Posts

ପିମ୍ପୁଡ଼ିଆ ସ୍କୁଲ ରେ ଅଭାବନୀୟ ଘଟଣା l

Image
ଯାଜପୁର (ସୁକିନ୍ଦା) :- ପିମ୍ପୁଡିଆ ସ୍ଥିତ ପତିତପାବନ ହାଇସ୍କୁଲରେ ଜୈନିକ ଛାତ୍ରୀ ଅଚେତ ଅବସ୍ଥାରେ ସୁକିନ୍ଦା ମେଡିକାଲରେ ଭର୍ତ୍ତି ।ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ରାଜ୍ୟର ସମସ୍ତ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ଉଦ୍ଧେଶ୍ୟରେ ସମସ୍ତ ହାଇସ୍କୁଲ ଖୋଲା ଯାଇଥିବା ବେଳେ ସୁକିନ୍ଦା ବ୍ଲକ ଅଧିନସ୍ଥ ପିମ୍ପୁଡିଆ ଗ୍ରାମରେ ଥିବା ପତିତପାବନ ଉଚ୍ଚ ବିଦ୍ୟାଳୟ ରେ ସବୁଦିନ ପରି ସଠିକ୍ ସମୟ ରେ ସ୍କୁଲ ଖୋଲିଥିଲା l ଆଜି ସକାଳ ୧୦ ଘଟିକା ସମୟରେ ୨୮ ଜଣ ପିଲା ପାଠ ପଢିବା ପାଇଁ ଆସିଥିବା ସୂଚନା ମିଳିଛି l ଶିକ୍ଷକ ପ୍ରେମାନନ୍ଦ ମିଶ୍ରଙ୍କ ପଠା ପଢା ଆରମ୍ଭରୁ ପିମ୍ପୁଡିଆ ଗ୍ରାମର ଦଶମ ଶ୍ରେଣୀର ଛାତ୍ରୀ ପ୍ରୀତି ମହାନ୍ତ, ହଟାତ ଅଚେତ ହୋଇ ସ୍କୁଲ ଗୃହ ପରିସରରେ ପଡି ଯିବାରୁ ବିଦ୍ୟାଳୟର ଶିକ୍ଷକ ମାନେ ସରକାରୀ 108 ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାରୁ 108 ଆମ୍ବୁଲାନ୍ସର କର୍ମଚାରୀ ମାନେ ପିମ୍ପୁଡିଆ ବିଦ୍ୟାଳୟରେ ପହଞ୍ଚି ଛାତ୍ରୀ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଅକ୍ସୀଜେନ ଲଗାଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରେଇବା ପରେ ଛାତ୍ରୀ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି । Unexpected incident at Pimpudia School.  Jajpur (Sukinda): - A Jain student at Patitapavan High School in Pimpudia has been admitted to Sukin

ନିଜର ୧୯ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲାର ପୌରାଂଚଳ ଦାୟିତ୍ୱ ନ୍ୟସ୍ତ କରିଛି ବିଜେପି l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) : - ରାଜ୍ୟରେ ପୌର ନିର୍ବାଚନକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ବିଜେପି ଆଜି ଏକ କମିଟି ଗଠନ କରି ନିଜର ୧୯ଜଣ ନେତାଙ୍କୁ ବିଭିନ୍ନ ଜିଲ୍ଲାର ପୌରାଂଚଳ ଦାୟିତ୍ୱ ନ୍ୟସ୍ତ କରିଛି। ଦୀର୍ଘ ୩ବର୍ଷ ପରେ ରାଜ୍ୟରେ ପୌର ନିର୍ବାଚନ କରିବା ପ୍ରସଙ୍ଗକୁ ନେଇ ବିଜେପି ଗତ ୩ଦିନ ଧରି ଅଧିକ ତତ୍ପରତା ଦେଖାଇବାରେ ଲାଗିଛି।  ବିଜେପି ପକ୍ଷରୁ ଜାରି ସୂଚନା ଅନୁସାରେ, ପୌର ନିର୍ବାଚନ ପାଇଁ ସଂଗଠନକୁ ଅଧିକ ସୁଦୃଢ଼ କରିବା ନିମନ୍ତେ ଦଳର ବରିଷ୍ଠ ନେତା କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପୌରାଂଚଳ କମିଟି ଗଠନ କରିଛି। କମିଟିରେ ସଂଯୋଜକ ଭାବେ କୃଷ୍ଣଚନ୍ଦ୍ର ମହାପାତ୍ର ରହିଥିବାବେଳେ ଅନ୍ୟ ୧୭ଜଣ ନେତାଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନରେ ଏହି ଜିଲ୍ଲା ପ୍ରଭାରୀ କମିଟି ଗଠନ ହୋଇଛି।  ବିଜେପିର ତାଲିକା ଅନୁସାରେ ଶ୍ରୀ ସିଂହଦେଓଙ୍କୁ ବଲାଙ୍ଗିର, ସୁବର୍ଣ୍ଣପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେହିପରି ରାଜ୍ୟ ସଂଯୋଜକ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମୟୂରଭଞ୍ଜର ବାରିପଦା ଓ ରାଇରଙ୍ଗପୁର , ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର ଓ ଖୋର୍ଦ୍ଧା, ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦେବଗଡ଼ ଓ ସମ୍ବଲପୁର, ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ପୁରୀ, ବରିଷ୍ଠ ନେତା ନୟନ କିଶୋର ମହା

ଭାରତର ସରକାରୀ ଚ୍ୟାନେଲ ଦୂରଦର୍ଶନକୁ ସବୁଠୁ ଅଧିକ ଦେଖୁଛନ୍ତି ପାକିସ୍ତାନୀ।

Image
ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) :- ଭାରତର ସରକାରୀ ଚ୍ୟାନେଲ ଦୂରଦର୍ଶନକୁ ସବୁଠୁ ଅଧିକ ଦେଖୁଛନ୍ତି ପାକିସ୍ତାନୀ। ଭାରତ ପରେ ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓର ୟୁଟ୍ୟୁବ ଚ୍ୟାନେଲର ସବୁଠୁ ଅଧିକ ଦର୍ଶକ ଅଛନ୍ତି ପାକିସ୍ତାନରେ। ମୌସୁମୀ ଅଧିବେଶନରେ ସୂଚନା ଦେଲେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର।  ସଂସଦରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ୨୦୨୧ରେ ୟୁଟ୍ୟୁବରେ ପ୍ରସାର ଭାରତୀ ଚ୍ୟାନେଲକୁ ପାକିସ୍ତାନରେ ୬୯ ଲକ୍ଷ ୬୮ ହଜାର ୪୦୮ ଦର୍ଶକ ଦେଖିଛନ୍ତି। ଯାହାକି ଅନ୍ୟ ଦେଶ ତୁଳନାରେ ପାକିସ୍ତାନର ଦର୍ଶକଙ୍କ ସଂଖ୍ୟା ଅଧିକ ରହିଛି। ସେହିପରି ୟୁଏସ୍‌ରେ ପ୍ରସାର ଭାରତୀର ୟୁଟ୍ୟୁବ୍ ଚ୍ୟାନେଲକୁ ୫୬ ଲକ୍ଷ ୪୭ ହଜାର ୫୬୫, ବାଙ୍ଗଲାଦେଶରେ ୫୧ ଲକ୍ଷ ୮୨ ହଜାର ୧୦ ଜଣ ଦର୍ଶକ ଦେଖିଥିବା ବେଳେ ନେପାଳରେ ୩୧ ଲକ୍ଷ ୬୮ ହଜାର ୮୧୦ ଜଣ ଏବଂ ୟୁଏଇରେ ୨୭ ଲକ୍ଷ ୨୧ ହଜାର ୯୮୮ ଜଣ ଦର୍ଶକ ଦେଖିଛନ୍ତି।  ଅନୁରାଗ ଠାକୁର ପୁଣି କହିଛନ୍ତି ଯେ, ୨୦୨୦ରେ ପାକିସ୍ତାନରେ ପ୍ରସାର ଭାରତୀ ୟୁଟ୍ୟୁବ୍ ଚ୍ୟାନେଲକୁ ୧ କୋଟି ୩୩ ଲକ୍ଷ ୫୦୪ ଭ୍ୟୁଜ୍ ମିଳିଥିଲା। ସେହିପରି ୟୁଏସ୍‌ରେ ୧ କୋଟି ୨୮ ଲକ୍ଷ ୬୩ ହଜାର ୬୭୪, ୟୁଏଇରେ ୮୨ ଲକ୍ଷ ୭୨ ହଜାର ୫୦୬, ବାଙ୍ଗଲାଦେଶରେ ୮୧ ଲକ୍ଷ ୩୬ ହଜାର ୬୮୪, ଓ ସାଉଦୀ ଆରବରେ ୬୫ ଲକ୍ଷ ୨୯ ହଜାର ୬୮୧ ଭ୍ୟୁଜ୍ ମିଳିଥିଲା।  ସୂଚନା ଏବଂ ପ୍ରସାରଣ

ପାଣିପାଗ ସମ୍ବନ୍ଧୀୟ ବିଶେଷ ସୂଚନା I

Image
ଭୁବନେଶ୍ୱର : - ଉତ୍ତର ବଙ୍ଗୋପସାଗର ଓ ତାହାର ଆଖପାଖ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୨୮ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାର ବହୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏ ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି  ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସଙ୍କ କହିବାନୁଯାୟୀ, , ଉତ୍ତର ବଙ୍ଗୋପସାଗର ଓ ତାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଆଜି ବହୁ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ମୁଖ୍ୟତଃ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରାୟତଃ ବର୍ଷା ପରିମାଣ ବଢ଼ିବ।  ପ୍ରବଳ ବର୍ଷା ପ୍ରଭାବରେ କିଛି ଜିଲ୍ଲାର ତଳୁଆ ଅଞ୍ଚଳରେ ସାମୟିକ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।  ଚଳିତ ବର୍ଷ ନିଅଣ୍ଟିଆ ମୌସୁମୀ ବର୍ଷା ଯୋଗୁ ଚାଷୀ କୂଳ ହତାଶ ହୋଇଥିବା ବେଳେ ଆଗାମୀ ୩ ଦିନ ବର୍ଷା ସେମାନଙ୍କୁ ସହାୟକ ହେବ ବୋଲ

ସ୍ମାର୍ଟ ଫୋନ୍ ରହିବ ସୁରକ୍ଷିତ, ଆଗକୁ ଆସୁଛି ନୂଆ ଟେକ୍ନୋଲୋଜି, ଜାଣନ୍ତୁ କଣ l

Image
ବ୍ୟୁରୋ ରିପୋର୍ଟ: - ଦିନକୁ ଦିନ ଅଧିକ ସ୍ମାର୍ଟ ହେଉଛି ସ୍ମାର୍ଟ ଫୋନ୍‌ । ଏଥିରେ କେବଳ ସଫ୍ଟଓ୍ୱେର ଫିଚର ନୁହେଁ ବରଂ ହାର୍ଡ଼ଓ୍ୱାର ମଧ୍ୟ ଅପେଡଟ୍‌ ହେଉଛି । ଯେଉଁଥିରେ ସେଲଫୋନ୍‌ କମ୍ପାନୀ ଲୋକଙ୍କ ପାଇଁ ମୋବାଇଲକୁ ଅଧିକ ସୁରକ୍ଷିତ ଏବଂ ସୁବିଧାପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି । ଦିନ ଥିଲା ଏଥିରେ ଥିବା କେତକ ସୁବିଧା ଦିନେ ସ୍ୱପ୍ନ ଭଳି ମନେ ହେଉଥିଲା । ଯେପରିକି ଫ୍ଲୋଲ୍ଡେବଲ ସ୍କ୍ରିନ୍‌ ଯୁକ୍ତ ଫୋନ୍‌ । ଏହିଭଳି ଆଶ୍ଚର୍ଯ୍ୟ କଲାଭଳି ଫିଚର କିଛି ଦିନ ମଧ୍ୟରେ ବଜାରରେ ଉପଲବ୍ଧ ହେବ । କାରଣ ବୈଜ୍ଞାନିକ ଏଭଳି ପଦାର୍ଥ ଖୋଜି ବାହାର କରିଛନ୍ତି ଯେଉଁଥିରେ ଫାଟି ଯାଇଥିବା ମୋବାଇଲର ସ୍କ୍ରିନ୍‌ କିଛି ସମୟ ମଧ୍ୟରେ ଯୋଡ଼ି ହୋଇଯିବ । ସ୍କ୍ରିନ୍‌ କ୍ରାକ୍‌ ହେବା ଏକ ବିରାଟ ସମସ୍ୟା । କେବେ କେବେ ଆପଣ ଦେଖିଥିବେଯେ, ଖୁବ୍‌ କମ୍‌ ସମୟ ମଧ୍ୟରେ ମୋବଇଲ ସ୍କ୍ରିନ୍‌ କ୍ରାକ୍‌ ହୋଇଯାଏ । ଲୋକମାନେ ଏଥିପାଇଁ ସ୍କ୍ରିନ୍‌ ଗାର୍ଡ଼,ମୋବିଲ କଭର ଆଦି ବ୍ୟବହାର କରନ୍ତି । ଏବେ କୋଲକାତାର ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାର ଗବେଷକ ଏହି ସମସ୍ୟାର ସମାଧାନ ବାହାର କରିଛନ୍ତି । ସେମାନେ ଏଭଳି ଏକ ପଦାର୍ଥ ଖୋଜି ପାଇଛନ୍ତି ଯାହା ଖୁବ୍‌ ମଜବୁତ ଏବଂ ଆପେଆପେ ଠିକ୍‌ ହୋଇଯାଏ । ବୈଜ୍ଞାନିକ ଦୀର୍ଘଦିନ ଧରି ଏହିଭଳି ପଦାର୍ଥ ଖୋଜି ବାହାର କରିବା ପାଇଁ ପ

ଚଳିତ ମୌସୁମୀ ଅଧିବେଶନ ରେ ଆସି ପାରେ ବିଦ୍ୟୁତ ସଂଶୋଧନ ବିଲ୍!

Image
ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) :- ମୋବାଇଲ ନମ୍ୱର ବଦଳାଇବା ପାଇଁ ଯେମିତି ପୋର୍ଟିଂ ସୁବିଧା ରହିଛି ସମାନ ସୁବିଧା ଏବେ ବିଦ୍ୟୁତ ଗ୍ରାହକ ମାନେ ପାଇବେ। କେନ୍ଦ୍ରର ମୋଦି ସରକାର ବିଦ୍ୟୁତ ସେବାକୁ ସହଜ ଓ ସରଳ କରିବାକୁ ଯାଇ ଚଳିତ ମୌସୁମୀ ଅଧିବେଶନରେ ବିଦ୍ୟୁତ (ସଂଶୋଧନ) ବିଲ୍, ୨୦୨୧ ଆଣିବାକୁ ଯାଉଛନ୍ତି। ଏଭଳି ହେଲେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଉନ୍ନତ ସୁବିଧା ମିଳିବ। କମ୍ପାନୀଗୁଡିକ ମଧ୍ୟରେ ପ୍ରତିଯୋଗିତା ବଢିବ କିଭଳି ଲୋକଙ୍କୁ କମ୍ ଦାମରେ ଭଲ ସୁବିଧା ଯୋଗାଇପାରିବେ। ସରକାରୀ ସୂତ୍ରରୁ ଜଣାପଡିଛି ଯେ ବିଦ୍ୟୁତ୍ (ସଂଶୋଧନ) ବିଲ୍, ୨୦୨୧ ଆସନ୍ତା କିଛି ଦିନ ମଧ୍ୟରେ କେନ୍ଦ୍ର କ୍ୟାବିନେଟ ଆଗରେ ରଖାଯିବାର ସମ୍ଭାବନା ରହିଛି। ସଂସଦର ମୌସୁମୀ ଅଧିବେଶନରେ ଏହି ବିଲ୍ ଆଣିବାକୁ ସରକାର ଚାହୁଁଛନ୍ତି। ଅଗଷ୍ଟ ୧୩, ୨୦୨୧ରେ ମୌସୁମୀ ଅଧିବେଶନ ଶେଷ ହେବ। ଏହା ପୂର୍ବରୁ ଜୁଲାଇ ୧୨ରେ ସରକାର ଜାରି କରିଥିବା ଲୋକସଭାର ବୁଲେଟିନ୍ ଅନୁଯାୟୀ, ବିଦ୍ୟୁତ୍ (ସଂଶୋଧନ) ବିଲ୍ ସମେତ ୧୭ ଟି ବିଲ୍ ରହିଛି। ଯାହାକୁ ସରକାର ମୌସୁମୀ ଅଧିବେଶନରେ ଉପସ୍ଥାପନ କରିବା ପାଇଁ ତାଲିକାଭୁକ୍ତ କରିଛନ୍ତି। ଏଭଳି ସଂଶୋଧିତ ବିଦ୍ୟୁତ୍ ବିଲ୍ ଆଗତ ହେଲେ ଡିଷ୍ଟ୍ରିବ୍ୟୁସନ ବ୍ୟବସାୟରୁ ଲାଇସେନ୍ସ ରାଜ ହଟିବ ଏବଂ କମ୍ପାନୀ କମ୍ପାନୀ ମଧ୍ୟରେ ପ୍ରତିଯୋଗିତା ସୃଷ୍ଟି ହେବ। ଏହା ସହିତ Appellate Tribunal for Electricity (APTEL)

ବଜରଙ୍ଗ ଦଳ ପକ୍ଷରୁ ଗୁରୁପୂଜା ଓ ଗୁରୁ ପୁର୍ଣିମା ପାଳନ l

Image
ଯାଜପୁର :- ପବିତ୍ର ଗୁରୁପୂର୍ଣ୍ଣିମାରେ ସୁକିନ୍ଦା ରାଙ୍କିଆ ରାମ ମନ୍ଦିର ଓ ଅଶୋକଝର ମଠରେ ସାଧୁ ସନ୍ଥଙ୍କୁ ପୂଜାର୍ଚ୍ଚନା କଲେ ସ୍ଥାନୀୟ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ।  ପବିତ୍ର ଗୁରୁପୂର୍ଣ୍ଣିମାରେ ସୁକିନ୍ଦା ରାଙ୍କିଆ ରାମ ମନ୍ଦିର ଓ ଅଶୋକଝର ମଠରେ ସ୍ଥାନୀୟ ବଜରଙ୍ଗ ଦଳର କାର୍ଯ୍ୟକାର୍ତ୍ତା ମାନେ ପହଞ୍ଚି ସାଧୁ ସନ୍ଥ ମାନଙ୍କୁ ପୂଜାର୍ଚ୍ଚନା କରିବା ସହିତ ଉତ୍ତରି ପିନ୍ଧାଇ ସାଧୁମାନଙ୍କୁ ମିଠା ଖୁଆଇ ହିନ୍ଦୁ ରୀତି ନୀତି ଅନୁଯାଇ ସ୍ଥାନୀୟ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ଗୁରୁପୂର୍ଣ୍ଣିମା ପାଳନ କରିଥିବା ଦେଖିବକୁ ମିଳିଛି ।   ସେହିପରି ଦାନଗଦି ବ୍ଲକ ର ଦାନଗଦି ପ୍ରଖଣ୍ଡ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନେ ବାବା କ୍ଷିରୋଦ ନନ୍ଦ ଙ୍କ ଦାନଗଦି ସ୍ଥିତ ମଠ ଠାରେ ଦାନଗଦି ପ୍ରଖଣ୍ଡ ବଜରଙ୍ଗ ଦଳର ସଂଯୋଜକ ମିଲନ ବେହେରା ଙ୍କ ନେତୃତ୍ଵରେ ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି ଗୁରୁ ପୂର୍ଣ୍ଣିମାରେ ଶ୍ରୀ ଗୁରୁ ପୂଜନ ଉତ୍ସବ ପାଳନ କରାଯାଇଥିଲା l Gurupuja and Guru Purnima are celebrated by the Bajrang Dal.  Jajpur: - On the holy Gurupurnima, local Bajrang Dal activists worshiped the saints at the Sukinda Rankia Ram Temple and the Ashoka Jhar monastery.  On the holy Gurupurnima,