Posts

ବର୍ଜ୍ୟବସ୍ତୁ ପରିଚାଳନା କାରଖାନା ଜନ ଶୁଣାନିକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ l ଘଟଣା ସ୍ଥଳରେ ଉତେଜନା I

Image
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :-ଜିଲ୍ଲା ର ପରଜଙ୍ଗ ବ୍ଲକ ପାଟର ପଦା ଗାଁରେ ହେବାକୁଥିବା ବର୍ଜ୍ୟବସ୍ତୁ ପରିଚାଳନା କାରଖାନା ପାଇଁ ଜନ ଶୁଣାନିକୁ ଆଜି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଘୋର ବିରୋଧ କରାଯାଇଛି l ବାହାର ଜିଲାରୁ ଆସୁଥିବା ବର୍ଜ୍ୟବସ୍ତୁ ଏଠାକୁ ଆସିବ ଏବଂ ଅଞ୍ଚଳ ପ୍ରଦୂଷିତ ହୋଇ ସ୍ଥାନୀୟ ଲୋକେ ରୋଗଗ୍ରସ୍ତ ହେବେ l ଏହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ପ୍ରଶାସନ ତରଫରୁ ସ୍ଥାନୀୟ ବାସିନ୍ଦା ମାନଙ୍କୁ ନେଇ ଏଠାରେ ଜନ ଶୁଣାନି କରାଯାଉଛି ।  ଏହି ପ୍ରକଳ୍ପ ନିର୍ମାଣ ହେଲେ ଅଞ୍ଚଳ ଦୂଷିତ ହେବା ସାଙ୍ଗକୁ ଅଞ୍ଚଳର ଲୋକେ ରୋଗାଗ୍ରସ୍ଥ ହେବେ ଏବଂ ଜଙ୍ଗଲ ନଷ୍ଟ ହେବ ଆଉ ଜଙ୍ଗଲି ହାତୀ ଗାଁ ମୁହଁ। ହେବେବୋଲି କୁହାଯାଇଛି l ଏନେଇ ଶତାଧିକ ସ୍ଥାନୀୟ ମହିଳା ଓ ପୁରୁଷ ମିଳିତଭାବେ ଏହାକୁ ବିରୋଧ କରିଛନ୍ତି । ଘଟଣାସ୍ଥଳରେ ପଲ୍ଯୁସନ କଣ୍ଟ୍ରୋଲ ବୋର୍ଡ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ପରଜଙ୍ଗ ତହସିଲଦାର, ବିଡିଓ. SDPOଙ୍କ ସମେତ ପୋଲିସ ବାହିନୀ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲେ l ଏଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନ କରିବାକୁ ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି ।ଘଟଣା ସ୍ଥଳରେ ମାତ୍ରାଧିକ ଉତେଜନା ହେବାରୁ ଜନ ଶୁଣାନିକୁ ଆଜି ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି l Tensions erupted at the scene, with local

ବି ଆଇ ପି ଏଫ୍ ପକ୍ଷରୁ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (କାଳିଆପାଣି) :- ଇମ୍ଫା ର ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ତରଫରୁ, ଚିଙ୍ଗୁଡ଼ିପାଳ ଗାଁ କମ୍ୟୁନିଟି ସେଣ୍ଟର ଠାରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସୁକିନ୍ଦା ବ୍ଲକ ଶିଶୁ ବିକାଶ ଓ ସମନ୍ଵୟ ଅଧିକାରୀ ସଂଯୁକ୍ତା କାନୁନଗୋ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ସାକ୍ଷରତା ଦିବସ ର ଉଦ୍ଦେଶ୍ୟ '' ମାନବ କେନ୍ଦ୍ରିତ ପୁନରୁଦ୍ଧାର ପାଇଁ ସାକ୍ଷରତା '' ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍ ତରଫରୁ ଡିଜିଟାଲ ଟ୍ୟାବଲେଟ୍ ମାଧ୍ୟମରେ ଚାରିଗୋଟି ସ୍ଥାନ ଯଥା ବାଲିପଦା, କଅଂଶ, ପାଟଣା ଓ ଅରଡାପାଳ ଠାରେ ହେବାକୁ ଥିବା ସ୍ୱାକ୍ଷରିତl କର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହିତ ତତ୍ ସମ୍ବନ୍ଧୀୟ ପୁସ୍ତକ ପ୍ରଦାନ କରିଥିଲେ l  ଶ୍ରୀମତୀ କାନୁନଗୋ ଏହା ସହିତ ଏହିପରି ମହାନ୍ କାର୍ଯ୍ୟ ପାଇଁ ପ୍ରସଂଶା କରିଥିଲେ l ଏହି କର୍ଯ୍ୟକ୍ରମ ରେ ଇମ୍ଫା ର ପ୍ରଶାସନିକ ବିଭାଗ ମୁଖ୍ୟ ଶ୍ରୀ ଅଜୟ କୁମାର ବେହୁରିଆ, ବରିଷ୍ଠ ଲୋକସମ୍ପର୍କ ପରିଚାଳକ ଜଗନ ମୋହନ ମଲ୍ଲିକ, ସ୍ଥାନୀୟ ୱାର୍ଡ଼ ମେମ୍ବର ହେମଲତା ଦେହୁରୀ ଓ ନିରକ୍ଷର ମହିଳାମାନେ ଉପସ୍ଥିତ ଥିଲେ l ଏହି କର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍ ର କାର୍ଯ୍ୟକ୍ରମ ଅଧିକାରୀ ଦୀପକ ମହାନ୍ତି I ବି ଆଇ ପି ଏଫ୍ ର କର୍ମକର୍

ମଇଁଷି ଗୋଠରେ ହାତୀଙ୍କ ଉପଦ୍ରବ

Image
ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) :- କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ରେ ଦିନକୁଦିନ ହାତୀଙ୍କ ଉପଦ୍ରଵ ଦେଖିବାକୁ ମିଳୁଛି । ସୂଚନା ମୁତାବକ ହାତୀପଲ କିଛିଦିନ ଧରି ତୁମୁଁସିଙ୍ଗା ପଞ୍ଚାୟତ ଅଞ୍ଚଳରେ ଧାନ, ପନିପରିବା ଫସଲ ନଷ୍ଟ କରୁଥିବା ବେଳେ,ଗତକାଲି ବିଳମ୍ବିତ ରାତିରେ ତୁମୁସିଙ୍ଗା ଗ୍ରାମ ନିକଟସ୍ଥ ଗଜାବୁରି ପଡିଆଠାରେ ସେଇ ଗ୍ରାମର ସାଆନ୍ତେରା ନାୟକ ଓ କେଶବ ନାୟକଙ୍କ ମଇଁଷି ଗୋଠରେ ହାତୀପଲ ପଶି ଗୋଟିଏ ମଇଁଷିକୁ ଗୋଡ଼ରେ ଦଳି ମାରି ଦେଇଥିବା ବେଳେ, ଛଅଟି ମଇଁଷିକୁ ଗୁରୁତର ଭାବେ ଆହାତ କରିଛନ୍ତି।  ଏନେଇ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କିତ ଖେଳି ଯାଇଥିବାବେଳେ ବନ ବିଭାକାକୁ ସୂଚନା ଦେଇଥିଲେ ଏବଂ ବନ ବିଭାଗ ଆସି ହାତୀପଲଙ୍କୁ ଘାଉଡ଼େଇଥିଲା I ବନ ବିଭାଗ ପକ୍ଷରୁ ହାତୀ ଉପଦ୍ରବ ରୋକିବା ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l  ଏହିପରି ଗରିବ ଲୋକ, ଚାଷୀ, ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି l ଫରେଷ୍ଟର ଓ ବନବିଭାଗ ଏହା ହାତୀଙ୍କର ଚଳାଚଳ ଅଞ୍ଚଳ ଜାଣିଥିଲେ ମଧ୍ଯ, ଜନସାଧାରଣ ଙ୍କୁ ସଚେତନତା ଓ ହାତୀ ଉପଦ୍ରବ ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ l କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହୋଇଛି । Elephant poaching in the herd.  Dhenkanal (Beuro R

ଦୁଇଟି ବନ୍ଧୁକ ସହ ଜଣେ ଗିରଫ I

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ ):- ଗତ କାଲି ଅପରାହ୍ନରେ ବିଶେଷ ସୂତ୍ରରୁ ଖବର ପାଇ ଭରତ ପୁର ଥାନା ପୋଲିସ ସବ ଇନ୍ସପେକ୍ଟର ମାନସ ରଞ୍ଜନ ମଲ୍ଲିକ ଙ୍କ ତତ୍ତ୍ୱାବଧାନରେ ଏକ ଦଳ ଅତର୍କିତ ଚଢ଼ାଉ କରି ଭରତ ପୁର ଥାନା ଅନ୍ତର୍ଗତ କୋଳଥିଆ ଅଂଚଳରୁ ପଶ୍ଚିମବଙ୍ଗ ଘେଟୁଆ ଗ୍ରାମ ର ବାବୁଜାନ ଖାଁ ନାମକ ଜୈନକ ଯୁବକକୁ ଗିରଫ କରିଛନ୍ତି।  ଗିରଫ ସମୟରେ ତା ନିକଟରୁ ଦୁଇଟି ବନ୍ଧୁକ ଓ ୧୦ ରାଉଣ୍ଡ ୦.୨୨ ମିମି. ର ଜୀବନ୍ତ ଗୁଳି ଜବତ ହୋଇଥିବା ସୂଚନା ମିଳିଛି। ଜବତ ହୋଇଥିବା ବନ୍ଧୁକ ଓ ଗୁଳି ସମ୍ପର୍କୀୟ କୋଣସି ବିଧିବଦ୍ଧ ପ୍ରମାଣ ପତ୍ର ପୋଲିସ କୁ ଦେଖାଇ ନ ପାରିବାରୁ ତାକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି I ଏହି ବନ୍ଧୁକ କେଉଁଠୁ ଆସିଲା ଓ ତାହା କେଉଁ ଉଦ୍ଦେଶ୍ଯ ରେ ରହିଥିଲା, ଏହାକୁ ନେଇ ପୋଲିସ୍ ଅଧିକ ତଦନ୍ତ ପାଇଁ ପ୍ରୟାସ ଜାରି ରଖିଛି l One arrested with two guns.  Bhubaneswar (Beuro Report): A team under the supervision of Bharatpur Police Sub-Inspector Manas Ranjan Mallick raided the area yesterday afternoon and arrested Babujan Khan, a resident of Ghetua village in West Bengal under Bharatpur police station.   Two guns and 10 rounds of 0.22 mm were seized from him at the tim

ନିଆରା ରୂପରେ ପାଳନ କଲେ ବାପାଙ୍କର ଶ୍ରାଦ୍ଧ ଦିବସ l

Image
ଯାଜପୁର (ବ୍ୟାସନଗର) :- ସ୍ୱର୍ଗତ ନିର୍ମଳ ପୃଣ୍ଣଚନ୍ଦ୍ର ଭଞ୍ଜ ନର୍ଲା, କଳାହାଣ୍ଡି ନିବାସୀ I ସ୍ଵର୍ଗତ ଭଞ୍ଜ ଏକ ବିଜ୍ଞାନ କଲେଜ ରେ ପ୍ରାଧ୍ୟାପକ ଭାବେ ଚାକିରି କରିଥିଲେ l ତାଙ୍କର ତିନି ପୁଅ, ବଡପୁଅ ବିଜ୍ଞାନ ଭଞ୍ଜ, ମଝିଆଁ ପୁଅ ସୁଜ୍ଞାନ ଭଞ୍ଜ ଓ ସାନପୁଅ ଭାରତ ଭଞ୍ଜ ।  ସୁଜ୍ଞାନ ଜଣେ ଔଷଧ ବ୍ୟବସାୟୀ ହୋଇଥିଲେ ମଧ୍ୟ ତାଙ୍କର ବାପାଙ୍କ ଶ୍ରାଦ୍ଧ ତିନିପୁଅ ପାଳନ କରି ଆସୁଛନ୍ତି l ଯାଜପୁରରୋଡ଼ (ବ୍ୟାସନଗର)ରେ ସେ ଦୀର୍ଘ ୫୦ ବର୍ଷ ହେବ ରହୁଛନ୍ତି I ତାଙ୍କର ମଝିଆଁ ପୁଅ ସୁଜ୍ଞାନ ଭଞ୍ଜ ବାପାଙ୍କ ଶ୍ରାଦ୍ଧ ବାର୍ଷିକରେ କିଛି ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ସମାଜ ପାଇଁ ଏକ ଶିକ୍ଷଣୀୟ ଓ ଉପାଦେୟ ହେଉଛି l ସେ ତାଙ୍କର ବାପାଙ୍କ ଶ୍ରାଦ୍ଧ ଦିବସ ପାଳିତ ଅବସରରେ ସମର୍ଥ ଅନୁସାରେ କିଛି ଶୁଖିଲା ଖାଦ୍ୟ କୁନିକୁନି ପିଲାମାନଙ୍କୁ ଦେବା ସହ  ଅସହାୟ ବୃଦ୍ଧା ଲୋକମାନଙ୍କୁ ମଧ୍ୟ ବଣ୍ଟନ କରିଛନ୍ତି I ସେ କରୋନା ସମୟରେ ବ୍ୟାସନଗର ପୌରପାଳିକା ର ଜଗନ୍ନାଥ ସାହି, ଲେପର୍ସି କଲୋନୀ,ପ୍ଲଟ ବସ୍ତି ମାନଙ୍କରେ ରନ୍ଧା ଖାଦ୍ୟ ଓ କିଛି ବୃଦ୍ଧା ଙ୍କ ପାଇଁ ମାସିକ ସହାୟତା କରି ଉଦାହରଣ ପାଲଟିଛନ୍ତି ସୁଜ୍ଞାନ lଏଭଳି କାମପାଇଁ ସେଵେଶ ଚର୍ଚ୍ଚିତ,  କଳାହାଣ୍ଡିର ନିବାସୀ ହୋଇଥିଲେ ହେଁ ତାଙ୍କର ଗରୀବ, ଅସହାୟ ଲୋକଙ୍କୁ ସହାୟତା ର ହାତ ବଢ଼ାଇବା ଦୁର୍ବଳତା ରହିଛି l ସେବି ଏକ ନିଆରା, ବାପାଙ

ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗରେ ହୋଟେଲ ହେମଲତା ସିଲ l

Image
ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ ):- ସ୍ମାର୍ଟ ସିଟି ରେ ବଢ଼ି ଚାଲିଛି ଦେହ ବେପାର l ବାରମ୍ବାର ପୋଲିସ୍ ର ଚଢାଉ ପରେ ବି ଥମିବାର ନାଁ ଧରୁନି ଏହି କୁତ୍ସିତ କାର୍ଯ୍ୟ l ଏହି ପରି ପୁଣିଥରେ ନଜରକୁ ଆସିଛି, ଭୁବନେଶ୍ୱର କଳିଙ୍ଗ ନଗର କେ-୧,ଫେଜ-୨ ରେ ଥିବା ହୋଟେଲ ହେମଳତା ପ୍ୟାଲେସ l ଗତ କାଲି ସନ୍ଧ୍ୟାରେ କମିଶନରେଟ ପୋଲିସ ସିଲ କରିଛି ହୋଟେଲ ହେମଳତା ପ୍ୟାଲେସକୁ I ଗତକାଲି ସନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହୋଟେଲ ଉପରେ ପୋଲିସ ଚଢ଼ାଉ କରିଥିଲା ପୋଲିସ୍ ।ଚଢ଼ାଉ ସମୟରେ କେତେକ ଯୁବତୀ ଓ ଯୁବକ ଙ୍କୁ କୋଠରୀ ମସଧ୍ୟରେ ଅସଂଯତ ଅବସ୍ଥାରେ ପୋଲିସ ଦେଖିବାକୁ ପାଇଥିଲା ।ପୋଲିସ ସେଠାରୁ ଆଠ ଜଣ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ଙ୍କୁ ଅଟକ ରଖିଛି।ହୋଟେଲ ମ୍ୟାନେଜର କୌଶଳକ୍ରମେ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ସୂଚନା ମିଳିଛି। Hotel HemLata Seal on allegations of prostitution.  Bhubaneswar (Beuro Report): - In the smart city, prostitution is on the rise. The ugly act has not stopped even after repeated police raids. The Commissioner in the last tomorrow evening has settled in the hotel of the Hemalata palace in the hotel in the state of land .pology in the middle of th

ପାଣିକୋଇଲି ଟୋଲଗେଟ ନିକଟସ୍ଥ ନିର୍ମାଣ ଧୀନ ବ୍ରିଜ ନିକଟରୁ ଦୁଇ ଯୁବକ ଙ୍କ ମୃତ ଦେହ ଉଦ୍ଧାର I

Image
ଯାଜପୁର: - ଜିଲ୍ଲା ମଧ୍ୟ୍ୟ ଦେଇ ଯାଇଥିବା NH 16ଜାତୀୟ ରାଜପଥର ସୋତି ନିକଟସ୍ଥ ଲଭ ଷ୍ଟେସନ ହୋଟେଲ ନିକଟରୁ ଆଜି ଦୁଇ ଯୁବକ ଙ୍କ ମୃତ ଦେହ ଉଦ୍ଧାର କରିଛି ପାଣିକୋଇଲି ପୋଲିସ I   ସୂଚନା ମିଳୁଛି ଯେ ଦୁଇ ମୃତ ଯୁବକ ବିଜୟ ସାହୁ ଓ ମାନସ ଦାସ I ସେମାନେ ଜହ୍ନା ଗ୍ରାମର ବୋଲି ଜଣା ପଡିଛି l ଘଟଣା ସ୍ଥଳରୁ ପାଣିକୋଇଲି ପୋଲିସ ଏକ ହୋଣ୍ଡା ବାଇକ ଓ ମୋବାଇଲ ଜବତ କରିଛି I ପୋଲିସ ମୃତ ଦେହକୁ ଉଦ୍ଧାର କରି ପୋଷ୍ଟ ମଟମ ପାଇଁ ପଠାଇଛି I ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଛି l ମୃତ୍ଯୁର କାରଣ ଅସ୍ପଷ୍ଟ ଅଛି l The bodies of two young men were recovered from a construction bridge near Panikoili toll gate.  Jajpur: Panikoili police today recovered the bodies of two youths from the Love Station Hotel near Soti on NH 16 National Highway, which runs through the district. A Honda bike and a mobile phone were confiscated. Police recovered the body and sent it for post-mortem. Police are investigating.