Posts

ଟାଟା ଷ୍ଟିଲ ତରଫରୁ ୩୪ତମ ସଡ଼କ ସୁରକ୍ଷା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

Image
ଯାଜପୁର(କଳିଙ୍ଗନଗର) :- ଜିଲ୍ଲା ର ଦାନଗଦୀ ହାଟ ନିକଟରେ ଟାଟା କମ୍ପାନୀ ତରଫରୁ ଦାନଗଦୀ ପୋଲିସ କୁ ନେଇ ୩୪ତମ ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ମୋଟରସାଇକେଲ ଆରୋହୀ କିପରି ହେଲମେଟ ପିନ୍ଧି ନିଜ ଜୀବନ ସୁରକ୍ଷା କରିପାରିବେ ତାହା ସଚେତନତା କରାଯାଇଥିଲା l ଏବଂ ଡବଲ ହେଲମେଟ ପିନ୍ଦିଥିବା ବ୍ୟକ୍ତି ଙ୍କୁ ଫୁଲ ଗଛ ଦେଇ ସମ୍ବର୍ଦ୍ଧନା କରାଯାଇଥିବାର ଦେଖିବାକୁ ମିଳିଥିଲା l ଜନଜାଗରଣ ସୃଷ୍ଠି କରିବା ଏହାର ଲକ୍ଷ୍ୟ ନେଇ ଟାଟା ଷ୍ଟିଲର ଏହା ଏକ ନିଆର ପ୍ରୟାସ l ଏହି ଅବସରରେ ଦାନଗଦୀ ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଯୋଗଦେଇ କହିଲେ ଯେ "ସମସ୍ତ ଜନସାଧାରଣ ଗାଡ଼ି ଚଳାଇଲା ବେଳେ ସର୍ବଦା ହେଲମେଟ ବ୍ୟବହାର କଲେ ନିଜର ସୁରକ୍ଷା ସହିତ ପରିବାର ସୁରକ୍ଷିତ ରହି ପାରିବ" l ଟାଟା ଷ୍ଟିଲ୍ ର CSM ଟିମ୍ ର ସରୋଜ ବେହେରା, ପତିତପାବନ ପତି, ବିବେକ ପଣ୍ଡା, ରାକେଶ ପାଲ, ଏମ୍ ଡି ଇସ୍ ରୟାଲ, ରବି ମୁନି ଙ୍କ ସହଯୋଗରେ ରେ ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ହୋଇଥିଲା l

ଚତୁର୍ଥ ଦିନରେ ଷ୍ଟିଲ କନକ୍ଲେଭ କଳିଙ୍ଗନଗର ମହୋତ୍ସବ l

Image
 (ବବି ଦାସ -ପ୍ରିତିରଞ୍ଜନ ଙ୍କ ମଧୁର ମିଳନ)  ଯାଜପୁର (କଳିଙ୍ଗନଗର) - ଷ୍ଟିଲ କନକ୍ଲେଭ କଳିଙ୍ଗନଗର ମହୋତ୍ସବ ଚତୁର୍ଥ ଦିନରେ ପହଁଚିଛି । ଆଜି ରବିବାର ଥିବାରୁ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳା, ଆବାଳବୃଦ୍ଧବନିତା ସମସ୍ତେ ମହୋତ୍ସବକୁ ଉପଭୋଗ କରୁଛନ୍ତି । ଛୋଟଛୋଟ ଦୋକାନ ମାନଙ୍କର ବ୍ୟବସାୟ ଭଲ ହେଉଛି।ବିଶେଷ କରି ଖାଦ୍ୟ ପାନୀୟ ଦୋକାନରେ ଭଲ ଭିଡ଼ ଦେଖିବାକୁ ମିଳିଥିଲା l ପଲ୍ଲୀଶ୍ରୀମେଳାରେ ଆସିଥିବା ଆସବାବ ପତ୍ର ଦର୍ଶକଙ୍କୁ ଆକୃଷ୍ଟ କରିପାରିଛି । ଦର୍ଶକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବେଶ୍ ମନଭରି ଉପଭୋଗ କରୁଛନ୍ତି। ଆଜିର ଏହି ସନ୍ଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିବା ବିଜୁ ଜନତା ଦଳର ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରୀତିର"ଜନ ଘଡ଼ାଇ । ବବି ବିଜୁୁ ବାବୁଙ୍କ ସ୍ବପ୍ନର କଳିଙ୍ଗ ନଗରକୁ ତାଙ୍କ ସୁପୁତ୍ର ରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର କରିଥିବାର କଥା କହିଥିବା ବେଳେ ପ୍ରାକ୍ତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇଙ୍କ ସୁପୁତ୍ର ପ୍ରୀତିଙ୍କ ଉଦ୍ୟମରେ ମହୋତ୍ସବ ଷ୍ଟିଲ କନକ୍ଲେଭର ରୂପ ନେଇପାରିଛି ବୋଲି କହିଥିଲେ । ବବି ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରସଂଶା କରିବା ସହିତ ଦାନୀ ବାବୁ ଙ୍କୁ ମଧ୍ଯ ପ୍ରସଂଶା ରେ ପୋତି ପକାଇଥ

ମାର୍ଚ୍ଚ ରେ ମାଟ୍ରିକ ପରୀକ୍ଷା, ତାରିଖ ହେଲା ଘୋଷଣା l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :-ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ । ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ଶେଷ ହେବ । ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କାର୍ଯ୍ୟ ପ୍ରକାଶ ପାଇଛି। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ। ‌ଭୋକେସନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ନମ୍ବର ପରୀକ୍ଷା କରାଯିବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ(ଏମ୍‌ସିକ୍ୟୁ) ପ୍ରଶ୍ନ ରହିବ । ଯାହାର ଉତ୍ତରକୁ ଓଏମ୍‌ଆର୍‌ ସିଟ୍‌ରେ ପୂରଣ କରାଯିବ। ଅବଶି‌ଷ୍ଟ ୩୦ନମ୍ବର ସବ୍‌ଜେକ୍ଟିଭ୍‌ ପ୍ରଶ୍ନ ରହିବ ଓ ଏହାର ଉତ୍ତର ପ୍ରଶ୍ନପତ୍ର ବୁକ୍‌ଲେଟ୍‌ରେ ଲେଖିବାକୁ ପଡ଼ିବ। ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳବ । ସେହିପରି ମଧ୍ୟମା(ସଂସ୍କୃତ‌ ଟୋଲ) ପରୀକ୍ଷା କାର୍ଯ୍ୟସୂଚୀ ଅନୁସାରେ, ମାର୍ଚ୍ଚ ୧୦ରେ ପେପର-୪(ଓଡ଼ିଆ), ମାର୍ଚ୍ଚ ୧୩ରେ ପେପର-୮(ଇଂରାଜୀ), ମାର୍ଚ୍ଚ ୧୪ ତାରିଖରେ ପେପର-୨(ସଂସ୍କୃତ ସାହିତ୍ୟମ୍‌), ମାର୍ଚ୍ଚ ୧୫ରେ ପେପର-୧(ସଂସ୍କୃତ ବ୍ୟାକରଣ ଓ ଦର୍ଶନ), ମାର୍ଚ୍ଚ ୧୬ରେ ପେପର-୬(ସାଧାରଣ ବିଜ୍ଞାନ), ମାର୍ଚ୍ଚ ୧୭ରେ ପେପର-୩ (ପ୍ରୟୋଗାତ୍ମକ ସଂସ୍କୃତ), ମାର୍ଚ୍ଚ ୧୮ ତାରିଖରେ ପେପର-୭ (ସାମାଜିକ ବିଜ୍ଞାନ) ଓ ମାର୍ଚ୍ଚ ୨୦ ତାରିଖ ପେପର-୫(ଗଣିତ) ପରୀକ୍ଷା କରାଯିବାକୁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମଧ୍ୟମାରେ

କଳିଙ୍ଗନଗର ମହୋତ୍ସବ ଦିତୀୟ ଦିବସରେ ଅସୀମା ପଣ୍ଡା ଙ୍କ ଦ୍ଵାରା ପରିବେଷିତ ସୁମଧୁର ଗୀତ ରେ ଦର୍ଶକ ବିଭୋର l

Image
ଯାଜପୁର (କଳିଙ୍ଗନଗର) :- କଳିଙ୍ଗନଗର ମହୋତ୍ସବ ୨୦୨୩ ର ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକମାନଙ୍କ ରୁଚି ଓ ପସନ୍ଦ ମୁତାବକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ର ପୂର୍ବତନ ସାଂସଦ ମାନ୍ୟବର ଶ୍ରୀଯୁକ୍ତ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗଦେଇ ସେମାନଙ୍କର ନିଜନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଏହାସହିତ ଦାନଗଦୀ ବ୍ଲକ ଓ ସୁକିନ୍ଦା ବ୍ଲକ ର ଅଧ୍ୟକ୍ଷା /ଅଧ୍ୟକ୍ଷ ଏବଂ ସମସ୍ତ ଜନପ୍ରତିନିଧି ଯୋଗଦେଇଥିଲେ l ଆଗାମୀ ଦିନରେ ଏହା ଷ୍ଟିଲ କନକ୍ଳୀବ ନାମରେ ପରିଚିତ ହେବାପାଇଁ ଚଳିତ ବର୍ଷ ଠାରୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି l ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶାର ନାମୀଦାମୀ କଳାକାର ଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି l ପ୍ରଶାସନିକ କ୍ଷେତ୍ରରେ କିଛି ନୂତନ କାର୍ଯ୍ୟକ୍ରମ ହାତକୁ ନିଆଗଲେ ଆହୁରି ପ୍ରଚାର ଓ ପ୍ରସାର ଦିଗରେ ଅଗ୍ରଗତି ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାରେ ଖାଦ୍ୟ ସାମଗ୍ରୀ ଏବଂ ନିରାମିଷ ବିଭିନ୍ନ ପ୍ରକାର ଖାଦ୍ୟ ଦୋକାନ ଆଗରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ

ଦିନ ଦ୍ବିପ୍ରହରରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଅଢ଼େଇ କୋଟିର ସୁନାଗହଣା, ନଗଦ ୬ ଲକ୍ଷ ଟଙ୍କା ଲୁଟ୍ l

Image
ଢେଙ୍କାନାଳ(ବ୍ୟୁରୋ ରିପୋର୍ଟ) : - ଅସୁରକ୍ଷିତ ବ୍ୟାଙ୍କ, ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତମାନେ ଆତଙ୍କ ଖେଳାଇଛନ୍ତି। ମାରଣାସ୍ତ୍ର ଦେଖାଇ ବ୍ୟାଙ୍କର କର୍ମଚାରୀମାନଙ୍କୁ ଭୟଭୀତ କରାଇବା ସହିତ ଅଢ଼େଇ କୋଟି ଟଙ୍କାର ସୁନାଗହଣା ସହ ନଗଦ ୬ ଲକ୍ଷ ଟଙ୍କା ଧରି ଫେରାର ହୋଇଯାଇଛନ୍ତି। ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ଅଂଚଞ୍ଚରେ ଥିବା ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ମହାବିରୋଡ ଶାଖାରୁ ଆଜି ଅପରାହ୍ଣରେ ଏଭଳି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଖବର ଅନୁସାରେ ଡକାୟତମାନେ ବ୍ୟାଙ୍କର ମଧ୍ୟାହ୍ନ ଭୋଜନ ସମୟ ପୂର୍ବରୁ ଅର୍ଥାତ ୧ଟା ୫୫ ମିନିଟରେ ଚାରିଜଣ ସଶସ୍ତ୍ର ଡକାୟତ ପ୍ରବେଶ କରିଥିଲେ। ପ୍ରଥମେ ସେମାନେ ବନ୍ଧୁକ ଓ ଭୁଜାଲିରେ ବ୍ୟାଙ୍କ କର୍ମଚାରୀମାନଙ୍କୁ ଭୟଭୀତ କରାଇଥିଲେ। ଏଥି ସହିତ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ। ଦୁର୍ବୃତ୍ତମାନେ ସମସ୍ତ କର୍ମଚାରୀଙ୍କୁ ଗୋଟିଏ କୋଠରୀ ଭିତରେ ବନ୍ଦ କରି ଦେଇଥିଲେ। ଏହା ପରେ ଅଢେଇ କୋଟି ଟଙ୍କାର ସୁନା ଗହଣା ସହ ନଗଦ ୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇ ସେଠାରୁ ଦୁଇଟି ପଲସର୍ ମୋଟରସାଇକଲ ରେ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ପୁଲିସ ଲୁଟେରାଙ୍କ ଟେର ଏ ଯାଏ ପlଇନାହିଁ। ତେବେ ମହାବିରୋଡ ଫାଣ୍ଡି, ଥାନା ହେବାର ମାସେ ନ ପୂରୁଣୁ ଏଭଳି ଏକ ବଡ଼ଧରଣର ଲୁଟ୍‌ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

କଳିଙ୍ଗନଗର ମହୋତ୍ସବ ୨୦୨୩ ଉଦଘାଟିତ ଦିବସରେ ବିଶାଳ ଗଣଦୌଡ l

Image
RITA VISION NEWS By Umakanta Mohapatra ଯାଜପୁର (କଳିଙ୍ଗନଗର ) - ଦାନଗଦୀ ବ୍ଲକ ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପାଞ୍ଚଳ ର ମଙ୍ଗଳପୁର ପଞ୍ଚାୟତ ତେଲିବାହାଲି ମା ମହାପାଟ ପଡ଼ିଆ ଠାରେ ଅନୁଷ୍ଠିତ ହେଉଥିବା କଳିଙ୍ଗନଗର ମହୋତ୍ସବ ଉଦଘାଟିତ ଉତ୍ସବ ରେ ପ୍ରଭାତରୁ ଏକ ଗଣଦୌଡ ର ଆୟୋଜନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭାରତୀୟ ହକି ଦଳର ପୂର୍ବତନ କ୍ୟାପ୍ଟେନ ପଦ୍ମଶ୍ରୀ ଦିଲ୍ଲିପ ତିର୍କୀ ଓ ମାନ୍ୟବର ଗ୍ରାମ୍ଯଉନ୍ନୟନ ଓ ବୈଷୟିକ ବିକାଶ ମନ୍ତ୍ରୀ ଇଂ ପ୍ରିତିରଞ୍ଜନ ଘଡାଇ ଯୋଗଦେଇଥିଲେ l ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଯଖପୁରା ପଞ୍ଚାୟତ ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ମଙ୍ଗଳପୁର ପଞ୍ଚାୟତ ତେଲିବାହଳିର ମା' ମହାପାଟ୍ଟ ପଡ଼ିଆ ପର୍ଯ୍ୟନ୍ତ ଗଣଦୌଡ଼ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ l ଏହାପରେ ମହୋତ୍ସବ ଉଦଘାଟିତ ଦିବସରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ ତଥା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର , ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏ ଏସ୍ ଟପ୍ପୋ , କଳିଙ୍ଗନଗର, ଯଖପୁରା ଓ ଯାଜପୁର ରୋଡ ଥାନା ଏବଂ ଦାନଗଦୀ ଫାଣ୍ଡି ଅଧିକାରୀ ମାନେ ଉପସ୍ଥିତ ଥିଲେ l ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ମନରଞ୍ଜନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍

ହଜି ଗଲା କି ମାନବିକତା? ଦିବ୍ୟାଙ୍ଗ ନାବାଳିକାଙ୍କୁ ନିିର୍ଯାତନା ଅଭିଯୋଗ, ଜଣେ ଅଭିଯୁକ୍ତ ଗିରଫ l

Image
ପୁରୀ (ବ୍ୟୁରୋ ରିପୋର୍ଟ ) : - ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଜଙ୍ଗଲକୁ ଟେକି ନେଇ ତାଙ୍କ ପାଟିରେ ବାଧ୍ୟ କରି ଜଳନ୍ତା ସିଗାରେଟ ପୁରାଇ ନିର୍ଯ୍ୟାତନା ଦେବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ହୋଇଥିବା ଜଣାପଡ଼ିଛି। ପ୍ରେମ ପାଇଁ ଦୁଇ ଯୁବକ ଯୋଜନାବଦ୍ଧ ଭାବେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଉଠାଇ ନେଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ହୋଇଥିବାରୁ ତାକୁ ପୋଲିସ ଛାଡ଼ି ଦେଇଛି।ଦିବ୍ୟାଙ୍ଗ ନାବାଳିକାଙ୍କ ଦେଇଥିବା ଏତଲା ଆଧାରରେ ପୋଲିସ ୩୪୧, ୨୯୪, ୩୨୩, ୩୫୪, ୩୫୪(କ), ୫୦୬, ୫୦୯ ଓ ୩୪ ଆଇପିସି ଦଫା ଲଗାଇଛି। ତେବେ ଅଭିଯୋଗକାରିଣୀ ନାବାଳିକା ହୋଇଥିଲେ ମଧ୍ୟ ପୋଲିସ ପୋକ୍ସୋ କିମ୍ବା ଆଇଟି ଆକ୍ଟ ନଲଗାଇ ଅଭିଯୁକ୍ତ ନାବାଳକକୁ ଛାଡ଼ିଦେଇଛି। ଗିରଫ ଅଭିଯୁକ୍ତର ପରିଚୟ ସୁରେଶ ପଲାଇ (ମିଥୁନ)।ସୂଚନାଥାଉକି, ସେହି ନାବାଳିକାକୁ ମିଥୁନ ପ୍ରେମ କରୁଥିବା ଜଣାଯାଇଛି। ପ୍ରେମରେ ବିଫଳ ହେବାରୁ ଜଣେ ନାବାଳକ ସହ ଅଭିଯୁକ୍ତ ନାବାଳିକାଙ୍କୁ ଜଙ୍ଗଲକୁ ନେଇଥିଲା। ସେଠାରେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିମନ୍ଦ କରିଥିଲେ। କେବଳ ସେତିକି ନୁ ଗୋଟିଏ ବେତ ବାଡ଼ିରେ ନାବାଳିକାକୁ ଆକ୍ରମଣ ମଧ୍ୟ କରିଥିବା ଭିଡିଓରେ ଦେଖାଯାଇଛି।