Posts

ଯାଜପୁରରେ ମୂର୍ତ୍ତି ଚୋରି ନେଇ ସାମ୍ବାଦିକ ସମ୍ମିଳନୀ ରେ ସ୍ପଷ୍ଟିକରଣ ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ l

Image
RITA VISION NEWS By Umakanta Mohapatra (ଯାଜପୁରରୁ ଉତ୍ତରପ୍ରଦେଶ ଯାଏ ଲମ୍ବିଛି ଚୋରିର ଚେର: ଏସ୍‌ପି)  ଯାଜପୁର (ପାଣିକୋଇଲି) :- ଯାଜପୁର ଜିଲ୍ଲା ରେ ବାରମ୍ବାର ବିଭିନ୍ନ ଦେବାଳୟ, ମନ୍ଦିରରୁ ମୂଲ୍ୟବାନ ହିନ୍ଦୁ ଦେବାଦେବୀ ଙ୍କ ମୂର୍ତ୍ତୀ ଚୋରୀର ଅଭିଯୋଗ ହୋଇଆସୁଥିଲା l ଏହି ସମ୍ବେଦନଶୀଳ ଘଟଣା ଉପରେ ଜିଲ୍ଲା ପୋଲିସ ତାର ତଦନ୍ତ ଜାରୀ ରଖିଥିଲା l ଏହା ଭିତରେ ଯାଜପୁର ପୋଲିସ କୁ ବହୁ ବଡ ସଫଳତା ମିଳିଛି l ଏହି ମୂଲ୍ୟବାନ ମୂର୍ତ୍ତୀ ଚୋର ଙ୍କ ରାକେଟ ଓଡ଼ଶା ରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଚେର ଥିବା ଯାଜପୁର ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଯାଜପୁରରେ ଅନ୍ତଃରାଜ୍ୟ ମୂର୍ତ୍ତି ଚୋରି ରାକେଟ୍ ଠାବ କରିଛି ଜିଲ୍ଲା ଇଣ୍ଟିଲିଜେନ୍ସ ପୋଲିସ ଏହା ସହିତ ୪ ମୂର୍ତ୍ତି ଚୋର କୁ ଗିରଫ କରିବା ସହ ୩୧ଟି ଧାତବ ମୂର୍ତ୍ତି ଜବତ କରିଛି l କିଛିମାସ ବ୍ୟବଧାନରେ ଯାଜପୁର, ଜେନାପୁର ଓ ଧର୍ମଶାଳା ଅଞ୍ଚଳରୁ ବିଭିନ୍ନ ମନ୍ଦିର ରୁ ଚୋରି ହୋଇଥିଲା ଏହି ମୂଲ୍ୟବାନ ଧାତବ ମୃତ୍ତୀ l ଏହାଦ୍ୱାରା ଅନେକ ହିନ୍ଦୁ ଧର୍ମର ଲୋକମାନଙ୍କ ଧାର୍ମିକ ଭାବନାକୁ କୁ ବହୁ ଆଘାତ ଦେଇଥିଲା l

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ l

Image
ଯାଜପୁର (କଳିଙ୍ଗନଗର) :- ଜିଲ୍ଲାର ଦାନଗଦୀ କ୍ଲଥସ୍ତର ଅଧୀନରେ ଅବସ୍ଥିତ ରାଣୀପଡ଼ା ଗ୍ରାମପଂଚାୟତ ର ସରକାରୀ ପକଳ୍ପ ଉ. ପ୍ରା. ବିଦ୍ୟାଳୟ, ନନ୍ଦକିଶୋରପୁର ର ଆଞ୍ଚଳିକ ସାଧନ କେନ୍ଦ୍ର ରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରତିମା ରଥ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l ଶ୍ରୀମତୀ ରଥ ଖାଲି ଶିକ୍ଷାଦାନ କରନ୍ତି ତା ନୁହେଁ ସେ ଜଣେ ସୁଲେଖିକା ମଧ୍ୟ l ସେ ତାଙ୍କ ଜୀବନକାଳ ମଧ୍ୟରେ ଶତାଧିକ ଛାତ୍ରଛାତ୍ରୀ ଙ୍କୁ ସୁଶିକ୍ଷା ପ୍ରଦାନ କରି ମାନବିକତା ର ପରିଚୟ ସୃଷ୍ଟି କରିଛନ୍ତି l ୧୯୮୬ ମସିହାରେ ସେ ଶିକ୍ଷକତା ଆରମ୍ଭ କରି ୨୦୨୩ ମସିହାରେ ଅବସର ଗ୍ରହଣ କରିଛନ୍ତି l ତାଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ଅବସରରେ ନନ୍ଦକିଶୋରପୁର ଉ. ପ୍ରା. ବିଦ୍ୟାଳୟ ର ନୂତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରତିମା ଜେନା ସଭାପତିତ୍ବରେ ଆୟୋଜିତ ସଭାରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଯଥା ରମେଶ ଚନ୍ଦ୍ର ସ୍ଵାଇଁ, ରବିନ୍ଦ୍ର ନନ୍ଦ, ସୌମ୍ୟରଞ୍ଜନ ପତି, ସରୋଜିନୀ ସାହୁ, ସୁକାନ୍ତି ପୃଷ୍ଟି, ସୁବାସିନୀ ଜେନା ଉପସ୍ଥିତ ଥିଲେ l ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ l ଏହାସହିତ ନନ୍ଦକିଶୋରପୁର ଗ୍ରାମର ପୁରୁଖା ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ସହିତ ବିଦ୍ୟାଳୟର ପରିଚାଳନା କମିଟି ର ସମସ୍ତ ସଭ୍ଯ ସଭ୍ୟା ଉପସ୍ଥିତ ରହି ଶିକ୍ଷୟିତ୍ରୀ ଶ୍ରୀମତୀ ରଥ ଙ୍କ ଗୁଣଗାନ

ଓଡ଼ିଆ ଦୈନିକ ଖବର କାଗଜ 'ମନ୍ଥନ' ର ଚତୁର୍ଦ୍ଦଶ ସ୍ଵନକ୍ଷେତ୍ର ଦିବସ ପାଳନ l

Image
(ସାମ୍ବାଦିକତା ଓ ରାଜନୀତି ପରସ୍ପର ପରିପୂରକ -ସମ୍ପାଦକ ଶରତ ରାଉତ ) ଯାଜପୁର (ବ୍ୟୁରୋ ରିପୋର୍ଟ ):- ଓଡ଼ିଶାର ନିର୍ଭିକ ଓ ନିରପେକ୍ଷ ଦୈନିକ ଖବରକାଗ ଭାବେ 'ମନ୍ଥନ ' ଖୁବ ଜଣାଶୁଣା l ଏହି ଅବସରରେ ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଉତ୍ସବ ପ୍ୟାଲେସ ଠାରେ ପାଳନ ହୋଇଯାଇଛି l ଏହି ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଦେଶ ମହିଳା କଂଗ୍ରେସ କମିଟି ଅଧକ୍ଷା ଶ୍ରୀମତୀ ବନ୍ଦିତା ପରିଡା ଯୋଗଦେଇ ଉତ୍ସବ କୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭବେ ବରିଷ୍ଠ ସାମ୍ବାଦିକ ତଥା ରାଜନୈତିଜ୍ଞ ଓ ସାହିତ୍ୟିକ ଶ୍ରୀଯୁକ୍ତ ମାୟାଧର ନାୟକ ତାଙ୍କ ବକ୍ତବ୍ୟ ରଖିଲେ ଯେ ଆଜିର ଦିନରେ ସାରା ବିଶ୍ୱ ରେ ସାମ୍ବାଦିକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୁର୍ଣ୍ଣ l ବର୍ତ୍ତମାନ ବିଶ୍ୱବାସୀ ତୃତୀୟ ବିଶ୍ୱଯୁଦ୍ଧ କୁ ସାମନ୍ନା କରିବାକୁ ଯାଉଥିବା ବେଳେ ଏହାର ସମାଧାନ ର ବାଟ କେବଳ ସାମ୍ବାଦିକ ଙ୍କ କଲମ ମୁନ ହିଁ ଦେଖାଇବ l ମନ୍ଥନ'ର ସମ୍ପାଦକ ଶରତ ରାଉତ ଙ୍କ ଆଦ୍ୟାକ୍ଷତା ରେ ଅନୁଷ୍ଠିତ ଉକ୍ତ ବାର୍ଷିକ ଉତ୍ସବ ରେ ଅନ୍ୟତମ ସମ୍ମାନୀତ ଅତିଥିଭାବେ କରଗିଲ ମହାସମର ର ଯୋଦ୍ଧା କର୍ଣ୍ଣଲ ବିଶ୍ୱେଶ୍ୱର ରାଉତ ଯୋଗଦେଇ ବର୍ତ୍ତମାନ ଖବରକାଗଜ ମାନଙ୍କର ସ୍ଥିତି ଓ ଅବସ୍ଥା ବିଷୟରେ ଆଲୋକପାତ କରିଥିଲେ l ପ୍ରାରମ୍ଭରେ ମନ୍ଥ

ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ୧୮୪ ତମ ପ୍ରତିଷ୍ଠାତା ଦିବସ ପାଳିତ l

Image
ଯାଜପୁର (କଳିଙ୍ଗନଗର)୩ ମାର୍ଚ୍ଚ ୨୦୨୩ : -ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌) ପକ୍ଷରୁ ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନାରେ ଜାମସେଜୀ ନସରନଜୀ ଟାଟାଙ୍କ ୧୮୪ତମ ଜୟନ୍ତୀକୁ ପ୍ରତିଷ୍ଠାତା ଦିବସ ଭାବେ ଶୁକ୍ରବାର ପାଳନ କରାଯାଇଛି । ଭେଣ୍ଡର ପାର୍ଟନର କର୍ମଚାରୀମାନଙ୍କ ପାଇଁ ଇଞ୍ଜିନିୟରିଂ ଆଣ୍ଡ୍ ପ୍ରୋଜେକ୍ଟସ୍ ଟିମ୍ ପକ୍ଷରୁ ଏକ ୫ କିମି ଦୌଡ଼ ସହ ଦିନର ଶୁଭାରମ୍ଭ ହୋଇଥିଲା । ଟିଏସ୍‌ର ଗ୍ରିନ୍ ଟ୍ରାନ୍ସପୋର୍ଟ ଲଜିଷ୍ଟିକ୍‌ ପାର୍କ ନିକଟରୁ ଆରମ୍ଭ ହୋଇଥିବା ଏହି ଦୌଡ଼ରେ ବିଭିନ୍ନ ଭେଣ୍ଡର ପାର୍ଟନର ପକ୍ଷରୁ ୩୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଏହା ପରେ କର୍ମଚାରୀମାନଙ୍କ ଦ୍ବାରା ଏକ ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହା ପ୍ରୋଜେକ୍ଟସ୍ ଅଫିସ୍‌ରୁ ଆରମ୍ଭ ହୋଇ ଟିଏସ୍‌ ସଂଟରରେ ଶେଷ ହୋଇଥିଲା ଯେଉଁଠାରେ ଟାଟା ଷ୍ଟିଲ୍‌ କଳିଙ୍ଗ ନଗରର ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଜେ ଏନ୍ ଟାଟାଙ୍କୁ ପୁଷ୍ପ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ପରେ ଗୋବରଘାଟି ଫେଜ୍-୨ ପଡ଼ିଆରେ ଟାଟା ପରିବାର ପକ୍ଷରୁ ଆନ୍ତଃ କଲୋନି ଫୁଟ୍ବଲ୍ ଟୁର୍ଣ୍ଣାମେଟ୍‌ର ଫାଇନାଲ୍ ମ୍ୟାଚ୍ ଆୟୋଜନ କରାଯାଇଥିଲା । ଏହି ଅବସରରେ ଟାଟା ଷ୍ଟିଲ୍ ଓ ଟାଟା ଷ୍ଟିଲ୍‌ ପରିବାର ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ୍‌ ମ୍ୟାଚ୍‌ ଆୟୋଜନ କରାଯାଇଥିଲା । ଏହା ବ୍ୟତୀତ ଗୋରବଘାଟି ଓ କଂପାନିର ହାଉସିଂ କ

ରାଜ୍ୟପାଳଙ୍କ ଦ୍ବାରା ଚଲାପଥର ସୁବର୍ଣ୍ଣ ଜୟନ୍ତି ଲୋଗ ଉନ୍ମୋଚିତ

Image
RITA VISION NEWS By Umakanta Mohapatra ଭୁବନେଶ୍ଵର (୨୮,୨): - ଚଳାପଥ ଲେଖକ ସମ୍ମିଳନୀ ପଚାଶ ବର୍ଷରେ ପଦାର୍ପଣ କରି ତାର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତ ‘ସୁବର୍ଣ୍ଣ ଜୟନ୍ତୀ ଲୋଗ’କୁ ରାଜଭବନଠାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଉନ୍ମୋଚନ କରି ଚଲାପଥର ସର୍ବସଫଳତା କାମନା କରିଥିଲେ l ଏହି ଉନ୍ମୋଚନ ଉତ୍ସବରେ ଚଳାପଥର ପ୍ରାଣପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ହଳଧର ଧିର , ଡଲାପଥର ଉପଦେଷ୍ଟା,ଓଡ଼ିଶାର ବରିଷ୍ଠ କବି ତଥା ମହାମହିମ ରାଜ୍ୟପାଳଙ୍କର ପ୍ରମୁଖ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ, ଓଡିଶାର ବିଶିଷ୍ଟ କବି ତଥା ପୂର୍ବତଟ ରେଳପଥର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ନିରାକାର ଦାସ, ଚଲାପଥର ସଭାପତି ତଥା ବରିଷ୍ଟ ସାହିତ୍ୟିକା ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକା ପ୍ରଫେସର ଡକ୍ଟର ଝାନ୍ସୀ ସିଂହ ଓ ଚଲାପଥର ଉପଦେଷ୍ଟା ବାସନ୍ତି ଧିର ପ୍ରମୁଖ ଯୋଗ ଦେଇଥିଲେ l ମହାମହିମ ରାଜ୍ୟପାଳ ‘ଚଲାପଥ ଆର୍ଟଏଗ୍ଲାନ୍ସ ସୂଚନା ପତ୍ର’କୁ ମଧ୍ୟ ଉନ୍ମୋଚନ କରିଥିଲେ । ଏଥି ସହିତ ଚଲାପଥର ସଭାପତି ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କ ସମ୍ପାଦିତ ଓ  ଆଧ୍ୟାତ୍ମିକ ପତ୍ରିକା ବାରୁବ୍ରହ୍ମ ଓ ସ୍ବରଚିତ ପାଞ୍ଚଟି ପୁସ୍ତକ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ ।

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗନଗରରେ ସେନା ନିଯୁକ୍ତି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

Image
RITA VISION NEWS By Umakanta Mohapatra ( କଟକସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟର ନିର୍ଦେଶକ ସ୍ଥାନୀୟ ଯୁବବର୍ଗଙ୍କୁ ସମ୍ବୋଧନ କଲେ) ଯାଜପୁର (କଳିଙ୍ଗନଗର) ୧ ମାର୍ଚ୍ଚ ୨୦୨୩:- ଯାଜପୁରର ଡୁବୁରି ନିକଟସ୍ଥ ଟାଟା ଷ୍ଟିଲ୍‌ର କର୍ପୋରେଟ୍ ସର୍ଭିସେସ୍ ବ୍ଲକ୍‌ରେ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଯୁବବର୍ଗଙ୍କ ପାଇଁ ଏକ ସଚେତନତା ଅଧିବେଶନ ଆୟୋଜନ କରାଯାଇଥିଲା । ଭାରତୀୟ ସେନାରେ ଯୋଗ ଦେବା ଲାଗି ୨୦୨୩ ମାର୍ଚ୍ଚ ଓ ଏପ୍ରିଲ୍‌ରେ ହେବାକୁ ଥିବା ନିଯୁକ୍ତି ଅଭିଯାନ ବିଷୟରେ ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଅଧିବେଶନର ଲକ୍ଷ୍ୟ ଥିଲା ।ଏହି ଅଧିବେଶନରେ କଳିଙ୍ଗନଗର, ସୁକିନ୍ଦା ଓ ଆଖପାଖ ଅଂଚଳର ୩୦ରୁ ଅଧିକ ଯୁବକ ଓ ଯୁବତୀ ଅଂଶଗ୍ରହଣ କରିଥିଲେ ଏବଂ ଏଥିରେ କଟକସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟର ନିର୍ଦେଶକ କର୍ସେଲ୍ ହମିନ୍ଦର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍‌ କଳିଙ୍ଗନଗରର କର୍ପୋରେଟ୍ ସର୍ଭିସେସ୍ ବିଭାଗର ଚିଫ୍ ଦେବଦୂତ ମହାନ୍ତି ଏବଂ ଟାଟା ଷ୍ଟିଲ୍‌ କଳିଙ୍ଗନଗର ଓ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀର ନିରାପତା ମୁଖ୍ୟ କର୍ଣ୍ଣେଲ ପ୍ରକାଶ ସଂଜୟ ଉପସ୍ଥିତ ଥିଲେ । ଏହି ଅଧିବେଶନରେ କର୍ଣ୍ଣେଲ ହମିନ୍ଦର ସିଂହ ଭାରତୀୟ ସେନାରେ ଯୋଗ ଦେବାର ବିଭିନ୍ନ ଦିଗ ଯଥା ଆବେଦନ ପ୍ରକ୍ରିୟା, ଯୋଗ୍ୟତା,ପରୀକ୍ଷାର ରୂପରେଖ, ଶାରିରୀକ ଫିଟ୍‌ନେସ୍,

ମିଶ୍ରିଲାଲ୍ କମ୍ପାନୀ ର ସମ୍ପ୍ରସାରଣ କାର୍ଯ୍ୟ ନେଇ ହୋଇଥିବା ଜନଶୁଣାଣି କୁ ବିରୋଧ l

Image
RITA VISION NEWS By Umakanta Mohapatra          (ସପକ୍ଷବାଦୀ ସାଜିଲେ କମ୍ପାନୀର କର୍ମଚାରୀ)   ଯାଜପୁର ( କଳିଙ୍ଗନଗର ) :- ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଅବସ୍ଥିତ ମିଶ୍ରିଲାଲ୍ କମ୍ପାନୀର ସମ୍ପ୍ରସାରିତ ସିଓବି ପ୍ଲାଣ୍ଟ ପାଇଁ ହୋଇଯାଇଥିବା ଜନଶୁଣାଣି କୁ ସ୍ଥାନୀୟ ପଙ୍କପାଳ ଗ୍ରାମପଞ୍ଚାୟତ ସମସ୍ତ ଜନସାଧାରଣ ବିରୋଧ କରିଥିଲେ l ଏଠାରେ ଦେଖିବାକୁ ମିଳିଲା ଯେ, ଏକ ଚଳ୍ରବ୍ୟୁହରେ କମ୍ପାନୀର କର୍ମଚାରୀ ମାନେ ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ ଆଗରେ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ l ହେଲେ ସାଧାରଣ ଲୋକଙ୍କ ଅଭିଯୋଗ ହୋଇଛି ଶିଳ୍ପ ପ୍ରତିଷ୍ଠା ପାଇଁ ସେମାନଙ୍କ କୌଣସି ଅଭିଯୋଗ ନାହିଁ କିନ୍ତୁ କମ୍ପାନୀ କତୃପକ୍ଷ ସାଧାରଣ ନିୟମ ପାଳନ କରୁନାହଁ ତେଣୁ ଏହାକୁ ନେଇ ସାଧାରଣରେ ତୀବ୍ର ବିରୋଧ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି l ପ୍ରୟୋଜିତ ଏହି ଜନଶୁଣାଣି ରେ କମ୍ପାନୀ ପକ୍ଷରୁ କେତେଜଣ ନାରୀ ନେତ୍ରୀ ଓ ଲୋକଙ୍କୁ ପ୍ରଭାବିତ କରାଇ କମ୍ପାନୀ ସପକ୍ଷରେ କହିବାକୁ ପ୍ରବର୍ତ୍ତାଇଥିଲେ l ପ୍ରକୃତ ପକ୍ଷେ ଜନସାଧାରଣ ଙ୍କ ମୌଳିକ ଅଧିକାର କୁ ଗୁରୁତ୍ଵ ନ ଦେଇ ନିଜର ସ୍ୱାର୍ଥ ପାଇଁ କମ୍ପାନୀ ସପକ୍ଷରେ ମତ ପ୍ରକାଶ କରିଥିବା ସାଧାରଣରେ ଭ୍ରମ ସୃଷ୍ଟି କରିଛି l ଲୋକମାନେ ଅଭିଯୋଗ କରିଛନ୍ତି କି ମିଶ୍ରିଲାଲ୍ କମ୍ପାନୀ ବିଗତ ଦିନରେ ଦେଇଥିବା ପ୍ରତିଶ୍ରୁତି କୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିନାହିଁ l କେବଳ ମିଥ