Posts

ପୂର୍ବତଟ ରେଳ ବିଭାଗ ତରଫରୁ ୯ ଟି ରେଳ ଚଳାଚଳ ପାଇଁ ସୂଚନା ଦିଆଯାଇଛି l

Image
ଭୁବନେଶ୍ବର : ପୂର୍ବତଟ ରେଳପଥ ମଧ୍ୟରୁ ଏହାର ପରିସୀମା ମଧ୍ୟଦେଇ ୯ଯୋଡ଼ା ବିଶେଷ ରେଳ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ବିଶେଷ ରେଳ ଗୁଡିକ ହାୱଡ଼ା-ଟିଟିଲାଗଡ଼-ହାୱଡ଼ା ଇସ୍ପାତ ବିଶେଷ ରେଳ, ରାଉରକେଲା-ଜଗଦଲପୁର-ରାଉରକେଲା ବିଶେଷ ରେଳ ଏବଂ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ବିଶେଷ ରେଳ ଚଳାଚଳ କରିବ। ଏ ସଂକ୍ରାନ୍ତରେ ମଙ୍ଗଳବାର ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।  ହାୱଡ଼ା-ଟିଟିଲାଗଡ଼-ହାୱଡ଼ା ବିଶେଷ ଇସ୍ପାତ ଦ୍ରୁତଗାମୀ ରେଳ ୨୫ ଜୁନ୍‌ରୁ ଚଳାଚଳ କରିବାକୁ ଥିବାବେଳେ ରାଉରକେଲା-ଜଗଦଲପୁର-ରାଉରକେଲା ବିଶେଷ ରେଳ ଜୁନ୍‌ ୨୮ରୁ ଚାଲିବ। ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ବିଶେଷ ରେଳ ଜୁନ୍‌ ୨୭ରୁ ଏବଂ ହଟିଆ-ଏର୍ଣ୍ଣାକୁଲମ-ହଟିଆ ଶୀତତାପ ନିୟନ୍ତ୍ରିତ ବିଶେଷ ରେଳ ୨୫ ଜୁନ୍‌ରୁ ଚଳାଚଳ କରିବ। ପ୍ରତି ଗୁରୁବାର ଗୌହାଟିରୁ ଏବଂ ଶନିବାର ସିକନ୍ଦରାବାଦରୁ ଛାଡୁଥିବା ଗୌହାଟୀ-ସିକନ୍ଦରାବାଦ-ଗୌହାଟୀ ବିଶେଷ ରେଳ ୧ଜୁଲାଇରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।  ପ୍ରତି ଶନିବାର ଯଶୋବନ୍ତପୁରରୁ ଏବଂ ବୁଧବାର ଭାଗଲପୁରରୁ ଛାଡୁଥିବା ଯଶୋବନ୍ତପୁର-ଭାଗଲପୁର-ଯଶୋବନ୍ତପୁର ବିଶେଷ ରେଳ ଯଶୋବନ୍ତପୁରରୁ ୨୬ଜୁନ୍‌ରୁ ଏବଂ ପ୍ରତି ଶୁକ୍ରବାର ଯଶୋବନ୍ତପୁର-ଗୌହଟି-ଯଶୋବନ୍ତପୁର ବିଶେଷ ରେଳ ୨୫ ଜୁନ୍‌ଠାରୁ ପରବର୍ତ୍

ଅସହାୟ ଅବସ୍ଥାରେ ଦୁଇ ଅନାଥ ଶିଶୁ, ପ୍ରଶାସନ ର ଦୃଷ୍ଟି ପଡୁ l

Image
ଯାଜପୁର - ବାପା, ମା' ଚାଲିଗଲା ପରେ ଅନାଥ ହୋଇଗଲେ ଦୁଇଜଣ ଶିଶୁ l ଯାଜପୁର ରୋଡ ସ୍ଥିତ ଭାଟିଆ ଗ୍ରାମର ସନାତନ ମଳିକ ଜଣେ ଅଟୋ ଚାଳକ ତାଙ୍କର କରୋନା ରେ ଗତ ୦୯/୦୫ /୨୦୨୧ ରେ ମୃତୁ ହୋଇଥିଲା l ଭାଗ୍ୟର ବିଡ଼ମ୍ବନା, ଦୁଃଖର କଥା ତାଙ୍କର ସ୍ତ୍ରୀ କ୍ୟାନସର ରେ ପିଡୀତଥିଲେ, ସେ ମଧ୍ୟ ଶେଷ ରଜ ଦିନ ଅର୍ଥାତ୍ ୧୬/୦୬ /୨୦୨୧ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଛି l ତାଙ୍କର ଦୁଇ ଗୋଟି ଛୋଟ ପିଲା, ପୁଅ ଛ' ବର୍ଷ ଓ ଦଶ' ମାସର ଝିଅ I ତାଙ୍କ ପରିବାରରେ ଆଉ କେହି ନ ଥିବାରୁ ଦୁଇ ଅନାଥ ପିଲାଙ୍କ ଅଜା ପଞ୍ଚାନନ ତରେଇ ଯେକି ଶ୍ରୀବନ୍ତପୁର ପଂଚାୟତ,ଭଣ୍ଡାରୀପଡା,ଭଗତ ଭଗବାନପୁର ର ବାସିନ୍ଦା ଦୁଇପଲା ଙ୍କୁ ତାଙ୍କ ହେପାଜତକୁ ନେଇଛନ୍ତି l ପଞ୍ଚାନନ ତରାଇ ନିଜକୁ ନିଜେ ଚାଲିବା ଭାରି କଷ୍ଟ l ପିଲା ଦୁଇଟି କୁ ପୋଷିବେ କିପରି l ଗ୍ରାମବାସୀଙ୍କ ତରଫରୁ ଓ ଆମ ଚ୍ୟାନେଲ ମାଧ୍ଯମରେ ସରକାରଙ୍କୁ ଅନୁରୋଧ ପିଲା ଦୁଇଟି ର ଭବିଷ୍ୟତ ଉପରେ ନଜର ଦେଇ ଅନାଥ ପିଲା ଦୁଇଟି କୁ ନିଜ ହେପାଜତକୁ ନିଅନ୍ତୁ l  The helpless two orphaned children, the administration's attention.  Jajpur - Two children were orphaned after their father and mother passed away. Sanatan Malik, an auto driver from Bhatia village on Jajpur Road, died in his corona on 07/

ବ୍ଯାସନଗର ସ୍ବୟଂଶାସିତ ମହାବିଦ୍ଯାଳୟର ନବଗଠିତ ପରିଚାଳନା ପରିଷଦର ପ୍ରଥମ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି ।

Image
ଯାଜପୁର (ବ୍ଯାସନଗର) ତା୧୯/୬ ବ୍ଯାସନଗର ସ୍ବୟଂଶାସିତ ମହାବିଦ୍ଯାଳୟର ନବଗଠିତ ପରିଚାଳନା ପରିଷଦର ପ୍ରଥମ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହିଅବସରରେ ପରିଚାଳନା ପରିଷଦର ନୂତନ ସଭାପତି ଶ୍ରୀ ପ୍ରଦୀପ କୁମାର ବିଶ୍ବାଳ ଓ ସମସ୍ତ ସଦସ୍ଯମାନଂକୁ ବିଧାୟକ ଅଶୋକ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ତଥା ବିଦାୟୀ ସଭାପତି ସଂତୋଷ କୁମାର ମିଶ୍ର ଓ ମହାବିଦ୍ଯାଳୟର ଅଧ୍ଯକ୍ଷ ଶିବ ଚରଣ ମାଝୀ ଅଭିନଂଦନ ଜଣାଇଥିଲେ । ଆଲୋଚନା କାଳରେ ମହାବିଦ୍ଯାଳୟର ବିଭିନ୍ନ ସମସ୍ଯା ସଂପର୍କରେ ସବିଶେଷ ଆଲୋଚନା କରାଯାଇ କାର୍ଯ୍ଯପନ୍ଥା ନିର୍ଧାରଣ କରାଯାଇଥିଲା । ମହାବିଦ୍ଯାଳୟ ଉପରେ ଅଚାନକ ମାତ୍ରଧିକ ବିଦ୍ଯୁତ ବିଲ ଦାବିକରି ଏକତରଫା ବିଦ୍ଯୁତଯୋଗାଣ ବନ୍ଦ ନିଷ୍ପତିନେଇ ଉଦବେଗ ପ୍ରକାଶ ପାଇଥିଲା ଏବଂ ଏ ବିଷୟରେ ଉଚ୍ଚ କର୍ତୃପକ୍ଷଂକ ସହ ଯୋଗାଯୋଗ କରାଯିବାକୁ ସ୍ଥିର ହୋଇଥିଲା । ସେହିପରି ମହାବିଦ୍ଯାଳୟର ନ୍ଯାକ ମାନ୍ଯତା ଓ ସ୍ବୟଂଶାସନ ମାନ୍ଯତା ବଜାୟ ରହିବା ପାଇଁ ଯଥାଶିଘ୍ରଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥିର କରାଗଲା । ଅଧିକନ୍ତୁ ମହାବିଦ୍ଯାଳୟର ନିଜସ୍ବ ଜମିକୁ ମାପଚୁପ କରାଯାଇ ତାର ସୀମାନିର୍ଧାରଣ ସହ ପାଚେରୀ କିମ୍ବା ତାରବାଡ ମାଧ୍ଯମରେ ସୁରକ୍ଷା କରାଯିବାକୁ ନିଷ୍ପତି ନିଷ୍ପତି ନିଆଯାଇଥିଲା । The first meeting of the newly formed governing council of the Jajpur (Byasnagar) Autonom

ଇମ୍ଫା ଖଣିରେ କୋଭିଡ ଟୀକାକାରଣ କାର୍ଯ୍ୟକ୍ରମ I

Image
ଯାଜପୁର(ସୁକିନ୍ଦା) : ଇମ୍ଫା ପରିଚାଳିତ ସୁକିନ୍ଦା ଓ ମହାଗିରି କ୍ରୋମାଇଟ ଖଣି ପକ୍ଷରୁ ଆପୋଲୋ ହସ୍ପିଟାଲ ସହଯୋଗରେ କୋଭିଡ ଟୀକାକାରଣ କାର୍ଯ୍ୟକ୍ରମ ଶୁକ୍ରବାର ମହାଗିରି କଲୋନୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅନ୍ୟୁନ  ୩୩୦ଜଣ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟୀକାକରଣ କରାଯାଇଥିଲା l ଇମ୍ଫାର ବରିଷ୍ଠ ଉପ ସଭାପତି ତଥା ଖଣି ବ୍ୟବସାୟିକ ମୁଖ୍ୟ ସଞ୍ଜୀବ ଦାସ, ଖଣି ଉପ ସଭାପତି ସୁଧାଂଶୁ ପାଟନୀ, ଇମ୍ଫା ଚିକିତ୍ସାଳୟର ମୁଖ୍ୟ ଚିକିତ୍ସକ ଡା. ଯୋଗୀ ଭାଷ୍କର ପାତ୍ର, ପ୍ରଶାସନିକ ମୁଖ୍ୟ ଅଜୟ କୁମାର ବେହୁରିଆ, ମାନବ ସମ୍ବଳ ପରିଚାଳକ ଗିରିଶ ପଟ୍ଟନାୟକ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଫାର୍ମାସିଷ୍ଟ, ଷ୍ଟାଫ ନର୍ସ, ମାନବ ସମ୍ବଳ ବିଭାଗ କର୍ମଚାରୀମାନେ ପଞ୍ଜିକରଣ, ଟୀକାକରଣ ଆଦିରେ ସହାୟତା କରିଥିଲେ l ଏହି ଟୀକାକରଣରେ ସାମିଲ ହେବାପାଇଁ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଥିବା ପରିଲକ୍ଷିତ ହୋଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ଲୋକସମ୍ପର୍କ ବିଭାଗ ମୁଖ୍ୟ ଜଗନ ମୋହନ ମଲ୍ଲିକ, ଅଜୟ କୁମାର ପାଣ୍ଡେ, ମିଲନ ରଞ୍ଜନ କର ପ୍ରମୁଖ ସହଯୋଗ କରିଥିଲେ l(ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )l Covid vaccination program at Imfa mine.  Jajpur (Sukinda):

ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ହେଲେ ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ବାଳ l

Image
ଯାଜପୁର - ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟ ର ପରିଚାଳନା କମିଟି ଗଠିତ ହୋଇଛି l ଏହି ପରିପ୍ରେକ୍ଷୀରେ ମୋଟ ୧୨ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଛି l ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ବାଳ ଙ୍କୁ ପରିଚାଳନା ସଭାପତି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି l ଶ୍ରୀଯୁକ୍ତ ବିଶ୍ଵାଳ ଜଣେ ସୁଦକ୍ଷ ପ୍ରଶାସନିକ ଅଧିକାରୀ ଓ ପ୍ରଶାସକ ଭାବରେ ଖୁବ୍ ଜଣାଶୁଣା ବ୍ୟକ୍ତିତ୍ଵ l ସେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଦାନଗଦି ବ୍ଲକ, ରାଛିପୁର ଗ୍ରାମର I ଏହା ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ତରୁଣ କୁମାର ଦାସ (ଉମାପଦା ଯାଜପୁର ରୋଡ଼), ଶ୍ରୀ ରସାନନ୍ଦ ମହାନ୍ତି (ବ୍ୟାଙ୍କ୍ ରୋଡ଼, ଯାଜପୁର ରୋଡ଼), ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ (ଉମାପଦା, ଯାଜପୁର ରୋଡ଼),ଶ୍ରୀମତୀ ସରୋଜିନୀ ବଳ (ଅଫିସ୍ କଲୋନୀ, ଫେରୋକ୍ରୋମ, ଯାଜପୁର ରୋଡ଼), ଶ୍ରୀ ଶଶିଭୂଷଣ ଏସ୍ ଉପାଧ୍ୟାୟ (residents director Jindal stainless steel), ଡଃ. ବିନୋଦ ବିହାରୀ ସାହୁ (Reader in Botany V. N. AutoCollage Jajapur Road), ଡଃ. କୃଷ୍ଣ ଚନ୍ଦ୍ର ପ୍ରଧାନ (Reader in English V. N. AutoCollage Jajapur Road), UGC ମେମ୍ବର, UU ମେମ୍ବର, ରାଜ୍ଯ ସରକାର ଙ୍କ ପ୍ରତିନିଧି ସଦସ୍ୟ, ଶ୍ରୀ ଶିବ ଚରଣ ମାଝୀ (Principal V. N. AutoCollage Jajapur Road),. Mr. Pradeep Kumar Bishwal was

ମା କଳା ପରିଷଦ ପକ୍ଷରୁ କରୋନା 'ଯଶୋଦାଯୋଦ୍ଧା ସମ୍ମାନ ପ୍ରଦାନ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ବିଞ୍ଝାରପୁର ବ୍ଲକ ବାଙ୍ଗରା ଗ୍ରାମର ମା' ଯଶୋଦା କଳା ପରିଷଦ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ - ୨୦୨୧ ପ୍ରଦାନ କରାଯାଇଛି l ଜରୀ ଫାଣ୍ଡି ପରିସରରେ କୋଭିଡ ନିୟମ ଅନୁସାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜରୀ ଫାଣ୍ଡି ଅଧିକାରୀ ଅଶୋକ କୁମାର ସ୍ଵାଇଁ, ସମାଜସେବୀ ବିଷ୍ଣୁ ଚରଣ ଭୂୟାଁ, ଅଶୋକ ପଲାଇ, ପିତାମ୍ବର ମହାନ୍ତ , ଅଶୋକ ମହାରଣା, ପ୍ରଶାନ୍ତ ସେନାପତି ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା l ସାମାଜିକ କର୍ମୀ ଦିନେଶ ମଲ୍ଲିକ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ, ପ୍ରଫୁଲ୍ଲ ସ୍ଵାଇଁ, ସଦାନନ୍ଦ ଦାସ, ଶିକ୍ଷୟତ୍ରୀ ତଥା ସମାଜସେବୀ ନନ୍ଦିନୀ ପ୍ରଭା ଦାସ, ଗୁରୁ ଅନୁପମା ନାୟକ, ରମାକାନ୍ତ ଦାଶ, ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ l On behalf of the Mother Arts Council, Karona was honored with the Yashodayoddha Award.  Jajpur (Beuro Report) - Maa Yashoda Kala Parishad, Maa Yashoda Kala Parishad, Bangra village, Binjharpur block, has been conferred the Korona Warrior Award - 2021. Jari Fandi officer Ashok Kumar Swain, social activist Vishnu Charan Bhuyan, Ashok Maharana, Prashant Senapati was given the North

ଏସ୍ ଟି ଏଫ୍ ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପୋଲିସ୍ ଡିଜି ଅଭୟ I

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : ରାଜ୍ୟରେ ଡ୍ରଗ୍ସ କାରବାର ବଢି ଚାଲିଥିବାବେଳେ ଏହାକୁ ରୋକିବାରେ ସଫଳ ହୋଇଛି ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) । ରାଜ୍ୟରେ ନିଶା କାରବାର ରୋକିବାରେ ଏସଟିଏଫ୍‌ର ପ୍ରମୁଖ ଭୂମିକା ଥିବା କହି ଏହାର ପ୍ରଶଂସା କରିଛନ୍ତି ପୋଲିସ ଡିଜି ଅଭୟ । ଆଜି ଏକ ପ୍ରେସ୍ ମିଟ୍‌ରେ ଡିଜିପି କହିଛନ୍ତି, ଏସ୍‌ଟିଏଫ୍‌କୁ ଆହୁରି ସୁଦୃଢ଼ କରାଯିବ ।  ରାଜ୍ୟରେ ଡ୍ରଗ୍ସ କାରବାର ରୋକିବାକୁ ଏସଟିଏଫ୍‌ରେ ଏକ ସ୍ୱତନ୍ତ୍ର ନାର୍କୋଟିକ୍ସ ୟୁନିଟ୍ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି । ଏଥିଲାଗି ଜଣେ ଏସପି, ୩ ଡିଏସପି ସହ ୨୭ଟି ନୂଆ ପଦବୀକୁ ମଞ୍ଜୁରୀ ମିଳିଛି । ଏହା ଡ୍ରଗ୍ସ କାରବାର ରୋକିବାରେ ସହାୟକ ହେବ । ଆଗକୁ ଡ୍ରଗ୍ସ କାରବାର ରୋକିବାକୁ ଆହୁରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ ।  ରାଜ୍ୟ ପୋଲିସ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି, ୨୦୨୦ ପରଠାରୁ ରାଜ୍ୟରେ ନିଶା କାରବାର ବିଶେଷ କରି ବ୍ରାଉନ୍ ସୁଗାର କାରବାର ବଢିଚାଲିଛି । ଏହି ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ବୃଦ୍ଧିପାଇଛି । କେବଳ ୨୦୨୦ରେ ୩୫ କିଲୋଗ୍ରାମ ୬୧୬ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଥିବା ପୋଲିସ କହିଛି । ଏହାସହ ୨୦୨୧ରେ ବର୍ତ୍ତମାନ ସୁଦ୍ଧା ୯ କେଜିରୁ ଅଧିକ ଓଜନର ବ୍ରାଉନସୁଗାର ଏବଂ ୧୫ଶହ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ କରାଯାଇଛି । Police DG