Posts

ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗ ଦେଲେ l

Image
ଯାଜପୁର(ବ୍ୟୁରୋ ରିପୋର୍ଟ ) :- ନିର୍ବାଚନ ପାଖେଇ ଆସୁଛି ତେଣୁ ଆଜିଠୁ ଚାଲିଛି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମିଶ୍ରଣ ପର୍ବ I ଏହି ପରିପ୍ରେକ୍ଷୀରେ ଜିଲ୍ଲା ର ଯାଜପୁର ବ୍ଲକ ଭୂଇଁପୁର ଗ୍ରାମ ପଞ୍ଚାୟତ ଜଗନ୍ନାଥ ମନ୍ଦିର ରେ ପୂର୍ବତନ ସମିତି ସଭ୍ଯା ଝୁନାରାଣୀ ପଣ୍ଡା ଙ୍କ ନେତୃତ୍ଵରେ ଶତାଧିକ  ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଥିଲେ l ଏହା ବିଜେଡି ପାଇଁ ଶକ୍ତ ଧକ୍କା l ଉପସ୍ଥିତ ବିଜେପି ଜିଲ୍ଳା ସଭାପତି ଗୌତମ ରାୟ, ସାଧାରଣ ସମ୍ପାଦକ ସୁଦୀପ୍ତ ପଣ୍ଡା, ଯାଜପୁର ଗ୍ରାମୀଣ ମଣ୍ଡଳ ସଭାପତି ମନ୍ମଥ ବରାଳ ଓ ଭୂଇଁପୁର ମଣ୍ଡଳ ସମ୍ପାଦିକା ଗୀତା ମିତ୍ର ଦାଶ ଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ସମାପନ ହୋଇଥିଲା l ବିଜେଡି ଦଳ ପ୍ରତି ଆତ୍ମବିଶ୍ୱାସ ହରାଇ ଏବଂ ବିଶେଷକରି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କର୍ଯ୍ୟ ରେ ଆତ୍ମସନ୍ତୋଷ ମିଳିଥାଏ ବୋଲି ବିଚାରକୁ ନେଇ ସେମାନେ ବିଜେଡି ଦଳ ପରିତ୍ୟାଗ କରିଥିବା କହିଥିଲେ l   

ବିଭିନ୍ନ ସ୍ଥାନରେ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି ମା 'ଙ୍କ ପୂଜା l

Image
ଯାଜପୁର (ବ୍ୟୁରୋ ରିପୋର୍ଟ ) :-ଧରାପୃଷ୍ଠକୁ ଆଗମନ କରିଛନ୍ତି ଧନ ଧାତ୍ରୀ ମା ମହାଲକ୍ଷ୍ମୀ । ମା,ଙ୍କ ଆଗମନକୁ ନେଇ ଗାଁରୁ ସହର ସବୁଠି ଉତ୍ସବ ମୁଖର ସବୁଠି ସର୍ଜିତ ମା,ଙ୍କ ସ୍ବାଗତ ପାଇଁ ସବୁ ଠି ଉତ୍ସାହିତ । ବିଗତ ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ନିଡାବର ସହକାରେ ହୋଇ ଆସିଥିବା ଲକ୍ଷ୍ମୀ ପୂଜା ଚଳିବର୍ଷ ମା,ଙ୍କ ଅଶିସରୁ ପୂନର୍ବାର ଉତ୍ସାହର ସହକାରେ ସବୁଠି ଚାଲିଛି ଧନ ଧାତ୍ରୀ ଙ୍କ ପୂଜା । ତେବେ ଏହି ଅବସରରେ ଯାଜପୁର ଜିଲ୍ଲା ର ଦାନଗଦୀ ବ୍ଳକ ଓ ସୁକିନ୍ଦା ବ୍ଲକ ର ବିଭିନ୍ନ ପୂଜାମଣ୍ଡପ ରେ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି ମା ଲକ୍ଷ୍ମୀ ଙ୍କ ପୂଜା l ଦାନଗଦୀ ବ୍ଲକ ର ଦାନଗଦୀ, ସୋଲେଇ, ମାନଗୋବିନ୍ଦ ପୁର, ଜଖପୁରା, ମାଣତୀରା ଏମିତି ପ୍ରତ୍ୟେକ ଗ୍ରାମରେ ବହୁ ଆଡମ୍ବର ସହିତ ପାଳନ କରାଯାଉଥିବା ବେଳେ, ୫୨ ବର୍ଷ ଧରି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ଦାମୋଦରପୁର ଗ୍ରାମ ରେ ମା,ଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ ହୋଇଆସିଛି । ଏ ବର୍ଷ ମଧ୍ୟ ମା,ଙ୍କ ପୂଜା କୁ ନେଇ ଗ୍ରାମର ପ୍ରତେକ ପୂଜା କମିଟି ପକ୍ଷରୁ ବ୍ୟପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି । ଗ୍ରାମର ପ୍ରତେକ ପୂଜା କମିଟି ପକ୍ଷରୁ ଅତି ସୁନ୍ଦରଭାବରେ ଗ୍ରାମକୁ ସର୍ଜିତ କରାଯାଇଥିବା ବେଳେ ପ୍ରତେକ ସାହିରେ ଭକ୍ତଙ୍କୁ ଆକୁଷ୍ଟ କରିବା କୁ ଅନେକ ସୁନ୍ଦର ସୁନ୍ଦର ବାରୁଆଳି ମଧ୍ୟ କମିଟି ପକ୍ଷରୁ ନିର୍ମାଣ କରାଯାଇ

ହବିଷ୍ୟାଳୀ କାର୍ଯ୍ୟରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ।

Image
କୋଣାର୍କ(ବ୍ୟୁରୋ ରିପୋର୍ଟ) :- ୭/୧୦- ହବିଷ୍ୟାଳୀ କାର୍ଯ୍ୟରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସତର୍କ କରାଇ ଦେଇଛନ୍ତି। ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ହବିଷ୍ୟାଳୀ ବ୍ରତ ପାଇଁ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ନୋଡାଲ ଅଧିକାରୀ ମାନଙ୍କର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବର୍ମା ହବିଷ୍ୟାଳୀ ମାନେ ପ୍ରଭୁ ଙ୍କ ଶରଣରେ ରହି ଏକ ମାସ ଅତି ପବିତ୍ରତାର ସହ ରାଇଦାମୋଦର ବ୍ରତ ପାଳନ ପାଇଁ ଆସୁଛନ୍ତି। ସେମାନଙ୍କର ସେବା ଏକ ମହାନ କାର୍ଯ୍ୟ। ଏହାକୁ ନିଷ୍ଠାର ସହ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ।ଯାହାକୁ ଯେଉଁ ଦାୟିତ୍ୱ ଦିଆଯାଉଛି ଶୃଙ୍ଖଳିତ ଭାବେ ତାକୁ ନିର୍ବାହ କରିବା ଓ ଏଥିରେ ଅବହେଳା ନ କରିବାକୁ ସେ ଚେତାବନୀ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଯେହେତୁ ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ ହେଉଛି ଓ ବୟସ୍କା ମା ମାନେ ଏହି ବ୍ରତରେ ସାମିଲ ହେଉଛନ୍ତି ତେଣୁ ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ବାକୁ ବ୍ୟବସ୍ଥା କରିଛି। ଏହାକୁ ସମ୍ମିଳିତ ଭାବେ ସଫଳ କରିବା ବୋଲି ସେ କହିଥିଲେ। ହବିଷ୍ୟାଳୀ ମାନଙ୍କ ରହଣି ପାଇଁ ବୃନ୍ଦାବତୀ ନିବାସ, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶ

ସୁକିନ୍ଦାରୁ ପୁରୁଖା ବିଜେଡି ନେତାଙ୍କ ଦଳ ପରିତ୍ୟାଗ l

Image
  ଯାଜପୁର (ସୁକିନ୍ଦା ): - ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ସୁକିନ୍ଦା ବ୍ଲକ ର ବିଜେଡି ର ବରିଷ୍ଠ ସଂଗଠକ ମାନେ ଦଳ ପରିତ୍ୟାଗ କରିବା ଘଟଣା ଦେଖିବାକୁ ମିଳିଛି l ଗତକାଲି ବିଜେଡି ଦଳର ସକ୍ରିୟ ସଂଗଠକ ସୁକିନ୍ଦା ବିଜଦର ବିଶିଷ୍ଠ ସଦସ୍ୟ ଅମଳେନ୍ଦୁ ବେହୁରା ବିଜେଡି ଦଳ ପରିତ୍ୟାଗ କରି ଭାଜପାରେ ବିଧିବଦ୍ଧ ଭାବେ ଯୋଗ ଦେଲେ l ସେହିଭଳି ତିନି ଦଶନ୍ଧି ଧରି ବିଜେଡି ରେ କାର୍ଯ୍ୟ କରି ସଂଗଠନ କୁ ମଜଭୁତ କରିବା ରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ସେକ୍ ଜାହାଙ୍ଗୀର ଖାନ୍ ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି ବିଜେଡି ଦଳ ତାଙ୍କୁ ଅଣ ଦେଖା କରିବାରୁ ଅସନ୍ତୁଷ୍ଟ ହୋଇ ଦଳ ପରିତ୍ୟାଗ କରିଛନ୍ତି l ସେ କହିଥିଲେ ଯେ ତିନି ଦଶନ୍ଧି ଧରି ପୂର୍ଵତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଓ ବର୍ତମାନ ର ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେ଼ଇ ସହିତ ରହି ବିଜେଡି ଦଳ ପାଇଁ କାର୍ଯ୍ୟ କରି ଆସୁଥିଲେ କିନ୍ତୁ ଦଳ ତାଙ୍କୁ ଅଣଦେଖା କରିବାରୁ ସେ ଦଳ ଛାଡିବାକୁ ବାଧ୍ୟ ହେଲେ l ସେ କହିଛନ୍ତି ଆଗାମୀ ଦିନରେ ସୁକିନ୍ଦା ଅଞ୍ଚଳର ବିକାଶ ଏବଂ ସଂଖ୍ୟାଲଘୁ ମାନଙ୍କର ଉନ୍ନତି ପାଇଁ ବିକଳ୍ପ ଦଳ ହିସାବରେ ଆମ ଆଦମୀ ପାର୍ଟି ରେ ଯୋଗ ଦେବେ l ଆଗାମୀ ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳ ଗୁଡିକ ସେମାନଙ୍କ ଗୋଟିଚାଳନା ଆଜିଠାରୁ ଆରମ୍ଭ କରିଦେଲେଣି l ସୁକିନ୍ଦା ନିର୍ବାଚନ ମଣ୍ଡଳୀ

ବର୍ଷାରେ ଭୁଶୁଡ଼ି ପଡ଼ିଲା ତୋରଣ l

Image
ଯାଜପୁର - ବ୍ୟାସନଗର ସହର ଗୋପବନ୍ଧୁ ଛକରେ ଭୁଶୁଡିପଡିଲା ତ୍ୱରଣ ଫଳରେ ୨ ଟି ଅଟୋ ତଳେ ଚାପିହୋଇଥିଲା I ଜଣେ ଡ୍ରାଇଭର ଦୌଡ଼ି ଚାଲିଯାଇଥିବା ବେଳେ ଅନ୍ୟଜଣେ ଗୁରୁତ୍ୱ ଆହତ ହୋଇଥିବା ଶୁଣିବାକୁ ମିଳିଛି l ବିଗତ ୨ ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଥିବା ବେଳେ ଏଥିରେ ଅତିଷ୍ଠ ହୋଇପଡ଼ିଛନ୍ତି ସହର ବାସୀ l ତା ସାଙ୍ଗକୁ ସହରରେ ପାଳିତ ହେଉଛି ପବିତ୍ର ଦଶହରା ପର୍ବ l ମାଙ୍କ ପୂଜାକୁ ଆକର୍ଷଣୀୟ କରିବାକୁ ବିଭିନ୍ନ ଜାଗାରେ ବଡ଼ ବଡ଼ ତ୍ୱରଣ ଗୁଡିକ ନିର୍ମାଣ ହୋଇଥିଲା ଏବଂ ଉତ୍ସବ ପାଇଁ ସହର ବାସୀଙ୍କ ମନରେ ଉତ୍ସାହ ଉଦ୍ଦୀପନା ଭରିରହିଥିବା ବେଳେ ଆଜି ଗୋପବସନ୍ଧୁ ଛକରେ ଘଟିଯାଇଛି ଏକ ଅଘଟଣ I ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ୨ ଘଟକା ସମୟରେ ହଠାତ ଲଘୁଚାପ ଜନିତ ପ୍ରବଳ ବର୍ଷା ଓ ପବନ ହୋଇଥିଲା l ଏହି ପବନରେ ଯାତାୟାତ ଲୋକମାନଙ୍କ ମଧ୍ୟରେ ବାଧାପ୍ରାପ୍ତ ହୋଇଥିଲା l ତୀବ୍ର ପବନ ଯୋଗୁ ଗୋପବନ୍ଧୁ ଛକରେ ନିର୍ମାଣଧୀନ ତ୍ୱରଣଟି ହଠାତ ଭୁଶୁଡି ପଡିଥିଲା l ଫଳରେ ଦୁଇ ପାର୍ଶ୍ଵରେ ଯାଉଥିବା ଦୁଇଟି ଅଟୋ ଓପରେ ଉଜୁଡି ପଡିଥିଲା ଏବଂ ଜଣେ ଅଟୋ ଡ୍ରାଇଭର ଦଉଡି ଚାଲି ଯାଇଥିବାବେଳେ ଅନ୍ୟଜଣେ ଘଟଣାସ୍ଥଳରେ ଚାପି ହୋଇଯାଇଥିଲେ I ଖବର ପାଇ ପୂଜା କମିଟି ସଦସ୍ୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ଏବଂ ସ୍ଥାନୀୟ

କଳିଙ୍ଗନଗର ସାମ୍ବାଦିକ ସଂଘ ର ନୂତନ ସଦସ୍ଯ ଚୟନ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା କଳିଙ୍ଗନଗର ରେ ଏକ ଅଗ୍ରଣୀ ସଙ୍ଘଗଠନ ଭାବେ ଗଢିଉଠିଥିବା" କଳିଙ୍ଗନଗର ସାମ୍ବାଦିକ ସଂଘ " ଆଜି ପବିତ୍ର ନବମୀ ରେ ତାର ନୂତନ ଭାବେ କର୍ମକର୍ତ୍ତା ଚୟନ କରିଛି l ଏକ ବିଶେଷ ସାଂଗଠନିକ କମିଟି ପକ୍ଷରୁ ଏହି ନୂତନ କର୍ମକର୍ତ୍ତା ଚୟନ କରାଯାଇଛି l ଏହି ଅବସରରେ ସଙ୍ଘଗଠନ ର ବିଭିନ୍ନ ଉନ୍ନୟନ ମୂଳକ କାମ ବିଷୟରେ ଆଲୋଚନା ହୋଇଥିଲା ଓ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ସମୟ ନିର୍ଧାରଣ କରାଯାଇଥିଲା l ଏହି କର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଉପଦେଷ୍ଠା କମିଟି ସହିତ ସମସ୍ତ ସଭ୍ଯ ଉପସ୍ଥିତ ଥିଲେ l କର୍ଯ୍ୟକ୍ରମ ଶେଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏସ୍. ଟପୋ ଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ଶାରଦୀୟ ଅଭିନନ୍ଦନ ଜଣାଇଥିଲେ l ଏହି ଚୟନ କ୍ରମାନୁସାରେ  ୧.ନୀଳମାଧବ ନାୟକ(ଉପଦେଷ୍ଠା)  ୨.ହରିହର ବାରିକ(ଉପଦେଷ୍ଠା)  ୩.ଅଜୟ କୁମାର ବିଶ୍ବାଳ(ଉପଦେଷ୍ଠା)  ୪.ପ୍ରଣବ ବିଶ୍ବାଳ(ଉପଦେଷ୍ଠା)  ୫.ଅକ୍ଷୟ କୁମାର ଧଳ(ସଭାପତି)  ୬.ଏସ କେ ଅବତାର ଅଲ୍ଲୀ (ସାଧାରଣ ସମ୍ପାଦକ ) ୭.ଅଭୟ ଲୋଚନ ନାୟକ(ଉପସଭାପତି)  ୮.ଅନୀଲ କୁମାର ଦାସ(ସହସମ୍ପାଦକ)  ୯.ସୁବାସିଷି ଦାସମହାପାତ୍ର(ସଙ୍ଘଗଠନ ସମ୍ପାଦକ)  ୧୦.ପରମାନନ୍ଦ ଦାସ(କୋଷାଧ୍ୟକ୍ଷ)  ୧୧.ଅମିୟ ରଞ୍ଜନ ଘଡେ଼ଇ(କାର୍ଯ୍ୟାଳୟ ସମ୍ପାଦକ)  ୧୨.ଉମାକାନ୍ତ ମହାପାତ୍ର (

ସୁକିନ୍ଦା ବିଜଦର ବିଶିଷ୍ଠ ସଦସ୍ୟ ଅମଳେନ୍ଦୁ ବେହୁରା ଭାଜପାରେ ଯୋଗ ଦେଲେ l

Image
   ଯାଜପୁର (ସୁକିନ୍ଦା):- ଭୁବନେଶ୍ୱରସ୍ଥ ଭାରତୀୟ ଜନତା ପାର୍ଟି (ଭାଜପା) ମୁଖ୍ୟ କାର୍ଯ୍ୟାଳୟଠାରେ ଆଜି ୪ ତାରିଖରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୁକିନ୍ଦାର ବିଶିଷ୍ଠ ବିଜଦ ନେତା ତଥା ସୁକିନ୍ଦା ସ୍ୱାଭିମାନ ସୁରକ୍ଷା ସଂଘ ସଭାପତି ଅମଳେନ୍ଦୁ (ବାବି)ବେହୁରା ବିଜଦର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି l ଶ୍ରୀ ପ୍ରଧାନ ତାଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ଦଳରେ ସାମିଲ କରିଥିଲେ l ଏହି ମିଶ୍ରଣ ପର୍ବରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ, ଦଳୀୟ ମୁଖପାତ୍ର ଗୋଲଖ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରବି ନାରାୟଣ ବେହେରା, ଯାଜପୁର ଜିିଲ୍ଲା ସଭାପତି ଗୌତମ ରାୟ, ଉପ ସଭାପତି ପୁଷ୍ପକ ମହାପାତ୍ର, ସୁକିନ୍ଦା ଭାଜପା ନେତା ତଥା ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ l ଶ୍ରୀ ବେହୁରାଙ୍କ ଭାଜପାରେ ଯୋଗଦାନ ଫଳରେ ସୁକିନ୍ଦାରେ ଭାଜପାର ଶକ୍ତି ବୃଦ୍ଧି ଘଟିବ ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରିଛନ୍ତି l ଏହି ମିଶ୍ରଣ ପର୍ବରେ ମଧ୍ୟ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଗ୍ରାମର କ୍ଷେତ୍ରବାସୀ ମହାରଣା, ଡମ୍ବରୁଧର ମହାନ୍ତ, ଭାନୁମତି ମହାନ୍ତ, ଅଟଳ