Posts

ଚଳିତ ମାସ ୧୨ ତାରିଖରେ କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ପ୍ରଦେଶ ପକ୍ଷରୁ ପାଳିତ ହେବାକୁ ଥିବା ଯୁବ ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

Image
 ଯାଜପୁର - କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ପ୍ରଦେଶ ର ସମସ୍ତ ଜିଲ୍ଲା ରେ ଆସନ୍ତା ତାରିଖ ୧୨/୦୧/୨୦୨୧ ଦିନ ବିବେକାନନ୍ଦଜି ଙ୍କ ଜନ୍ମ ଦିବସକୁ ଯୁବ ଦିବସ ରୂପେ ପାଳନ କରିବେ। ପ୍ରଦେଶ ମହାମନ୍ତ୍ରୀ ଓ ସୂଚନା ପ୍ରମୁଖ ଓଡ଼ିଶା ପ୍ରଦେଶ ପକ୍ଷରୁ ଦିଆଯାଉଥିବା ନିର୍ଦ୍ଦେଶ କ୍ରମେ ଆଜି ଯାଜପୁର ଜିଲ୍ଲାର ଜିଲ୍ଳା ଅଧ୍ୟକ୍ଷ ଙ୍କ ସଭାପତିତ୍ବରେ ଆୟୋଜିତ ଜରୁରୀକାଳୀନ ପ୍ରସ୍ତୁତ ବୈଠକରେ ରାଜ୍ଯ ଅଧ୍ୟକ୍ଷ ଜ୍ଞାନରଞ୍ଜନ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ଏହି ଅବସରରେ ଯାଜପୁର ଜିଲ୍ଲା ପାଇଁ ଚଳିତ ଜାନୁଆରୀ ମାସ ୧୨ ତାରିଖରେ କେଶରୀୟା ହିନ୍ଦୁ ବାହିନୀ ଯାଜପୁର ଜିଲ୍ଲା ପକ୍ଷରୁ ଯାଜପୁର ଟାଉନ ଠାରେ ଯୁବ ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି l  ଏହି ବୈଠକରେ ରାଜ୍ଯ ମାର୍ଗଦର୍ଶକ- ରବିନ୍ଦ୍ର କୁମାର ଶତପଥି, ସୁମନ୍ତ କୁମାର ନାୟକ- ଜିଲ୍ଲା ସ୍ୱାସ୍ଥ୍ୟ ପ୍ରମୁଖ, ଶ୍ରୀକାନ୍ତ ମହାପାତ୍ର ଜିଲ୍ଳା ସଚିବ (୧),ରବିନ୍ଦ୍ର ବରାଳ - ପ୍ରବକ୍ତା ଯୁବ ବାହିନୀ ଧର୍ମଶାଳା ବ୍ଳକ ,ଅଭୟ କୁମାର ସାହୁ -ସଚିବ (୧) ଧର୍ମଶାଳା ବ୍ଳକ, ପ୍ରଶାନ୍ତ କୁମାର ଜେନା - ସଂଯୋଜକ ଧର୍ମଶାଳା ବ୍ଳକ, ସଞ୍ଜୟ କୁମାର ଲେଙ୍କା ସଙ୍ଗଠନ ମନ୍ତ୍ରୀ,ସୁଶାନ୍ତ କୁମାର ବେହେରା - ଧର୍ମଶାଳା ବ୍ଳକ ଅଧ୍ୟକ୍ଷ ଏବଂ ଉମାକାନ୍ତ ମହାପାତ୍ର - ମିଡିଆ ପ୍ରଭାରୀ ଦାନଗଦି ବ୍ଲକ ଉପସ୍ଥିତ ଥିଲେ l ଯାଜପୁର ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତ

ଆଇନ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ସୁକିନ୍ଦାରେ ଭାଜପା ଯୁବମୋର୍ଚ୍ଚl ପକ୍ଷରୁ ଶୋଭାଯାତ୍ରା, ବିକ୍ଷୋଭ l

Image
ଯାଜପୁର (ସୁକିନ୍ଦା): - ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ଭାଜପା ନେତା କୁଳମଣି ବରାଳ  ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ମାହାଙ୍ଗାର ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ତାଙ୍କର ସମର୍ଥକମାନେ ହତ୍ୟା କରିଥିବା ଅଭିଯୋଗରେ ସୁକିନ୍ଦା ଭାଜପା ଯୁବମୋର୍ଚ୍ଚl ପକ୍ଷରୁ ୫ତାରିଖ ପୂର୍ବାହ୍ନରେ  ସୁକିନ୍ଦା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l  ଭାଜପାର ଶତାଧିକ ସମର୍ଥକ ସୁକିନ୍ଦାଗଡ ରଥଚ୍ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସରକାରୀ ବିରୋଧୀ ନାରାଦେଇ  ଥାନା ସମ୍ମୁଖରେ ପହଞ୍ଚିଥିଲେ l ସେଠାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ  କରାଯାଇଥିଲା l ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ସହଯୋଗୀମାନଙ୍କୁ ତୁରନ୍ତ ଗିରଫ ଓ  ମନ୍ତ୍ରୀଙ୍କୁ ବହିଷ୍କାର  କରିବା ଦାବିକରି ଯୁବମୋର୍ଚ୍ଚl ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଥାନା ଆଇ. ଆଇ.ସି. ଶିବ ଚରଣ ବେହେରାଙ୍କୁ ପ୍ରଦାନ କରାଯାଇଥିଲା l  ଯାଜପୁର ଜିଲ୍ଲା ଭାଜପା ଯୁବମୋର୍ଚ୍ଚl ଉପ ସଭାପତି ରବୀନ୍ଦ୍ର କୁମାର ପୁହାଣ, ସୁକିନ୍ଦାଗଡ ସରପଞ୍ଚ ମନ୍ଦାକିନୀ ସେଠି, ଭାଜପା ନେତା ପୁଷ୍ପକ ମହାପାତ୍ର, ସରୋଜ ବାରିକ, ଶୁଭକାନ୍ତ ମହାନ୍ତି, ପ୍ରତିଭା ଚକ୍ର, ଜିତେନ୍ଦ୍ର ମହାନ୍ତ, ପ୍ରକାଶ ବେହେରା, ଗତିକୃଷ୍ଣ କର, ଅଞ୍ଜଳି ସେଠି,

ନିରାଡ଼ମ୍ବର ଭାବରେ ପାଳିତ ହେଲା ସହିଦ୍ ଦିବସ, ୧୫ ବର୍ଷ ପରେ ବି ଆଦିବାସୀ ଙ୍କୁ ମିଳୁନାହିଁ ନ୍ୟାୟ I

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଟାଟା ଷ୍ଟିଲ କାରଖାନା ତିଆରି ପାଇଁ ସରକାର ଓ ଜନତାଙ୍କ ଖଣ୍ଡଯୁଦ୍ଧ ମଧ୍ୟରେ ବଳି ପଡ଼ିଥିଲେ ନିରୀହ ଆଦିବାସୀ ଓ ତା ସହିତ ସହିଦ୍ ହୋଇଛନ୍ତି ପୋଲିସ୍ ଜାନୁଆରୀ ୨, ୨୦୦୬ ରେ ଘଟିଥିବା କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ୧୫ବର୍ଷ ପୁରିଛି । ଏହି ହୃଦୟ ବିଦାରକ ଘଟଣାକୁ ମନେପକାଇବା ପାଇଁ ପ୍ରତ୍ୟେକ ବର୍ଷ ବିସ୍ଥାପନ ବିରୋଧି ଜନମଂଚ ପକ୍ଷରୁ ପାଳନ ହେଉଛି ସହିଦ ଦିବସ । କରୋନାକୁ ଆଖି ଆଗରେ ରଖି ଚଳିତ ବର୍ଷ ପାଳନ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ଜାରି କରିଥିଲେ ଗାଇଡଲାଇନ । ସହିଦ ଦିବସ ପାଳନ ହେବାକୁ ଥିବା ବୀର ଭୂମିରେ ସାନିଟାଇଜର ବ୍ୟବସ୍ଥା ସହ ମାକ୍ସକୁ ବାଧ୍ୟତାମୂଳକ କରାଯାଇଥିଲା । ଏହି ଅବସରରେ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି ସହିଦ୍ସା ଦିବସ I ମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯାଇଛି । ଚମ୍ପା କୋଇଲା ଠାରୁ ବୀର ଭୂମି ପର୍ଯ୍ୟନ୍ତ ପ୍ରତି ବର୍ଷ ଅନୁଷ୍ଠିତ ହେଉଥିବା ଶୋଭାଯାତ୍ରାକୁ ଚଳିତ ବର୍ଷ ବନ୍ଦ କରାଯାଇଛି । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବା ନେଇ କଳିଙ୍ଗନଗର ଅତିରିକ୍ତ ଆରଖି ଅଧିକାରୀ କହିଛନ୍ତି । ଦୀର୍ଘ ବର୍ଷ ପରେ ବି ଆମେ ନ୍ୟାୟ ପାଇପାରିଲୁ ନାହିଁ ବୋଲି ଏବେବି କହନ୍ତି ସ୍ଥାନୀୟ ଅଞ୍ଚଳର ଆଦିବାସୀମାନେ l

କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଅନ୍ସାଇଟ୍ ମକଡ୍ରିଲ I

Image
ଯାଜପୁର (କଳିଙ୍ଗନଗର) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଆପଦ ପରିଚାଳନା ବ୍ୟବସ୍ଥା କୁ ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ଯାଜପୁର ଜିଲ୍ଲା ଫ୍ୟାକ୍ଟ୍ରି ଓ ବଏଲର ବିଭାଗର ଉପନିର୍ଦ୍ଦେଶକ ୟୁ. ସି. ସୁତାର ଗତ ଡିସେମ୍ବର ୨୯ ତାରିଖ ଦିନ ଟାଟା ଷ୍ଟିଲ, ଜିନ୍ଦାଲ ଷ୍ଟିଲ, ଭିସା ଷ୍ଟିଲ ର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ପ୍ରୋପେନ ଗ୍ୟାସ୍ ଲିକେଜ ଓ ଫ୍ୟାୟର ର ଏକ ଅନ୍ ସାଇଟ୍ ମକ୍ ଡ୍ରିଲ ର ଆୟୋଜନ କରାଯାଇଥିଲା l ଟାଟାଷ୍ଟିଲ କଳିଙ୍ଗନଗର ପକ୍ଷରୁ ଅପରେସନ ମହାପ୍ରବନ୍ଧକ ଶ୍ରୀ କର୍ମବୀରସିଂ,ୟୁଟିଲିଟି ବିଭାଗର ମୁଖ୍ୟ ଶ୍ରୀ ଏସ୍. ବିଶ୍ବାସ ଓ ନିରାପତ୍ତା ବିଭାଗ ର ମୂଖ୍ଯ ଶ୍ରୀ ବି. ଡି. ମହାନ୍ତି ପ୍ରମୁଖ ଙ୍କ ସହ ଉଦ୍ଧାର ଦଳ, ମେଡିକାଲ ଟିମ ଉପସ୍ଥିତ ରହି ମକ୍ ଡ୍ରିଲ ର ଜରୁରୀ ପରିସ୍ଥିତି ପରିଚାଳନା, ଟ୍ରାଫିକ ନିୟନ୍ତ୍ରଣ, ଦୁର୍ଘଟଣା ସମୟରେ ଉଦ୍ଧାର ଦଳର କର୍ଯ୍ୟ, ଫ୍ୟାୟର ଫାୟାରିଙ୍ଗ ଉପରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ଫ୍ୟାକ୍ଟ୍ରି ଓ ବଏଲର ବିଭାଗର ଉପନିର୍ଦ୍ଦେଶକ ଟାଟାଷ୍ଟିଲ ର ଏହି କର୍ଯ୍ୟକ୍ରମ କୁ ପ୍ରସଂଶା କରିବା ସହିତ ମକ୍ ଡ୍ରିଲ ଶେଷ ପରେ ନିଜର ବକ୍ତବ୍ୟ ରଖିଥିଲେ l ଅନ୍ୟ ଅଂଶୀଦାର ମାନେ ମାଇକ୍ରୋସଫ୍ଟ ଟିମ୍ ଓ ଡିଜିଟାଲ ମଞ୍ଚ ଦ୍ଵାରା ସାମିଲ ହୋଇଥିଲେ l 

ସୁକିନ୍ଦା ନିର୍ବାଚନ ମଣ୍ଡଳୀ, ଦାନଗଦି ବ୍ଲକ ଘେରାଉ କଲା ବିଜେପି l

Image
ଯାଜପୁର (କଳିଙ୍ଗନଗର) - ବିଜୁ ଜନତା ଦଳ ପକ୍ଷରୁ କରାଯାଉଥିବା ଦୁର୍ନୀତି କୁ ନେଇ ସାରା ରାଜ୍ୟରେ ବିଜେପିର ବ୍ଳକ ଘେରାଉ କରାଯାଉଛି l ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ପାର୍ଟି ତରଫ ରୁ ଦାନଗଦି ବ୍ଲକ ଘେରାଉ କରାଯାଇଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ହଡପ କରି ବିଜୁ ପକ୍କା ଘର କହି ଲୋକ ଙ୍କୁ ବୋକା ବନାଉଛି ବିଜେଡ଼ି ସରକାର l  ମୋଦି ସରକାର ଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଲୋକ ଘର କରୁଥିବା ବେଳେ ସେହି ଘର ରେ ବିଜୁ ପକ୍କା ଘର ର ଷ୍ଟିକର ମାରି ହୀନ ରାଜନୀତି କରୁଥିବା ବିଜେଡ଼ି ବିରୋଧ ରେ ରାଜା ରାସ୍ତା କୁ ଓହ୍ଲାଇଛି ସୁକିନ୍ଦା ବଜେପି।ସୁକିନ୍ଦା ର ଲଢ଼ୁଆ ନେତା ପ୍ରଦୀପ ବଳସାମନ୍ତ(ଟୁଟୁ ବଳ) ଙ୍କ ନେତୃତ୍ୱରେ ଦାନଗଦି ବ୍ଲକ ଘେରୁଉ କରାଗଲା ।ବଜେପି ରାଜ୍ୟ ପରିଷଦ ସଭ୍ୟ,ଦାନଗଦି ବ୍ଲକ ର ଅଧ୍ୟକ୍ଷ ,ଉପାଧ୍ୟକ୍ଷ, ସମସ୍ତ ମଣ୍ଡଳ ସଭାପତି ,ସମସ୍ତ ପଞ୍ଚାୟତ ସଭାପତି,ମହିଳା ସଂଗଠନ ,ଯୁବ ସଂଗଠନ ଏଥିରେ ସାମିଲ ହୋଇଥିଲେ l 

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଦର ମାଟିରେ ଭବ୍ୟ ସମ୍ବର୍ଦ୍ଧନା l

Image
କଟକ (ବ୍ୟୁରୋ ରିପୋର୍ଟ) :- କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ "ଉତ୍କଳ ବିକାଶ ପରିଷଦ"(ଉଵିପ) ପକ୍ଷରୁ କଟକ ସଦର ବ୍ଲକ ଉପକଣ୍ଠ ସୋମପୁର ବଜାରରେ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଅଭିମୁଖେ ଯାତ୍ରା କରୁଥିବା ସମୟରେ ମାନ୍ୟବର ତୈଳ,ପ୍ରାକୃତିକ ଓ ଇସ୍ପାତମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ତାଙ୍କ କାର୍ମଧାରାର ଉଚ୍ଚ ପ୍ରସଂଶା କରିବାସହ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ! ଏହି ସ୍ୱାଗତ ସମ୍ବର୍ଦ୍ଧନା ପର୍ଵରେ ଭାଜପା କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ଭାଜପା ଜଗତସିଂହପୁର ଜିଲ୍ଲା ପ୍ରଭାରୀ ବୁଲୁ ପ୍ରଧାନ,ଉବିପ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଲଷ୍ମୀଧର ଜେନା, ବିମଳ କୁମାର ପଣ୍ଡା, ଅଶୋକ କୁମାର ସାମଲ, ନିରଞ୍ଜନ ରାଉଳ,ସୁମନ ଦାଶ, ତୁଷାର ବେହେରା, ସଂଜୟ ମଲ୍ଲିକ, ରଘୁନାଥ ଚୌଧୁରୀ, ରଂଜନ ସେଠୀ,ଗୋପୀନାଥ ସେଠୀ, ରତିକାନ୍ତ ନାୟକ, ସନ୍ତୋଷ ଭୋଇ, ବିଜୟ କୁମାର ନାୟକ,ସଂଜୟ ସେଠୀ,ସୁଦର୍ଶନ ଜେନା,ସଂଜୟ ସାହୁ ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତଥିଲେ ! ସୂଚନାଯୋଗ୍ୟ କେନ୍ଦ୍ରମନ୍ତ୍ରୀ ପାରାଦ୍ୱୀପ ଠାରେ ଅନୁଷ୍ଠିତ ହେବାକୁ ଥିବା ଯୁଗପୁରୁଷ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜୟନ୍ତୀ ଉତ୍ସବ ଏବଂ ସାଙ୍ଗଠନିକ କାର୍ଯ୍ୟକ୍ରମ ଉପଲକ୍ଷେ ଯୋଗଦାନ କରିବାର ବ୍ୟବସ୍ଥାରହିଛି ! ବିଭିନ୍ନ ଜନହିତକର କାର୍ଯ୍ୟରେ "ଉତ୍କଳ ବିକାଶ ପରିଷଦ" ସଂଗଠନର ଭୂମିକା

ଇମ୍ଫା ଭୂତଳ ଖଣି ପିଟ୍ ହେଡ କମ୍ପ୍ଲେକ୍ସ ଉଦଘାଟିତ।

Image
ଯାଜପୁର (ସୁକିନ୍ଦା): ଇମ୍ଫା ପରିଚାଳନାଧୀନ ସୁକିନ୍ଦା ଖଣି ଅଞ୍ଚଳର ମହାଗିରି କ୍ରୋମାଇଟ ଖଣିଠାରେ ନିର୍ମିତ ସୁକିନ୍ଦା ଖଣି ଉପତ୍ୟକାର ପ୍ରଥମ ଅତ୍ୟାଧୁନିକ ପିଟ୍ ହେଡ୍ କମ୍ପ୍ଲେକ୍ସ ଭରଚୁଆଲ ମାଧ୍ୟମରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭକାନ୍ତ ପଣ୍ଡାଙ୍କଦ୍ୱାରା ଗତ ୨୪ ତାରିଖରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଶ୍ରୀ ପଣ୍ଡା କର୍ମଚାରୀମାନେ ଇମ୍ଫାର ଗୁଣାତ୍ମକମାନ ଓ ଉତ୍ପାଦିକତା ବୃଦ୍ଧି ନିମନ୍ତେ ମିଳିତଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l  ଏହି କମ୍ପ୍ଲେକ୍ସରେ କର୍ମଚାରୀଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୌଚାଳୟ, ପରିସ୍ରାଗାର, ବିଶ୍ରାମାଗାର, ପ୍ରାଥମିକ ଚିକିତ୍ସl କେନ୍ଦ୍ର ସମେତ ସଭାଗୃହ, ଲକ୍କର, କ୍ୟାପ ଲ୍ୟାମ୍ପ ଆଦି ବହୁମୁଖୀ ଗୃହ ରହିଛି l ଏଥିରେ ଖଣି ଉପ ସଭାପତି ସୁଧାଂଶୁ ପାଟନୀ ସ୍ୱାଗତ ଭାଷଣ ଦେଇଥିଲେ l ଖଣି ମୁଖ୍ୟ ତଥା ବରିଷ୍ଠ ଉପ ସଭାପତି ସଞ୍ଜିବ ଦାସ ପ୍ରାରମ୍ଭିକ ସୂଚନାଦେଇ ପିଟ ହେଡ କମ୍ପ୍ଲେକ୍ସର ବ୍ୟବହାରିକ ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ l ମହାଗିରି ଖଣି ପରିଚାଳକ ଲଲାଟେନ୍ଦୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଇମ୍ଫାର ପ୍ରଶାସନିକ ତଥା କାର୍ମିକ ବିଭାଗ ମୁଖ୍ୟ ଅଜୟ କୁମାର ବେହୁରିଆ ଓ ସହକର୍ମୀମାନେ ଏହି ଭରଚୁଆଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ) l