Posts

ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ମଶାରୀ ବଣ୍ଟନ l

Image
ଯାଜପୁର (ସୁକିନ୍ଦା): ଇମ୍ଫାର ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ସୁକିନ୍ଦା ଖଣି ଅଞ୍ଚଳର କାଳିଆପାଣି ପଞ୍ଚାୟତ ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମର ଏକଶତଜଣ ଵୃଦ୍ଧ, ବୃଦ୍ଧl, ମହିଳା ଓ ଅସହାୟଙ୍କୁ ମଶାରୀ ବଣ୍ଟନ କରାଯାଇଅଛି l କାଳିଆପାଣି ସରପଞ୍ଚ କଳ୍ପନା ଜେନା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବlବେଳେ ଇମ୍ଫାର ପ୍ରଶାସନିକ ଓ କlର୍ମୀକ ବିଭାଗ ଉପ ମହାପ୍ରବନ୍ଧକ ଅଜୟ କୁମାର ବେହୁରିଆ, ଲୋକସମ୍ପର୍କ ବିଭାଗ ବରିଷ୍ଠ ପରିଚାଳକ ଜଗନ ମୋହନ ମଲ୍ଲିକ, ନାୟବ ସରପଞ୍ଚ ମୋତିଲାଲ ମହାନ୍ତ, ଯୁବ ସମାଜସେବୀ ଆଶିଷ କୁମାର ଜେନା, ୱାର୍ଡ ସଭ୍ୟ ଶାମ ମହାନ୍ତ,ଗୋପାଳ ବେହେରା ପ୍ରମୁଖ ଏଥିରେ ସହଯୋଗ କରିଥିଲେ l ସ୍ଥାନୀୟ ବାସିନ୍ଦାଙ୍କଦ୍ୱାରା ଏହା ବେଶ ଜନାଦୃତ ହୋଇଥିଲା l ଇମ୍ଫାର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନର କାର୍ଯ୍ୟକ୍ରମ ଅଧିକାରୀ ଦୀପକ ମହାନ୍ତି ସହାୟତା କରିଥିଲେ l (ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)l Distribution of mosquito nets by the Elapanda Foundation of Banshidhar.  Jajpur (Sukinda): Mosquito nets have been distributed to 100 elderly people, women and the helpless of Gurujang village under Ka

୩୮ ତମ ଖଣି ସୁରକ୍ଷା ସପ୍ତାହ ପାଳନ l

Image
ଯାଜପୁର (ସୁକିନ୍ଦା) :- ଯାଜପୁର ଜିଲ୍ଲା ଇମ୍ଫା ମାଇନ୍ସ ପକ୍ଷରୁ ଖଣି ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି l କରୋନା ନିୟମ ଅନୁସାରେ ଭୁବନେଶ୍ବର ଖଣି ନିର୍ଦେଶକ ଙ୍କ ନିର୍ଦ୍ଦେଶନାରେ ଭର୍ଚୁଆଲ ଭାବେ ଇମ୍ଫା ଲିମିଟେଡ ପକ୍ଷରୁ ସୁକିନ୍ଦା କ୍ରୋମାଇଟ ମାଇନ୍ସ ଓ ମହାଗୀରି କ୍ରୋମାଇଟ ମାଇନ୍ସ ରେ ୩୮ ତମ ଖଣି ସୁରକ୍ଷା ସପ୍ତାହ (୨୦୨୦-୨୧) ପାଳନ ହୋଇଯାଇଛି l ଏହି କର୍ଯ୍ୟକ୍ରମ ଫେବୃଆରୀ ମାସ ୮-୧୫ ତାରିଖ ମଧ୍ୟରେ ପାଳିତ ହୋଇଯାଇଛି l ପ୍ରଥମ ଦିନରେ ଖଣି ପରିଚାଳକ ମନୋଜ ସାମଲ ଓ ଜଳନ୍ଧର ପାତ୍ର ଙ୍କ ଦ୍ବାରା ଉଭୟ ସୁକିନ୍ଦା ଓ ମହାଗୀରି ଖଣି ରେ ସୁରକ୍ଷା ପତାକା ଉତ୍ତୋଳନ କରାଯାଇଥିଲା ଏବଂ ଉପସ୍ଥିତ ସମସ୍ତଙ୍କୁ ଫେସ୍ ମାକ୍ସ ଓ ସୁରକ୍ଷା ବ୍ୟାଚ୍ ବଣ୍ଟନ କରାଯାଇଥିଲା l ସମସ୍ତେ ଖଣି ସମ୍ବନ୍ଧୀୟ ନିୟମ ଓ ସମ୍ପୃକ୍ତ କ୍ଷେତ୍ରରେ ସୁରକ୍ଷା ନିୟମ ପାଳନ କରିବା ପାଇଁ ଶପଥ କରିଥିଲ l ପ୍ରତ୍ୟେକ ଖଣି ପରିଚାଳକ ଙ୍କ ନିର୍ଦ୍ଦେଶ କ୍ରମେ ଅନ୍ତରୀଣ ଖଣି ନିରୀକ୍ଷକ ଙ୍କ ଦ୍ଵାରା ସୁରକ୍ଷା ସମ୍ବନ୍ଧୀୟ ପିପିଟି ଓ ଭିଡିଓ କ୍ଲିପ ପ୍ରସ୍ତୁତ କରାଯାଇଛି, ଯାହା ଅନ୍ତରୀଣ ଖଣି ନିରୀକ୍ଷକ ଙ୍କ ଦ୍ଵାରା ସମୀକ୍ଷା କରାଯାଇ ଅପଲୋଡ଼ କରାଯିବ l ସପ୍ତାହ ବ୍ୟାପୀ ଏହି ଅବସରରେ ଖଣି କର୍ମଚାରୀ ଓ ଠିକାଦାର କର୍ମଚାରୀ ଙ୍କ ମଧ୍ୟରେ ପୋଷ୍ଟର, ସ୍ଲୋଗାନ, ବକ୍ତୃତା ପ୍ରତିଯୋଗୀତା ଓ ଛୋଟ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯ

ସରକାରୀ ଯୋଜନା କାହାପାଇଁ? ଅସହାୟ ଦିବ୍ୟାଙ୍ଗ ବିଧବା ମହିଳା ଙ୍କୁ ମିଳୁନି ଘରେ ଖଣ୍ଡେ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- କଥାରେ ଅଛି ଅରିକିତ କୁ ଦଇବ ସାହା,ହେଲେ ଏଠି ଅରିକିତ କୁ ନା ଦଇବ ସାହା ହେଇଛନ୍ତି ନା ସରକାର। ଯାଜପୁର ଜିଲ୍ଲା ସୁକିନ୍ଦାଗଡ ଗ୍ରାମରେ ବାସ କରନ୍ତି ସାବିତ୍ରୀ ନାୟକ, ସ୍ୱାମୀ ଆରପାରିରେ,ତାଙ୍କର କେହି ସନ୍ତାନ ସନ୍ତତି ନଥିବାରୁ ସେ ଏବେ ଏକାକୀ ଜୀବନ ଜିଇଁବାକୁ ସଂଗ୍ରାମ କରୁଛନ୍ତି, ଆଶ୍ରା ଦେବା ପାଇଁ କେହି ନାହାନ୍ତି।ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ବି ନାଇଁ, ଯୋଉ ପୁରୁଣା ଘର ଥିଲା ତାର ଛପର ଉଡି ସେଠି ଏବେ ଦିନରେ ଖରା ରାତିରେ ତାର ଦେଖା ଯିବା ଅବସ୍ଥାରେ। ଯାହା ମାଗି ଯାଚି ଆଣି ଖାନ୍ତି ଆଉ ରାତିରେ ଗାଁ ଦାଣ୍ଡରେ ଶୋଇ ପଡନ୍ତି। ବାର୍ଦ୍ଧକ୍ୟ ଯୋଗୁଁ ପଡିଯାଇ ତାଙ୍କ ଗୋଡ ଭାଙ୍ଗି ଯାଇଥିବାରୁ ଏବେ ସେ ଛୋଟେଇ ଛୋଟେଇ ନିଜ ପାଇଁ ଆହାର ସଂଗ୍ରହ କରୁଛନ୍ତି। ବି. ପି. ଏଲ. କାର୍ଡ ରୁ ପାଞ୍ଚ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତା ପାଞ୍ଚ ଶହ ଟଙ୍କା ପାଉଛନ୍ତି ସାବିତ୍ରୀ ନାୟକ, ଯାହାକି ସମୁଦ୍ର କୁ ଶଙ୍ଖେ ପରି। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଦବା ପାଇଁ ସରକାର ଙ୍କୁ ଆକୁଳ ନିବେଦନ କରିଛନ୍ତି ସାବିତ୍ରୀ ।ଘର ଖଣ୍ଡେ ପାଇଲେ ସେ ଆଉ ବାରଦୁଆର ରେ ଆଶ୍ରା ନେବେନାହିଁ ବୋଲି ଛଳଛଳ ଆଖିରେ କହିଛନ୍ତି ସାବିତ୍ରୀ । ସୁକିନ୍ଦା ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ସ୍ଥାନୀୟ ଲୋକପ୍ରତିନିଧି ଏହା ପ୍ରତି ଦ୍ରୁଷ୍ଟି ଦେଲେ ଅସହାୟ ମହିଳା ଜଣକ ବାକି ଜୀବନ ସୁଖମୟ

ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ରନର-ଅପ୍ I ଆନ୍ଧ୍ରପ୍ରଦେଶ ଚମ୍ପିଆନ୍ l

Image
ବ୍ୟୁରୋ ରିପୋର୍ଟ :- ବାଙ୍ଗାଲୁରୁରେ ୧୬/୨/୨୦୨୧ ଆୟୋଜିତ ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାକୁ ରନର୍ସ –ଅପ ରେ ସନ୍ତୁଷ୍ଟ ହେବାକୁ ପଡିଛି। ମଙ୍ଗଳବାର ଖେଳାଯାଇଥିବା ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ଓଡ଼ିଶା ଆନ୍ଧ୍ର ପ୍ରଦେଶକୁ ଭେଟିଥିଲା, ଆନ୍ଧ୍ର ପ୍ରଦେଶ ପ୍ରଥମେ ତସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୨୪୬/୩ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ- ଡି ଭେଙ୍କେଟେଶ୍ଵରା ୧୩୨, ଟି ଦୂର୍ଗା ୪୭, ଡି ତାଣ୍ଡବା ୨୨ ଓ ଅଜୟ ରେଡ୍ଡୀ ୧୦ ରନ କରିଥିଲେ। ବୋଲିଂରେ ଓଡ଼ିଶା ସେମିତିକିଛି କମାଲ କରିପାରିନଥିଲା। ଓଡ଼ିଶାକୁ ମହଙ୍ଗା ପଡ଼ିଲା ଅଧିନାୟକ ମହମଦ ଜାଫର ଇକବାଲଙ୍କ ଓଭର , ସେ ୪ ଓଭର ବୋଲିଂ କରି ୭୦ ରନ ଦେଇଥିଲେ। ଓଡ଼ିଶା ପକ୍ଷରୁ କେବଳ ତପନ କୁମାର ଗଉଡ ୧ ଟିଏ ୱିକେଟ ନେଇଥିବାବେଳେ ଅନ୍ୟ କୌଣସି ବୋଲର ଆନ୍ଧ୍ର ପ୍ରଦେଶର ଧୂଆଁଧାର ବ୍ୟାଟିଂ ଆଗରେ ଓଡ଼ିଶା ହାର୍ ମାନିଥିଲା l ଅପର ପକ୍ଷେ ୨୪୭ ରନର ବିଶାଳ ବିଜୟ ଲକ୍ଷକୁ ପିଛାକରୀ ଓଡ଼ିଶା କେବଳ ୧୬୬/୫ ରନ କରିବାରେ ସକ୍ଷମ ହୋଇପାରିଥିଲା। ଓଡ଼ିଶା ଦଳର ସୁଖରାମ ମାଝି ୫୨, ନାକୁଳ ବଡ଼ନାୟକ ୪୦, ପଙ୍କଜ ଭୁଏ ୩୫, ସିଙ୍ଗରାୟ ମାଝି ୧୦, କାଳିଆ ପ୍ରଧାନ ୮, ଅଧିନାୟକ ଜାଫର ୨ ଓ ଲାଲ୍ ପ୍ରସାଦ ୦। ଆନ୍ଧ୍ର ପକ୍ଷରୁ- ଟି ଦୂର୍ଗା ରାଓ ୨ଟି ୱିକେଟ ନେଇଥିବାବେଳେ ଡି ଭେଙ୍କେଟେଶ୍ଵର ,

ସୁକିନ୍ଦା ନିର୍ବାଚନମଣ୍ଡଳୀରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ ।

Image
 ଯାଜପୁର(ବ୍ୟୁରୋ ରିପୋର୍ଟ) : - କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ କିରୋସିନିର ଅହେତୁକ ଦରବୃଦ୍ଧି, କଳା କୃଷି ଆଇନ ଓ ଆଇନଶୃଙ୍ଖଳାର ଅବନତି ବିରୁଦ୍ଧରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦୀ ଓ ସୁକିନ୍ଦା ବ୍ଲକର ବିଭିନ୍ନ ସ୍ଥାନରେ ୬ଘଣ୍ଟିଆ ବନ୍ଦପାଳନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା l ଦାନଗଦୀ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମିଲିଟାରୀ ଛକଠାରେ ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଡ଼ୁବୁରି ଛକ, ସୁକିନ୍ଦା ଡ଼ାକବଙ୍ଗଳା ଛକ ଠାରେ କଂଗ୍ରେସ କର୍ମୀମାନେ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରାସ୍ତାରୋକ କରିବା ଫଳରେ ୫୩ନମ୍ବର ଜାତୀୟ ରାଜପଥ,୨୬ନମ୍ବର ରାଜ୍ୟ ରାଜପଥ ଓ ୫(କ) ଏକ୍ସପ୍ରେସ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା l ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା l କଂଗ୍ରେସ କର୍ମୀଙ୍କ ପିକେଟିଙ୍ଗ ଦୃଷ୍ଟିରୁ  ବିଭିନ୍ନ ସ୍ଥାନର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ ଆଦି ବନ୍ଦ ରହିଥିଲା l ଜନ ଗହଳିପୁର୍ଣ ଡ଼ୁବୁରି ଛକ ସମ୍ପୂର୍ଣ ଶୂନଶାନ ହୋଇଯାଇଥିଲା l ପୂର୍ବତନ ମନ୍ତ୍ରୀ ତଥା ଏଆଇସିସି ସମ୍ପାଦକ ଶରତ ରାଉତ ଦାନଗଦୀ, ଡ଼ୁବୁରି, ସୁକିନ୍ଦାଗଡର ଆନ୍ଦୋଳନ ସ୍ଥଳରେ ପହଞ୍ଚି ବ

ନାଗେଶ ଟ୍ରଫି ହରିୟାଣାକୁ ୪୭ ରନ୍ ରେ ହରାଇଲା ଓଡ଼ିଶା।ଓଡ଼ିଶାର ବିଜୟ ଧାରା ଜାରି।

Image
ବ୍ୟୁରୋ ରିପୋର୍ଟ :- ବେଙ୍ଗାଲୁରୁଠାରେ ଖେଳାଯାଉଥିବା ନାଗେଶ ଟ୍ରଫି ଜାତୀୟ ଟି୨୦ ଦୃଷ୍ଟି ବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତୃତୀୟ ସଂସ୍କରଣରେ ଆଜି ଓଡ଼ିଶା ହରିୟାଣା କୁ ଭେଟିଥିଲେ l ଏହି ଜାତୀୟ ପ୍ରତିଯୋଗିତାରେ ସାରା ଦେଶରୁ ୨୪ ଗୋଟି ଦଳ ଭାଗ ନେଇଛନ୍ତି, ଦଲଗୁଡ଼ିକୁ୪ ଗ୍ରୁପ୍ ରେ ବିଭକ୍ତ କରାଯାଇଛି l ଓଡ଼ିଶା ଏ ଗ୍ରୁପ୍ ରେ ସ୍ଥାନ ପାଇଥିଲା ଲ ଓଡ଼ିଶା ଟିମ୍ ଲିଗ୍ ପର୍ଯ୍ୟାୟ ର ଅନ୍ତିମ ମ୍ୟାଚ୍ ହରିୟାଣା ବିପକ୍ଷରେ ୪୭ ରନ୍ ରେ ଜିତିିଛି I ଗ୍ରୁପ୍ ର ୨ୟ ସ୍ଥାନରେ ରହିଥିବା ଓଡ଼ିଶା ଦଳ ପୂର୍ବରୁ କ୍ୱାଟର୍ ଫାଇନାଲରେ ନିଜର ସ୍ଥାନ ପକ୍କା କରିସାରିଛି l ଶୁକ୍ରବାର ବେଙ୍ଗାରୁଲୁ ସ୍ଥିତ ସଚୀନ୍ ତେନ୍ଦୁଲକର ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚ୍ ରେ ଓଡ଼ିଶା ଦଳର ଅଧିନାୟକ ମହମଦ୍ ଜାଫର ଇକବାଲ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ l ଓଡ଼ିଶା ଦଳ ନିର୍ଧାରିତ ୨୦ ଓଭରରେ ୧୯୨/୧୦ ରନ୍ କରିଥିବା ବେଳେ, ସୁଖରାମ ମାଝି-୬୮/୪୬, ଲାଲ୍ ପ୍ରସାଦ ସୋରେନ ୫୧/୩୧ ଓ  ଜାଫର ଇକବାଲ୍ ୨୬/୩୪ ରନ୍ କରିଥିଲେ। ସେହିପରି ହରିୟାଣା ର ଦୀପକ ମଲ୍ଲିକ ୪ଟି, ରାମବିର ଶିଙ୍ଗ, ବିନୀତ କୁମାର ଏବଂ ପ୍ରବୀଣ କୁମାର ଗୋଟିଏ ଲେଖାଏଁ ୱିକେଟ୍  ନେଇଥିଲେ। ଜବାବରେ ହରିୟାଣା ୧୪୫/୯ ରନ୍ କରିପାରିଥିଲା l ଫଳ ସ୍ୱରୂପ ଓଡ଼ିଶା ଦଳ ଏହି ମ୍ୟାଚ୍ କୁ ୪୭ ରନ୍ ରେ ଜିତିଥିଲେ। ଓଡ଼ି

ନାଗେଶ ଟ୍ରଫି-ଦିଲ୍ଲୀକୁ ହରାଇ ଓଡ଼ିଶା କ୍ୱାଟର୍ ଫାଇନାଲ୍ ରେ।

Image
ବ୍ୟୁରୋ ରିପୋର୍ଟ - ବାଙ୍ଗାଲୋରରେ ଚାଲୁଥିବା ଜାତୀୟ ଦୃଷ୍ଟିହୀନ ଟି20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଆଜି ଓଡ଼ିଶା ଦିଲ୍ଲୀକୁ ୧୦ ୱିକେଟ ରେ ହରାଇ କ୍ୱାଟର୍ ଫାଇନାଲ୍ କୁ ଯାଇଛି । ଗତ କାଲି ଆନ୍ଧ୍ରପ୍ରଦେଶ ବିପକ୍ଷରେ କଡ଼ା ଟକ୍କର ଦେଇ ପରାଜୟ ସ୍ୱୀକାର କରିଥିବା ଓଡ଼ିଶା ଦଳ, ଆଜି କିନ୍ତୁ ଉଭୟ ବ୍ୟାଟିଂ ଓ ବୋଲିଂ ରେ ଖୁବ୍ ଭଲ ପଦର୍ଶନ କରିଥିଲା।  ବାଙ୍ଗାଲୋର ଠାରେ ଥିବା ନିର୍ମାଣ-ୱାନ କ୍ରିକେଟ ଷ୍ଟାଡିୟମ ରେ ଓଡ଼ିଶା ଆଜି ତାର ୪ର୍ଥ ଲିଗ୍ ମ୍ୟାଚ୍ ରେ ଦିଲ୍ଲୀକୁ ଭେଟିଥିବା ବେଳେ , ଦିଲ୍ଲୀ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା l ଦିଲ୍ଲୀ ନିର୍ଧାରିତ ୨୦ ଓଭରରେ ୧୩୬/୭ କରିବାକୁ ସକ୍ଷମ ହୋଇଥିଲା।   ଦିଲ୍ଲୀ ପକ୍ଷରୁ ମନୀଷ କୁମାର ୪୦ବଲ ରେ ୩୬ ରନ୍ ଓ ଅକ୍ଷୟ ବର୍ମା ୨୫ବଲ ରେ ୨୬ ରନ୍ କରିଥିଲେ। ବୋଲିଙ୍ଗରେ: ଓଡ଼ିଶାର ବ1 ବର୍ଗର ଖେଳାଳି ତପନ କୁମାର ଗୋଉଡ଼ ୪ ଓଭର ବୋଲିଂ କରି ମାତ୍ର ୨୬ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିଲେ, ସୁଖରାମ ମାଝି ୩ ଓଭର ୧୨ ରନ୍ ୧ ୱିକେଟ , ନକୁଳ ବଡନାୟକ ୪ ଓଭର ୩୦ ରନ୍ ୧ ୱିକେଟ  ଏବଂ ପଙ୍କଜ ଭୁଏ ୪ ଓଭର ୨୬ ରନ୍ ୧ ୱିକେଟ ସଂଗ୍ରହ କରିଥିଲେ।ଅପରପକ୍ଷରେ ଓଡ଼ିଶା ୧୧.୪ ଓଭରରେ ୧୩୭/୦ ରନ୍ କରି ଏହି ମ୍ୟାଚ୍ କୁ ୧୦ ୱିକେଟ ରେ ଜିତି ନେଇଥିଲା।  ଓଡ଼ିଶା ପକ୍ଷରୁ ସୁଖରାମ ମାଝି ୭୧/୩୯ ବଲ୍ ରେ ୧୧ ଚୌକା ଓ ନକୁଳ ବଡନାୟକ ୫୪/୩୬ ବଲ