Posts

ନାଗେଶ ଟ୍ରଫି ରେ ସାମିଲ ହେଲେ କୋଡ଼ିଏ ଜଣିଆ ଓଡ଼ିଶା ଟିମ୍ I

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- କୋଡ଼ିଏ ଜଣିଆ ସଦସ୍ୟଙ୍କୁ ନେଇ କ୍ରିକେଟ ଦଳ ଘୋଷଣା କଲା ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘ l ଏହି କୋଡ଼ିଏ ଜଣିଆ ଟିମ୍ କୁ ନେଇ ଓଡିଶା ଦୃଷ୍ଟିହୀନ କ୍ରିକେଟ ଦଳ ନାଗେଶ ଟ୍ରଫି ର ଚତୁର୍ଥ ସଂସ୍କରଣ ଖେଳିବାକୁ ସକ୍ଷମ ହୋଇଛି l ସୂଚନା ମୁତାବକ ମହମ୍ମଦ ଜାଫର ଇକବଲଙ୍କ ନେତୃତ୍ଵ ରେ ଏକ ୨୦ଜଣିଆ ସଦସ୍ୟ ବିଶିଷ୍ଟ ଦଳ ସଂଘ ଘୋଷଣା କରିଛି l  ନଗେଶ ଟ୍ରଫି ତୃତୀୟ ସଂସ୍କରଣ ରେ ଓଡ଼ିଶା ରାନର୍ଷପ ହୋଇଥିଲା ତେଣୁ ଚଳିତ ବର୍ଷ ଦିଲ୍ଲୀ ଠାରେ ହେବାକୁ ଥିବା ଚତୁର୍ଥ ସଂସ୍କରଣ ରେ ଓଡ଼ିଶା ନୂତନ ଖେଳାଳି ମାନଙ୍କୁ ସୁଯୋଗ ଦେଇ ନୂଆ ରଣ ନୀତି ସହ ପଡିଆ କୁ ଦଳ ଓହ୍ଲାଇ ପ୍ରଥମ ସଂସ୍କରଣ ର ବିଜୟ କୁ ଦୋହରାଇବ ବୋଲି ଦଳର ପ୍ରଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କ ସମେତ ଦଳର ସମସ୍ତ ଖେଳାଳି ଆଶା ପ୍ରକାଶ କରିଛନ୍ତି l  ଏହି ଖେଳାଳିମାନେ ହେଲେ କାଳିଆ ପ୍ରଧାନ, ତପନ କୁମାର ଗୌଡ, ଦେବରାଜ ବେହେରା, ଅନିଲ ମଲିକ, ସାଗର କୁମାର ମଲିକ, ସନ୍ତୋଷ ରାଉତ୍, ଆକାଶ ରାଉତ୍, ନକୁଳ ବଡ ନାୟକ, ଶିରଗ୍ରାଇ ମାଝୀ, ଲାଲ ପ୍ରସାଦ ସୋରେନ, ରଘୁରାମ ନାୟକ, ଅର୍ଜୁନ ବାତ୍ରା, ସୁଖରାମ ମାଝୀ, ସମୀର ନାହାକ, ବିଶ୍ଵନାଥ ଖାରା, ପଙ୍କଜ ଭୂଇ, ଲିଙ୍ଗରାଜ ରାଉତରା, ମନୋଜ କୁମାର କିସ୍କୁ, ଧନପତି ଗୌଡ ଓ ଚନ୍ଦ୍ରଶେଖର ପଟ୍ଟନାୟକ ପ୍ରମୂଖ ଙ୍କ ନାମ ଘୋଷଣା କରାଯାଇଛି l 

ଢେଙ୍କାନାଳ ଜିଲ୍ଲା ରୁ ଦୁଇଟି ଅଜଗର ଉଦ୍ଧାର l

Image
ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ରେ ଦୁଇଟି ବିଶାଳକାୟ ଅଜଗର ସାପ ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା ଦୁଇଟି ସାପ ମଧ୍ୟରୁ ଗୋଟିଏ ପନ୍ଦର ଫୁଟର ହୋଇଥିବା ବେଳେ ଆଉ ଗୋଟିଏ ପାଞ୍ଚ ଫୁଟର ଅଜଗର ରହିଛି। ପନ୍ଦର ଫୁଟର ଅଜଗର ସାପଟି ଢେଙ୍କାନାଳ ଗଜମରା ନିକଟସ୍ଥ କମନିଙ୍ଗ ଗାଁରୁ ଉଦ୍ଧାର ହୋଇଥିବା ବେଳେ ଅନ୍ୟଟି ବୋରାପଦା ଜଙ୍ଗଲ ନିକଟସ୍ଥ ଗାଁ ପାଖରୁ ଉଦ୍ଧାର ହୋଇଛି। କମନିଙ୍ଗ ଗାଁ ନିକଟରେ ଇଶ୍ୱର ବେହେରା ନାମକ ଜଣେ ଚାଷୀ ବଗିଚା ସଫ କରୁଥିବା ସମୟରେ ଏହି ଅଜଗର ସାପଟିକୁ ଦେଖିଥିଲେ। ପରେ ୱ।ଇଲ୍ଡ ଲାଇଫ ଓ ସ୍ନେକ ରେସ୍କ୍ୟୁ ଟିମ ଓ ବନବିଭାଗ କୁ ଖବର କରିବା ପରେ ଦୁଇଟି ଯାକ ସାପକୁ ଉଦ୍ଧାର କରାଯାଇ ବୋରାପଦା ନିକଟସ୍ଥ ଜଙ୍ଗଲ ଭିତରକୁ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି।

ଭିଜିଲାନ୍ସ ଜାଲରେ ମହାବିର ରୋଡ଼ ପୋଲିସ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲ l

Image
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) :- ଭିଜିଲାନ୍ସ ଜାଲରେ ମହାବୀର ରୋଡ ଫାଣ୍ଡି ଅଧିକାରୀ ପୋଲିସ ଏସ ଆଇ ସମରେନ୍ଦ୍ର ସାମଲ। ଏକା ସାଙ୍ଗରେ ସାତଟି ଟିମ ପକ୍ଷରୁ ଏହି ରେଡ ଜାରି କରାଯାଇଛି। ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳକୁ ନେଇ ଅଭିଯୋଗ ରହିଥିଲା ।  ତେଣୁ ଢେଙ୍କାନାଳ ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ବିଭିନ୍ନ ଟିମ ଗଠନ କରାଯାଇ ତାଙ୍କର ମହାବିର ରୋଡ ଫାଣ୍ଡି ଅଫିସ ,ଯୋରନ୍ଦା କେନ୍ଦୁପଡା ଫାର୍ମ ହାଉସ ଓ କାମାକ୍ଷାନଗରର କାନପୁରା ସ୍ଥିତ ତାଙ୍କ ଶଶୁର ଘର ସମେତ ଢେଙ୍କାନାଳ ଦେଉଳସାହି ନିକଟସ୍ଥ ଦୁଇଟି ଘରେ ,ଏସପି ଅଫିସ ପାଖରେ ରହିଥିବା ତାଙ୍କ ସରକାରୀ କ୍ୱାଟର ରେ ଚଢାଉ କରାଯାଇଛି। ଚଢାଉରେ ୧୬ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ , ୧୦ ଲକ୍ଷ ଟଙ୍କାର ସୁନା ଗହଣା ୯୯ ଲକ୍ଷର ଦୁଇଟି ଘର ସବୁ ମିଶାଇ ମୋଟ ଏକ କୋଟି ୮୦ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ବିଭାଗ।

କଳିଙ୍ଗନଗର ଠାରେ ସୁପର ସ୍ପେଶାଲ ହସ୍ପିଟାଲ ନିର୍ମାଣ ଦାବିରେ ଆମରଣ ଅନଶନ ଜାରୀ l

Image
ଯାଜପୁର :- ଏସିଆ ମହାଦେଶର ବୃହତ ଶିଳ୍ପନଗରୀ କଳିଙ୍ଗନଗର ଏବେ ବିଷ ବଳୟରେ l କାରଖାନା ମାନଙ୍କର ବିଷାକ୍ତ ଗ୍ୟାସ, ଧୂଳିଧୂଆଁ ଅଞ୍ଚଳବାସୀଙ୍କ ଜୀବନ ଆସ୍ତବେସ୍ତ ହେବାରେ ଲାଗିଛି l ଅଞ୍ଚଳର ଜନସାଧାରଣ ପ୍ରଦ୍ୟୁଷଣର ଶିକାର ହୋଇ ଜଣ୍ଡିସ, କର୍କଟ, ହୃଦରୋଗ, ଷ୍ଟୋନ, ଚର୍ମରୋଗ ଓ ବିଭିନ୍ନ ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ଏବଂ କାରଖାନା ଯୋଗୁଁ ଦିନକୁଦିନ ଯାନବାହାନ ସଂଖ୍ୟା ବୃଦ୍ଧି ପାଇବା ଫଳରେ ସଡକ ଦୁର୍ଘଟଣା ଗୁଡିକ ଚରମ ସୀମାର ସମୁଖୀନ ହେବାକୁ ପଡୁଛି l  ଏନେଇ ସାଧାରଣ ଗରିବ, ଖଟିଖିଆ ଓ ମୁଲିଆ ଶ୍ରେଣୀର ଲୋକମାନେ ଅର୍ଥାଭାବରୁ ପ୍ରାଣ ହରାଉଛନ୍ତି l କଳିଙ୍ଗନଗରର ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ର ଥିଲେ ମଧ୍ୟ ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସମ୍ପୂର୍ଣ୍ଣ ଅବହେଳିତ ଓ ଅସମର୍ଥ ବୋଲି ଅଭିଯୋଗ କରାଯାଇଛି l ଅନ୍ୟପଟେ ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ର ଏବେ ଦୁର୍ନୀତି ଘେରରେ ରହିଥିବା ଅଭିଯୋଗ କରାଯାଇଛି l  ଏଠି ସାଧାରଣ ଗରିବଟିଏ ପ୍ରାଥମିକ ଚିକିତ୍ସା ପାଇଁ ବାହାରୁ ଉଚ୍ଚ ଦରରେ ଔଷଧ କିଣିଥାଏ ଏବଂ ପରୀକ୍ଷା ନିରୀକ୍ଷା ପାଇଁ ବାହାର ଦଲାଲଙ୍କ ଦ୍ୱାରା ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହୋଇଥାଏ ବୋଲି ଆନ୍ଦୋଳନକାରୀ କହନ୍ତି l ଏସବୁ ସମସ୍ୟାର ସମାଧାନ ପାଇଁ କଳିଙ୍ଗନଗରରେ ଏକ ସୁପର ସ୍ପେଶାଲ ହସ୍ପିଟାଲ ନିର୍ମାଣ ଦାବିକୁ ନେଇ ଯାଜପୁର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳଙ୍

ଡୁବୁରୀ ଛକ ଠାରେ ନିର୍ମାଣ ହେବ ମାର୍କେଟ କମ୍ପ୍ଲେକ୍ସ l

Image
ଯାଜପୁର :- ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଡୁବୁରୀ ଛକ ଠାରେ ବହୁ ବର୍ଷ ଧରି ବେପାର କରିଆସୁଛନ୍ତି ବହୁ ଛୋଟବଡ଼ ବ୍ୟବସାୟୀ l ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ରେ ଅଧିକାଂଶ ବେପାରୀ ସେମାନଙ୍କର ରୋଜଗାର ହରାଇ ବସିଥିଲେ ଲ ସେମାନଂକୁ ବେପାର ବଣିଜ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଜାଗା ସରକାରଙ୍କ ତରଫରୁ ପ୍ରଦାନ କରିବାକୁ କରୁଥିଲେ ଆନ୍ଦୋଳନ I  ଏହାକୁ ନଜରରେ ରଖି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ପ୍ରଶାସନିକ କ୍ଷେତ୍ରରେ ଆଲୋଚନା କରିବା ସହିତ ଡୁବୁରୀ ଛକ ଠାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ DMF ପାଣ୍ଠି ରୁ ଦୁଇ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ମଞ୍ଜୁର କରାଯାଇଛି l  ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଦ୍ଵାରା ଅନେକ ବ୍ୟବସାୟୀ ଉପକୃତ ହେବେ ବୋଲି କହିଥିଲେ ବିଧାୟକ ପ୍ରୀତିରଞ୍ଜନ l ଏହାକୁ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ସ୍ଵାଗତ କରାଯାଇ, ବିଧାୟକ ଙ୍କୁ ଧନ୍ୟବାଦ ଦେଇଥିଲେ I ଏହି ସଭାରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ ବ୍ୟବସାୟୀ ଗୋଷ୍ଠୀ ଉପସ୍ଥିତ ଥିଲେ l 

ରାଜଧାନୀ ରେ ଚାଞ୍ଚଲ୍ଯ, ମହିଳା ଡ୍ରେସ ପିନ୍ଧି ଘରେ ପଶି ଆକ୍ରମଣ କଲା ଯୁବକ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : -  ଭୁବନେଶ୍ୱର ଶୈଳଶ୍ରୀ ବିହାର ରେ ଘରେ ପଶି ମାଆ, ଝିଅଙ୍କୁ ଛୁରାମାଡ଼ । ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପଡ଼ୋଶୀ ଘରର ଯୁବକ ଘରେ ପଶି ଛୁରାମାଡ଼ କରିଛି । ତେବେ ଯୁବକ ଜଣଙ୍କ ମହିଳା ଡ୍ରେସ ପିନ୍ଧି ଘରେ ପଶିଥିବା ସୂଚନା ମିଳିଛି । ମାଆ, ଝିଅଙ୍କୁ ଆକ୍ରମଣ କରିବା ବେଳେ ଯୁବକ ଜଣକ ନିଜେ ମଧ୍ୟ ଆହତ ହୋଇଛି । ଛୁରାମାଡ଼ କରିବାର କାରଣ ଜଣାପଡ଼ିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ପୁଲିସ୍‌ର ପ୍ରାଥମିକ ସୂଚନା ଅନୁସାରେ ଶୈଳଶ୍ରୀ ବିହାର ଅଞ୍ଚଳରେ ରୂପେଶ ନାମକ ଯୁବକ ମହିଳାଙ୍କ ଡ୍ରେସ ପିନ୍ଧି ପଡ଼ୋଶୀ ଘରେ ପଶିଥିଲା । ତେବେ ମା’ ଝିଅକୁ ଆକ୍ରମଣ କରିବା ସୟମରେ ନିଜେ ସେ ଆହତ ହୋଇଥିଲେ । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ମା’ ଝିଅଙ୍କୁ ଘରକୁ ପଠାଇ ଦିଆଯାଇଛି। ଆକ୍ରମଣ କରିବାକୁ ଯାଇ ଯୁବକ ଜଣେ ସେ କିପରି ନିଜେ ଗୁରୁତର ଆହତ ହେଲେ ସେ ନେଇ ସୃଷ୍ଟି ହୋଇଛି ସନ୍ଦେହ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ ରୂପେଶଙ୍କ ସ୍ତ୍ରୀ ଭିନ୍ନ ଅଭିଯୋଗ ଆଣିଛନ୍ତି । ଏକାଧିକ ଯୁବକ ଆସି ସ୍ୱାମୀଙ୍କୁ ଛୁରା ମାଡ଼ କରି ଗାଡ଼ି ଛଡ଼ାଇ ନେଇଥିବା କହିଛନ୍ତି ।

ଭିଜିଲାନ୍ସ ଜାଲରେ ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରା ।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - ଭିଜିଲାନ୍ସ ଜାଲରେ ବହିଷ୍କୃତ କନେଷ୍ଟବଳ ପ୍ରସନ୍ନ ବେହେରା । ରେଡ୍ ବେଳେ ଠାବ ହେଲାଣି କୋଟିକୋଟି ଟଙ୍କାର ସମ୍ପତ୍ତି । ଡୁମଡୁମାରେ ୨୫୦ଏକର ଜମିରେ ତିଆରି ହୋଇଛି ଫର୍ଣ୍ଣିଚର । ୨୦୧୯ରେ ଜମିର ମୂଲ୍ୟ ୧କୋଟି ୪୭ ଲକ୍ଷ ୬୦ ହଜାର । ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ । ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ  ୫ଟି ଘରେ ଏକକାଳୀନ ରେଡ୍ କରୁଛି ୫ଟି ଭିଜିଲାନ୍ସ ଟିମ୍ । ମିଳିଥିବା ସୂଚନାନୁସାରେ, କଳ୍ପନା ଛକରେ ଥିବା ସରକାରୀ କ୍ବାର୍ଟର, ଡୁମଡୁମାସ୍ଥିତ ସ୍ପାର୍କ ଫର୍ଣ୍ଣିଚର, ଲିଙ୍ଗିପୁର ସନ୍ଥବିହାରସ୍ଥିତ ଫର୍ଣ୍ଣିଚର ୱାର୍କସର୍, ପାତ୍ରପଡା ସ୍ଥିତ ସାଉଥସିଟି ବାର୍, ଖୋର୍ଦ୍ଧା ନୂଆପଡାସ୍ଥିତ ପୈତୃକ ଦୁଇ ମହଲା ବାସଭବନରେ ରେଡ୍ ଚାଲିଛି। ଚଢାଉରେ ୫ଟି ଟିମ୍‌ରେ ୨ ଜଣ ଡିଏସ୍‌ପି, ୬ ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି। ଚଢାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ତେବେ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ ହେଲାଣି ତାର ସ୍ପଷ୍ଟ ସୂଚନା ମିଳିନାହିଁ ।