Posts

ନିଜର ହକ ପାଇଁ ୨୯ ମୈଜାର ଭୂମିମୁକ୍ତି କୃଷକ ମଞ୍ଚର ବନ୍ଦୋବସ୍ତ ଜମିପଟ୍ଟା ପାଇବା ପାଇଁ ସରକାର ଙ୍କ ବିରୋଧରେ ଦେଲେ ରଣହୁଙ୍କାର।

Image
RITA VISION NEWS By Umakanta Mohapatra ଯାଜପୁର(କଳିଙ୍ଗନଗର) :- ସୁକିନ୍ଦା ଓ ଦାନଗଦୀ ବ୍ଲକ ର ୨୯ ମୈଜାର ଭୂମିମୁକ୍ତି କୃଷକ ମଞ୍ଚ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ୨୯ ମୈଜାର ଲୋକମାନେ ନିଜର ହକ ପାଇ ପାରିଲେ ନାହାନ୍ତି । ୨୯ ମୈଜାର ଭୂମି ମୁକ୍ତ କୃଷକ ମଞ୍ଚର ଲୋକ ମାନେ କୈାଣସି ପ୍ରକାର ବନ୍ଦୋବସ୍ତ ଜମି ପଟ୍ଟା ନ ପାଇ ଅନାବାଦିଆ ହୋଇ ରହିଛନ୍ତି ।ଏବେ ଦେଖିବାକୁ ମିଳିଛି କିଛି ଲୋକମାନଙ୍କୁ ସରକାର ଯେଉଁ ପଟ୍ଟା ଦେଇଛନ୍ତି ସେହି ପଟ୍ଟା ରେ ଜାତିଗତ ପ୍ରମାଣ ପତ୍ର ଓ ଠିକଣା ଲେଖା ଯାଇ ନାହିଁ। ଯେମିତି ବନ୍ଦୋବସ୍ତ ଜମିପଟ୍ଟା ରେ ଜାତିଗତ ପ୍ରମାଣ ଓ ଠିକଣା ଲେଖା ଯାଇଥାଏ ସେସବୁକୁ ସରକାର ବାଦ ଦେଇଛନ୍ତି। ସେହି ସରକାରୀ ପଟ୍ଟା ଲିଜ ପଟ୍ଟା କହିଥିଲେ ଅତ୍ୟୁକ୍ତି ହେବନାହିଁ ।  ଯେଉଁ ଭୁମିହୀନ ଲୋକମାନେ ଅନାବାଦୀ ଓ ଜଙ୍ଗଲ ଜମି ରେ ଘରକରି ଥିଲେ, ଏସବୁ ଜାଗାକୁ ସରକାର ଲିଜ ଜାଗା ବୋଲି ପଟ୍ଟାରେ ଉଲେକ୍ଷ କରିଛନ୍ତି। ସେଥିପାଇଁ ୨୯ ମୈଜାର ଲୋକ କହିଛନ୍ତି ଯେ ଏସବୁ ପଟ୍ଟା ପ୍ରଦାନ କରି ସରକାର ଲୋକମାନଙ୍କୁ ଭୁଆଁ ବୁଲାଉଛନ୍ତି । ସରକାର ୨୯ ମୈଜାର ଲୋକ ମାନଙ୍କୁ ସ୍ଥିତି ବାନ ଜମି ପଟ୍ଟା ଦିଅନ୍ତୁ। ଲୋକମାନେ ବ୍ୟାଙ୍କରୁ ରୁଣ କରିବେ, ଘରକରିବେ ପିଲାମାନେ ସ୍କୁଲରେ ପାଠ ପଢିବାରେ ଜାତିଗତ ପ୍ରମାଣ ପତ୍ର ବାହାର କରି ପାଠ ପଢିବେ l  ସରକାରଙ୍କ ଏହିପରି ଯୋଜନାରେ ଅସୁବିଧା ଭୋଗୁଛନ୍ତି ସାଧାର

ଚାନ୍ଦାକୁ ନେଇ କୁ ନେଇ ଠିକା ଦାର ଙ୍କୁ ମାରଣାସ୍ତ୍ର ଆକ୍ରମଣ ଘଟଣାରେ ଯଖପୁରା ସରପଞ୍ଚ ଙ୍କୁ ଗିରଫ ଦାବି କରି ପୋଲିସ କୁ ଘେରିଲେ ଶତାଧିକ ମହିଳା l

Image
RITA VISION NEWS By Umakanta Mohapatra ଯାଜପୁର (କଳିଙ୍ଗନଗର) :- ଯଖପୁରାସ୍ଥ ଡ୍ରାସେଲ କମ୍ପାନୀ ପାର୍ଶ୍ୱରେ ଥିବା ମମିତା ଏଣ୍ଟରପ୍ରାଇଜ ଅଫିସ ରେ ପ୍ରସନ୍ନଜିତ ନାୟକ, ଆଶିଷ ଅମିତାଭ, ଓ ସ୍ମୃତିରଞ୍ଜନ ବ୍ରହ୍ମା ଉପସ୍ଥିତ ରହି ନିଜ କାମ କରୁଥିଲେ l ଦିନ ଏକ ଘଟିକା ସମୟରେ ଯଖପୁରା ଗ୍ରାମ ର ୨୦ ରୁ ୩୦ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଅତର୍କିତ ଆକ୍ରମଣ କରି ଗଭୀର ଆଘାତ କରିଥିଲେ, ଏବଂ ପୋଡି ମାରିଦେବା ଉଦ୍ୟମରେ କରି ପେଟ୍ରୋଲ ବମ୍ବ ଫୋପାଡ଼ି ନିଆଁ ଗୁଳା ରେ ଆକ୍ରମଣ କରିଥିଲେ l ସ୍ମୃତିରଞ୍ଜନ ମୁଣ୍ଡକୁ ଏକ ଫାଉଡା ଗଭୀର ଆଘାତ ଚିଣ୍ଟୁନ, ଏବଂ ଆଶିଶ ଅମିତାଭଙ୍କ ହାତ ଭାଙ୍ଗିଯାଇଥିବା ବେଳେ ଚାନ୍ଦା ଉଦ୍ଦେଶ୍ଯ ରେ ଚିଣ୍ଟୁନ ଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଯଖପୁରା ଥାନାରେ ବସିଥିବା ଚିଣ୍ଟୁନ ଙ୍କ ସମର୍ଥକ ମାନେ ସୂଚନା ଦେଇଛନ୍ତି l    ଦିନ ଗୋଟାଏ ବେଳେ ଚିଣ୍ଟୁନ ଏବଂ ଅନ୍ୟ ଦୁଇଜଣ ତାଙ୍କ ଯଖପୁରା ସ୍ଥିତ ଅଫିସ ରେ ବସିଥିବା ବେଳେ ଏହି ଆକ୍ରମଣ ହୋଇଥିବା ର ସି ସି ଟିଭି ଫୁଟେଜ ହସ୍ତଗତ ହୋଇଛି l ସୂଚନା ଅନୁଯାୟୀ ଗତ ସପ୍ତାହରେ ପ୍ରସ୍ତାବିତ ଜଟିଆ ଷ୍ଟିଲ ର ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l ଏହି କାମକୁ ହାତେଇବା ପାଇଁ ଯଖପୁରା ଗ୍ରାମର କିଛି ଗୋଷ୍ଠୀ ଯୋଜନା କରିଥିବା ବେଳେ ମମିତା ଏଣ୍ଟରପ୍ରାଇଜେସ କୁ କାର୍ଯ୍ୟାଦେଶ ମିଳିଛି I ତେଣୁ ୫୦ ଲକ୍ଷ ଚାନ୍ଦା ପାଇଁ ଠିକାଦାରୀ ପାଇଁ ଏହି ସଂଘବଦ୍ଧ ଆକ୍

ବିଦ୍ୟାଳୟ ରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି l

Image
RITA VISION NEWS By Umakanta Mohapatra  ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା ଦାନଗଦୀ ବ୍ଳକ ଧୂଳିଗଡ଼ ଗ୍ରାମପଞ୍ଚାୟତ ର ମାନଗୋବିନ୍ଦ ପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି l ମାନଗୋବିନ୍ଦ ପୁର ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ ନେବାକୁ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଓ ଗ୍ରାମର ଜନସାଧାରଣ ଏହି ଯୋଗ ଶିବିର ରେ ଉପସ୍ଥିତ ଥିଲେ l ଏହି କର୍ଯ୍ୟକ୍ରମ କୁ ଚିଦାନନ୍ଦ ଯୋଗ ସଂସ୍କୃତି ସଂସ୍ଥାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବନମାଳୀ ରଥ ଏବଂ ସହଯୋଗୀ ସନ୍ତୋଷ କୁମାର ସାହୁ (ଅଧ୍ୟାପକ କାଶୀନାଥ ମହାବିଦ୍ୟାଳୟ,କାଇପଡା) ଓ ମୀନତି ବେହେରା (ଯୋଗ ଶିକ୍ଷୟତ୍ରୀ) ଯୋଗ ଦେଇଥିଲେ l   ଯୋଗ ର ମହାତ୍ମା ଓ ମଣିଷ ଶରୀର ପାଇଁ ଏହାର ଉପକାରିତା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବା ସହିତ ବିଭିନ୍ନ ପ୍ରକାରର ଯୋଗ ବିଧି କରାଇଥିଲେ I ବିବିନ୍ନ ରୋଗ ଯୋଗ ଦ୍ଵାରା ନିରାକରଣ ହୋଇପାରିବ ବୋଲି ସେ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ I ମାନଗୋବିନ୍ଦ ପୁର ବିଦ୍ୟାଳୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି ଅବସରରେ ଉପସ୍ଥିତ ରହି ସହଯୋଗ କରିଥିଲେ l 

ସୁକିନ୍ଦା ରେ ବିଜୁଜନତା ଦଳ ର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି l

Image
RITA VISION NEWS By Umakanta Mohapatra ଯାଜପୁର (ସୁକିନ୍ଦା) :- ବିଜେଡ଼ି ପ୍ରତିଷ୍ଠା ଦିବସ ସୁକିନ୍ଦା ଗଡ଼ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଷ୍ଠା ଦିବସରେ ସୁକିନ୍ଦା ବିଧାୟକ ଓ ଗ୍ରାମ ଉନ୍ନୟନ ବିକାଶ ମନ୍ତ୍ରୀ ଇଂ. ପ୍ରିତିରଞ୍ଜନ ଘଡାଇ, ବିଜେଡ଼ି ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା, ପୂର୍ବତନ ଅର୍ଥ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରତିଷ୍ଟା ଦିବସ ପାଳନରେ ବହୁ ବିଜୁ ପ୍ରେମୀ ଯୁବକ ଯୋଗ ଦେଇଥିଲେ। ସୁକିନ୍ଦା ବିଧାୟକ ଓ ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା କହିଥିଲେ ଯେ କିପରି ବିଜୁଜନତା ଦଳକୁ ବଞ୍ଚାଇ ରଖିବା ଏବଂ ଦଳକୁ ମଜବୁତ କରିବା ନବିନୀ ବାବୁ ଙ୍କ କଥା ମାନି ବିକାଶ କରିବେ ବୋଲି କହିଥିଲେ। ବିନା ଅନୁମତିରେ ବିଦ୍ୟାଳୟ ପରିସରରେ ଗାଡ଼ି ପାର୍କିଂ, ପାଠପଢ଼ା ଠପ୍।  ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ମଟର ସାଇକେଲ ଓ ଚାରିଚକିଆ ଯାନ ପାଇଁ ସୁକିନ୍ଦା ଗଡ ଜଗନ୍ନାଥ ହାଇସ୍କୁଲ୍ ଭିତରେ ଗାଡ଼ି ପାର୍କିଙ୍ଗି ହୋଇଥିଲା। ଏଥି ପାଇଁ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରମୋଦ ଜେନା ସ୍କୁଲ କୁ ଦଶଟାରୁ ଚାରିଟା ପାଠପଢ଼ା କୁ ବନ୍ଦ କରିଥିଲେ। ପ୍ରଧାନ ଶିକ୍ଷକ ପାଠପଢା ବନ୍ଦ କରି ସ୍କୁଲ ପରିଶର ଭିତରେ ବିଜେଡି ସଭାକୁ ଆସିଥିବା ଦୁଇ ଚକିଆ ଓ ଚାରି ଚକିଆ ଗାଡିକୁ ପ୍ରାର୍କିଙ୍ଗି ପାଇଁ ଅନୁମତି ଦେଇଥିଲେ। ପ୍ରଧାନ ଶିକ୍ଷକ କାହା ନିର

ଧର୍ମଶାଳା ବ୍ଳକ ରେ କାନ୍ଦୁଛି ଚାଷୀ ହସୁଛି ମିଲର l

Image
ଯାଜପୁର :- ଧର୍ମଶାଳା ବ୍ଲକ ରେଖିଦେଇପୁର ସେବା ସମବାୟ ସମିତି ଏହା ପାଞ୍ଚଗୋଟି ପଂଚାୟତକୁ ନେଇ ଗଠନ କରାଯାଇଛି l ଏଠାରେ ବିଳମ୍ବରେ ଧାନମଣ୍ଡୀ ଯାଇଥିଲେ ମଧ୍ୟ ଅଦ୍ୟାବଧି ଚାଷୀମାନେ ଧାନ ସଠିକ ସମୟରେ ମଣ୍ଡିରେ ଧାନ ବିକ୍ରି କରିପାରୁ ନାହାଁନ୍ତି l ମିଲର ଠିକ ସମୟରେ ନେଉ ନାହିଁ, ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ l ହଜାର ହଜାର ଧାନ ବସ୍ତା ଖୋଲା ଆକାଶ ତଳେ ପଡି ରହିଛି l ଏଠାରେ ସରକାରଙ୍କ କୌଣସି ନିୟମ କାନୁନ ପାଳନ କରାଯାଉନାହିଁ l ଏଠାରେ ତାଲିବାନ ଶାସନ ଚାଲିଛି, ଅସାଧୁ ଲୋକ ମାନଙ୍କ ଦ୍ଵାରା ଧାନମଣ୍ଡି କାର୍ଯ୍ୟକାରୀ କରାଯାଉଛି l ରେଖିଦେଇପୁର ସେବା ସମବାୟ ସମିତି ସମ୍ପାଦକଙ୍କର ଦାଇତ୍ୱ କିଛି ନଥିବା ପରି ମନେ ହେଉଛି l ଏଠାରେ ଜଣେ ସ୍ଥାନୀୟ ଡାଇରେକ୍ଟର ତାଙ୍କ ଇଚ୍ଛାରେ ଓ କିଛି ଦଲାଲ୍ ଙ୍କ ଇଚ୍ଛାରେ ମଣ୍ଡି ଚାଲୁଛି l ଚାଷୀ ମାନଙ୍କ ଠାରୁ କୁଇଂଟାଲ ପିଛା ୩୦ ଟଙ୍କା, ମିଲର କୁଇଂଟାଲ ପିଛା ତିନି କେଜି କାଟି ଜୁଲମ କରି ଚାଷିଙ୍କୁ ଲୁଟୁଥିବା ଅଭିଯୋଗ ହୋଇଛି l ଯାହାଦ୍ଵାରା ଚାଷୀ ମାନେ ଦୁଃଖ ପ୍ରକାଶ କରୁଛନ୍ତି, ଏହାକୁ ତୁରନ୍ତ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀ ଦୁଷ୍ଟି ଦେବାକୁ ଦାବି ହେଉଛି l

ଚାନ୍ଦା ଆଦାୟ କୁ ନେଇ ବିଜେଡ଼ି ଦଳର ଦୁଇ ଗୋଷ୍ଠୀ ମଧ୍ଯରେ ହାତାହାତି l କିଛି ଲୋକ ଗୁରୁତର..

Image
  ଯାଜପୁର(କଳିଙ୍ଗନଗର) :- କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ଯଖପୁରା ଥାନା ଅନ୍ତର୍ଗତ ଯାଖପୁରା ଜଟିଆଷ୍ଟିଲି ପ୍ଲାଣ୍ଟ ରେ ପ୍ରସନଜିତ ନାୟକଙ୍କ ମମତା ଇନ୍ଟର୍ପ୍ରାଇଜେସ ନାମକ ଏକ ଠିକା ସଂସ୍ଥା କାର୍ଯ୍ୟ ଚାଲିଥିବା ବେଳେ ଯଖପୁରା ବିଜେଡି ସରପଞ୍ଚ ରାଜା ସାମଲ ଜଟିଆ ଷ୍ଟିଲ ପ୍ଲାଣ୍ଟାରେ ରେ ଠିକାଦାର ଙ୍କୁ ୫୦ ଲକ୍ଷ୍ୟ ଚାନ୍ଦା ମାଗିଥିଲେ। ଠିକାଦାର ଚାନ୍ଦା ନ ଦେବାରୁ ବିଜେଡ଼ି ଠିକାଦାର ପ୍ରସନଜିତ ନାୟକ ଙ୍କୁ ଗୋଡେଗୋଡେଇ ମାଡ ମାରି ଥିବା ଅଭିଯୋଗ ହୋଇଛି l ତାଙ୍କ ଉପରକୁ ପେଟ୍ରୋଲ ବମ୍ ପକାଇବା ସହିତ ତାଙ୍କ ଗାଡ଼ିକୁ ନିଆଁ ଲଗାଇବା ପାଇଁ ଚେଷ୍ଟା କରିଥିଲେ ଦୁର୍ବୁତ୍ତ ଓ ତାଙ୍କ ହାତ ଭାଙ୍ଗି ଦେଇଥିଲେ। ଠିକାଦାର ଙ୍କ କ୍ରର୍ମଚାରୀ ସସ୍ମୃତିରଞନ ବ୍ରହ୍ମ ଙ୍କ ମୁଣ୍ଡକୁ ମାଡ଼ ମାରି ରକ୍ତାକ୍ତ କରିବା ସହିତ ଠିକାଦାର ଭାଇ ଆଶିଷ ଅମିତାଭ ନାୟକ ଙ୍କୁ ମାଡ ମାରି ହାତ ଭାଙ୍ଗି ଦେଇଥିଲେ l ଏହି ମରଣାତ୍ମାକ ଆକ୍ରମଣ ଫଳରେ ଠିକାଦାର ଦୁଇ ଭାଇ ଙ୍କ ହାତ ଭାଙ୍ଗି ଯାଇଛି l ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚି ଆହାତ ମାନଙ୍କୁ ଉଧାର କରି ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ନମସ୍ତେ ଭିର୍ତ୍ତି କରାଇଥିଲେ । ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆହାତ ମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରିଥିଲେ।

ଟାଟା ଷ୍ଟିଲ ମାଇନିଂର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଦୃଷ୍ଟିବାଧିତଙ୍କ ପାଇଁ ଆନ୍ତଃ - ରାଜ୍ୟ କ୍ରିକେଟ୍‌ ମ୍ୟାଚ୍ ଆୟୋଜିତ l

Image
(ଟାଟା ଷ୍ଟିଲ ଫାଉଣ୍ଡେସନ୍ ସହଭାଗିତାରେ ସବଳ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପଦକ୍ଷେପ ଗ୍ରହଣ ଏକ ରୋମାଞ୍ଚକ ମ୍ୟାଚ୍‌ରେ ଓଡ଼ିଶା ଏକାଦଶଠାରୁ ଝାଡ଼ଖଣ୍ଡ ଏକାଦଶ ୧୫୭ ରନ୍‌ରେ ପରାସ୍ତ)  ଯାଜପୁର ( ସୁକିନ୍ଦା ) ୧୮/୧/ ୨୦୨୩ : - ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ ( ଟିଏସ୍ଏମ୍ଏଲ୍ ) ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ( ଟିଏସ୍ଏଫ୍ ) ସହଭାଗିତାରେ ବୁଧବାର ଦିନ ଓଡ଼ିଶା ଏକାଦଶ ଓ ଝାଡ଼ଖଣ୍ଡ ଏକାଦଶ ମଧ୍ୟରେ ଦୃଷ୍ଟିବାଧିତଙ୍କ ନିମନ୍ତେ ସବଳ ଆନ୍ତଃ ରାଜ୍ୟ କ୍ରିକେଟ୍ କପ୍ ଆୟୋଜିତ ହୋଇଯାଇଛି ।  ଓଡ଼ିଶାର ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ରେ ଅବସ୍ଥିତ ଟିଏସ୍ଏସ୍ଏଲ୍‌ର ସୁକିନ୍ଦା କ୍ରୋମାଇଟ୍‌ ଖଣି କ୍ୟାମ୍ପସ୍ ମଧ୍ୟରେ ଥିବା ଷ୍ଟିୱାର୍ଟ ସ୍କୁଲ ପଡ଼ିଆରେ ଏକ ୨୦ ଓଭର ବିଶିଷ୍ଟ କ୍ରିକେଟ୍‌ ମ୍ୟାନ୍‌ର ଆୟୋଜନ କରାଯାଇଥିଲା ।  ଓଡ଼ିଶାର ଦୃଷ୍ଟିବାଧିତଙ୍କ କ୍ରିକେଟ ଆସୋସିଏସନ୍ ଏବଂ ଝାଡ଼ଖଣ୍ଡର ଦୃଷ୍ଟିବାଧିତ କ୍ରିକେଟ ଆସୋସିଏସନ୍‌ର ଖେଳାଳିମାନେ ନିଜର ଅପୂର୍ବ ଦକ୍ଷତା ଓ ଅତୁଳନୀୟ ପ୍ରତିଭା ସହିତ ନିଜର ଉଚ୍ଚକୋଟୀର କ୍ରୀଡ଼ାନୈପୁଣତାର ପ୍ରଦର୍ଶନ ମାଧ୍ୟମରେ ବହୁସଂଖ୍ୟାରେ ଉପସ୍ଥିତ ଦର୍ଶକମାନଙ୍କୁ ରୋମାଞ୍ଚିତ କରିପାରିଥିଲେ ।  ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗର ଅଣର ସେକ୍ରେଟେରୀ ସନ୍ନ୍ୟାସୀ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଖୁସି ବ୍ୟକ୍ତି କରି