Posts

ରାଜଧାନୀର ପେଟ୍ରୋଲ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ l

Image
.        ଅଗ୍ନିକାଣ୍ଡ ଘଟିଥିବା ପେଟ୍ରୋଲ ପମ୍ପ  ବ୍ୟୁରୋ ରିପୋର୍ଟ : - ରାଜଧାନୀ ଭୁବନେଶ୍ୱରର ପେଟ୍ରୋଲ ପମ୍ପରେ ଲାଗିଲା ଭୟଙ୍କର ଅଗ୍ନିକାଣ୍ଡ । ଗଭର୍ଣ୍ଣର ହାଉସ ପାଖ ପେଟ୍ରୋଲ ପମ୍ପରେ ଲାଗିଛି ଏହି ନିଆଁ । ଭୀଷଣ ଭାବେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଉଠିଛି ପେଟ୍ରୋଲ ପମ୍ପ । .                       ଆହାତ ଲୋକ   ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ୟମ ଜାରି ରଖିଛି । ତେବେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ତେବେ ଏକ ଗ୍ୟାସ ଟାଙ୍କି ଫାଟି ଏପରି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ହେଲେ ଏହାଦ୍ୱାରା କ’ଣ କ୍ଷୟକ୍ଷତି ଘଟିଛି ତାହା ଜଣାପଡ଼ିନି।

ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - କଳିଆପାଣି ଖଣି ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଆଜି ସଖାଳୁ ସଖାଳୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । କାଳିଆପାଣି ପୁଡା ହାଟିଙ୍ଗ ନିକଟସ୍ଥ ଆମ୍ବ ତୋଟାରେ ଆମ୍ବ ଗଛରେ ରସି ଲଗେଇ ଆତ୍ମ ହତ୍ୟା କରିଛନ୍ତି । ରଂଜିତ କେର୍କେଟା ( ୨୧ ) ସୂଚନା ମୁତାବକ ମୃତ ରଂଜିତ କଳିଆପାଣି ଗ୍ରାମର ମୋତି ହସ କେର୍କେଟାଙ୍କ ପୁଅ ପାରିବାରିକ କଳହକୁ କେନ୍ଦ୍ରକରିଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ କଳିଆପାଣି ପୋଲିସ ପହଞ୍ଚି ଶବ ଜବତ କରିବାସହ ଘଟଣା ର ତଦନ୍ତ ଆରମ୍ଭ କରିଛି ।

ଜିଲ୍ଳା ପୋଲିସ୍ ଦ୍ଵାରା ଚାରି ଜଣ ଡକାୟତ ଗିରଫ l

Image
                ଗିରଫ ଚାରି ଡକାୟତ  ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ, ଡକାୟତି ଯୋଜନା କରୁଥିବା ଏକ ଡକାୟତ ଦଳ କୁ କାବୁ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ l    ଏହି ମାମଲାରେ ପୁଲିସ ପକ୍ଷରୁ ୪ ଜଣ ଙ୍କୁ ଗିରଫ କରି ସେମାନଙ୍କ ପାଖରୁ ଦୁଇଟି ମଟର ସାଇକେଲ, ଗୋଟିଏ ଭୁଜାଲି, ଗୋଟିଏ ଛୁରୀ, ଦୁଇଟି ଜୀବନ୍ତ ଗୁଳି, ଗୋଟିଏ ପିସ୍ତଲ, ୫୫୧ ଗ୍ରାମ୍ ର ରୂପା ଅଳଙ୍କାର, ନଗଦ ୮୧୯୦ ଟଙ୍କା ଜବଦ କରିଛି l        ପୋଲିସ୍ ଦ୍ଵାରା ଉଦ୍ଧାର ହୋଇଥିବା ଜିନିଷ   ଧର୍ମଶାଳା PS ରେ ଏକ କେସ୍ U / S 399/402 IPC / 25 ଆର୍ମସ୍ ଆକ୍ଟ ପଞ୍ଜିକୃତ ହୋଇଛି | ସମସ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାନ୍ୟବର କୋର୍ଟକୁ ପଠାଯାଇଛି। ବିଭିନ୍ନ ଡକାୟତି ଏବଂ ଚୋରିରେ ସେମାନଙ୍କର ସମ୍ପୃକ୍ତି ଅନୁସନ୍ଧାନ କରାଯାଇଛି ଏବଂ ପରବର୍ତ୍ତୀ ଅନୁସନ୍ଧାନ ଜାରି ରହିଛି। (Rita vision News)

ଏବେ ବି ଲୋକଙ୍କ ଠାରେ ରହିଛି ଆଧ୍ୟାତ୍ମିକ ଭାବନା, କରୋନା ମହାମରୀ ପାଇଁ ପୂଜାର୍ଚ୍ଚନା I

Image
             ଅଧିଷ୍ଠାତୀ ଦେବୀ ମା ଖଣ୍ଡୁରୀ  ଯାଜପୁର (କଳିଙ୍ଗନଗର) - ମହାମାରୀ କରୋନା ଦାଉରୁ ରକ୍ଷା ପାଇବାକୁ ତଥା ଗ୍ରାମ ରେ ଶାନ୍ତିର ବାତାବରଣ ସୃଷ୍ଟି କାରିବାକୁ ପ୍ରୟାସ ଜାରି ରଖିଛନ୍ତି ଗ୍ରାମବାସୀ I ଆଧ୍ୟାତ୍ମିକ ଚେତନାର ବିକାଶ ତଥା ପୁରାଣ ଅନୁସାରେ ଗ୍ରାମର ରକ୍ଷା ଦାତ୍ରୀ କୁ ଲୋକମାନେ ଏବେବି ବିଶ୍ବାସ କରିଛନ୍ତି l  ପୂଜାର୍ଚ୍ଚନା କରିବା ଦ୍ୱାରା ଗ୍ରାମ ବାସିନ୍ଦା ଙ୍କ ମଙ୍ଗଳ ହୋଇଥାଏ ବୋଲି ଏବେବି ବିଶ୍ବାସ କରନ୍ତି ଲୋକମାନେ l ଏହିଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ମାନଗୋବିନ୍ଦ ପୁର ଗ୍ରାମରେ I ଗ୍ରାମର କିଛି ପୁରୁଖା ଲୋକ ଏବଂ ଯୁବକମାନଙ୍କ ଦ୍ୱାରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଖଣ୍ଡୁରୀ ଙ୍କ ପୂଜାର୍ଚ୍ଚନା କରିଛନ୍ତି l କରୋନା ନିୟମ ଅନୁସାରେ ଏଠାରେ କରାଯାଇଛି ପୂଜାଅର୍ଚ୍ଚନା l ଗ୍ରାମର ପୂର୍ବତନ ସରପଞ୍ଚ ବସନ୍ତ କୁମାର ରଣା ଙ୍କ ସହ ଅରୁଣ କୁମାର ପୃଷ୍ଟି ଙ୍କ ଦ୍ଵାରା ଏହା ଆୟୋଜନ କରାଯାଇଥିଲା l (Rita vision News)

ବଲାଙ୍ଗୀର ଜିଲ୍ଲା କେଶରୀଆ ହିନ୍ଦୁ ବାହିନୀ ପକ୍ଷରୁ କରୋନା ସଚେତନତା ସହ ମାକ୍ସ ଓ ସାନିଟାଇଜର ବଣ୍ଟନ I

Image
ବ୍ୟୁରୋ ରିପୋର୍ଟ (Rita vision News) ବଲାଙ୍ଗିର ଜିଲ୍ଲା କେଶରିଆ ହିନ୍ଦୁ ବାହିନୀ ପକ୍ଷରୁ ସ୍ଥାନୀୟ ଦୈନିକ ବଜାର ଠାରେ ମାସ୍କ, ସାନିଟାଇଜର ବଣ୍ଟନ କରାଯାଇଥିଲା। ଜିଲ୍ଲା ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ସଦସ୍ୟମାନେ ଦୈନିକବଜାର ସ୍ଥିତ ରାମ ମନ୍ଦିରଠାରୁ ବାହାରି ବଜାରର ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ। ଏହାସହିତ କରୋନା ସଂପର୍କିତ ସଚେତନତା ପତ୍ର ବାଣ୍ଟି ଲୋକଙ୍କୁ ସାମାଜିକ ଦୂରତା ପାଳନ କରିବା, ଅତି ଜରୁରୀ ନହେଲେ ବାହାରକୁ ନ ବାହାରିବା ପାଇଁ ନିବେଦନ କରିଛନ୍ତି। ପ୍ରଥମେ ସହରରେ ଓ ପରେ ଗାଁ ମାନଙ୍କରେ ମଧ୍ୟ ଏହି ସଚେତନତା କାର୍ୟ୍ୟକ୍ରମ କରାଯିବ ବୋଲି ସଭାପତି ଶ୍ରୀ ଭୋଳ ସୂଚନା ଦେଇଛନ୍ତି। ଏହା ସହ ବଲାଙ୍ଗୀର ଜିଲ୍ଲା ର ସମସ୍ତ ସ୍ଵେଚ୍ଛାସେବୀ ସଂଗଠନ ମାନଙ୍କୁ କରୋନା ସଚେତନତା ସୃଷ୍ଟି କରିବା ନିମନ୍ତେ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି l 

ଯାଜପୁର ରୋଡ଼ ଥାନା ପୋଲିସ କୁ ମିଳିଛି ବଡ ସଫଳତା I

Image
                  ଗିରଫ ଡକାୟତ  ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ଥାନା ପୋଲିସ କୁ ମିଳିଛି ବଡ ସଫଳତା l ଏକ କୁଖ୍ୟାତ ଡକାୟତ ଦଳ କୁ କାବୁ କରିବାରେ ସଫଳ ହୋଇଛି ଯାଜପୁର ରୋଡ଼ ପୋଲିସ୍ I              ଜବଦ ଦୁଇ ମଟର ସାଇକେଲ  ଏହି ଗ୍ୟାଙ୍ଗ ର ୪ ଜଣ ଙ୍କୁ ଗିରଫ କରି ସେମାନଙ୍କ ପାଖରୁ ଦୁଇଟି ମଟର ସାଇକେଲ, ଗୋଟିଏ ନମ୍ବର ବିହୀନ କଳା ରଙ୍ଗର ପଲସର୍ 220,ଗୋଟିଏ ଲାଲ ରଙ୍ଗର Victor OD04D - 6564 ମଟର ସାଇକେଲ, ଦୁଇଟି ଜୀବନ୍ତ ବୋମା, ଗୋଟିଏ ଲୁହା ରଡ଼, ଭୁଜାଲି, ଦୁଇଟି ସାମସଙ୍ଗ ଓ ଲେନୋଭୋ ଟ୍ୟାବଲେଟ୍, ୭ଟି ମୋବାଇଲ ଫୋନ, ଗୋଟିଏ micromax ଡଙ୍ଗଲ ଏବଂ ଗୋଟିଏ wireless ସ୍ପିକର ଜବଦ କରିଛି l           ଜବଦ ହୋଇଥିବା ମାରଣାସ୍ତ୍ର, ବମ୍ ଓ                 ମୋବାଇଲ୍ l  ସେମାନେ କୌଣସି ଏକ ନିର୍ଦ୍ଦିଷ୍ଟ ଜାଗାରେ ଡକାୟତି କରିବାକୁ ଯୋଜନା କରୁଥିବା ପୋଲିସ୍ ସୂତ୍ରରୁ ଜଣାପଡିଛି l ଯାଜପୁର ରୋଡ଼ ଥାନା କେସ୍ ନଂ U/S 399/402 IPC/ 4 ES Act ରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି l

ହଜି ଯାଇଛି ମାନବିକତା, ପୁରୁଣା ଶତ୍ରୁତା କୁ କେନ୍ଦ୍ର କରି ଦଳିତ ଙ୍କ ଘର ପୋଡ଼ିଲେ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ହଜି ଯାଇଛି ମାନବିକତା, ଜମିବାଡ଼ି ବିବାଦ କୁ ନେଇ ଏକ ନିରୀହ ଦଳିତ ପରିବାର ଘର ପୋଡ଼ି ଦେଇ ନିରାଶ୍ରୟ ଅସହାୟ କରିଛନ୍ତି ଏକ ସବର୍ଣ୍ଣ ପରିବାର l ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଦାନଗଦି ବ୍ଲକ ବାଙ୍ଗରକୋଟା ପଞ୍ଚାୟତର, ଟମକା ଥାନା ଅନ୍ତର୍ଗତ ଦିଅପାଳ ଗ୍ରାମରେ l ଏହି ଗ୍ରାମର ବାସିନ୍ଦା ଆନନ୍ଦ ଦଳାଇ( ୩୮) ପିତା ସ୍ଵର୍ଗତ ଅରୁଣ ଦଳାଇ ବାସ କରୁଥିବା ବେଳେ, ତାଙ୍କର ପଡ଼ିଶା ସେହି ଗ୍ରାମର ସୁମନ୍ତ ଖୁଣ୍ଟିଆ ଏବଂ ତାଙ୍କର ଦୁଇ ପୁତ୍ର ବାରମ୍ବାର ଧମକ ଦେଉଥିବା ଅଭିଯୋଗ ହୋଇଛି l  ଏହି ପରିପ୍ରେକ୍ଷୀରେ ଗତ ଶୁକ୍ରବାର ତା ୧୮/୯/୨୦୨୦ ରିଖ ରାତ୍ର ଗୋଟାଏ ସମୟରେ ସୁମନ୍ତ ଖୁଣ୍ଟିଆ ଏହି ଏହି ଦଳିତ ପରିବାର କୁ ଧମକ ଦେଇ କହିଲେ ଯେ '' ତୁମେ ଏ ଘର ଜାଗା ଛାଡି ଚାଲି ଯାଅ ନଚେତ୍ ଘରେ ନିଆଁ ଲଗାଇ ସପରିବାର କୁ ମାରିଦେବି '' l ସେହି ଦିନ ରାତି ପ୍ରାୟ ୩ ଟା ସମୟରେ ଘରେ ସପରିବାର ଶୋଇଥିବା ଅବସ୍ଥାରେ ସୁମନ୍ତ ଖୁଣ୍ଟିଆ ଏବଂ ତାଙ୍କର ଦୁଇ ପୁଅ ରମେଶ ଓ କୁନୁ ଆସି ଆନନ୍ଦ ଦଳାଇ ର ଘରକୁ ପେଟ୍ରୋଲ ପକାଇ ପୋଡ଼ି ଦେଇଥିବା ଟମକା ଥାନା ରେ ଏତଲା ଦେଇଥିଲେ ଥିଲେ I ଦଳିତ ପରିବାର ଦିନମଜୁରି କରି ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଟଙ୍କା, ସୁନା ରୂପା ଓ ଆସବାବପତ୍ର ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଥିଲା I ପରେ ଦମକଳବାହିନୀ ନିଆଁ ଲିଭାଇ ଥିଲେ l