା କରି କେଶରୀୟା ହିନ୍ଦୁ ବାହିନୀ, ଯାଜପୁର ଜିଲ୍ଲା ପକ୍ଷରୁ ଆଜି ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା l ଉକ୍ତ ସଭାରେ ଯାଜପୁର ଜିଲ୍ଲାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିମନ୍ୟୁ ଶତପଥୀ ଙ୍କ ସହିତ ଜିଲ୍ଳା ପ୍ରବକ୍ତା ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବଳସାମନ୍ତ, ଜିଲ୍ଲା ସହସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ଉପାଦକ୍ଷ ଶ୍ରୀକାନ୍ତ ମହାପାତ୍ର, କୋଷାଧ୍ୟକ୍ଷ ଅରୁଣ କୁମାର ମହାରଣା, ବ୍ୟାସନଗର ପୌରପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜେନାମଣି ସହ ଦାନଗଦି ବ୍ଲକ ଅଧ୍ୟକ୍ଷ ଗୋପୀନାଥ ରାଉତ ଏବଂ ଦାନଗଦି ବ୍ଲକ ପ୍ରଖଣ୍ଡ ମିଡିଆ ସେଲ୍ ଅଧ୍ୟକ୍ଷ ଉମାକାନ୍ତ ମହାପାତ୍ର ଯୋଗଦେଇ ସ୍ଵର୍ଗତ ଟଙ୍କଧର ଭାଇ ଙ୍କ ସ୍ମୃତି ଚାରଣ କରିବା ସହିତ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l RITA vision News 

ପାର୍ବଣ ପୂର୍ବରୁ ସରକାରୀ ନିର୍ଦ୍ଦେଶ କୁ ନେଇ ହାଇକୋଟ ଗଲା ପୂଜା କମିଟି l

Image
 ବ୍ୟୁରୋ ରିପୋର୍ଟ (Rita vision News) :- ଆଗକୁ ଆସୁଛି ପାର୍ବଣ, ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ବିଭିନ୍ନ କରୋନା ନିୟମ ଅନୁଯାୟୀ ପୂଜା ପାଳନ କରିବା ପାଇଁ ନିଷ୍ପତ୍ତି କୁ ପୂଜା କମିଟି ଗୁଡିକ ଅସମର୍ଥ ପ୍ରକାଶ କରିଛନ୍ତି l ଆଗକୁ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗା ପୂଜା, କାଳୀ ପୂଜା, ଲକ୍ଷ୍ମୀ ପୂଜା ପାଇଁ ଓଡ଼ିଶା ସରକାର ଜାରି କରିଥିବା ଗାଇଡଲାଇନ୍ସକୁ ଚ୍ୟାଲେଞ୍ଜ କରି କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଛି। ମାମାଲାର ମାନ୍ୟବର କୋର୍ଟ କି ବିଚାର କରିବେ ତାହା ସମୟ କହିବ l ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ମଣ୍ଡପକୁ ଚ୍ୟାଲେଞ୍ଜ କରି ଏହି ମାମଲା ଦାୟର କରାଯାଇଛି। ମୂର୍ତ୍ତିର ଉଚ୍ଚତା ୪ ଫୁଟ ରଖିବାକୁ ସରକାର ଗାଇଡଲାଇନ ଜାରି କରିଛନ୍ତି। ସେହିପରି ମଣ୍ଡପର ୩ ପାର୍ଶ୍ୱ ସଂପୂର୍ଣ୍ଣ ଓ ଚତୁର୍ଥ ପାର୍ଶ୍ୱ ଆଂଶିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି।

ଆସନ୍ତୁ ନଜର ପକାଇବା ମୁଖ୍ୟ ଖବର ଉପରେ.... l

Image
➡️ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆସନ୍ତା ୧୩ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୨ତାରିଖରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ମଧ୍ୟମରୁ ବଡ଼ ଧରଣର ବର୍ଷା ହୋଇପାରେ। ➡️କରୋନା ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ ଲାଗୁ ହେବ ଗଂଜାମ ଫର୍ମୁଲା; ବ୍ୟାପକ ହେଲଥ୍‌ ସ୍କ୍ରିନିଂ ପାଇଁ ୫୬୫ଟି ରାପିଡ୍ ରେସପନ୍ସ ଟିମ୍; କରୋନା ନିୟମ ମାନୁଛନ୍ତି କି ନାହିଁ, ଆକ୍ରାନ୍ତଙ୍କ ଉପରେ କଡ଼ା ନଜର ରହିବ; କରୋନା ନେଇ ସନ୍ଦେହ ହେଲେ ୧୯୨୯କୁ କଲ୍ କରି ତଥ୍ୟ ପାଇପାରିବେ । ➡️ଆଜି ଜୁନାଗଡର ଅଧିଷ୍ଠାତ୍ରୀ ଦେବୀ ମା ଲଙ୍କେଶ୍ବରୀଙ୍କ ଖଣ୍ଡାବସା ଯାତ୍ରା, ଆଜି ଦିନ ୨ଟାରୁ କାଲି ସକାଳ ୬ଟା ଯାଏଁ ଜାରି ହେଲା ୧୪୪ ଧାରା, ମନ୍ଦିର ପରିସରରୁ ୫୦୦ ମିଟର ଅବଧି ମଧ୍ୟରେ ୧୪୪ ଧାରା ଜାରି। ➡️ମାଓବାଦୀଙ୍କ ଆକ୍ରମଣରେ ୨ ଏସଓଜି ଯବାନ ସହିଦ । ସହିଦ ଯବାନ ଦେବାଶିଷ ଟୁଡୁ, ସୁଧୀର କୁମାର ଟୁଡୁ । କାଲି ଏନକାଉଣ୍ଟରରେ ନିହତ ହୋଇଥିଲେ ୫ ମାଓବାଦୀ । କାଲି ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । କଳାହାଣ୍ଡି-କନ୍ଧମାଳ ସୀମାନ୍ତରେ ହୋଇଥିଲା ଗୁଳିବିନିମୟ । ➡️ଡ଼ୁମୁଡ଼ୁମା ରଘୁନାଥ ନଗରରେ ଜଳଖିଆ ଦୋକାନୀଙ୍କ ଉତ୍ପାତ, ସାମାନ୍ୟ ବଚସାରୁ ବାପ, ପୁଅଙ୍କ ଉପରେ ଢାଳି ଦେଲା ଗରମ ତେଲ ବାପ, ପୁଅ ହସ୍ପିଟାଲରେ ଭର୍

ଯାଜପୁର ବନ୍ୟା ପରିସ୍ଥିତି ଉପରେ ସମୀକ୍ଷା ବୈଠକ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ବନ୍ୟା ପରିସ୍ଥିତି ଉପରେ ସମୀକ୍ଷା ବୈଠକରେ, ଯାଜପୁର ର ବନ୍ୟା ଓ କରୋନା ପରିଚାଳନା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଓ ସହରାଞ୍ଚଳ ଗୃହ ନିର୍ମାଣ ର ନିର୍ଦ୍ଦେଶକ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ସ୍ଥାନୀୟ ସର୍କିଟ ହାଉସ ଠାରେ ତା ୮/୯/୨୦୨୦ ରିଖରେ ଜିଲ୍ଲାର ବନ୍ୟା ପରବର୍ତ୍ତୀ ସ୍ଥିତି ଓ କରୋନାର ସମୀକ୍ଷା କରିଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ଓ ତାଙ୍କର ଟିମ୍ କୁ ସଠିକ ବନ୍ୟା ପରିଚାଳନା ପାଇଁ ଧନ୍ୟବାଦ୍ ଜଣାଇଥିଲେ Umakanta Mohapatra (Rita vision News) 

କୁଜିନେତା ଓ ଗୁଣ୍ଡା ଶ୍ରେଣୀର ଲୋକଙ୍କ ଛତ୍ର ଛାୟାରେ ରେ ଚାଲିଛି ଦେଶୀ ମଦ କାରବାର, ସହଯୋଗ କରୁଛି ସ୍ଥାନୀୟ ପୋଲିସ l

Image
ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳ ର ଧୂଳିଗଡ଼ ଗ୍ରାମପଞ୍ଚାୟତର ମାନଗୋବିନ୍ଦ ପୁର ସହର ସାହି ରେ ଚାଲିଛି ବେଆଇନ୍ ଭାବେ ଦେଶୀ ମଦ ବିକ୍ରି l ଅନ୍ୟ ଜିଲ୍ଲାରୁ ଆସି ଏଇ କିଛି ବର୍ଷ ଧରି ମାନଗୋବିନ୍ଦ ପୁର ସହର ସାହି ରେ ରହି ଆସୁଥିବା ଲୋକନ ମାଝୀ ଏବଂ ରେଣୁବାଳା ସିଂ ସ୍ୱା. ମଦନ ନାୟକ ନିଜ ଘରେ ଦେଶୀ ମଦ ସହିତ ସ୍ପିରିଟ୍ ମିଶା ନିଶା ପାନୀୟ ବିକ୍ରୀ କରୁଛନ୍ତି l ସହର ସାହି ର ଲୋକମାନେ ଏହାକୁ ବିରୋଧ କରି ସ୍ଥାନୀୟ ଧୂଳିଗଡ଼ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଅବକାରୀ ବିଭାଗ କୁ ଜଣାଇଥିଲେ l ଗତ ଅଗଷ୍ଟ ୨୮ ତାରିଖରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ସେଠାରୁ କିଛି ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଥିଲା l ଜମିନ୍ ପାଇ ଫେରିଥିବା ଉକ୍ତ ଲୋକ ସ୍ଥାନୀୟ ଶାସାକ ଦଳର କିଛି କୁଜିନେତା ଓ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ମୋହରା କରି ପୁନର୍ବାର ଚୋରା ମଦ ବ୍ଯବସାୟ ଆରମ୍ଭ କରିଲା l ବସ୍ତି ବାସିନ୍ଦା ଲୋକମାନେ ଏହାକୁ ବିରୋଧ କରିବାରୁ, ବସ୍ତିର ମୁଖିଆ ସଂଗ୍ରାମ ବିଶ୍ଵାଳ ଙ୍କୁ ଅନ୍ୟ ଏକ ପାଖ ପଞ୍ଚାୟତର ଦୁଇଜଣ ଗୁଣ୍ଡା ଲୋକଙ୍କୁ ଲଗାଇ ଧମକ ଦେବାକୁ ପଛାଇ ନ ଥିଲା l ଆଜି ଏହି ଦୁଇ ଅସାମାଜିକ ବ୍ୟକ୍ତି ଓଲଳ ଗ୍ରାମର ଲୋଚନ ପେରାଇ ଓ ତ୍ରିଲୋଚନ ପେରାଇ ସଂଗ୍ରାମ ବିଶ୍ଵାଳ ଙ୍କ ଘରେ ପହଞ୍ଚି '' ସେ ସ୍ତ୍ରୀ ଲୋକ ମଦ ବିକିବ ତୁମେ ଯଦି ବିରୋଧ