Posts

ଦୀର୍ଘ ଦୁଇବର୍ଷ ହେଲା ଅନ୍ଧାରରେ ଗ୍ରାମବାସୀ, ଆମ ରାଜ୍ୟର ବିଦ୍ୟୁତ ବିଭାଗର ଅପାରଗତା!

Image
କେନ୍ଦୁଝର(ବ୍ୟୁରୋ ରିପୋର୍ଟ) :-କେନ୍ଦୁଝର ଜିଲାର ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକର ଜୁଆଙ୍ଗ ଜନଜାତି ବହୁଳ ମେଦିନପୁର ଓ ଭେଜଡିହି ଗଁ। ଦୀର୍ଘ ଦୁଇବର୍ଷ ହେବ ବିଦ୍ୟୁତ୍‌ ଆଲୋକ ନାହିଁ। ଫଳରେ ୨ ଗାଁର ଲୋକେ ଅନ୍ଧାରରେ ରହୁଛନ୍ତି। ଏଥିପାଇଁ ସେମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବିଜୁଳି ଆଲୋକ ସେମାନଙ୍କ ପାଇଁ ଉପହାସ ପାଲଟିଛି ବୋଲି ସାଧାରଣରେ କୁହାଯାଇଛି। ବଣ ଜଙ୍ଗଲ ପରିବେଷ୍ଟିତ ଏହି ଦୁଇ ଗାଁ ରେ ଶତାଧିକ ପରିବାର ବସବାସ କରୁଛନ୍ତି। ହାତୀ, ଅନ୍ୟ ବନ୍ୟଜନ୍ତୁ, ସରୀସୃପ ଆଦି ଭୟ ଲାଗି ରହିଥାଏ। ଦୁଇ ବର୍ଷ ତଳେ ବଜ୍ରପାତରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡ଼ିଯିବା ପରଠାରୁ ଗାଁ ଅନ୍ଧାରରେ ରହିଛି। ସେବେଠାରୁ ଗ୍ରାମବାସୀ ବିଜୁଳି ଆଲୋକ ପାଇବାରୁ ବଞ୍ଚିତ ହୋଇଛନ୍ତି। ଗାଁକୁ ଚାରିପାର୍ଶ୍ୱରୁ ଜଙ୍ଗଲ ଘେରି ରହିଥିବାରୁ ସନ୍ଧ୍ୟାରେ ଘରୁ ବାହାରିବା ପାଇଁ ଭୟ କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏ ନେଇ ସେମାନେ ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ପାଉ ନ ଥିବାରୁ ଜିଲାପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ଅପରପକ୍ଷେ ଜଣେ ବିଦ୍ୟୁତ୍‌ ବିଭାଗର କର୍ମଚାରୀ କହି ପର୍ଯ୍ୟାୟକ୍ରମେ ଟ୍ରାନ୍ସଫର୍ମର ବସାଇବା ପାଇଁ ପ୍ରାୟ ତେର ହଜାର ଟଙ୍କା ଠକି ନେଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଲକଡାଉନ ସମୟରେ ସରକାର ଅନ୍‌ଲାଇନରେ ପିଲ

ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ନିର୍ମାଣ ହୋଇଛି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର l

Image
ଢେଙ୍କାନାଳ(ଭୁବନ) : - ଗଳିକନ୍ଦିରେ ଠୁଳ ହୋଇ ରହୁଥିଲା ଆବର୍ଜନା। ବିଗାଡୁଥିଲା ସହର ସୌନ୍ଦର୍ଯ୍ୟ। ସୃଷ୍ଟି ହେଉଥିଲା ଗନ୍ଧ ମୟ ପ୍ରବେଶ । ବଢୁଥିବା ମଶାବଂଶ ସାଜୁଥିଲା ସଂକ୍ରାମକ ରୋଗର କାରଣ। ହେଲେ ସେହି ଅଦରକାରୀ ବର୍ଜ୍ୟ ଏବେ ଅନେକଙ୍କୁ କରିଛି ସ୍ବାବଲମ୍ବୀ। ସେଥିରୁ ପ୍ରସ୍ତୁତ ହେଉଥିବା ଜୈବଖତରୁ ସ୍ବଚ୍ଛଳ ହୋଇଛି ଅନେକ ପରିବାରର ଆର୍ଥତ୍କ ସ୍ଥିତି। ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ନିର୍ମାଣ ହୋଇଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ୧୬ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାଙ୍କ ମୁହଁରେ ହସ ଫୁଟାଇଥିବାବେଳେ ଆଗାମୀ ଦିନରେ ଏହାର ସମ୍ପ୍ରସାରଣ କରିବାକୁ ଯୋଜନା ରହିଛି। ଫସଲରେ ବଢୁଛି କୀଟନାଶକ, ରାସାୟନିକ ସାର ବ୍ୟବହାର। ଏହାଦ୍ୱାରା ଯଦିଓ ଉତ୍ପାଦନ ବୃଦ୍ଧି ପାଉଛି, ତଥାପି ଶରୀର ଉପରେ ପଡୁଛି ଏହାର ପ୍ରତିକୂଳ ପ୍ରଭାବ। ତେଣୁ ସମନ୍ବିତ କୃଷିରେ ଜୈବିକ ସାର ପ୍ରୟୋଗ ଉପରେ ଏବେ ଦିଆଯାଉଛି ପ୍ରାଥମିକତା। ସହରାଞ୍ଚଳରୁ ଦୈନିକ ବାହାରୁଥିବା ବର୍ଜ୍ୟରୁ ଉନ୍ନତମାନର କମ୍ପୋଷ୍ଟ ପ୍ରସ୍ତୁତ କରି ଏହାକୁ କୃଷିକ୍ଷେତ୍ରରେ ବ୍ୟବହାର କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏନ୍‌ଏସି, ପୌରାଞ୍ଚଳ ଏବଂ ମହାନଗର ନିଗମରେ ୨୦୧୯ରୁ ଆରମ୍ଭ ହୋଇଛି ‘ମୋ ଖତ’ ଯୋଜନା। ତଦନୁଯାୟୀ ଭୁବନ ଏନ୍‌ଏସିରେ ୨୦୨୦ରୁ ସ୍ଥାପନ କରାଯାଇଛି ୨ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି)। ଏନ୍‌ଏସିର

ସପ୍ତାହର ୫ ଦିନ ଖୋଲାରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ।

Image
ବାରଙ୍ଗ (ବ୍ୟୁରୋ ରିପୋର୍ଟ) : - ସପ୍ତାହର ୫ ଦିନ ଖୋଲାରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଶନିବାର ଓ ରବିବାର ବନ୍ଦ ରହିବ ନନ୍ଦନକାନନ । କରୋନା ସଂକ୍ରମଣ ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଦୀର୍ଘ ୩ ମାସ ପରେ ଚିଡିଆଖାନା ବୁଲିଥିଲେ ପର୍ଯ୍ୟଟକ। ତେବେ କରୋନା କଟକଣା ମଧ୍ୟରେ ପର୍ଯ୍ୟଟକକୁ ସୀମିତ ସଂଖ୍ୟାରେ ପ୍ରବେଶ କରିବାକୁ ଅନୁମତି ମିଳିଥିଲା । ଉଲ୍ଲେଖଯୋଗ୍ୟ ଯେ, ଗତ ୩ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ । କୋଭିଡ କଟକଣା ଭିତରେ ପର୍ଯ୍ୟଟକ ବୁଲିପାରିବେ ପ୍ରାଣୀ ଉଦ୍ୟାନ । ତେବେ ୧୦ ବର୍ଷରୁ କମ ଓ ୬୫ ବର୍ଷରୁ ବୟସ୍କ ବ୍ୟକ୍ତିଙ୍କୁ ପ୍ରବେଶ ନିଷେଧ କରାଯାଇଛି । ଏହା ସହିତ ଥଣ୍ଡା କାଶ ଥିଲେ ପ୍ରବେଶ ନିଷେଧ କରାଯାଇଛି । ଚିଡିଆଖାନା ଭିତରେ ବୁଲିବା ପାଇଁ ବ୍ୟାଟେରୀ ଚାଳିତ ଗାଡ଼ିକୁ ଅନୁମତି ମିଳିନାହିଁ । ଏମିତି କି ବୋଟିଂ ପାଇଁ ମଧ୍ୟ ଅନୁମତି ଦିଆଯାଇନାହିଁ । ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯାଉଛି । ନନ୍ଦନକାନନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ମାସର ଗାଇଡ୍ ଲାଇନ୍ ରେ ଅନୁମତି ମିଳିଥିଲା । ମୁଖ୍ୟ ଗେଟରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜ ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟଟକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ରଖିବାକୁ ନିର୍ଦ୍ଦେଶ ରହିଛି । ସେହିପରି ବଟାନିକାଲ ଗାର୍ଡେନ ବୁ

ରାଜ୍ୟରେ କରୋନା ସ୍ଥିତିକୁ ନେଇ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ l ମାକ୍ସ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ I

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ରାଜ୍ୟରେ କରୋନା ସ୍ଥିତି ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କରୋନା ଯୁଦ୍ଧ ଏଯାଏଁ ସରିନାହିଁ । ଅନ୍ୟ ରାଜ୍ୟମାନଙ୍କରେ ଏବେ ବି କରୋନା ସଂକ୍ରମଣ ବଢୁଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ଯଦି କରୋନା ନିୟମ ରାଜ୍ୟରେ ଠିକ ଭାବେ ପାଳନ ନହୁଏ ତେବେ ଆମେ ପୁଣି ଲକଡାଉନ କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଭୁବନେଶ୍ୱରରେ କୋଭିଡ ସ୍ଥିତି ସ୍ଥିର ରହିଛି । ଲକଡାଉନ ଯୋଗୁଁ ବହୁତ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛି । ଜୀବନ ଓ ଜୀବିକା ଉଭୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । କରୋନା ଭାଇରସ ଏବେ ବି ଆମ ଆଖ ପାଖରେ ଲୁଚି ରହିଛି । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ନିହାତି ଦରକାର ନହେଲେ ଦୋକାନ ବଜାର ଯାଆନ୍ତୁନି । ଭିଡ କରନ୍ତୁ ନାହିଁ । ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ । Chief Minister congratulates the people of the state on the corona status in the state l Wear Mask , keep social distance I Bhubaneswar(Beuro Report) :- Chief Minister Naveen Patnaik addressed the people of the state on the state of corona in the state. The coron

ଅଗଷ୍ଟ ୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ଅତିଥି ଭାବରେ ସମଗ୍ର ଭାରତୀୟ ଅଲିମ୍ପିକ ଦଳକୁ ଲାଲ୍‌କିଲ୍ଲାକୁ ନିମନ୍ତ୍ରଣ କରିବେ ।

Image
  File photo.  ନୂଆଦିଲ୍ଲୀ(ବ୍ୟୁରୋ ରିପୋର୍ଟ) : - ଟୋକିଓ ଅଲିମ୍ପିକ୍ସରେ ଭାରତର ଖେଳାଳି ମାନେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଶ୍ଚର୍ଯ୍ୟଜନକ ଯୋଜନା ପ୍ରସ୍ତୁତ କରିଛନ୍ତି । ସୂଚନାନୁସାରେ, ଅଗଷ୍ଟ ୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ଅତିଥି ଭାବରେ ସମଗ୍ର ଭାରତୀୟ ଅଲିମ୍ପିକ ଦଳକୁ ଲାଲ୍‌କିଲ୍ଲାକୁ ନିମନ୍ତ୍ରଣ କରିବେ । କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଅଲିମ୍ପିକ୍ ଦଳକୁ ମଧ୍ୟ ଭେଟିବେ । ସୂଚନା ଥାଉକି ଯେ ଜୁଲାଇ ୧୩ ରେ ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ଖେଳାଳିମାନଙ୍କୁ ପିଏମ ମୋଦୀ ଉତ୍ସାହିତ କରିଥିଲେ ।  ସୂଚନା ଅନୁସାରେ ମଙ୍ଗଳବାର ଦିନ ବିଶ୍ୱ ପୁରୁଷ ଚାମ୍ପିୟନ ବେଲଜିୟମ ବିପକ୍ଷରେ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳକୁ ଉତ୍ସାହିତ କରିଛନ୍ତି । ସେ କହିଛନ୍ତି ଯେ ବିଜୟ ଏବଂ ପରାଜୟ ଜୀବନର ଏକ ଅଂଶ ଏବଂ ଭାରତ ନିଜ ଖେଳାଳିଙ୍କ ପାଇଁ ଗର୍ବିତ ।  ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି କହିଛନ୍ତି, ‘କ୍ଷତି ଏବଂ ବିଜୟ ଜୀବନର ଏକ ଅଂଶ । ଆମର ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ଏହାର ସର୍ବୋତ୍ତମ ପ୍ରଦର୍ଶନ କରିଛି ଏବଂ ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ପିଏମ ମ

କୋଭିଡ୍ ନିୟମାନୁସାରେ ପାଳନ ହେବ ସମ୍ବଲପୁରୀ ଦିନ୍ ଉତ୍ସବ I

Image
ସମ୍ବଲପୁର(ବ୍ୟୁରୋ ରିପୋର୍ଟ) :- କରୋନା କଟକଣା ଯୋଗୁଁ ଏଥର ମଧ୍ୟ ସମ୍ବଲପୁରୀ ଦିନ୍‌ ଉତ୍ସବ ଖୋଲା ମଞ୍ଚରେ ଆୟୋଜନ ହେବ ନାହିଁ । ତେବେ ସାମାଜିକ ଗଣମାଧ୍ୟମରେ ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ସଭା ସହ ପୁସ୍ତକ ଉନ୍ମୋଚନ କରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଗୁରୁ ସତ୍ୟନାରାୟଣ ବହିଦାର ଓ ସାଧକ ଶ୍ରୀଧର ପ୍ରଧାନଙ୍କ ପବିତ୍ର ଜନ୍ମ ତିଥି ଅଗଷ୍ଟ ଏକ ତାରିଖକୁ ସମ୍ବଲପୁରୀ ଦିନ୍‌ ଭାବରେ ପାଳନ କରାଯାଉଛି । ୨୦୧୨ ରେ ପ୍ରଥମେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସମଗ୍ର ବିଶ୍ୱରେ ଏହି ସ୍ୱତନ୍ତ୍ର ଦିବସ ପାଳନ ହେଉଛି । ପୂର୍ବରୁ ସମ୍ବଲପୁର ସହରର ଜେଲ ଛକ ନିକଟରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ ହେଉଥିଲା । କିନ୍ତୁ, ଗତ ବର୍ଷ ଠାରୁ ମହାମାରୀ କରୋନା କଟକଣା ଯୋଗୁଁ ଲୋକେ ଉତ୍ସବକୁ ନିଜ ଘରେ ରହି ପାଳନ କରୁଛନ୍ତି । ଚଳିତ ବର୍ଷ ମଧ୍ୟ ସାମାଜିକ ଗଣମାଧ୍ୟମରେ ଉତ୍ସବ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି । ସେହପରି ଚଳିତ ବର

ଅଗଷ୍ଟ ମାସ ର ଗାଇଡଲାଇନ୍ ସଂପର୍କରେ SRC ଙ୍କ ଘୋଷଣା I

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) :- ଧିରେ ଧିରେ ଅନଲକ ଆଡ଼କୁ ଗତି କରୁଛି ଓଡ଼ିଶା। ଏଥିପାଇଁ ସାରା ରାଜ୍ୟରେ ଦୋକାନବଜାର ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ। ତେବେ କେବଳ ଭୁବନେଶ୍ୱର, କଟକ, ପୁରୀରେ ପୂର୍ବ ଭଳି ସପ୍ତାହାନ୍ତ ସଟଡାଉନ ଜାରି ରହିବ। ଏନେଇ ଅଗଷ୍ଟ ଗାଇଡଲାଇନ୍ ସଂପର୍କରେ SRC ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ,ଅଆମ ରାଜ୍ୟରେ ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି। କଟକ, ଖୋର୍ଦ୍ଧା, ପୁରୀରେ ଟିକେ ଅଧିକ କେସ୍ ରହିଛି। ହେଲେ ଉଦବେଗଜନକ ନୁହେଁ। ଜୀବନ-ଜୀବିକା ସମନ୍ୱୟ ପାଇଁ ଧିରେ ଧିରେ ଅନଲକ୍ ହେଉଛି। ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି। ରାଜ୍ୟରେ ସଂକ୍ରମଣ ଅନେକାଂଶରେ ନିୟନ୍ତ୍ରଣକୁ ଆସିଥିବା SRC କହିଛନ୍ତି। ଅଗଷ୍ଟ ଗାଇଡଲାଇନ୍ ନେଇ SRC କହିଛନ୍ତି ଯେ, ପ୍ରତି ଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ। ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ। ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା। ରେଷ୍ଟୁରାଣ୍ଟ, ବାର୍ ୫୦% କ୍ଷମତାକୁ ନେଇ ଖୋଲି ପାରିବ। ସିନେମା ହଲ୍ ୫୦% ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ। ହଲ୍, ମଲ୍ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ସାର୍ଟିଫିକେଟ ଜରୁରୀ। ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ମନା। ପ୍ରଦର୍ଶନୀ, ବାଣିଜ୍ୟ