Posts

ଜଖପୁରା ରେଳ ଷ୍ଟେସନ ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ର ବିଭିନ୍ନ ସମସ୍ୟା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଙ୍କୁ ଦାବି ପତ୍ର l

Image
ଦାନଗଦୀ :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ରେଲୱେ ଷ୍ଟେସନ ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବିଭିନ୍ନ ପ୍ରକାରର ସମସ୍ୟା କୁ ନେଇ ୬ଟି ପଞ୍ଚାୟତ ର ଜନପ୍ରତିନିଧି ଓ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l କଳିଙ୍ଗନଗର ରେ ଶିଳ୍ପ କାରଖାନା ଗଢି ଉଠିବା ପରେ ଅଧିକାଂଶ କାରଖାନା ତାଙ୍କର କଞ୍ଚାମାଲ ଏବଂ ଉତ୍ପାଦର ପରିବହନ ପାଇଁ ମୁଖ୍ୟତଃ ଯଖପୁରା ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି l ଏହି ଷ୍ଟେସନ ରୁ ହରିଦାସପୁର ରୁ ପାରାଦୀପ ରେଳ ଧାରଣା, ଟାଟା କାରଖାନା, କେନ୍ଦୁଝର ଗଡ, ଦୈତାରୀ - ବାଂଶପାଣି ଅଞ୍ଚଳରୁ ଲୁହା ପଥର, କୋଇଲା ଭଳି ଖଣିଜପଦାର୍ଥ କଞ୍ଚାମାଲ ଓ କାରଖାନା ମାନଙ୍କର ଉତ୍ପାଦ ସବୁ ପରିବହନ ହୋଇଥାଏ l କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଷ୍ଟେସନ କିମ୍ବା ଏହାର ଆଖପାଖ ଅଞ୍ଚଳର ବିଶେଷ କିଛି ଉନ୍ନତି ହୋଇପାରି ନାହଁ l ରେଳ ବିଭାଗ ପକ୍ଷରୁ ଏହି ଷ୍ଟେସନ ଟିକୁ ଜଂକସନ ର ମାନ୍ୟତା ଦିଆଯାଇଥିଲେ ମଧ୍ୟ ଅନ୍ୟ ଜଙ୍କସନ ଭଳି ସରକାର ଏହି ଷ୍ଟେସନ ର ଉନ୍ନତି ପାଇଁ କୌଣସି ଉତ୍ସାହ ଦେଖାଉ ନ ଥିବା ପରିଲକ୍ଷିତ ହେଉଛି l ଏହି ଷ୍ଟେସନ ରୁ କୋଟି କୋଟି ଟଙ୍କା ର ରାଜସ୍ଵ ସରକାର ଙ୍କ ରାଜକୋଷ କୁ ଯାଉଥିବା ବେଳେ ପାର୍ଶ୍ଵବର୍ତ୍ତୀ ୬ ଟି ପଞ୍ଚାୟତ ର ଗ୍ରାମବାସୀ ନିଜ ଜୀବିକା ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି l ଯଖପୁରା ରେଳ ଷ୍ଟେସନ ର ଉତ୍ତର ଦିଗରେ ଥିବ

ଦାରା ସିଂ କୁ କାରାଦଣ୍ଡ ରୁ ମୁକ୍ତ ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲା ନେତାଜୀ ସୁଭାଷ ସେନା l

Image
କଟକ (ବ୍ୟୁରୋ ରିପୋର୍ଟ) :- ବହୁ ଚର୍ଚ୍ଚିତ ଗ୍ରାହମ ଷ୍ଟେନ ହତ୍ୟା କାଣ୍ଡ ରେ ଓଡିଶା ର କେନ୍ଦୁଝର ଜିଲ୍ଲା ଜେଲ ରେ ଆଜୀବନ କାରାଦଣ୍ଡ ଭୋଗ କରୁଛନ୍ତି ଦାରା ସିଂ। ବିଗତ ୨୦୦୦ ମସିହାରେ ବାରିପଦା ମନହରପୁର ରେ ଗ୍ରାହମ ଷ୍ଟେନ ଓ ତାଙ୍କ ପରିବାର କୁ ସୋଇଥିବା ଅବସ୍ଥାରେ ନିର୍ମମ ଭାବେ ପୋଡି ମାରିଥିଲେ ଦାରା ସିଂ l ତେବେ ଧର୍ମ ପରିବର୍ତ୍ତନ ପାଇଁ ହିନ୍ଦୁ ଧର୍ମର ଲୋକମାନଙ୍କୁ ପ୍ରବର୍ତ୍ତାଇବା କଥା କୁ କେନ୍ଦ୍ର କରି ଦାରା ସିଂ ଏହି ନାରକୀୟ ହତ୍ୟାକାଣ୍ଡ ଘଟାଇ ଥିଲେ।ଏହି ଘଟଣା କୁ ବହୁ ବର୍ଷ ବିତିଯିବା ସହ ଦାରା ସିଂ ଦୀର୍ଘ ବର୍ଷ କାରାଦଣ୍ଡ ଭୋଗି ସାରିଲେଣି I ଏହି କେଶ ର ଉଦ୍ଦେଶ୍ୟ ଓ ତୀବ୍ରତା କୁ ବିଚାରକୁ ନେଇ ଦାରା ସିଂ ଙ୍କ ଦଣ୍ଡ କୋହଳ କରି ତାଙ୍କୁ ଏକ ସାମାଜିକ ଜୀବନ ବଞ୍ଚିବାର ସୁଯୋଗ ଦେବା ପାଇଁ ନେତାଜୀ ସୁଭାଷ ସେନା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜି ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଚିଠି ଲେଖିଛନ୍ତି। ନେତାଜୀ ସୁଭାଷ ସେନା ଏଭଳି ନାରକୀୟ କାଣ୍ଡ କୁ ସମର୍ଥନ କରୁନାହିଁ,କିନ୍ତୁ ଦାରା ସିଂ ଙ୍କୁ ତାଙ୍କ ଶେଷ ଜୀବନ ରେ ସମାଜ ରେ ବଞ୍ଚିବା ପାଇଁ ଏକ ସୁଯୋଗ ଦେବା ପାଇଁ ସେନା ର ଉଦ୍ଦେଶ୍ୟ । ଦାରା ସିଂ କୁ ମାନବଧର୍ମୀ ବିଚାର ପ୍ରକିୟାଭୁକ୍ତ କରାଯିବ ବୋଲି ନେତାଜୀ ସୁଭାଷ ସେନା ଆଶାବାଦୀ।

ବିସ୍ଥାପିତ ଙ୍କ ଆନ୍ଦୋଳନ ର ସମାପ୍ତି, ଦାବି ପୂରଣ ପାଇଁ ଜିନ୍ଦାଲ ଷ୍ଟିଲ ର ସହମତି l

Image
ଯାଜପୁର(କଳିଙ୍ଗନଗର) :- ଜିଲ୍ଲା ର ଦାନଗଦି ବ୍ଲକ ଅନ୍ତର୍ଗତ ଜେସିଡ଼ିଏଲ କଳିଙ୍ଗନଗର ଠାରେ ବିସ୍ଥାପିତ ପରିବାର ଓ ମାନ୍ୟବର ମନ୍ତ୍ରୀ ଗ୍ରାମ୍ଯଉନ୍ନୟନ ଶ୍ରୀଯୁକ୍ତ ପ୍ରିତିରଞ୍ଜନ ଘଡ଼ାଇ ଓ ଜିନ୍ଦାଲ ଷ୍ଟିଲ ର ଅଧିକାରୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିସ୍ଥାପିତ ଲୋକମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା l ବିସ୍ଥାପିତ ହୋଇଥିବା ପରିବାରଙ୍କ ବିଭିନ୍ନ ଦାବିକୁ ବିଚାର କୁ ନେଇ ତାଙ୍କ ଦାବି ଅନୁଯାୟୀ ଯେଉଁ ବିସ୍ଥାପିତ ପରିବାରର ବିଧବା ମହିଳା ଅଛନ୍ତି ସେମାନଙ୍କୁ ଜେଏସଏଲ୍ କାରଖାନାରେ ପ୍ରଥମେ ସ୍ଥାୟୀ ନିଯୁକ୍ତି ଯୋଗ୍ୟତା ଭିତ୍ତିରେ ଦିଆଯିବ।ସମୁଦାୟ ୨୭ ଜଣ ବିଧବା ମହିଳାଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ। ତାପରେ ବିଭିନ୍ନ ସ୍ତରରେ ସ୍ଥାନୀୟ ଯୁବକ ମାନଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ। ମୋଟ ୨୭ ଜଣ ଜମିହରା ଯୁବକଙ୍କୁ ବିଭିନ୍ନ ସ୍ତରରେ ନିଯୁକ୍ତି ଦିଆଯିବ।ଏହି ପରିପ୍ରେକ୍ଷୀରେ କାରଖାନାର ଅଧିକାରୀ ବିସ୍ଥାପିତ ପରିବାରର ଅନେକ ସମସ୍ୟାକୁ ହୃଦୟଙ୍ଗମ କରି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।ଯାହାଫଳରେ ଆଜକୁ ୮ ଦିନହେବ ଚାଲିଆସୁଥିବା ବିସ୍ଥାପିତ ପରିବାର ଙ୍କ ଆନ୍ଦୋଳନର ସମାପ୍ତି ଘଟିଛି।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜେ ଏସ୍ ଏଲ୍ ର ଶସିସେଖର ଉପାଧ୍ୟାୟ ଆବାସିକ ନିର୍ଦ୍ଦେଶକ ,ଅଧିକାରୀ ନୀଳମାଧବ ରଥ,ଅତିରିକ୍ତ

ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଜନସାଧାରଣ ଙ୍କ ଗମନାଗମନ ସୁବିଧା ପାଇଁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ I

Image
ଯାଜପୁର (ବ୍ୟୁରୋ ରିପୋର୍ଟ ) - ଯାଜପୁର ଜିଲ୍ଲାର ଡୁବୁରୀ - ଚଣ୍ଡିଖୋଲ - ପାରାଦୀପ ଜାତୀୟ ରାଜପଥ ର ବ୍ରାହ୍ମଣୀ ନଦୀ ସେତୁ ର ମରାମତି ଓ ଦିତୀୟ ସେତୁ ନିର୍ମାଣ ପାଇଁ ସରକାରୀ ସ୍ତରରେ ଏହି ସେତୁ ଦେଇ ଗମନାଗମନ ବନ୍ଦ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାଯାଇଛି l ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ଙ୍କ ଗମନାଗମନ ସୁବିଧା ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ଶରତ ରାଉତ ଙ୍କ ପରାମର୍ଶ କ୍ରମେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର କଗ୍ରେସ କମିଟି ପକ୍ଷରୁ ଏକ ଟିମ୍ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l କଗ୍ରେସ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବ୍ରହ୍ମଣୀ ନଦୀ ସେତୁ ବନ୍ଦ ହୋଇଗଲେ ସମସ୍ତ ଭାରିଯାନ ମାନପୁର ଓଭର୍ ବ୍ରିଜ୍ ଦେଇ ଯାତାୟତ କରିବ I ଏମିତିରେ ଦେଖିବାକୁ ଗଲେ ଡ଼ୁବୁରୀ - ଯାଜପୁର ରୋଡ଼ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଛି l କାରଖାନା ଯୋଗୁଁ ଗାଡ଼ି ସଂଖ୍ୟା ବୃଦ୍ଧି ପାଇଛି, ମାନପୁର ଓଭର ବ୍ରିଜ ଏବେ ବିପଦ ସଙ୍କୁଳ ଅବସ୍ଥାରେ ଅଛି l ଯଦି ଏହି ରାସ୍ତା ଦେଇ କାରଖାନାର ଓ ଅନ୍ୟାନ୍ୟ ଭାରିଯାନ ଚଳାଚଳ କରେ କୌଣସି ମୁହୂର୍ତ୍ତରେ ଅଘଟଣ ଘଟିପାରେ! କାରଖାନା କୁ ଆସୁଥିବା ଗାଡିଗୁଡିକ ରାସ୍ତାର ଉଭୟ ପାର୍ଶ୍ବରେ ପାର୍କିଂ କରୁଥିବାରୁ ପ୍ରାୟ ଦୈନିକ କିଛି ନା କିଛି ଦୁର୍ଘଟଣା ଘଟୁଛି l ଏହା ଦ୍ଵାରା ଧନଜୀବନ ନଷ୍ଟ

ଗ୍ରାମ୍ଯଉନ୍ନୟନ ମନ୍ତ୍ରୀ ଙ୍କ ଦ୍ୱାରା ରାବଣାଛକ ଠାରୁ ମାର୍ଥାପୁର ଗ୍ରାମ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତି କରଣ ର ଭିତ୍ତିପ୍ରସ୍ତର ସ୍ଥାପନ l

Image
(ସ୍ଥାନୀୟ ଜନସାଧାରଣଙ୍କ ଦାବୀ ପୂରଣ କଲେ ମନ୍ତ୍ରୀ)  ଯାଜପୁର(ଦାନଗଦୀ) :- ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଲକ ମାଣତିର ଗ୍ରାମ ପଞ୍ଚାୟତ ରାବଣା ଛକ ଠାରୁ ମାର୍ଥାପୁର ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ସାଢେ଼ ଛଅ କିମି ରାସ୍ତାର ପ୍ରଶସ୍ତିକରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ସାଧାରଣତଃ ଏହି ରାସ୍ତାଟି ଅଧିକାଂଶ ପଞ୍ଚାୟତର ମୂଖ୍ୟ ରାସ୍ତା ହେବ ବୋଲି ନିଜ ବକ୍ତବ୍ୟରେ ରଖିଥିଲେ ମନ୍ତ୍ରୀ l ପ୍ରତିଦିନ ଏହି ରାସ୍ତାରେ ଶହ ଶହ ଲୋକ ଚଳପ୍ରଚଳ କରନ୍ତି, ସବୁ କଳକାରଖାନାକୁ ଯିବା ପାଇଁ ଏହି ରାସ୍ତାଟି ମୂଖ୍ୟ ରାସ୍ତା ତେଣୁ ଅନେକ କାରଣରୁ ଏହି ରାସ୍ତାଟି ଗୁରୁତ୍ବ ବହନ କରୁଛି। ଲୋକମାନଙ୍କର ଅନେକ ଦିନର ଦାବି ଥିଲା ଏହି ରାସ୍ତାର ପ୍ରଶସ୍ତିକରଣ। ତେବେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ସୂଚନା ମୁତାବକ ଏହି ରାସ୍ତାର ଲମ୍ବ ସାଢ଼େ ଛଅ‌କିଲୋମିଟର,ପ୍ରସ୍ଥ ଆଠ ମିଟର ହେବ।ତାହା ଏଗାର ମାସ ସମୟ ମଧ୍ୟରେ ଶେଷ ହେବ। ଟେଣ୍ଡର ମୂଲ୍ୟ ସାତ କୋଟି ଚୋଉଦ ଲକ୍ଷ ସତାନବେ ହଜାର ଟଙ୍କା l ମନ୍ତ୍ରୀ ଓଡ଼ିଶା ସରକାରଙ୍କ ଅନେକ ଯୋଜନା ବିଷୟରେ ସୂଚନା ଦେଲେ। ସ୍କୁଲଠାରୁ ଆରମ୍ଭ କରି ଖେଳପଡ଼ିଆ,ଗ୍ରୀନ୍ ପାର୍କ ସ୍ଥାପନା କରିବା ପାଇଁ ବକ୍ତବ୍ୟ ରଖିଥିଲେ। ଶେଷରେ ରାବଣା ଗ୍ରାମକୁ ଗୌରବନୂତ କରିଥିବା ଶ୍ରୀ କୌଶିକ ସାହୁଙ୍କୁ ମାନ୍ୟବର ମନ୍ତ୍ରୀ ପୁଷ୍ପଗୁଚ୍ଛ ଦେଇ ସମ

ମା' ତାରିଣୀ ମହିଳା କୀର୍ତ୍ତନ ମଣ୍ଡଳୀ ର କାର୍ତ୍ତିକ ବ୍ରତ ପାଳନ l

Image
ଯାଜପୁର (ଦାନଗଦୀ) :- ଦାନଗଦୀ ବ୍ଲକ ଅନ୍ତର୍ଗତ ଚିତ୍ରି ପଞ୍ଚାୟତର ଟୋଲକାନୀ ଗ୍ରାମର ନୂଆସାହି ରେ ଓଡ଼ିଆ ପରମ୍ପରା ଅନୁଯାୟୀ ମା' ତାରିଣୀ ମହିଳା କୀର୍ତ୍ତନ ମଣ୍ଡଳୀ ଦ୍ଵାରା ମହା ଆଡମ୍ବର ସହକାରେ ପାଳନ କରାଯାଉଛି ମହା କାର୍ତ୍ତିକ ବ୍ରତ I ଗ୍ରାମର ମହିଳା ଓ ପୁରୁଷ ମାନଙ୍କ ଦ୍ଵାରା ଅଁଳା ନବମୀ ଠାରୁ ଆରମ୍ଭ କରି କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ହବିଷ୍ଯାଳୀ ମାନଙ୍କ ଦ୍ୱାରା ପାଳନ କରାଯାଇଥିଲା ଏହି ଉତ୍ସବ l ହରିନାମ ରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ l ଗ୍ରାମର ଶନିଦେବ ଙ୍କ ମନ୍ଦିର ରେ ଭଗବାନ ଙ୍କୁ ଆରଧନା କରି ଏହି ମହା ପୁଣ୍ଯ ବ୍ରତ ପାଳନ କରିବା ସହିତ କୀର୍ତ୍ତନ ମଣ୍ଡଳୀ ଦ୍ଵାରା ଗ୍ରାମ ପରିକ୍ରମା କରିଥିଲେ l ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଗ୍ରାମରେ ଆମିଷ ନିଷେଧ କରାଯାଇଥିଲା l ଓଡ଼ିଶା ର ଓଡ଼ିଆ ସଂସ୍କୃତି କୁ ସାରା ଅଞ୍ଚଳରେ ପ୍ରଚାର ଓ ପ୍ରସାର କରି ଲୋକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନାର ବିକାଶ କରାଯାଇଥିଲା l ଏହି କର୍ଯ୍ୟକ୍ରମ କୁ ଗ୍ରାମର ମା' ତାରିଣୀ ମହିଳା କୀର୍ତ୍ତନ ମଣ୍ଡଳୀ ର ସମସ୍ତ ସଦସ୍ଯ ସୁଚାରୁରୂପେ ପରିଚାଳନା କରିଥିଲେ l 

ସରକାରୀ ଯୋଜନା କାହାପାଇଁ ? ସହାୟତା ରୁ ବଞ୍ଚିତ ଭିନ୍ନକ୍ଷମ, ଦୁଃଖୀ ପରିବାର I

Image
ଯାଜପୁର (ଦାନଗଦୀ) :- ଜିଲ୍ଲାର ଦାନଗଦୀ ବ୍ଲକ ରଣାଗୁଣ୍ଡୀ ପଞ୍ଚାୟତ ନକୁଳ ସାହି ର ସାଲୁକା ପୂର୍ତ୍ତି, ସେ ଜନ୍ମରୁ ବିକଳାଙ୍ଗ l କଳିଙ୍ଗନଗର ଏସିଆ ମହାଦେଶର ଇସ୍ପାତ ନଗରୀ ର ରାଜଧାନୀ କହିଲେ ଅତ୍ୟୁକ୍ତି ହେବନାହିଁ l କଥାରେ ଅଛି ଦୀପ ତଳ ଅନ୍ଧାର ଭଳି ଏହି ନିଷ୍ପେଷିତ ପରିବାର କୁ ଖାଇବାକୁ ଗଣ୍ଡେ ମିଳିବା କଷ୍ଟ l ପରିବାର କହିଲେ ମୋଟ ୬ ଜଣ, "ସାଲୁକା ପୂର୍ତ୍ତୀ କହିବା ଅନୁସାରେ ମୋର ଏକ ଆଠ ବର୍ଷ ର ଝିଅ ବିକଳାଙ୍ଗ ଓ ମୋ ସ୍ତ୍ରୀ ମୁଲ ଲାଗି ଦିନକୁ ଯାହା ରୋଜଗାର କରେ ଏଥିରେ ପରିବାର ଦୁଃଖ କଷ୍ଟ ରେ ଚଳି ଯାଉ" l ରାସନ ପାଇବା ଛଡା ସରକାର ଙ୍କ ତରଫରୁ ଆସୁଥିବା ଅନ୍ୟ ଯୋଜନା ର କୌଣସି ସୁବିଧା ସୁଯୋଗ ତାଙ୍କୁ ମିଳୁନାହିଁ I ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ ଜରିପାଲ ତଳେ ଜୀବନ ବିତୁଛି l ଦୀର୍ଘ ଏକ ବର୍ଷ ହେବ ରହିଥିବା ଜାଗାର ପଟ୍ଟା ପାଇଁ ଆବେଦନ କରି ଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଜାଗାର ପଟ୍ଟା ଟିଏ ମିଳିନାହିଁ l ପ୍ରଶାସନ କର୍ଣ୍ଣପାତ କରୁନାହିଁ ଫଳରେ ଘର ଖଣ୍ଡିଏ ମିଳିପାରୁ ନାହିଁ l ଦାନଗଦୀ ବ୍ଲକ ତରଫରୁ ମିଳିଥିବା ତିନି ଚକିୟା ସାଇକେଲ ଟି କିଛି ଦିନ ପରେ ଖରାପ ହୋଇ ପଡି ରହିଛି, ଟଙ୍କା ଅଭାବରୁ ଏହାର ମରାମତି କରିପାରୁନାହାନ୍ତି ସାଲୁକା l ଜନସାଧାରଣ ଙ୍କ ଦାବୀ ସରକାରୀ ସ୍ତରରେ ଏହି ଅସହାୟ ଭିନ୍ନକ୍ଷମ ପରିବାରକୁ ଯଥା ସମ୍ଭବ ସହାୟତା ପ୍ରଦା