Posts

ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ମଣ୍ଡଳ ଶାଖା ତରଫରୁ ଏଗାର ତମ ଦ୍ବି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ l

Image
ବଲାଙ୍ଗିର:-ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ମଣ୍ଡଳ ଶାଖା ତରଫରୁ ଏଗାର ତମ ଦ୍ବି ବାର୍ଷିକ ସମ୍ମିଳନୀ ବଲାଙ୍ଗିର ମୁଖ୍ୟ ଡାକ ଘର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସମ୍ମିଳନୀ ରେ ଓଡ଼ଶା ର ବିଶିଷ୍ଟ ଶ୍ରମିକ ନେତା ତଥା ପଶ୍ଚିମ ଓଡିଶା ର ଗର୍ବ ଏବଂ ଗୌରବ ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ତ୍ରିରଙ୍ଗା ଝଣ୍ଡା ଉତ୍ତୋଳନ କରିଥିଲେ l ସମ୍ମାନିତ ଅତିଥି ବଲାଙ୍ଗିର ପୋଷ୍ଟାଲ ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ୟୁନିଅନ ର ପତାକା ଉତ୍ତୋଳନ କରିଥିଲେ l ମା ସମଲେଶ୍ୱରୀ ଙ୍କ ପୂଜା ଆରାଧନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା.ୟୁନିୟନ ର ସର୍କଲ ସଭାପତି ଜୟକୃଷ୍ଣ ସାହୁ ସମ୍ମିଳନୀ କୁ ଉଦଘାଟନ କରିଥିଲେେ l ସଭାରେ ମୁଖ୍ୟ ଅତିଥି ପ୍ରମୋଦ କୁମାର ମିଶ୍ର,ସମ୍ମାନିତ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ତଥା ଟ୍ରେଡ଼ ୟୁନିଅନ ନେତା ନିରଞ୍ଜନ ବିଶି,ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ,ହେଡ଼ ଅଫିସ ପୋଷ୍ଟ ମାଷ୍ଟର ସୁବାଷ ଷଡ଼ଙ୍ଗୀ,ମୁଖ୍ୟବକ୍ତା ଓଡିଶା ସର୍କଲ ସମ୍ପାଦକ କଳ୍ପବଟ ପଟ୍ଟନାୟକ,ସର୍କଲ ସମ୍ପାଦକ ପର୍ଶୁରାମ ଦାଶ,ଉପସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ,ପୂର୍ବତନ ସଭାପତି ଜଗଦାନନ୍ଦ ବହିଦାର,ଡିଭିଜନ ସମ୍ପାଦକ ଦଶରଥ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ.ବିଶିଷ୍ଟ କଳାକାର ନବୀନ କୁଅଁର ସ୍ୱାଗତ ସଂଗୀତ ଦ୍ୱାରା ଅତିଥି ମାନଙ୍କୁ ଅଭିନନ

ସ୍ବର୍ଗତ ନରହରି ଧରୁଆ ମେମୋରିଆଲ କ୍ରିକେଟ କପ ଟୁର୍ନାମେଣ୍ଟ,କଦଳୀ ଦଳ ବିଜୟୀ I

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :-ବେଲପଡା, ପତରାପାଲି କ୍ରିକେଟ ଦଳ ରନର୍ସଅପ କଦଳୀ କ୍ରିକେଟ ଦଳ ବିଜୟୀ ତିନି ଦିନ ଧରି ଚାଲିଥିବା ଟୁର୍ନାମେଣ୍ଟ ରେ ଷୋହଳ ଟି କ୍ରିକେଟ ଦଳ ଉକ୍ତ କ୍ରିକେଟ ଟୁର୍ନାମେଣ୍ଟ ରେ ଅଂଶଗ୍ରହଣ କରିଥିଲେ l  ନରହରି ଧରୁଆ ମେମୋରିଆଲ କ୍ରିକେଟ କପ ଟୁର୍ନାମେଣ୍ଟ ର ପ୍ରତିଷ୍ଠାତା ଅବସର ପ୍ରାପ୍ତ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧରୁଆ ଟୁର୍ନାମେଣ୍ଟ ଆୟୋଜନ କରିଥିଲେ l  କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ଦିବସରେ ମୁଖ୍ୟଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି ଯୋଗଦେଇ ବିଜୟୀ ଦଳ, ରନର୍ସ ଅପ ଦଳ,ଚମ୍ପିୟାନ,ମେନ ଅଫ ଦି ମ୍ୟାଚ ଲଖ୍ମଣ ,ମେନ ଅଫ ଦି ସିରିଜ ଥବିର,ସ୍କୋରର ରଞ୍ଜନ ପଧାନ ଖେଳାଳୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ସୁପରିଚାଳନା ପାଇଁ ଅମପେୟାର ଭାବରେ ଶ୍ରୀକାନ୍ତ ପୋଢ଼ ଏବଂ ପ୍ରଶାନ୍ତ ରାଣା ଙ୍କୁ ଖେଳାଳି ଏବଂ ଦର୍ଶକ ପ୍ରଶଂସା କରିଥିଲେ l  ବଳ ଧରୁଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ବିଶି ଗ୍ରାମାଞ୍ଚଳ ର ଖେଳ ପ୍ରତିଭା ସମ୍ପର୍ଣ ଯୁବକ ଛାତ୍ର ମାନଙ୍କୁ ଉତ୍ସାହିତ କରିବା,କ୍ରିକେଟ ଖେଳ ପ୍ରୋତ୍ସାହନ କରିବା ପାଇଁ ଶ୍ରୀ ଧରୁଆ ଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ l ଉଦଯାପନୀ ସଭାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଯୁଗ୍ମ ସମ୍ପ

ଚୋରା ବନ୍ଧୁକ ବେପାରୀ ସହିତ ୮ ଦେଶୀ ବନ୍ଧୁକ ଜବଦ କରିଛି ଏସ୍ ଟି ଏଫ୍. l

Image
  ଅନୁଗୁଳ(ବ୍ୟୁରୋ ରିପୋର୍ଟ )ଏସ୍ଟିଏଫ ଓ ଛେଣ୍ଡିପଦା ଥାନା ପୋଲିସ ମିଳିତ ଚଢ଼ାଉ କରି ଜଣେ ଚୋରା ଦେଶୀ ବନ୍ଧୁକ ବେପାରୀ କୁ କବ୍ଜା କୁ ନେବା ସହ ତା ପାଖରୁ ଆଠଟି ଦେଶୀ ବନ୍ଧୁକ ଓ ସାତୋଟି ଜୀବନ୍ତ ଗୁଳି ଜବତ କରିଥିବା ଜଣାପଡ଼ିଛି।  ଘଟଣାର ବିବାରଣୀରୁ ଜଣାପଡିଛି ଯେ,ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ ଟି ଏଫ ଓ ଛେଣ୍ଡିପଦା ଥାନା ପୋଲିସ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କେରଜଙ୍ଗ ଗ୍ରାମ ନିକଟରେ ଅତର୍କିତ୍ତ ଚଢ଼ାଉ କରି ସମ୍ବଲପୁର ସରପାଲ୍ଲୀ ଅଞ୍ଚଳର ରତ୍ନାକର କାଲଟା ନାମକ ଜୈନକ ବ୍ୟକ୍ତି କୁ ଗିରଫ କରି ତା ନିକଟରୁ ୮ ଦେଶୀ ବନ୍ଧୁକ ବିପୁଳ ପରିମାଣର ଗୁଳି ଜବତ କରିଥିଲେ।

ବ୍ୟାସନଗର ପୌରାଞ୍ଚଳର ମୁଣ୍ଡମାଳ ଠାରେ ଲକ୍ଷ୍ମୀନାରାୟଣ ପୂଜା ପାଳିତ ହୋଇଯାଇଛି l

Image
ଯାଜପୁର :- ବ୍ୟାସନଗର ପୌରାଞ୍ଚଳର ମୁଣ୍ଡମାଳ ଛକଠାରେ ଲକ୍ଷ୍ମୀ ନାରାୟଣ ପୂଜା କୋଭିଡ଼ ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଛି l ଚଳିତ ମାସ ୧୬ ତାରିଖ ଦିନ କଳସ ସ୍ଥାପନ ହୋଇଥିବା ବେଳେ ତିନି ଦିନ ଧରି ଚାଲିବାକୁ ଏହିପୂଜାରେ କର୍ତ୍ତା ମନୋଜ କୁମାର ସାହୁ ଓ ଅନ୍ୟ ତିନିଜଣ ଚକ୍ରଧର ସାହୁୁ,ସୁରେଶ ସୁବୁଧିିି, ଶେଷାଶୁ ଶେଖର ବଳ, କଳସ ବୁଡ଼ାଇଥିଲେ I  ପୂଜା ଧନୁସଂକ୍ରାନ୍ତିରେ ରୁ ଆରମ୍ଭ ହୋଇ ୧୮ ତାରିଖରେ  ପୂର୍ଣ୍ଣାହୁତି ହୋଇଥିଲା I ଏହିପୂଜା  କମିଟୀତରଫରୁ ସବୁବେଳେ ପୂଜାର ମୁଖ୍ୟ କର୍ତ୍ତା ଓ ପୂଜାକୁ ପରିଚାଳନା କରିଆସୁଥିବା ସ୍ୱର୍ଗତ କେଶବ ଚନ୍ଦ୍ର ବେହେରା ଙ୍କ ଫଟୋ ରଖି ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୀପଦାନ କରିଥିଲେ I ସ୍ଵର୍ଗତ ବେହେରା ଙ୍କ ସହଯୋଗ ରେ ପୂଜା କମିଟି ଆଗକୁ ବଢିଚାଲିଛି I 

ବୃଦ୍ଧା ଙ୍କୁ ମିଳୁନାହିଁ ସରକାରୀ ସୁବିଧା, ପ୍ରଶାସନ ନୀରବ!

Image
  ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :-ଆସନ୍ତୁ ଦେଖିବା ପାଟଣାଗଡ଼ ପ୍ରଶାସନର ବିକାଶର ନଗ୍ନ ଚିତ୍ର ।ବିକାଶର ଦ୍ୱାହିଦେଇ ଆଖିରେ ଅନ୍ଧପୁଟୁଲି ବାନ୍ଧି ସୋଇଲେ କେମିତି ଦେଖାଯିବ ଅସଲ ବିକାଶ ଚିତ୍ର । କେବଳ କଳା ଓ ସଂସ୍କୃତିକୁ ବଞ୍ଚେଇ ରଖିଲେ କଣ ବିକାଶ ହେବ? ଏହି ପ୍ରଶ୍ନ ଉଙ୍କି ମାରୁଛି ଜନସାଧାରଣ ଙ୍କ ମନରେ...   I ପାଟଣାଗଡ଼ ବ୍ଲକ କେନ୍ଦୁମୁଣ୍ଡି ପଞ୍ଚାୟତ ର ତୁଳସୀଡୁଙ୍ଗରି ଗ୍ରାମର ବୃଦ୍ଧା ପ୍ରତିମା ଧରୁଆଙ୍କ ଦୁଃଖର କାହାଣୀ ଦେଖିଲେ ଆଖିରେ ଜଳ ଜଳ ହୋଇ ଦେଖାଯାଉଛି ବିକାଶର ଅସଲ ଚିତ୍ର ।  ଜଙ୍ଗଲ ମଧ୍ୟରେ ପରିତ୍ୟକ୍ତ ଝାଟିମାଟି ଘରେ ନିଜର ଜୀବନ ବିତାଉଛନ୍ତି ନା ଖାଇବାକୁ ଚାଉଳ ଅଛି ନା ଶୀତବସ୍ତ୍ର । ସରକାରୀ ସହାୟତା କହିବେ କେବଳ ଭତ୍ତା ୭୦୦ ଟଙ୍କା । ଅତି ଦୁଃଖର ବିଷୟ ସରକାରୀ ଚାଉଳ ମଧ୍ୟ ପାଉନାହାନ୍ତି ସେ । ଜଣେ ଗରିବ ଜଙ୍ଗଲ ମଧରେ ଦୁଖଃ ରେ ରହୁଥିବା କଥା ଶୀତତାପ ନିୟନ୍ତ୍ରିତ ଘରେ ରହୁଥିବା ପ୍ରଶାସନ କେମିତି ବା ଜାଣିବ । ଆଗାମୀ ଦିନରେ ମାଙ୍କ ସାହାଯ୍ୟ କେବେ କରିବ ପ୍ରଶାସନ ଦେଖିବାକୁ ବାକି ରହିଲା l (ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

ବିଶିଷ୍ଠ ସମାଜସେବୀ ତଥା ଗାନ୍ଧିବାଦୀ ଙ୍କ ପରଲୋକ l

Image
ଯାଜପୁର :- ଯାଜପୁର ଜିଲ୍ଲା ହରିଦାସପୁର, ଆରୁହା ଗ୍ରାମର ଜଣେ ସମାଜସେବୀ ତଥା ଗାନ୍ଧିବାଦୀ ବ୍ୟକ୍ତି ଶ୍ରୀଯୁକ୍ତ ବ୍ରଜକିଶୋର ସାମଲ ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି l ସେ ୧୯୨୯ ମସିହା ରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୬-୧୨ - ୨୦୨୧ ମସିହା ସକାଳ ପ୍ରାୟ ୭ ଘଟିକା ସମୟରେ ସପରିବାର ଉପସ୍ଥିତ ରେ ମୃତ୍ଯୁବରଣ କରିଥିଲେ l ଏହି ଖବର ଜଣାପଡ଼ିବା ପରେ ସେ ଅ଼ଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ସେ ଜଣେ ଭଲ ମଣିଷ ଓ ମିଷ୍ଟଭାଷୀ ଓ ମେଳାପୀ ଥିଲେ l ନିଜ ଜନ୍ମମାଟି ର ଶ୍ମସାନରେ ଶ୍ରୀଯୁକ୍ତ ସାମଲ ଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି l 

ବିଶ୍ୱାବସୁଗଡ଼ ଶବରପଲ୍ଲୀ ରେ ବିଶ୍ୱାବସୁ ଙ୍କ ଧନୁପୂଜା ମହୋତ୍ସବ I

Image
ବ୍ୟୁରୋ ରିପୋର୍ଟ :- ନୟାଗଡଜ଼ିଲ୍ଲା ଭାପୁର ବ୍ଲକ ର ବିଶ୍ୱାବସୁ ଙ୍କ କର୍ମସ୍ଥଳୀ ଶବରପଲ୍ଲୀ ରେ ଭଗବାନ ନୀଳମାଧଵ ଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ୱାବସୁ ଙ୍କ ଧନୁ ପୂଜନ ମହୋତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ବିଶ୍ୱାବସୁ ଶବର ସମାଜର ପୁରୋଧା ନୀଳମାଧଵ ଙ୍କ ଚଳନ୍ତିପ୍ରତିମା ଶବର କୁଳଶିରୋମଣି ଶ୍ରୀ ଶ୍ରୀ ଟିକି ବାବା ବିଶ୍ୱାବସୁ ଙ୍କ ପବିତ୍ର ଧନୁ ପୂଜା ମହୋତ୍ସବ ଉଦଘାଟନ କରିଥିଲେ l ଶବର ମାନଙ୍କ ଧର୍ମ ପୀଠ ବିଶ୍ୱୱାବସଗଡ଼ ରେ ବଲାଙ୍ଗିର, ନୂଆପଡା,କଳାହାଣ୍ଡି, ଢେଙ୍କାନାଳ,ଗଜପତି,ପୁରୀ,ନୟାଗଡ,  କଟକ,ଗଞ୍ଜାମ,ବୌଦ୍ଧ,ବରଗଡ଼,ଫୁଲବାଣୀ,ରୁ ଶବର,ସହରା, ସଓରା,ସମ୍ପ୍ରଦାୟ ର ଶତାଧିକ ଭକ୍ତ ଶ୍ରଦ୍ଧାଳୁ ଶବର ସମାଜର ମୁଖିଆ ମହୋତ୍ସବ ରେ ଯୋଗଦେଇଥିଲେ I ଐତିହାସିକ ବିଶ୍ୱାବସୁ ଙ୍କ ପୁଣ୍ୟ ପବିତ୍ର ଧାର୍ମିକ ପୀଠ ରେ ବିଶ୍ୱାବସୁ ଧନୁ,ନୀଳମାଧଵ,ଶବରୀନାରାୟଣ,ବିଶ୍ୱାବସୁ,ସାତ ବହନୀ,ଲଳିତା ଦେବୀଙ୍କ ପାରମ୍ପରିକ ରୀତିନୀତି ରେ ପୂଜାପାଠ ଭଜନ ହୋଇଥିଲା l ପରେ ଧନୁ ପୂଜା ମହୋତ୍ସବ ଉପଲକ୍ଷେ ଅନୁଷ୍ଠିତ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l  ସଭା ରେ ନୀଳମାଧଵ ଙ୍କ ଚଳନ୍ତି ପ୍ରତିମା,ଶବରକୂଳ ଶିରୋମଣୀ ବିଶ୍ୱାବସୁ ଶବର ବଂଶଜ ପରମପୁଜ୍ୟ ସଦଗୁରୁ ଦେବ ଶ୍ରୀ ଶ୍ରୀ ଶ୍ରୀ ଟିକି ବାବା,ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି,ଅବସର ପ୍ରାପ୍ତ ଭାରତୀୟ