Posts

ଯାଜପୁର ରୋଡ଼ ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ, ଯାଜପୁରରୋଡ କୁ ଡିଭିଜନ୍ କରିବାକୁ ବୈଠକରେ ଦାବି l

Image
ଯାଜପୁର :- ଯାଜପୁରରୋଡ ରେଳ ଷ୍ଟେସନ ପରାମର୍ଶଦାତା କମିଟି (୨୦୨୦-୨୧)ର ପ୍ରଥମ ବୈଠକ ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଷ୍ଟେସନ ସୁପରିଟେଣ୍ଡେଣ୍ଟ ସମୀର କୁମାର ସ୍ବାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକ ରେ ଖୋର୍ଦ୍ଧା ଡିଭିଜନ ର ସହକାରୀ ବାଣିଜ୍ୟ ଅଧିକାରୀ ବି.କେ. ପ୍ରଧାନ ଯୋଗଦେଇ ରେଳ ଷ୍ଟେସନ ବିକାଶ ନେଇ କମିଟି ସଦସ୍ୟ ମାନଙ୍କ ମତାମତ ଗ୍ରହଣ କରିଥିଲେ ।   ଯାଜପୁରରୋଡ କୁ ରେଳ ଡିଭିଜନ୍ ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ପ୍ରସ୍ତାବକୁ ସଦସ୍ୟ ମାନେ ଦୋହରାଇବା ସହିତ ଏହାକୁ ଗୁରୁତରଭାବେ ରେଳ ବିଭାଗ ଗ୍ରହଣ କରି ତୁରନ୍ତ ଘୋଷଣା କରାଯାଉବୋଲି ଦାବି କରିଥିଲେ । ଏଥିସହିତ ଷ୍ଟେସନ ନାମ ପରିବର୍ତ୍ତନ କରି ଯାଜପୁରରୋଡ ରଖାଯାଉବୋଲି ପ୍ରସ୍ତାବ ରେ ଦାବି ହୋଇଛି। ଭଦ୍ରକ ରେ ରହୂଥିବା ରାଜଧାନୀ ଏକ୍ସପ୍ରେସ ସମେତ ଯାଜପୁରରୋଡ ଦେଇ ଯାଉଥିବା ସମସ୍ତ ଦୃତଗାମୀ ରେଳ ଏଠାରେ ଅଟକିବା,କେନ୍ଦୁଝର ଭୁବନେଶ୍ବର ମେମୁ ରେଳ ଯଖପୁରାରୁ ଯାଜପୁରରୋଡ ଦେଇ ଯିବାାଆସବା କରିବା, ମାଲଗୋଦାମ ସ୍ଥାନାନ୍ତର,  ଷ୍ଟେସନ ପରିସରରେ ଶିଶୁ ଉଦ୍ୟାନ, ମାଲଗୋଦାମ ପଟରେ ନୂତନ ଟିକେଟ କାଉଣ୍ଟର ସ୍ଥାପନ, ଷ୍ଟେସନ ପରିସରରେ ଅଧିକ ଟୟଲେଟ ସ୍ଥାପନ, ସମସ୍ତ ସିସିଟିଭି ଚାଲୁ କରିବା, ପାଦଚଲା ସିଡିରେ ଲିଫ୍ଟ ଲଗାଇବା, ଖଡଗପୁର ଯାଜପୁରରୋଡ ପାସେଞ୍ଜର କୁ ହାଉଡା ପର୍ଯ୍ୟନ୍ତ ଚଳାଇବା,  ଜିଆରପି ଆଉଟ୍

ରାଜ୍ଯ ରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଫଳତା ର ସଦ୍ୟ ଚିତ୍ର ପାଟଣାଗଡ଼ ରେ.. I

Image
 ପାଟଣାଗଡ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅଞ୍ଚଳରେ ଝିଅର ଚିକିତ୍ସା ଲାଗି ଜଣେ ବାପା କାନ୍ଧେଇ କରି ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପାଟଣାଗଡ ନେହେନାବାନ୍ଧ ଗାଁରେ ରୁହନ୍ତି ଧୂବଲ ଛାତ୍ରିଆ , ସ୍ତ୍ରୀ ଫୁଲମତି ଛାତ୍ରିଆ ଏବଂ ତାଙ୍କ ପୁଅ ଝିଅ । ବହୁ ଦିନ ହେଲା ଝିଅ ମଲ୍ଲୀ ( ୧୮ ) କୌଣସି ଅଜଣା ରୋଗରେ ପୀଡିତ ହୋଇ ଚାଲି  ପାରୁନାହାନ୍ତି।  ସରକାରଙ୍କ ଏତେ ଯୋଜନା ସତ୍ତ୍ଵେ ଝିଅର ଚିକିତ୍ସା ହୋଇ ପାରୁ ନ ଥିବାରୁ ଚିନ୍ତିତ ବାପା ଓ ମା' l ଚିକିତ୍ସା ପାଇଁ ବିଭିନ୍ନ ଜାଗା ବୁଲି ସମସ୍ତ ଅର୍ଥ ଖର୍ଚ୍ଚ କରି ଚିକିତ୍ସା କରିସାରିଲେଣି । ଏବେ ତାଙ୍କ ପାଖରେ ଆଉ ଉନ୍ନତ ଚିକିତ୍ସା ଲାଗି ଅର୍ଥ ନାହିଁ । ଏହି ପରିପ୍ରେକ୍ଷୀରେ ଧୂବଲ ଝିଅକୁ ଚିକିତ୍ସା ଲାଗି ବେଲପଡାକୁ ନେଉଥିଲେ ।  ଅର୍ଥ ଅଭାବରୁ ଗାଡିରେ ନେଇ ନ ପାରି ସକାଳୁ ଝିଅକୁ କାନ୍ଧରେ ଧରି ସେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ଏତେ ଅସୁବିଧା ସତ୍ତ୍ବେ ହାର ମାନିନାହାନ୍ତି ଉଭୟେ ବାପାମା' । ଝିଅକୁ ଯେମିତି ହେଲେ ଚିକିତ୍ସା କରି ଠିକ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ସରକାର ଏଇ ଗରିବ ପରିବାରକୁ ସହାୟତା ପ୍ରଦାନ କରି ଧ୍ୟାନ ଦେବାକୁ ଦାବି ହେଉଛି ।(ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

ଭିନ୍ନକ୍ଷମ ଦଳିତ ଯୁବକଙ୍କୁ ସରପଞ୍ଚଙ୍କ ଆକ୍ରମଣ ଘଟଣା ରେ ବିକ୍ଷୋଭ ଓ ଧାରଣା l

Image
ଯାଜପୁର :- ଜିଲ୍ଲା ର ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଞ୍ଚାୟତରେ ଗତମାସ ୨୭ ତାରିଖରେ ଭକଣ୍ଡାରୀ ଗ୍ରାମର ଜଣେ ଭିନ୍ନକ୍ଷମ ଦଳିତ ଯୁବକଙ୍କୁ ପଞ୍ଚାୟତର ସରପଞ୍ଚ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ହେଲେ ଅଭିଯୁକ୍ତକୁ ଗିରଫ କରୁନଥିବାରୁ ଆଜି ଦଳିତ ସଙ୍ଘ ପକ୍ଷରୁ ପାଣିକୋଇଲି ଥାନାରେ ବିକ୍ଷୋଭ ଓ ଗଣ ଧାରଣା ଦିଆଯାଇଛି l  ଅଭିଯୋଗ ଅନୁଯାୟୀ, ଭକଣ୍ଡାରୀ ଗ୍ରାମର ସୁବାସ ମଲିକ ଭତ୍ତା ଟଙ୍କା ସମ୍ପର୍କରେ ବୁଝିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବା ବଳେ ସରପଞ୍ଚ ଗଣେଶ ସାହୁ ତାଙ୍କ ଜାତିକୁ ନେଇ ଆକ୍ଷେପ କରିବା ସହ ମାଡ଼ ମାରିଥିଲେ। କିଛିଦିନ ତଳେ ଏହି ଦଳିତ ଯୁବକ ସରକାରୀ ଆବାସ ପାଇଁ ସରପଞ୍ଚଙ୍କୁ ୩ ହଜାର ଟଙ୍କା ଦେଇଥିଲେ।  ଘର ମିଳିନଥିବା ବେଳେ ସେ ଟଙ୍କା ମାଗିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସରପଞ୍ଚ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି ସୁବାସ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ । ରାଜ୍ୟ ମାନବିକ ଅଧିକାର ସୁରକ୍ଷା ସେଲରେ ଏନେଇ ସୁବାସ ଅଭିଯୋଗ କରିବା ପରେ ପୁଲିସ  ୨୮୪/୨୧ରେ ଏକ ମାମଲା ରୁଜୁ କରିଥିଲା । ହେଲେ ପୁଲିସ ଅଭିଯୁକ୍ତକୁ ଗିରଫ କରିନଥିଲା। ଫଳରେ ପୀଡ଼ିତ ଯୁବକ ଗତ ୧୧ ତାରିଖରେ ଯାଜପୁର ଏସ୍‌ପିଙ୍କୁ ଭେଟି ଗୁହାରି କରିଥିଲେ। ଏସ୍‌ପିଙ୍କ ନିର୍ଦେଶରେ ଘଟଣାର ତଦନ୍ତ କ

ଇମ୍ଫାର ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ l

Image
 ଯାଜପୁର (କାଳିଆପାଣି ):- ଚଳିତମାସ ୨୬ତାରିଖରେ ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଇମ୍ଫା ପରିଚାଳିତ ସୁକିନ୍ଦା କ୍ରୋମାଇଟ ଖଣିଠାରେ ୨୩ ରୁ ୨୬ତାରିଖ ୪ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି l କାଳିଆପାଣି ପଞ୍ଚାୟତର ବିର୍ସାନଗରଠାରେ ୨୩ତାରିଖରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଇମ୍ଫା ଖଣି ଉପ ସଭାପତି ସୁଧାଂଶୁ ପାଟନୀ ଯୋଗଦେଇ ସ୍ୱଚ୍ଛତା ଅଭିଯାନର ଉଦ୍ଦେଶ୍ୟ ଓ ପରିବେଶ ସନ୍ତୁଳନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ l  ଶ୍ରମିକ ସଂଘ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, କାଳିଆପାଣି ସରପଞ୍ଚ କଳ୍ପନା ଜେନା, ପଞ୍ଚାୟତର ଜନପ୍ରତିନିଧି, ଇମ୍ଫାର ସାଧାରଣ ପରିଚାଳକ ଲଲାଟେନ୍ଦୁ ମହାପାତ୍ର, ପ୍ରଶାସନିକ ମୁଖ୍ୟ ଅଜୟ କୁମାର ବେହୁରିଆ, କାର୍ମିକ ମୁଖ୍ୟ ଗିରିଶ ପଟ୍ଟନାୟକ, ଲୋକସମ୍ପର୍କ ମୁଖ୍ୟ ଜଗନ ମୋହନ ମଲିକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବିର୍ସାନଗର ଗ୍ରାମବାସୀ ଏଥିରେ ଉପସ୍ଥିତ ଥିଲେ l ପ୍ରଶାସନିକ ବିଭାଗ ସହକାରୀ ପରିଚାଳକ ଅଭୟ କୁମାର ପାଣ୍ଡେ, ଲୋକସମ୍ପର୍କ ବିଭାଗ ବରିଷ୍ଠ ପରିଚାଳକ ମିଲନ ରଞ୍ଜନ କର, ଦୀପକ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l      ଏହି କାର୍ଯ୍ୟକ୍ରମରେ ୨୪ତାରିଖରେ ରକ୍ତଦାନ ଶିବିର,୨୫ତାରିଖରେ ଜରାଶ୍ରମରେ ବୃଦ୍ଧମାନଙ୍କୁ ଖାଦ୍ୟ ବଣ୍ଟନ ଓ ଖଣି ଆଖପାଖ ଗ୍ରାମର ବ

ଝୁଲନ୍ତା ଅବସ୍ଥା ରେ ମୃତଦେହ ଉଦ୍ଧାର l

Image
ଯାଜପୁର :-ଜିଲ୍ଲା ର କୋରାଇ ବ୍ଲକ ଅନ୍ତର୍ଗତ ତାରାକୋଟ ଗ୍ରାମର ଧନ ବିଲର ଏକ ଗଛରେ ଏକ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା l ତେବେ ଲୋକେ ବିଲକୁ ଧାନ କାଟି ଆସିଲାବେଳେ ଆଜି ସଖାଳୁ ଘଟଣା ସ୍ଥଳରେ ଲୋକଟିର ବେକରେ ଗାମୁଛାଲାଗି ଝୁଲୁଥିବା ଅବସ୍ଥା ରେ ଶବ ଟି ଦେଖିବା ପରେ ଗାଁ ଲୋକଙ୍କୁ ଓ ପରେ ସ୍ଥାନୀୟ ପୋଲିସ ଷ୍ଟେସନ କୁ ସୂଚନା ଦେଇଥିଲେ l  ବ୍ୟକ୍ତି ଜଣଙ୍କ ନାଁ ଗୁରୁଚରଣ ବେହେରା ତାଙ୍କ ବୟସ (୫୬) ତେବେ ଆଜି ଭୋରୁ ଗାଁ ଦୋକାନରେ ସେ ଚା ପିଉଥିବା ର ଆଲୋଚନା ହେଉଥିବାର ଜଣା ପଡ଼ିଥିଲା l ତେବେ ସେ କାହିଁକି ମୃତ୍ୟୁ ବରଣକଲେ ସନ୍ଦେହ କୁ ନେଇ ଚାରି ଆଡେ ଚର୍ଚ୍ଚା ଚାଲିଛି l 

ବାଞ୍ଜିତଳିଏନ କ୍ରିକେଟ କପ- ବଲାଙ୍ଗୀର ଚମ୍ପିୟାନ ।

Image
ବଲାଙ୍ଗୀର(ବ୍ୟୁରୋ ରିପୋର୍ଟ) : - ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରା:ପ:ଅନ୍ତର୍ଗତ ଖଳିଆ କ୍ରିକେଟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହେଇଥିବା ବାଞ୍ଜିତଳିଏନ କ୍ରିକେଟ ଏସୋସିଏସନ ତରଫରୁ ବାଞ୍ଜିତଳିଏନ କ୍ରିକେଟ କପ ର ଫାଇନାଲ ଉତ୍ସବ । ଫାଇନାଲ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ଶ୍ରୀ ସରୋଜ କୁମାର ମେହେର,ବିଧାୟକ ପ୍ରତିନିଧି ହିମାଞ୍ଚଳ ପଧାନ, ସମାଜ ସେବୀ ଗିରିରାଜ ଭୋଇ ଯୋଗଦେଇ ଫାଇନାଲ ଖେଳକୁ ପ୍ରବେଶ କରିଥିବା ଉଭୟ ଖଳିଆ ଦଳ ଓ ବଲାଙ୍ଗୀର ଦଳକୁ ଉତ୍ସାହିତ କରିଥିଲେ । ପ୍ରଥମରୁ ଉଭୟ ଦଳ ସଂଘର୍ଷପୂର୍ଣ ଖେଳ ଖେଳି ଫାଇନାଲ କୁ ପ୍ରବେଶ କରିଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଆଜିର ଫାଇନାଲ ଖେଳରେ ବଲାଙ୍ଗୀର ଦଳ ଟସ ଜିଣି ପ୍ରଥମେ ବେଟିଂ ନିଷ୍ପତ୍ତି ନେଇ ୭ଓଭର ରେ ସମସ୍ତ ଉଇକେଟ ବିନିମୟରେ ୫୮ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ ପ୍ରତିଜବାଜରେ ଖଳିଆ ଦଳ ୫ଉଇକେଟ ରେ ୪୯ ରନ ସଂଗ୍ରହ କରି ବଲାଙ୍ଗୀର ଦଳ ଠାରୁ ପରାଜିତ ହୋଇଥିଲେ । ମ୍ୟାନ ଅପ ଦ ମ୍ୟାଚ ବଲାଙ୍ଗୀର ଦଳର ଆଶିଷ କୁ ମୋବାଇଲ ଦିଆଯାଇଥିବା ବେଳେ ମ୍ୟାନ ଅପ ଦ ସିରିଜ ଖଳିଆ ଦଳର ବିପିନ ବନଛୋର କୁ ସାଇକେଲ ପ୍ରଦାନ କରାଯାଇଥିଲା । ବେଷ୍ଟ ଫିଲ୍ଡର ବଲାଙ୍ଗୀର ଦଳର ସୁବାସ କୁ ପୁରସ୍କୃତ କରାଯାଇଥିଲା ଓ ବେଷ୍ଟ ବୋଲର ଭାବରେ ଥବୀର ମାଝୀ କୁ , ବେଷ୍ଟ ଉଇକେଟ କିପର ଅରୁଣ ନାଏକ , ବେଷ୍ଟ ସିକ୍ସର ଅନୀଲ ବନଛୋର ,ବେଷ୍ଟ ଅମ୍ପାୟାର ନୀ

ବାଘନଖ ଓ ହାତୀଦାନ୍ତ ଜବତ, ୪ଜଣ ଗିରଫ l

Image
ନୂଆପଡ଼ା :- ଜିଲ୍ଲା ର ସିନାପାଲି ବନ ବିଭାଗ ତରଫରୁ ବାଘନଖ ଓ ହାତୀଦାନ୍ତ ଜବତ କରିବା ସହ ୪ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ସିନାପାଲି ବନବିଭାଗ l ଅଭିଯୁକ୍ତ ମାନେ ହେଲେ ସିନାପାଲି ବ୍ଲକ ସଦର ଗ୍ରାମର ଧନେଶ୍ଵର ମେହେର (୪୫) ଗଣ୍ତାବାହାଲି ଗ୍ରାମର ମନୋଜ ମେହେର(୪୨) ଶଳାଭେନେଇ ସମ୍ପୃକ ଥିବାବେଳେ କଲାହାଣ୍ଡି ଜିଲ୍ଲା ଏମ୍ ରାମପୁର ଅନ୍ତର୍ଗତ ଟୁରଚି ଗ୍ରାମର ନୂଆଖାଉ ବାଗ (୬୦) ଓ ଚିତ୍ରସେନ ବାଗ (୩୨)ବାପା ଓ ପୁଅ ସମ୍ପୃକି ଥିବା ଜଣାପଡିଛି।  ସୂଚନା ଅନୁସାରେ ସିନାପାଲି ବ୍ଲକ ସଦର ପଞ୍ଚାୟତ କାପସି ଗ୍ରାମ ପଦରଭଟା ଆମ୍ୱ ଗଛ ଠାରେ ମନୋଜ ମେହେର ଓ ଧନେଶ୍ଵର ମେହେର ବାଘନଖ ଧରି ଗ୍ରାହାକ ଙ୍କୁ ଜଗି ରହିଥିବା ବେଲେ କୌଣସି ସୁତ୍ର ରୁ ଖବର ପାଇଁ ସିନାପାଲି ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋକ୍ନୋ ଙ୍କ ନେତୃତ୍ବ ରେ ଏକ ଟିମ ଚଢାଉ କରି ୨ ଜଣ ବ୍ଯକ୍ତିଙ୍କୁ କାବୁକରି ଗିରଫ କରିବା ସହ ତାଙ୍କ ଠାରୁ ବାଘନଖ ଜବତ କରିଥିଲେ।  ଉକ୍ତ ଅଭିଯୁକ୍ତ ମାନଙ୍କୁ ବନବିଭାଗ କୁ ଆଣି କାହା କାହା ସହ ଲିଙ୍କ୍ ରହିଛି ବୋଲି ଅଧିକ ପଚରା ଉଚରା କରିବାରୁ ଅଭିଯୁକ୍ତ ମାନେ କିଛି କହିନଥିଲେ। ହେଲେ ମନୋଜ ମେହେର ଙ୍କ ମୋବାଇଲ ଖୋଲି ଚେକ୍ କରିଥିବା ବେଲେ ମୋବାଇଲ ରୁ ହାତୀଦାନ୍ତ ଫଟୋ ଥିବା ଜଣା ପଡିଥିଲା। ପରେ ଅଭିଯୁକ୍ତ ମନୋଜ ଙ୍କୁ ସବୁକଥା ପଚାରିବାରୁ ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋକ୍ନୋ ଙ୍କ