Posts

ଖାକିରେ ଲାଗିଛି କଳଙ୍କର ଛିଟା ।

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଖାକିରେ ଲାଗିଛି କଳଙ୍କର ଛିଟା । ପୋଲିସ କର୍ମଚାରୀଙ୍କ ନାଁରେ ଲଭ ସେକ୍ସ ଧୋକା ଅଭିଯୋଗ । ସୁରକ୍ଷା ଦାୟିତ୍ୱ ବହନ କରୁଥିବା ପୋଲିସ ବିଭାଗର ଜଣେ କର୍ମଚାରୀ ବିଧବା ମହିଳାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏଭଳି ଘଟଣା ଧର୍ମଶାଳା ଥାନା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ ଧର୍ମଶାଳା ଥାନା ଅନ୍ତର୍ଗତ ଦିଗାମ୍ବରପୁର ଗ୍ରାମର ଜଣେ ବିଧବା ମହିଳାଙ୍କ ସହିତ ଓଏପିଏଫ କର୍ମଚାରୀ ଶ୍ୟାମସୁନ୍ଦର କିସ୍କୋଙ୍କ ପ୍ରେମସମ୍ପର୍କ ଗଢି ଉଠିଥିଲା । ଓଏପିଏଫ କର୍ମଚାରୀ ଜଣକ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ । ହେଲେ ପରବର୍ତ୍ତୀ ସମୟରେ ବିବାହ କରିବାକୁ ମନା କରିଦେଇଥିଲେ । ଏପରିକି ଗର୍ଭ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି । ପରେ ଏକ ଫାଉଣ୍ଡେସନର ମାଧ୍ୟମରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ତେବେ ବିବାହରେ ଅରାଜି ହେବାରୁ ଯୁବତୀ ଜଣକ ଏସମ୍ପର୍କରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଧର୍ମଶାଳା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ୟାମସୁନ୍ଦରଙ୍କୁ ଗିରଫ କରିଥିଲା । ଉଭୟଙ୍କ ଡାକ୍ତରୀମାଇନା କରାଯିବା ସହ ପୀଡିତାର ମାଜିଷ୍ଟ୍ରେଟଙ୍କ ନିକଟରେ ୧୬୪ ଧାରାରେ ବୟାନ ରେକର୍ଡ

'' ଉଦୟବଟ '' ପକ୍ଷରୁ ୭୨ ତମ ବନ ମହୋତ୍ସବ ପାଳିତ l

Image
ଯାଜପୁର( ବ୍ୟାସନଗର ): - ବୃକ୍ଷ ହିଁ ଜୀବନ, ଦାରୁ ବ୍ରହ୍ମ, ପ୍ରକୃତି ମାତାର ଶ୍ରେଷ୍ଠତମ ସୃଷ୍ଟି । କରୋନା ସମୟରେ ବୃକ୍ଷର ଉପକାରିତାକୁ ଆମ୍ଭେ ଅନୁଭବ କରିଛେ । ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ବୃଦ୍ଧି ପାଇଁ ବୃକ୍ଷର ଭୂମିକା ଅପରିହାର୍ଯ୍ୟ । କରୋନାର କରାଳ ଦାଉରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ରୋଗ ପ୍ରତିରୋଧକ ଶକ୍ତି ହିଁ ପରୋକ୍ଷରେ ବୃକ୍ଷରୁ ମିଳିଥାଏ । ବୃକ୍ଷ ଏକାଧାରାରେ ସମଗ୍ର ଜୀବଜଗତକୁ ଖାଦ୍ୟ ଯୋଗାଇବାରେ, ଫଳ ପୁଷ୍ପ ପ୍ରଦାନ କରିବାରେ, ବାସ ସ୍ଥାନ ଯୋଗାଡରେ, ନିର୍ମାଣ କାର୍ଯ୍ୟରେ, ଅମ୍ଳଜାନ ଯୋଗାଇବାରେ, ଔଷଧ ତିଆରିରେ, ଗୋପାଳନ ପାଇଁ, ମୂଲ୍ୟବାନ କାଠ ଉତ୍ପାଦନ କରି ଅର୍ଥ ଉପାର୍ଜ୍ଜନରେ, ତାପମାତ୍ରାକୁ ସୁନିୟନ୍ତ୍ରିତ କରିବାରେ, ବାଟୋଇଙ୍କୁ ଛାୟା ଓ ଆଶ୍ରୟ ପ୍ରଦାନ କରିବାରେ ସର୍ବୋପରି ପରିବେଶ ସନ୍ତୁଳନରେ ଆଦି ଭଳି ବିବିଧ କାର୍ଯ୍ୟରେ ବୃକ୍ଷ ସହାୟକ ହୋଇ ଚାଲିଛି । ଏହି ଅବସରରେ'' ଉଦୟବଟ'' ପକ୍ଷରୁ ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ଙ୍କ ତତ୍ତ୍ଵାବଧାନରେ ଏବଂ '' ''ଉଦୟବଟ'' ର ଯାଜପୁର ଜିଲ୍ଲା ପ୍ରତିନିଧି ବସନ୍ତ କୁମାର ପାତ୍ର ଙ୍କ ସହଯୋଗରେ ବ୍ୟାସନଗର ପୌରପରିଷଦ ର ମୁଣ୍ଡମାଳ ହନୁମାନ ବାଟିକା ଠାରେ ୪୦ ରୁ ଉର୍ଦ୍ଧ ଔଷଧିୟ ଓ ଫଳ ବୃକ୍ଷ ରୋପଣ କରାଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ କ

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

Image
ଭୁବନେଶ୍ଵର( ବ୍ୟୁରୋ ରିପୋର୍ଟ) :- ରାଜଧାନୀ ଭୁବନେଶ୍ଵର ରେ ଘଟିଯାଇଛି ଅଭାବନିୟ ଘଟଣା l ଗୋଟିଏ ଘର ଭିତରେ ମହିଳାଙ୍କୁ ହତ୍ୟା କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି l ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ପଡ଼ିଥିବା ଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ହିଁ ସଂପୃକ୍ତ ମହିଳାଙ୍କୁ ହତ୍ୟା କରିଛି । ମହିଳା ଓ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟବଶତଃ ପିଲାଟି ଅଭିଯୁକ୍ତ କବଳରୁ ବର୍ତ୍ତିଯାଇଛି । ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି ପୋଲିସ । ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା । ହୋସ୍ ଆସିବା ପରେ ସତ ମାନିଲା ଅଭିଯୁକ୍ତ । ଭୁବନେଶ୍ବର ଭୀମଟାଙ୍ଗି କଲୋନୀ ଫେଜ୍ ଓ୍ଵାନରେ ସଂପୃକ୍ତ ମହିଳାଙ୍କ ସହ ତାଙ୍କର ଏକ ଛୋଟ ପୁଅକୁ ମଧ୍ୟ ହତ୍ୟା କରିବାକୁ ଆସିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ଜଗନ୍ନାଥର ଘର ଯାଜପୁରର ବଡ଼ମଙ୍ଗଳା ଅଂଚଳରେ । ଉଭୟ ମାଆ ପୁଅଙ୍କୁ ମାରିବାକୁ ଆସିଥିଲା ଜଗା । ତେବେ ଘର ମାଲିକଙ୍କ ଘରେ କୁନି ପୁଅଟି ରହିଯାଇଥିବାରୁ ହତ୍ୟାକାରୀ କବଳରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲା । ରାଜଧାନୀରେ ଏହି f ମହିଳାଙ୍କୁ ମର୍ଡ଼ର ପ୍ଲଟର ଖୁଲାସା କରିଛନ୍ତି ଭୁବନେଶ୍ଵର ଡିସିପି । ମୃତ ମହିଳାଙ୍କ ନାଁ ପ୍ରିୟଦର୍ଶିନୀ ସାହୁ । ତାଙ୍କ ସହ ଅଭିଯୁକ୍ତ

ପୀଡ଼ିତାଙ୍କ ଅଭିଯୋଗ ପରେ ମଧ୍ୟ ଦୁର୍ବୃତ୍ତ ଖୁଲମଖୁଲା ବୁଲୁଥିବା ବେଳେ, ପୋଲିସ ର କାର୍ଯ୍ୟକୁ ନେଇ ସାଧାରଣରେ ଆଲୋଚନା l

Image
ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) : - ରାଜ୍ୟସରକାର ମହିଳା ମାନଙ୍କ ପାଇଁ ମାଆ କୁ ସଂମ୍ମାନ ଗାଁ କୁ କାମ ,ଏଠି ଦେଖନ୍ତୁ ପୁରା ଓଲଟା ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଥିବାବେଳେ ପୋଲିସ ପ୍ରଶାସନ ପକ୍ଷରୁ ନିଷ୍କ୍ରିୟତା ଦେଖିବାକୁ ମିଳିଛି।ସୂଚନା ମୁତାବକ ଗତ ଜୁନ୨୧ ତାରିଖ ସନ୍ଧ୍ୟା ୮ଟା ବେଳେ ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ପଞ୍ଚାୟତର ଗୋପାଳପୁର ଗ୍ରାମର ସୁଧୀର କୁମାର ନାୟକ, ପିତା- ରବିନାରାୟଣ ନାୟକ ନିଶାସକ୍ତ ଅବସ୍ଥାରେ ଏକ ଧାରୁଆ ଅସ୍ତ୍ର ଧରି ସେହି ଗ୍ରାମର ଅଙ୍ଗନବାଡ଼ି କର୍ମୀ ନୀରାବତି ନାୟକଙ୍କ ଘରେ ପସି ମରଣାନ୍ତକ ଆକ୍ରମଣ କରିବାପାଇଁ ଗୋଡାଇ ଥିଲା । କାରଣ ସୁଧୀର ଗତ ଦୁଇ ବର୍ଷ ହେଲା ମଦ୍ୟପାନ ଏବଂ ଖର୍ଚ୍ଚ ପାଇଁ ଦାଦାବଟି ମାଗି ଆସୁଛି ଯାହା ନିରାବତୀ କୁହନ୍ତି ,ମାତ୍ର ନୀରାବତି ମନାକରି ଦିଅନ୍ତି । ଫଳରେ ଯେତେବେଳେ ସୁଧୀର ଆକ୍ରମଣ କରିବାକୁ ଯାଆନ୍ତେ ନୀରାବତି ଘରୁ ଦୈାଡି ବାହାରକୁ ଆସି ଚିତ୍କାର କରିଥିଲେ।ସେହି ସମୟରେ ଗ୍ରାମର କିଛି ଲୋକମାନେ ଆସି ସୁଧୀର ଙ୍କୁ ରୋକିଥିଲେ।ତା ପରଦିନ ୨୨ତାରିଖରେ ଗ୍ରାମ ସଭାରେ ସୁଧୀର କାହାର କଥା ଶୁଣିନଥିଲା ଏବଂ କରିଥିଲା ମୋର କଣ କରିବାର ଅଛି କର।ପୀଡିତା ଆଇନିର ଆଶ୍ରୟ ନେଇ ଗଁଦିଆ ଥାନାରେ ପ୍ରଥମେ ଅଭିଯୋଗ କରିଥିଲେ । ସୁଚନା କେସ ନଂ ୧୬୫/୨୧ ବୋଲି ଜଣାପଡିଛି। କିନ୍ତୁ ଦିର୍ଘଦିନ ବିତିଯାଇଥିଲେ ମଧ୍ୟ ଗଁ

ବହୁଚର୍ଚ୍ଚିତ ନଗଡାରେ ସ୍ୱାବ ପରୀକ୍ଷା l

Image
ଯାଜପୁର (ସୁକିନ୍ଦା) :- ସୁକିନ୍ଦା ବ୍ଲକର ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ବହୁ ଚର୍ଚିତ ନଗଡା଼ର ଆଦିବାସୀ ମାନେ କୋଭିଡ ଟୀକା ନେବାକୁ କିମ୍ବା ସ୍ୱାବ ପରୀକ୍ଷା କରିବାକୁ ରାଜି ନହେବା ଘଟଣା ସୁକିନ୍ଦା ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା l ସେମାନଙ୍କୁ ବହୁ ବୁଝାସୁଝା କରିବାପରେ ଶେଷରେ ସେମାନେ ରାଜି ହୋଇଥିଲେ l ଶନିବାର ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତଳ ନଗଡା଼ର 32ଜଣ ପୁରୁଷ,33 ଜଣ ମହିଳା ଓ 4 ଜଣ ଶିଶୁ ଏପରି ମୋଟ 69 ଜଣଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା l ସବୁଗୁଡିକ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ବିଶ୍ୱଜିତ ସ୍ୱାଇଁ ପ୍ରକାଶ କରିଛନ୍ତି l ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଅଧିକାରୀ ଡା ଜୟଦେବ ନନ୍ଦଙ୍କ ତତ୍ୱା ବଧାନରେ. ପିଏଚଇଓ ରଶ୍ମୀପ୍ରଭା ଖଟୁଆ, ଏଲଟି ବିକ୍ରମ ରାଉତ,ଡ଼ିଇଓ ସନ୍ତୋଷିନୀ ପାହି, ବିଡ଼ିଏମ ଅନୁସୂୟା ରାଉତ ପ୍ରମୁଝ ଏହି ସ୍ୱାବ ପରୀକ୍ଷା କାର୍ଯ୍ୟ ପରିଚାଳନା କରିଥିଲେ l   (ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ ) Swab test in much-hyped Nagda. The much-talked-about Nagda tribal people under the Chingudipala panchayat in Sukinda block have refused to vaccinate or take a swab test. They agreed that a total of 69 men, 33 women and 4 c

ପୁରୀ ଲୋକେ ରଥଯାତ୍ରା ବେଳେ ଘର ଭିତରେ ରହିବେ - ଜିଲ୍ଲାପାଳ I

Image
ପୁରୀ :- ପୁରୀ ର ଜନସାଧାରଣ ଚଳିତ ବର୍ଷ ରଥ ଯାତ୍ରା ଦେଖିପାରିବେ ନାହିଁ ମାନେ ପୁରୀ ଲୋକେ ଛାତ ଉପରେ ରହି ରଥ ଯାତ୍ରା ଦେଖିବାକୁ ସୁଯୋଗ ପାଇପାରିବେ ନାହିଁ ବୋଲି ସୁଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା l ଜିଲ୍ଲାପାଳ କହିଛନ୍ତି ଯେ, ରଥଯାତ୍ରା ସମୟରେ ପୁରୀ ରେ ୧୪୪ ଧାରା ଜାରି ରହିବ l ଏହା ରଥ ଯାତ୍ରା ପୂର୍ବ ରାତିରୁ ରଥଯାତ୍ରା ପରଦିନ ଅପରାହ୍ନ ପଯ୍ୟନ୍ତ ବଳବତ୍ତର ରହିବ l ଯେହେତୁ କର୍ଫ୍ୟୁ ଲାଗୁ ହେବ ତେଣୁ ବଡଦାଣ୍ଡ ର ପାର୍ଶ୍ୱରେ ଥିବା କୌଣସି ଘର ର ଛାତ ଉପରେ ରହି ଲୋକମାନେ ରଥଯାତ୍ରା ଦେଖିପାରିବେ ନାହିଁ I ରଥ ଯାତ୍ରା ସମୟରେ ସମସ୍ତେ ଘର ଭିତରେ ରହିବେ l ଚଳିତ ବର୍ଷର ରଥଯାତ୍ରା ସରକାରଙ୍କ କୋଭିଡ୍ ନିୟମାନୁସାରେ ବିନା ଭକ୍ତ ରେ ପାଳନ ହେବ l ସମସ୍ତ ଜନସାଧାରଣ କେବଳ ଦୂରଦର୍ଶନ ମାଧ୍ୟମରେ ଘରେ ରହି ସୁରକ୍ଷିତ ଭାବେ ରଥଯାତ୍ରା ଦେଖିପାରିବେ I Puri people will be inside the house during the procession - District Magistrate.  PURI: The people of Puri will not be able to see the rath yatra this year, meaning that the people of Puri will not be able to stay on the roof and watch the rath yatra, Puri district commissioner Samarth Burma said.  "During the rath yatra, Section 14 will con

ଦୁନିଆଁ ରେ ସବୁଠାରୁ ମହଙ୍ଗା ବୃକ୍ଷ I

Image
ଅନୁଭୂତି - ଦୁନିଆରେ ବିଭିନ୍ନ ପ୍ରକାର ମସଲା ରହିଛି। ଯାହା ନିଜର ସ୍ୱାଦ ପାଇଁ ବେଶ ପରିଚିତ। ମାତ୍ର ଏପରି ଏକ ମସଲା ରହିଛି ଯାହା ନିଜର ମୂଲ୍ୟ ପାଇଁ ବେଶ ପରିଚିତ। ଏହି କାରଣରୁ ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ମସଲା ବୋଲି କୁହାଯାଏ। ଏହି ମସଲାର ଗଛକୁ ମଧ୍ୟ ସବୁଠାରୁ ମହଙ୍ଗା ବୃକ୍ଷ କୁହାଯାଏ। ଏହାକୁ ଚାଷ କରାଯାଉଥିବା ପ୍ରମୁଖ ଦେଶ ମାନଙ୍କ ମଧ୍ୟରୁ ଭାରତ ସମେତ ଫ୍ରାନ୍ସ ସ୍ପେନ,ଇରାନ, ଇଟଲୀ,ଗ୍ରୀସ,ଜର୍ମାନୀ, ଜାପାନ,ରୁଷ, ଅଷ୍ଟ୍ରେଲିୟା, ଆଦି। ଭାରତରେ ଏହାର ଚାଷ ଜମ୍ମୁର କିଶତବାଡ ଭଳି ଅନ୍ୟ କେତେକ ସ୍ଥାନରେ ହୋଇଥାଏ। ଦୁନିଆର ସବୁଠାରୁ ମହଙ୍ଗା ମସଲାର ନାମ କେସର। ବଜାରରେ ଏହାର ମୂଲ୍ୟ କିଲୋ ପ୍ରତି ଅଢେଇ ରୁ ୩ ଲକ୍ଷ ପର୍ଯ୍ୟନ୍ତ ରହିଛି। ଏହା ମହଙ୍ଗା ହେବାର କାରଣ ଏହାର ପ୍ରାୟ ଦେଢ ଲକ୍ଷ ଫୁଲରୁ ଏକ କିଲୋ ଶୁଖିଲା କେସର ପ୍ରାପ୍ତି ହୋଇଥାଏ। ସୁନା ଭଳି ମହଙ୍ଗା ହେବା କାରଣରୁ କେସରକୁ ରେଡ ଗୋଲ୍ଡ ମଧ୍ୟ କୁହାଯାଏ। ମାନ୍ୟତା ଅନୁଯାୟୀ, ଆଜି ଠାରୁ ପ୍ରାୟ ୨୩୦୦ ବର୍ଷ ପୂର୍ବରୁ ପ୍ରଥମେ ସିକନ୍ଦର ମହାନର ସେନା ଏହାର ଚାଷ କରିଥିଲେ। ଜଣେ ପ୍ରସିଦ୍ଧ ରାଣୀ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହାର ବ୍ୟବହାର କରୁଥିଲେ। କିଛି ଲୋକଙ୍କ କହିବା ଅନୁଯାୟୀ, ଏହାର ଉତ୍ପତ୍ତି ଦକ୍ଷିଣ ୟୁରୋପର ଦେଶ ସ୍ପେନରେ ହୋଇଥିଲା। ଏବେ ଦୁନିଆରେ ସବୁଠାରୁ ଅଧିକ କେସରର ଚାଷ ସ୍ପେନରେ କରାଯାଉଛି। କେସର ଫୁଲର ବାସ୍ନା ଖୁବ ଭଲ ହୋଇ