Posts

ନିଜର ହକ୍ ପାଇଁ ୨୯ ମୌଜା ଭୂମିମୁକ୍ତି କୃଷକ ମଞ୍ଚ ର ରଣ ହୁଙ୍କାର l ସରକାରଙ୍କୁ ଚେତାବନୀ..

Image
ଯାଜପୁର (କଳିଙ୍ଗନଗର) :- ଦାନଗଦୀ ବ୍ଲକ ଅନ୍ତର୍ଗତ ରାବଣା ଖଣ୍ଡୁରାଇ ମନ୍ଦିର ପରିସରରେ ୨୯ ମୌଜା ଭୂମିମୁକ୍ତି କୃଷକ ମଞ୍ଚ ପକ୍ଷରୁ ଏକ ସାଧାରଣ ସଭା ୨୯ ଭୂମିମୁକ୍ତି କୃଷକ ମଞ୍ଚ ସହସଂମ୍ପାଦକ ଶ୍ରୀବିଶୂକେତନ ମଙ୍ଗରାଜ ଓ ପରାମର୍ଶ ଦାତ୍ତା ଶ୍ରୀପୁରୁଷୋତ୍ତମ ବେହେରା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଚାଷୀ ମାନେ ନିଜ ନିଜର ମତ ରଖିଥିଲେ l ପିଢି ପରେ ପିଢି ଦିନ ପରେ ଦିନ ବିତି ଗଲାଣି, ଆଜକୁ ଶହେ ବର୍ଷ ଦ୍ଵାରରେ ପହଞ୍ଚିଲାଣି । ଇତି ମଧ୍ୟରେ ୯୫ ବର୍ଷ ବିତିଗଲା, ୨୯ ଗୋଟି ମୌଜାକୁ ଭୂ-ବନ୍ଦୋବସ୍ତ କରାଗଲା ନାହିଁ । ଭାରତ ଏକ ଗଣ ତାନ୍ତ୍ରିକ ରାଷ୍ଟ୍ର ହେଲେ ବି ଆଜି ଆମେ ପରାଧୀନର ସ୍ବାଦ ଚାଖୁଅଛୁ । ସରକାର ପରେ ସରକାର ବଦଳି ଚାଲିଛି । ଅଥଚ ଆମ୍ଭେ ଏ ପର୍ଯ୍ୟନ୍ତ ନିଜ ଜମିର ମାଲିକାନା ପାଇ ପାରିଲୁ ନାହିଁ । ସରକାର ଦ୍ୱିତୀୟ ଇସ୍ପାତ କାରଖାନାର ସପ୍ନ ଦେଖୁଥିଲେ, ହେଲେ ତାହା ସଫଳ ମଧ୍ୟ ହେଲା । କାରଖାନାର ଚତୁପାର୍ଶ୍ଵର ଉନ୍ନତି ନିମନ୍ତେ ଭୂ-ବନ୍ଦୋବସ୍ତ ବନ୍ଦ କରିଦିଆଗଲା। କାରଖାନାତ ହେଲା, ଯେତିକି ଜମି ନେବା କଥା ତ ନେଲା ହେଲେ ପାର୍ଶ୍ବବର୍ତ୍ତୀ ଚାଷ ଜମିକୁ କାହା ସାର୍ଥରେ ଏଯାଏଁ ଭୂ-ବନ୍ଦୋବସ୍ତ କରାଗଲା ନାହିଁ ? ଏ ସମ୍ପର୍କରେ ୨୯ ଗୋଟି ମୌଜାର ଚାଷୀ ସରକାରଙ୍କୁ ଜବାବ୍ ମାଗିବା ପାଇଁ ଆଗେଇ ଆସିଛନ୍ତି । ର

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକଟର ଡ୍ରାଇଭର ମୃତ l

Image
କନ୍ଧମାଳ (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ବାଲିଗୁଡା ରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକଟର ।ଘଟଣାସ୍ଥଳରେ ଟ୍ରାକଟର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବାଲିଗୁଡା ଥାନା ଡେଲାରପଦର ଗ୍ରାମର ହେମନ୍ତ ମଲ୍ଲିକ ହୋଇଥିବା ଜଣାପଡିଛି।ସୂଚନା ରୁ ପ୍ରତିଶତ ଯେ, କାମ ସାରିବା ପରେ ଟ୍ରାକଟର ଡ୍ରାଇଭର ଶ୍ରମିକଙ୍କୁ ସେମାନଙ୍କ ଗାଁ କୁ ଛାଡିବାକୁ ଯାଇ ଫେରୁଥିବା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ କଟ୍ରିକିଆ ଗାଁ ନିକଟସ୍ଥ କସୁବାଲି ଘାଟିରେ ଗତକାଲି ରାତିରେ ଟ୍ରାକଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।ଫଳରେ ଟ୍ରାକଟର ତଳେ ଚାପିହୋଇ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି l ଖବର ପାଇ ଆଜି ବାଲିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବାସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l

ପୁରାଣ ବର୍ଣ୍ଣିତ ଜଟାଧାରୀ ଶୈବପୀଠ ଅବହେଳିତ, ପ୍ରଶାସନ ର ଦୃଷ୍ଟି ପଡୁ l

Image
ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଳକ ର ଶାଳୀଜଙ୍ଗା ଗ୍ରାମପଞ୍ଚାୟତ ରେ ଅବସ୍ଥିତ ପୁରାଣ ବର୍ଣ୍ଣିତ ବହୁ ପୂରାତନ ଶୈବପୀଠ ଜଟାଧାରୀ I ପାହାଡ଼ ପାଦଦେଶରୁ ଦୁଇହଜାର ମିଟର ଉଚ୍ଚ ରେ ବାବା ଜଟାଧାରୀ ଙ୍କ ପୀଠ I ବାବା ଶିବଶମ୍ଭୁ ଜଟାଧାରୀ ଏକ ପଥର ଗୁମ୍ଫା ମଧ୍ୟରେ ଆବିର୍ଭାବ ଅଛନ୍ତି l ଅଙ୍କାବଙ୍କା ପଥର ର ପାଦଚଲା ରାସ୍ତାରେ ଯାଉଥିବା ବେଳେ ଭୟ ତ ନିଶ୍ଚୟ ସ୍ରୁଷ୍ଟି ହୁଏ, କିନ୍ତୁ ଜଟାଧାରୀ ଙ୍କ ଅସୀମ କୃପାରୁ ଭକ୍ତଙ୍କ ମନରେ ନା ଥାଏ ଭୟ କି କଷ୍ଟ l ବାବା ଶିବଶମ୍ଭୁ ଙ୍କ ଅଲୌକିକ ଶକ୍ତି ଭକ୍ତ ମାନଙ୍କୁ କରିଦିଏ ବିମୋହିତ l ତେଣୁ କାହିଁ କେତେ ଦୂରଦୂରାନ୍ତରୁ ନିଜର ମାନସିକ ପୂରଣ କରିବା ପାଇଁ ଆସୁଥିବା ଭକ୍ତଗଣ ଦିବ୍ୟ ଚେତନା ରେ ବଶୀଭୂତ ହୋଇଥାନ୍ତି l ମୁଖ୍ୟତଃ ମକରସଂକ୍ରାନ୍ତି ଉପଲକ୍ଷେ ତିନିଦିନ ଧରି ଏହି ପୀଠରେ ଆୟୋଜିତ ହୋଇଥାଏ ଭଜନ କୀର୍ତ୍ତନ, ମହାଯଜ୍ଞ ଏବଂ ଅନ୍ନପ୍ରସାଦ I ଚଳିତ ବର୍ଷ ରାବଣା ଗ୍ରାମର ମଣି ତାରିଣୀ ପୀଠାଧୀଶ ଙ୍କୁ ସ୍ଵପ୍ନାଦେଶ ହୋଇଥିଲା l ସେହି ଦିନଠାରୁ ଦୀର୍ଘ ୯ ମାସ ହେବ ପୀଠାଧୀଶ ସାଧୁ ଠାକୁରଙ୍କ ପାଖରେ ରହିଆସୁଛନ୍ତି ଏବଂ ସେହି ପୀଠର ବିକାଶ ପାଇଁ ଲାଗିପଡ଼ିଛନ୍ତି l ଗତବର୍ଷ ଏହି ମକରସଂକ୍ରାନ୍ତି ଉପଲକ୍ଷେ ମାନ୍ୟବର ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ. ପ୍ରୀତିରଞ୍ଜନ ଘଡାଇ ପରିଦ

ନନ୍ଦନକାନନ ପାଇଁ ଖୁସି ଖବର ଆଣିଛି ଧଳା ବାଘୁଣୀ ରୂପା l

Image
ଭୁବନେଶ୍ଵର (ବ୍ୟୁରୋ ରିପୋର୍ଟ) : - ନୂଆ ବର୍ଷର ପ୍ରଥମ ସପ୍ତାହ ନନ୍ଦନକାନନ ପାଇଁ ଖୁସି ଖବର ଆଣିଛି। ଧଳା ବାଘୁଣୀ ରୂପା ଶୁକ୍ରବାର ମା’ ହୋଇଛି। ନନ୍ଦନକାନନକୁ ନୂଆ ସଦସ୍ୟର ଆଗମନ ହୋଇଛି। ରୂପା ତା’ର ଦ୍ୱିତୀୟଗର୍ଭସ୍ଥ ସନ୍ତାନକୁ ଜନ୍ମଦେଇଛି। ବାଘୁଣୀ ରୂପା ଗର୍ଭଧାରଣ କରିଥିବାର ଜଣାପଡିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ହୋଇଯାଇଥିଲେ। ଉପନିର୍ଦ୍ଦେଶକ ସଞ୍ଜିତ କୁମାରଙ୍କ ନିର୍ଦ୍ଦେଶ ମୁତାବକ ବନ୍ୟ ବିଭାଗ ଓ ଚିକିତ୍ସକମାନେ ରୂପା ପ୍ରତି ସ୍ବତନ୍ତ୍ର ଦୃଷ୍ଟିଦେଇ ରହୁଥିବା ୨୧ନଂ. ଏନକ୍ଲୋଜରରେ ଅଲଗା କରି ରଖିଥିଲେ। ଏହି ଏନ୍‌କ୍ଲୋଜରକୁ ସାଧାରଣ କର୍ମଚାରୀମାନଙ୍କ ଯାତାୟାତକୁ ବାରଣ କରାଯିବା ସହ ସିସି କ୍ୟାମେରା ଲଗାଯାଇ ରୂପାର ଗତିବିଧି ଉପରେ ଲକ୍ଷ୍ୟ ରଖାଯାଇଥିଲା। ଶେଷରେ ଶୁକ୍ରବାର ଅପରାହ୍ନରେ ଦୁଇଟି ଓ ପରେ ଗୋଟିଏ ଶାବକକୁ ଜନ୍ମଦେଇଥିଲା ରୂପା। ଜନ୍ମିତ ଶାବକ ସୁସ୍ଥ ଥିବାର ଜଣାପଡିଥିବାବେଳେ ଗୋଟିଏ ଧଳା ଓ ଦୁଇଟି ସାଧାରଣ ବାଘ ଶାବକ ବୋଲି ଅନୁମାନ କରାଯାଉଛି। ତେବେ ନବଜାତକକୁ ମିଶାଇଲେ ନନ୍ଦକାନନରେ ବାଘ ସଂଖ୍ୟା ବୃଦ୍ଧିପାଇ ୨୮ ରେ ପହଞ୍ଚିଛି । ଗତବର୍ଷ ସେପ୍ଟେମ୍ବର ୨୨ ଓ ୨୩ ରେ ସାଧାରଣ ମହାବଳ ଭାଇ ରାଜେଶ ସହ ଧଳାବାଘୁଣୀ ଭଉଣୀ ରୂପାର ମିଳନ ହୋଇଥିଲା। ତେବେ ଧଳାବାଘୁଣୀ ରୂପା ସହ ସାଧାରଣ ବାଘ ରାଜେଶର ମିଳନ ହୋଇ ୨୦୨୨ ମାର୍ଚ୍ଚରେ ରୂପା ପ୍ରଥମ ଗର୍ଭରୁ ୩ଟି ଶାବକ ଜନ୍ମ ଦେଇଥିଲା।

ରଙ୍କନିଧି ଦୃଷ୍ଟିହିନ ମୁକ ବଧିର ସ୍କୁଲ କୁ ସରକାର ଙ୍କ ଦୃଷ୍ଟି ପଡିବ କେବେ? ଦିବ୍ୟାଙ୍ଗ ଙ୍କୁ ସରକାରଙ୍କ ଅଣଦେଖା l

Image
ଭଦ୍ରକ(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଅନାଦି ଚରଣ ଦାସ ପ୍ରାଣପ୍ରତିଷ୍ଠାତା, ସଭାପତି ବାଇଧର ଦାସ, ଉପସଭାପତି ଭରତ ଚନ୍ଦ୍ର ପଣ୍ଡା, ସମ୍ପାଦକ ଗୟାଧର ସେଠି ଙ୍କ ତତ୍ୱାବଧାନ ରେ ରଙ୍କନିଧି ଦୃଷ୍ଟିହିନ ମୁକ ବଧିର ସ୍କୁଲ ପ୍ରତିଷ୍ଠା କରାଯାଇଥିଲା l ୧୯୮୬ ମସିହା ରେ ସ୍ଥାପନ ହୋଇ ୧୯୮୮ ମସିହା ରେ ରେଜିଷ୍ଟେସନ(ପଞ୍ଜୀକରଣ) ହୋଇଥିଲା I ଏହି ସ୍କୁଲ ଟି ବର୍ତ୍ତମାନ ଙ୍କ ଜରାଜୀର୍ଣ୍ଣ ଅବସ୍ଥାରେ l ରଙ୍କନିଧି ଦୃଷ୍ଟିହିନ ମୁକ ବଧିର ସ୍କୁଲ ରେ କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ର ବିଭିନ୍ନ ପ୍ରାନ୍ତର ରୁ ପ୍ରଥମ ରୁ ଦଶମ ପର୍ଯ୍ୟନ୍ତ ପିଲା ଙ୍କୁ ନେଇ ଶିକ୍ଷା ଶିକ୍ଷା ପ୍ରଦାନ କରାଯାଉଛି l ପିଲାମାନେ ଏଠାରେ ଶିକ୍ଷା ଲାଭ କରି ଭଲ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବାର ପ୍ରମାଣ ରହିଛି l ୨୦୧୧ ମସିହା ରେ ମାନ୍ୟବର ଉଚ୍ଚନ୍ୟାୟାଳୟ ବିଚାରକୁ ନେଇ ୨୦୧୬ ମସିହା ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାର ମାନ୍ୟତା ଦେଇଥିବା ବେଳେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଉଥିଲା l ୧୮/୦୯/୨୦୧୯ ରେ ତତ୍କାଳୀନ ଭୁବନେଶ୍ୱର ମେୟର ଓ ସାମାଜିକ ଅଧ୍ୟକ୍ଷା ସୁଲୋଚନା ଦାସ ଅନୁସନ୍ଧାନ କଲା ପରେ ଆର ପି ଡବ୍ଲୁ ଆକ୍ଟ ରେ ମାନ୍ୟତା ପାଇଥିଲେ ମଧ୍ୟ ଏହି ସ୍କୁଲ ସରକାରୀ ଅନୁଦାନ ରୁ ବଞ୍ଚିତ l ସ୍କୁଲ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ବାର ତେର ବର୍ଷ ଶିକ୍ଷାଦାନ

ଇମାମି (ନୋଭାକ୍) ସିମେଣ୍ଟ କାରଖାନା ଶ୍ରମିକ ର ମୃତ ଦେହ ଟାଟା ରେଳଧାରଣା ନିକଟରୁ ଉଦ୍ଧାର l

Image
ଯାଜପୁର(କଳିଙ୍ଗନଗର) :- ଜିଲ୍ଲା ର କଳିଙ୍ଗନଗର ଶିଳ୍ପାଞ୍ଚଳ ର ଯାଖପୁରା ଥାନା ନିକଟବର୍ତ୍ତୀ ଟାଟା ରେଳଧାରାଣାରେ କଡ଼ରୁ ବିହାର ରାଜ୍ୟର ସୁମିତ୍ କୁମାର ଯାଦବ(୩୦) ର ମୃତ ଦେହ ଉଦ୍ଧାର କରିଛି ଯଖପୁରା ପୋଲିସ୍ । ସୁମିତ୍ ଇମାମି ବା ନୋଭାକ୍ ସିମେଣ୍ଟ କାରଖାନା ରେ ସିମେଣ୍ଟ ପ୍ୟକିଙ୍ଗ ଅପରେଟର ଭାବେ କାମ କରୁଥିଲା। ଗତ କାଲି ରାତିରେ ସେ ନିଜର କାର୍ଯ୍ୟ କରିବାକୁ ଯାଇଥିବାବେଳେ କୌଣସି କାରଣରୁ ସିମେଣ୍ଟ କାରଖାନା ର ସୁରକ୍ଷା କର୍ମଚାରୀ ତାକୁ କାରଖାନା ଭିତରକୁ ଯିବାକୁ ଦେଇନଥିଲେ।ସେଥିରେ ସେ ନିରାଶ ହୋଇ ଫେରିଥିଲା। ତା ପରେ ବିଳମ୍ବିତ ରାତିରେ ସୁମୀତ୍ ର ମୃତ ଦେହ ଟାଟା ରେଳଧାରଣାରେ ଦେଖିବାକୁ ମିଳିଥିଲା।ମୃତ୍ୟୁ ଘଟିଥିବା ସ୍ଥାନର ପାରିପାର୍ଶିକ ଅବସ୍ଥାକୁ ଦେଖିଲେ ତାହା ସନ୍ଦେହ ସୃଷ୍ଟି କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ମୃତ ଶରୀର ନିକଟରୁ ଜଖପୁରା ପୋଲିସ ଏକ ମୋବାଇଲ ଜବତ କରିଛି।ସୁମିତ୍ ମୃତ୍ୟୁର ଅନେକ ସମୟ ପରେ ମଧ୍ୟ ନିକଟରେ ଥିବା ଇମାମି ବା ନୋଭାକ ସିମେଣ୍ଟ କାରଖାନା ରୁ କୌଣସି ଅଧିକାରୀ ଶବ ଚିହ୍ନଟ କରିବାକୁ ଆସିନଥିଲେ। ଯାହା କୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।ଯାଖପୁରା ପୋଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ଡ଼ାକ୍ତରଖାନାକୁ ପଠାଇଦେଇଛି। ଥାନା କେସ୍ ନଂ ୨/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।ଏହି ଘଟଣାର ତଦନ୍ତ କରି

ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି l

Image
ଅନୁଗୁଳ (ବ୍ୟୁରୋ ରିପୋର୍ଟ) :- ଅନୁଗୁଳ ଆରଟିଓ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ଏହି ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସମୁଖରୁ ଏକ ସଚେତନତା ରାଲି ବାହାରି ଲୋକ ମାନଙ୍କୁ ଲିପ୍ ଲେଟ୍ ଦେଇ ସମସ୍ତଙ୍କୁ ସଚେତନତା କରି ପାଲା ମଣ୍ଡପ, ଶିଶୁ ଉଦ୍ୟାନ ଛକ, ଥାନା ଛକ ହୋଇ ପୁଣି ସେହି ଜଗନ୍ନାଥ ମନ୍ଦିର ସମ୍ମୁଖକୁ ବିଶ୍ୱାଳ ରାଲି ପହଞ୍ଚିଥିଲା। ଏହି ରାଲିରେ ଅନୁଗୋଳ ସରକାରୀ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ  ଓ ଶିକ୍ଷକ ମାନେ ଅଂଶ ଗ୍ରହଣ କରିଥିଲେ। ଡେପୁଟି କମିଶନର ଟ୍ରାନ୍ସପୋର୍ଟ ନର୍ଥ ସେଣ୍ଟାଲ ଜୋନ୍ ସମୀର କୁମାର ଦଳେଇ, ଅନୁଗୋଳ ଆରଟିଓ ନିଖିଲ କୁମାର ପଟ୍ଟନାୟକ, ଜୁନିୟର୍ ଏ ମ.ଭି.ଆଇ. କେ. ଦିବ୍ୟଜ୍ୟୋତି ମହାନ୍ତ, ଟ୍ରାଫିକ୍ ଇନସପେକ୍ଟର ସୁମନ୍ତ ସେଠି, ପିଡି ଓ ଶିକ୍ଷା ଅଧିକାରୀ ଯୋଗ ଦେଇଥିଲା। ଅନୁଗୋଳ ଆରଟିଓ କର୍ମଚାରୀ ଗଗନ ପରିଜା, ନାରାୟଣ ବେହେରା, ଶାନ୍ତନୁ ସାହୁ, ଦାମୋଦର ନାୟକ ସୌମ୍ୟ ରଞ୍ଜନ ମହାପାତ୍ର, ରଞ୍ଜିତ ବେହେରା, ସୁଧାଂଶୁ ସାହୁ, ଦୀପ୍ତିସ୍ ଦେହୁରୀ, ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।