Posts

ବୁଦ୍ଧିଆ ସିଂହ ଙ୍କୁ ରାଜୀବ ଗାନ୍ଧି ପୁରସ୍କାର l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଛାତ୍ରାବାସ ଛାଡ଼ିବା ପରେ ବିସ୍ମୟ ବୁଦ୍ଧିଆ ସିଂ କ’ଣ କରୁଛନ୍ତି ଓ କେମିତି ଅଛନ୍ତି ସେ ବିଷୟରେ କାହା ପାଖରେ ସୂଚନା ନାହିଁ । ଯେଉଁ ଦୌଡ଼ ପାଇଁ ସେ ଦିନେ ଚର୍ଚ୍ଚାକୁ ଆସିଥିଲେ, ତାହା ସେ ବଜାୟ ରଖିଛନ୍ତି ନା ନାହିଁ ସେ କଥା ବି ଜଣା ନାହିଁ । କିଛି ବର୍ଷ ହେଲା ବୁଦ୍ଧିଆ ନୂଆଦିଲ୍ଲୀରେ ରହୁଛନ୍ତି । ସେଠାରେ ସେ ପାଠ ପଢ଼ୁଛନ୍ତି ବୋଲି କିଛି ଦିନ ତଳେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଥିଲା । ବୁଦ୍ଧିଆ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି । ଆଜି ସେ ପୁରସ୍କୃତ ହେବାର ଏକ ଫଟୋ ପୋଷ୍ଟ କରିଛନ୍ତି । ଉପଢ଼ୌକନ ଓ ମାନପତ୍ରରୁ ଯାହା ଜଣା ପଡ଼ୁଛି, ବୁଦ୍ଧିଆଙ୍କୁ ଗତ ୨୦ ତାରିଖରେ ‘ରାଜୀବ ଗାନ୍ଧୀ ଗ୍ଲୋବାଲ ଏକ୍ସେଲେନ୍ସ ଆୱାର୍ଡ’ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀର ଦ ପାର୍କ ହୋଟେଲରେ ଆୟୋଜିତ ପୁରସ୍କାର ସମାରୋହରେ ସେ ନିଜେ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ l The Rajiv Gandhi Award to Buddhia Singh.  Bhubaneswar(Beuro Report) : - No one has any information on what Bismillah Buddhia Singh is doing and how he is doing after leaving the Kalinga Stadium Sports Hostel. It is unknown at this time what he will do after leaving the

ନବୀନ ସରକାରଙ୍କ ବିକାଶ ର ବିକଳ ଚିତ୍ର l ବାସ୍ତବ ବିକାଶର ଚିତ୍ର ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ I

Image
ବରଗଡ଼ (ବ୍ୟୁରୋ ରିପୋର୍ଟ) : - ପୁଣି ବିକାଶର ବିକଳ ଚିତ୍ର। ଗାଁକୁ ଖଣ୍ଡିଏ ଭଲ ରାସ୍ତା ନଥିବାରୁ ପୁଣି ଖଟିଆରେ ବୁହା ହେଲେ ରୋଗୀ। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମର ଜଣେ ଅସୁସ୍ଥ ରୋଗୀ ଖଟିଆରେ ବୁହା ହୋଇ ଡାକ୍ତରଖାନାରେ ପହଞ୍ଚିଛନ୍ତି। ତେବେ ଗାଁକୁ ରାସ୍ତା ଖଣ୍ଡିଏ ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଣ୍ଟାତଳ ଗ୍ରାମକୁ ଏକ ପକ୍କା ରାସ୍ତା ଯୋଗାଇ ଦେବାକୁ ଅଞ୍ଚଳବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁ ନାହାଁନ୍ତି ପ୍ରଶାସନିକ ଅଧିକାରୀ। ଫଳରେ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାନୁଯାୟୀ, ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମକୁ ଏଯାବତ୍ ଖଣ୍ଡିଏ ଭଲ ରାସ୍ତା ହୋଇପାରିଲା ନାହିଁ। ଅନ୍ୟ ପକ୍ଷରେ ଏହି ଗ୍ରାମକୁ ସଂଯୋଗ କରୁଥିବା ପତ୍ରାପାଲି-ଭୁତଟିକ୍ରା ରାସ୍ତା ମଧ୍ୟ ବର୍ଷବର୍ଷ ଧରି ଶୋଚନୀୟ ହୋଇ ପଡିଛି। ଫଳରେ କଣ୍ଟାତଳ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତାଙ୍କର ପରିବାର ଲୋକମାନେ ଖଟିଆରେ ବୋହି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତେବେ ଗାଁକୁ ରାସ୍ତା ଖଣ୍ଡିଏ ପାଇଁ ଗ୍ରମବାସୀମାନେ ବାରମ୍ଵାର ଦାବି କରିଆସୁଥିଲେ ମଧ୍ୟ ଏଯ

କାର୍ଯ୍ୟାଦେଶ ଦେଇ, ପରେ ପ୍ରଧାନମନ୍ତ୍ରୀ ଆବାସ ଘର ଭାଙ୍ଗିଲେ ତହସିଲଦାର l

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :-(ତା ୨୪/୦୮) କେଶରୀୟା ହିନ୍ଦୁ ବାହିନୀ ବଲାଙ୍ଗୀର ଜିଲ୍ଲା ତରଫରୁ ଜିଲ୍ଲା ର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ରାଜ୍ୟ ସଭାପତି ସନ୍ତୋଷ ଭୋଳ ଙ୍କ ନେତୃତ୍ୱରେ ଗଣଧାରଣା ଦିଆଯାଇଛି l  ବଲାଙ୍ଗୀର ସଦର ବ୍ଲକ୍ ଅନ୍ତର୍ଗତ ଦୁଆନପାଲି ଗ୍ରାମର ଶ୍ରୀ ଗଙ୍ଗାଧର ସିଂହ ତା ୬/୧୧/୨୦୨୦ ରେ ପ୍ରଧାନମନ୍ତ୍ରୀ ଯୋଜନାରେ ଏକ ଆବାସ ଗୃହ ପାଇଥିଲେ l  ସେ ପ୍ରଥମ ଓ ଦ୍ଵିତୀୟ କିସ୍ତି ବାବଦରେ ୫୫୦୦୦/- ଟଙ୍କା ମାତ୍ର ପାଇଥିଲେ l ସେ ଗୃହ କୁ ନିଜ ପଇସା ମିଶାଇ ସମ୍ପୂର୍ଣ୍ଣ କରିବା ପରେ ବାକି ପଇସା ଦେବା ପରିବର୍ତ୍ତେ ତହସିଲଦାର ଗତ ଆଠ ଦିନ ତଳେ ଫୋନ ଯୋଗେ ଧମକ ଚମକ ଦେଇ ବିନା ନୋଟିସ ରେ ସାତ ଦିନ ଭିତରେ ଘର ଖାଲି କରିବାକୁ କହିଥିଲେ ଏବଂ ଠିକ ସାତ ଦିନ ପରେ ତାର ଘରଟିକୁ ପୋଲିସ ଫୋର୍ସ ଏବଂ ଜେସିବି ଲଗାଇ ଭାଙ୍ଗି ଦେଇଛନ୍ତି l ଯେଉଁ ସମୟ ରେ ଶ୍ରୀ ସିଂହ ଘରେ ଅନୁପସ୍ଥିତ ଥିଲେ। ପୋଲିସ ଜୋର୍ ଜବରଦସ୍ତ ତାଙ୍କ ସ୍ତ୍ରୀ ଏବଂ ପୁଅ କୁ ଘରୁ ଧକ୍କା ମାରି ବାହାର କରି ଘର କୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଥିଲେ।ପ୍ରକାଶ ଥାଉ କି ତାଙ୍କ ଘର ଆଖ ପାଖରେ ମଧ୍ୟ ଆହୁରି ଅନେକ କଲୋନୀ ଘର ରହିଛି l  ଚତୁର୍ପାର୍ଶ୍ୱରେ ସରକାରୀ ଜମିରେ ଥିବା ଅନ୍ୟ ଘର ଭଙ୍ଗା ନ ଯାଇ କେବଳ ଉଦ୍ଦେଶ୍ୟ ମୂଳକ ଭାବେ ତାଙ୍କ ଘର ଭଙ୍ଗାଯିବା ଏକ ଅନ୍ୟାୟ l ଜିଲ୍ଲା ପ୍ରଶାସନ ର ଏଭଳି ଦୋମୁୁହା

ମା 'କୋଳରୁ ଶିଶୁପୁତ୍ରକୁ ଛଡ଼ାଇନେଲା ଦଲାଲ୍ l

Image
ବାରିପଦା(ବ୍ୟୁରୋ ରିପୋର୍ଟ) :- ଟଙ୍କା ପାଇଁ ଜଣେ ଦଲାଲ୍‌ ବଡ଼ ନିର୍ଦ୍ଦୟ ଭାବେ ଜଣେ ମା’ର କୋଳରୁ ତା’ ମାସକର ଶିଶୁ ପୁତ୍ରକୁ ଛଡ଼ାଇ ନେଇ ବିକିଦେଇଛି । ମୟୂରଭଞ୍ଜ ଜିଲ୍ଲାର ସାରସକଣାରେ ଏମିତି ପିଲା ବିକ୍ରି ଅଭିଯୋଗ ଆସିବା ପରେ ପୋଲିସ ସକ୍ରିୟତା ଦେଖାଇ ସେହି ଶିଶୁ ପୁତ୍ର ଜବତ କରିଛି ଓ ତାକୁ କିଣିଥିବା ଦମ୍ପତି ଏବଂ ବିକିଥିବା ଦଲାଲକୁ ଗିରଫ କରିଛି ।  ଝାରପୋଖରିଆ ଥାନା ଅନ୍ତର୍ଗତ ଶଙ୍ଖଭଙ୍ଗା ଗାଁର ବାସିନ୍ଦା ମାଳତୀ ଦିଗାଲ ରବିବାର ଦିନ ନିଜ ମାସକର ଶିଶୁ ପୁତ୍ରକୁ ହସପିଟାଲକୁ ନେଇ ଯାଉଥିବା ବେଳେ ବାଟରେ ତପନ ଦଣ୍ଡପାଟ ନାମକ ଦଲାଲ୍‌ ତାଙ୍କଠାରୁ ଶିଶୁଟିକୁ ଛଡ଼େଇ ନେଇଥିଲା । କାନ୍ଦି କାନ୍ଦି ଖାଲି ହାତରେ ଥାନାରେ ପହଞ୍ଚି ଏହି ଘଟଣା ବଷୟରେ ଅଭିଯୋଗ କରିଥିଲେ ମାଳତୀ । ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା ଓ ଦଲାଲକୁ ଚିହ୍ନଟ କରି ରାଇରାଙ୍ଗପୁରରେ ସେହି ଶିଶୁଟିକୁ କିଣିଥିବା ଏକ ଦମ୍ପତିଙ୍କୁ ଠାବ କରି ଶିଶୁଟିକୁ ଉଦ୍ଧାର କରିଥିଲା ।                   ଅଭିଯୁକ୍ତ ଦଲାଲ୍   ‘‘ମୋ’ ପୁଅ ଦେହ ଭଲ ନ ଥିବାରୁ ମୁଁ ତାକୁ ହସପିଟାଲକୁ (ଶିରସା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର) ଆଣୁଥିଲି । ମୁଁ ତାକୁ ଧରି ଚାଲି ଚାଲି ଆସୁଥିବା ବେଳେ ସେ (ଦଲାଲ ତପନ ଦଣ୍ଡପାଟ) ମୋତେ ଅଟକାଇଲା ଓ ପିଲାଟିକୁ ତାକୁ ଦେଇଦେବାକୁ କହିଲା । ମୁଁ ମନା କଲି । ହେଲେ ସେ ମୋ’ ହାତରେ ୧,୧୦୦ ଟଙ୍କା ଗୁଞ୍ଜି ଦେଲ

ଓଡିଆ ଦୈନିକ ଖବର କାଗଜ ପଯ୍ୟବେକ୍ଷକ ର ପ୍ରଥମ ଭର୍ଚୁଆଲ୍ ମିଟ୍ |

Image
 ଭୁବନେଶ୍ବର :- ଗୁଗୁଲ୍ ମିଟ୍ ପ୍ଲାଟଫର୍ମ ଜରିଆରେ ରକ୍ଷାବନ୍ଧନ ଦିନ  ରେ ଲୋକମାନଙ୍କର ଓଡିଆ ଦୈନିକ ଖବର କାଗଜ ପଯ୍ୟବେକ୍ଷକ ର ପ୍ରଥମ ଭର୍ଚୁଆଲ୍ ମିଟ୍ | ଏହି ଅବସରରେ ରାଜ୍ଯ ର ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିଥିଲେ, ଡ.  ପବିତ୍ର ମୋହନ ସାମନ୍ତରାୟ, ସମ୍ପାଦକ-ଇନ୍-ଚିଫ୍, ପଯ୍ୟବେକ୍ଷକ , କଳିଙ୍ଗ କ୍ରୋନିକଲ୍ (ଇଂରାଜୀ ଦୈନିକ ଖବର କାଗଜ ), ପଯ୍ୟବେକ୍ଷକ ଓଡିଶା (ଡିଜିଟାଲ୍ ଚ୍ୟାନେଲ୍), ଶ୍ରୀ ବୁଦ୍ଧଦେବ ମହାପାତ୍ର, ପ୍ରକାଶକ, ପଯ୍ୟବେକ୍ଷକ   ଶ୍ରୀ ଅରବିନ୍ଦ ମେକାପ, ପ୍ରକାଶକ, କଳିଙ୍ଗ କ୍ରୋନିକଲ, ଶ୍ରୀ ସୁବ୍ରତ ସାହୁ, ସିଷ୍ଟମ ଆଡମିନିଷ୍ଟ୍ରେଟର, ଶ୍ରୀ ବିଚୁ ​​ଆଚାର୍ଯ୍ୟ, ଡିଜିଟାଲ ଇନଚାର୍ଜ, ଶ୍ରୀ ଦିଲୀପ ମିଶ୍ର, ଲଲିତ ବଲାଭ ରାଉତ, ପ୍ରଣବ ବିଶ୍ଵାଳ, ଜୟନ୍ରଜନ ରାଉତ, ସୂର୍ଯ୍ୟନାରାୟଣ ବେହେରା, ପ୍ରସନ୍ନ ମହାନ୍ତି, ସୁବେଶ୍ୱର ପଣ୍ଡା ଅନନ୍ତରାମ ପ୍ରଧାନ, ଭାଗୀରଥୀ ସ୍ୱାଇଁ , ଚିରଞ୍ଜୀବ ଦାଶ, ମାନସ ସେଠୀ ଏବଂ ରାଜ୍ୟର ଅନେକ ଲୋକ ଉପସ୍ଥିତ ଥିଲେ। The first virtual meeting of the Oriya Daily Newspaper Paryabekhyak.  Bhubaneswar :- First Virtual meet of Reporters of people's Odia daily Paryabekhyak on the Rakshyabandhan Day (22/08/2021) through Google meet platform.  Dr Pabitra Mohan Samantaray, Edit

ପୋଲିସ୍ ଏତଲା ନ ରଖିବାରୁ ଏସ୍ ପି ଙ୍କ ଦ୍ଵାରସ୍ଥ ହୋଇଛନ୍ତି ବୃଦ୍ଧ ବାପା,'' ମୋ ଝିଅ କୁ ମାରି ଦେଇଛନ୍ତି ''

Image
କଳାହାଣ୍ଡି (ବ୍ୟୁରୋ ରିପୋର୍ଟ) :- ଜିଲ୍ଲାର ନର୍ଲା ଥାନା ଅଞ୍ଚଳରେ ଏକ ଯୌତୁକଜନିତ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି l ଜିଲ୍ଲାର ମ. ରାମପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ମୁଣ୍ଡା ଗ୍ରାମର ନୃପରାଜ ରଣା ଙ୍କ ଅଭିଯୋଗ କ୍ରମେ ତାଙ୍କ ଝିଅ ସ୍ଵର୍ଗତ ବାସନ୍ତୀ ରଣା (୪୬) କୁ ସେ ସାମାଜିକ ରୀତିନୀତି ଅନୁସାରେ ୨୮ ବର୍ଷ ତଳେ ନର୍ଲା ଥାନା ଅନ୍ତର୍ଗତ ରତନପୁର ଗ୍ରାମର ପାର୍ଥବ ରଣା ଙ୍କ ପୁଅ ଗୁମାନ ରଣା କୁ ବିବାହ ଦେଇଥିଲେ l ବିବାହ ର କିଛି ଦିନ ପରେ ବାସନ୍ତୀ ଙ୍କ ଉପରେ ସ୍ଵାମୀ ସହ ପରିବାର ମିଶି ଯୌତୁକ ନିର୍ଯାତନା ଆରମ୍ଭ କଲେ l ଏ ବିଷୟରେ ଝିଅର ବାପା ନୃପରାଜ ରଣା ୨୦୧୫ ମସିହା ଅପ୍ରେଲ ୧୦ ତାରିଖ ରେ ନର୍ଲା ଥାନା ରେ ଅଭିଯୋଗ କରିଥିଲେ l ପରେ ସ୍ଵାମୀ ଗୁମାନ ରଣା ପୋଲିସ୍ ଥାନାରେ ରାଜିନାମା ଲେଖି କେସ୍ କୁ ସମାଧାନ କରିଥିଲେ l ଏହାର କିଛି ଦିନ ପରେ ପୁଣି ଅତ୍ୟାଚାର ଚାଲିଲା l ସ୍ୱାମୀ ଓ ପରିବାର ଲୋକ ସର୍ବଦା ବାପଘରୁ ଟଙ୍କା ଆଣିବାକୁ ବାସନ୍ତୀ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି l ମୃତ୍ୟୁର ୧୫ ଦିନ ପୂର୍ବରୁ ବାସନ୍ତୀ ଓ ତାର ପୁଅ ବାପଘରୁ ଏକ ଲକ୍ଷ ଟଙ୍କା ଆଣିବାକୁ ପଠାଇଥିଲେ ସ୍ୱାମୀ ଗୁମାନ କିନ୍ତୁ ବାପଘର ଟଙ୍କା ଦେବାକୁ ସକ୍ଷମ ନ ଥିବା ରୁ ମନା କରିଦେଲେ l ଏହାପରେ ଗତ ୧୦/୮/୨୦୨୧ ତାରିଖ ଦିନ ରାତି ୧୦ ସମୟରେ ବାସନ୍ତୀ ର ପୁଅ ପ୍ରକାଶ ମା ' ଆତ୍ମହତ୍ଯା କଥା ଅଜା ଙ୍କୁ ଜଣାଇଲା I ପାର

ଏଜିଏସ କମ୍ପାନୀର ଏଟିଏମ ଟଙ୍କା ଭର୍ତ୍ତି ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ ଘଟଣାର ରହସ୍ୟ ଉନ୍ମୋଚିତ ହେବାକୁ ଯାଉଛି ।

Image
ବ୍ରହ୍ମପୁର(ବ୍ୟୁରୋ ରିପୋର୍ଟ) :-  ବଡ଼ବଜାର ଥାନା ନିକଟ ଆକ୍ସିସ ବ୍ୟାଙ୍କ ନିକଟରୁ ଏଜିଏସ କମ୍ପାନୀର ଏଟିଏମ ଟଙ୍କା ଭର୍ତ୍ତି ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ ଘଟଣାର ରହସ୍ୟ ଉନ୍ମୋଚିତ ହେବାକୁ ଯାଉଛି । ସେହି ଗାଡିର ଚାଳକ ଆଶିଷ ଦିଗଲ ହିଁ ଏହି ବହୁ ଚର୍ଚ୍ଚିତ ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ବୋଲି ସୂଚନା ମିଳିଛି । ଆଶିଷ ନିଜେ ଅପହରଣ ନାଟକ କରିଥିଲେ ବୋଲି ଜଣାପଡିଛି । ପୁଲିସ ପ୍ରଥମ ଦିନରୁ ହିଁ ଆଶିଷ ଉପରେ ସନ୍ଦେହ କରି ଆସୁଥିଲା । ୩ ଦିନ ହେବ ଆଶିଷକୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି ତାର ୩ ସହଯୋଗୀଙ୍କୁ ବାହାର ଜିଲ୍ଲାରୁ ପୁଲିସ ଉଠାଇ ଆଣିଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଆଜକୁ ୩ ଦିନ ପୂର୍ବେ ୨୪ ଲକ୍ଷ ଟଙ୍କା ଥିବା କମ୍ପାନୀର ଗାଡିକୁ ବଡ଼ବଜାର ଆକ୍ସିସ ବ୍ୟାଙ୍କ ନିକଟରୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ପୁଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉକ୍ତ ଭ୍ୟାନ ସହ ଅଚେତ ଅବସ୍ଥାରେ ଚାଳକ ଆଶିଷକୁ ଉଦ୍ଧାର କରିଥିଲା । The mystery of the robbery of Rs 24 lakh from an ATS-filled vehicle by an AGS company is going to be revealed. BHRAMPUR: The mystery of the robbery of Rs 24 lakh from an AGS ATM-filled vehicle near Axis Bank near Badbazar